ଏହି କ୍ରିକେଟର୍ ମାନେ ନିଜ ‘ଦମ୍’ରେ ଜିତେଇଥିଲେ IPL ଟ୍ରଫି, କିନ୍ତୁ ନା ସେମାନଙ୍କୁ ଆଜି କ୍ୟାପ୍ଟେନ୍ ପଚାରୁଛନ୍ତି ନା ଦଳର ମାଲିକ…

ଏହି କ୍ରିକେଟର୍ ମାନେ ନିଜ ‘ଦମ୍’ରେ ଜିତେଇଥିଲେ IPL ଟ୍ରଫି, କିନ୍ତୁ ନା ସେମାନଙ୍କୁ ଆଜି କ୍ୟାପ୍ଟେନ୍ ପଚାରୁଛନ୍ତି ନା ଦଳର ମାଲିକ…

‘IPL’ ୨୦୨୧ ଆରମ୍ଭ ହେବାକୁ ଯାଉଅଛି । ଏଥର ଆଉ ଥରେ ନିଲାମୀ ହୋଇଥିଲା । କେତେକ ଦଳ ନୂଆ ଖେଳାଳୀଙ୍କୁ ନିଜ ଦଳରେ ଅନ୍ତର୍ଭୂକ୍ତ କରିଛନ୍ତି । ଏହାସହ ଏଭଳି କିଛି ଖେଳାଳୀ ମଧ୍ୟ ଅଛନ୍ତି, ଯେଉଁ ମାନଙ୍କ ଉପରେ କୌଣସି ଦଳ ନିଲାମୀ ଲଗାଇ ନାହାଁନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଏଭଳି ‘IPL’ର ପ୍ରତ୍ୟେକ ସିଜିନରେ ହୋଇଥାଏ । କେତେକ ଖେଳାଳୀ ନିଜ ବେସ୍ ମୂଲ୍ୟରେ ମଧ୍ୟ ବିକ୍ରି ହୋଇପାରନ୍ତି ନାହିଁ । ଏଭଳି କିଛି ଖେଳାଳୀ ଅଛନ୍ତି, ଯେଉଁମାନେ ଗୋଟିଏ କିମ୍ବା ଦୁଇଟି ସିଜିନରେ ଏଭଳି ପ୍ରଦର୍ଶନ କରିଛନ୍ତି ଏବଂ ନିଜ ଦଳକୁ ସିଧାସଳଖ ଭାବରେ ଟ୍ରଫି ପ୍ରଦାନ କରିଦେଇଛନ୍ତି । ଏହାପରେ ଆଜି ଘରେ ବସିଛନ୍ତି ।

ସ୍ୱପ୍ନିଲ୍ ଅସନୋଦକର୍:-

ରାଜସ୍ଥାନ ରୋୟାଲ୍ ୨୦୦୮ ମସିହାରେ ଶନ ବର୍ଣ୍ଣଙ୍କର ଅଧିନାୟିକତ୍ୱରେ ‘IPL’ର ଟ୍ରଫି ନିଜ ନାମରେ ହାସଲ କରିଥିଲା । ଏହି ସିଜିନରେ ରାଜସ୍ଥାନର ବିଜୟରେ ସ୍ୱପ୍ନିଲ୍ ଅସନୋଦକରଙ୍କର ବଡ଼ ଯୋଗଦାନ ଥିଲା । ସେ ଗ୍ରୀମ୍ ସ୍ମିଥଙ୍କ ସହ ଅପନିଂ କରି ଅନେକ ବଡ଼ ସ୍କୋର୍ ହାସଲ କରିଥିଲେ । IPLର ପ୍ରଥମ ସିଜିନରେ ସେ ୯ଟି ମ୍ୟାଚରେ ୧୩୩.୪୭ର ଷ୍ଟ୍ରାଇକରେ ୩୧୧ ରନ୍ କରିଥିଲେ । କିନ୍ତୁ ପରେ ତାଙ୍କର ବ୍ୟାଟ୍ ଚୁପ୍ ହୋଇ ଯାଇଥିଲା ।

ପଲ୍ ଭଲଥାଟି:-

ପଲ୍ ଭଲଥାଟି ବାମ୍ ହାତର ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ୨୦୧୧ ମସିହାରେ ଗଜବ ଭାବରେ ପ୍ରଦର୍ଶନ କରି ବହୁତ ରନ୍ କରିଥିଲେ । ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପାଇଁ ଖେଳିଥିଲେ । ପଲ୍ ଭଲଥାଟି ଚେନ୍ନାଇ ସୁପର୍ କିଙ୍ଗସ୍ ବିରୁଦ୍ଧରେ ୬୩ ବଲରେ ୧୨୦ ରନ୍ କରି ରାତାରାତି ଷ୍ଟାର୍ ହୋଇ ଯାଇଥିଲେ । ସେହି ସିଜିନରେ ଏହି ଖେଳାଳୀ ୪୮୩ ରନ୍ କରିଥିଲେ ଏବଂ ସେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଷଷ୍ଠ ସ୍ଥାନ ହାସଲ କରିଥିଲେ । ବର୍ତ୍ତମାନ ବ୍ୟାଟ୍ସମ୍ୟାନ୍ IPLରୁ ଗାଏବ୍ ହୋଇ ଯାଇଛନ୍ତି ।

ମନଭିନ୍ଦର୍ ବିସଲା:-

କୋଲକାତା ନାଇଟ୍ ରାଇଡ଼ର୍ସ ୨୦୧୨ ମସିହାରେ ‘IPL’ରେ ବିଜୟ ହାସଲ କରିଥିଲା । ଏହି ବିଜୟରେ ମନଭିନ୍ଦର୍ ବିସଲାଙ୍କର ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ୨୦୧୧ ରୁ ୨୦୧୪ ମସିହା ମଧ୍ୟରେ କୋଲକାତା ନାଇଟ୍ ରାଇଡ଼ର୍ସ ପାଇଁ ଖେଳି ଅତ୍ୟନ୍ତ ପ୍ରଶଂସା ହାସଲ କରିଥିଲେ । ସେ ୨୦୧୨ ମସିହାର ଫାଇନାଲରେ ୪୮ ବଲରେ ୮୯ ରନ୍ କରିଥିଲେ । ଏହି ମ୍ୟାଚରେ ସେ ଚେନ୍ନାଇ ସୁପରକିଙ୍ଗସର ‘IPL’ ଟ୍ରଫି ଜିତିବାର ହ୍ୟାଟ୍ରିକକୁ ଭାଙ୍ଗି ଦେଇଥିଲେ । ଏହାପରେ ସେ ଏତେ କିଛି ବିଶେଷ ଖେଳ ପ୍ରଦର୍ଶନ କରି ପାରିନଥିଲେ ଏବଂ ବର୍ତ୍ତମାନ ଘରେ ବସିଛନ୍ତି ।

ମନପ୍ରୀତ ଗୋନି:-

ମନପ୍ରୀତ ଗୋନି ପଞ୍ଜାବର ଅଟନ୍ତି । ତାଙ୍କର ଉଚ୍ଚତା ଅତ୍ୟନ୍ତ ଲମ୍ବା ଅଟେ । ଦ୍ରୁତ ବୋଲର୍ ମନପ୍ରୀତ ଗୋନି ‘IPL’ର ପ୍ରଥମ ସିଜିନରେ ଚେନ୍ନାଇ ସୁପରକିଙ୍ଗସ୍ ପକ୍ଷରୁ ଖେଳୁଥିବାର ଦେଖା ଯାଇଥିଲେ । ପ୍ରଥମ ସିଜିନରେ ସେ ୧୭ଟି ଉଇକେଟ୍ ନେଇଥିଲେ ଏବଂ ବ୍ୟାଟରେ ମଧ୍ୟ ଭଲ ଖେଳିଥିଲେ ।ଏହାପରେ ସେ ଭାରତୀୟ ଦଳର ଅଂଶ ହୋଇଥିଲେ । ହଂକଂ ଏବଂ ବାଂଗଲାଦେଶ ବିରୁଦ୍ଧରେ ପରାଜୟ ହେବା ଦ୍ୱାରା ତାଙ୍କ କ୍ୟାରିଅର୍ ଖରାପ ହୋଇଯାଇଥିଲା । ୨୦୧୩ ମସିହାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳିବା ପରେ ମଧ୍ୟ ସେ କିଛି ଭଲ ପ୍ରଦର୍ଶନ କରିପାରିନଥିଲେ । ଏହାପରେ ସେ ନିଲାମୀରୁ ମଧ୍ୟ ଗାଏବ୍ ହୋଇ ଯାଇଥିଲେ ।

କାମରାନ୍ ଖାନ୍:-

ମୁମ୍ବାଇରେ ୨୦ଟି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବା କାରଣରୁ କାମରାନ୍ ଖାନଙ୍କୁ ରାଜସ୍ଥାନ ରୋୟାଲର୍ ଚୁକ୍ତି ମିଳିଥିଲା । ୨୦୦୯ ମସିହାର ‘IPL’ରେ କାମରାନ୍ ଖାନ୍ ନିଜର ସ୍ୱତନ୍ତ୍ର ଅନ୍ଦାଜରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏହାପରେ ତାଙ୍କ ଏକ୍ସନ୍ ଉପରେ ଅନେକ ପ୍ରଶ୍ନ କରାଯାଇଥିଲା ଏବଂ ତାଙ୍କ କ୍ୟାରିଅର୍ ଶେଷ ହୋଇ ଯାଇଥିଲା । ପରେ କାମରାନ୍ ତାଙ୍କ ଏକ୍ସନକୁ ପରିବର୍ତ୍ତନ କରି ୨୦୧୧ ମସିହାରେ ସାହାରା ପୁଣେ ୱାରିଅର୍ସ ପାଇଁ କିଛି ମ୍ୟାଚ୍ ଖେଳିଥିଲେ । ଏହାପରେ ସେ ‘IPL’ ପଡ଼ିଆରେ କେବେ ଦେଖା ଯାଇନାହାଁନ୍ତି ।

Leave a Reply

Your email address will not be published. Required fields are marked *