କ୍ଷୀର ଏବଂ ଘିଅ ଅନେକ ସମସ୍ୟାର ସମାଧାନ ଅଟେ ! ଏହାକୁ ରାତିରେ ମିଶାଇ ସେବନ କରିଲେ, ସ୍ୱାସ୍ଥ୍ୟ ପ୍ରତି ମିଳିଥାଏ ଏହି ଫାଇଦା…

କ୍ଷୀର ଏବଂ ଘିଅ ଅନେକ ସମସ୍ୟାର ସମାଧାନ ଅଟେ ! ଏହାକୁ ରାତିରେ ମିଶାଇ ସେବନ କରିଲେ, ସ୍ୱାସ୍ଥ୍ୟ ପ୍ରତି ମିଳିଥାଏ ଏହି ଫାଇଦା…

ଆଜି କାଲିକା ସମୟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଶରୀରର ବିଶେଷ ଧ୍ୟାନ ରଖିଥାନ୍ତି । ପ୍ରତିଦିନ ବ୍ୟାୟାମ ଯୋଗ କରନ୍ତି ଏବଂ ନିଜର ଆହାରରେ ଏପରି ଅନେକ ଜିନିଷ ସାମିଲ୍ କରିଥାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଯଦି ଆମେ ନିଜର ଖାଦ୍ୟଭ୍ୟାସରେ ପୋଶୋକ ପୂର୍ଣ୍ଣ ଜିନିଷ ସାମିଲ୍ କରୁ ତେବେ ଏହାଦ୍ୱାରା ଅନେକ ରୋଗ ଦୂର ହୋଇଯାଇଥାଏ ଏବଂ ଶରୀର ଫୁର୍ତ୍ତିଲା ଏବଂ ସ୍ୱାସ୍ଥ୍ୟବାନ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କ୍ଷୀର ଏବଂ ଘିଅ କୁ ମିଶାଇ ପିଇବାର ଫାଇଦା ବିଷୟରେ କହିବୁ । ଅନେକ ଏପରି ଲୋକ ଅଛନ୍ତି ଯେଉଁମାନେ ଘିଅର ନାମ ଶୁଣିବା ମାତ୍ରେ ମୋ ଘୃଣା କରିଥାନ୍ତି କାରଣ ଲୋକଙ୍କୁ ଏପରି ଲାଗିଥାଏ ଘିଅ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ି ଯାଏ ପରନ୍ତୁ ଏପରି ଆଦୌ ନୁହେଁ । କ୍ଷୀର ସହିତ ଘିଅ ମିଶାଇ ସେବନ କରିବା ଆୟୁର୍ବେଦରେ ଅମୃତ ସମାନ ବୋଲି କୁହାଯାଇଛି ।

ପୁରାତନ କାଳରୁ କ୍ଷୀରରେ ଘିଅ ମିଶାଇ ପିଇବାର ପ୍ରଚଳନ ରହିଛି । ଯଦି ଆପଣ କ୍ଷୀର ଖାଇବାକୁ ଏବଂ ଘିଅର ଲାଭ ବିଷୟରେ ଜାଣିଛନ୍ତି ତେବେ ଆପଣ ମଧ୍ୟ ଏହାର ସେବନ ଆରମ୍ଭ କରି ଦିଅନ୍ତୁ ।

ଗାଈ ଘିଅରେ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା ଅଧିକ ରହିଥାଏ । ଏହାସହିତ ଏଥିରେ ଆଣ୍ଟି ବ୍ୟାକ୍ଟେରିୟଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ମଧ୍ୟ ଉପସ୍ଥିତ ରହିଛି । ଯେଉଁ ଲୋକ ଆଣ୍ଠୁ ଗଣ୍ଠି ବ୍ୟଥା ଏବଂ ପେଟ ବ୍ୟଥା ସମସ୍ୟା ଦ୍ୱାରା ପୀଡ଼ିତ ହେଉଛନ୍ତି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଇଛି । ତେଣୁ ଚାଲନ୍ତୁ ଜାଣିବା ଯେ କ୍ଷୀର ଏବଂ ଘିଅ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରକୁ କଣ କଣ ଲାଭ ମିଳିଥାଏ ।

ଶାରୀରିକ ଦୁର୍ବଳତା ଦୂର ହୋଇଥାଏ :-

ଆଜିକାଲିକା ସମୟରେ ଲୋକେ ନିଜର ସ୍ୱାସ୍ଥ୍ୟ ଉପରେ ଆଦୌ ଧ୍ୟାନ ଦିଅନ୍ତି ନାହିଁ , ଯେଉଁ କାରଣରୁ ସାମାନ୍ୟ କାମ କରିବା ପରେ ଶରୀରରେ ଦୁର୍ବଳତା ଅନୁଭୂତ ହେବାରେ ଲାଗିଥାଏ । ଏପରି ସ୍ଥିତିରେ କ୍ଷୀର ଏବଂ ଘିଅ ର ସେବନ କରିବା ଏକ ଉପଯୁକ୍ତ ବିକଳ୍ପ ବୋଲି ବିଶ୍ୱାସ କରାଯାଇଛି । ଯଦି ଆପଣ କ୍ଷୀର ରେ ଘିଅ ମିଶାଇ ସେବନ କରନ୍ତି ତେବେ ଏହାଦ୍ବାରା ଆପଣଙ୍କର ଶାରୀରିକ ଥକାପଣ ଦୂର ହୋଇଯିବ । କେବଳ ଏତିକି ନୁହେଁ ବରଂ ଶରୀରର କ୍ଷମତା ମଧ୍ୟ ବଢ଼ିଥାଏ । ଯଦି ଆପଣ ପ୍ରତିଦିନ କ୍ଷୀର ରେ ଗାଈ ଘିଅ ମିଶାଇ ଏହାର ସେବନ କରିବେ ତେବେ ଆପଣଙ୍କ ଶରୀର ଶକ୍ତିଶାଳୀ ହେବ ।

ତ୍ୱଚା ରେ ଉଜ୍ଜଳତା ବୃଦ୍ଧି ହେବ :-

କ୍ଷୀର ଏବଂ ଘିଅ ର ସେବନ କୁ ସାଥିରେ ସେବନ କରିବା ଯେ କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ତାହା ନୁହେଁ ଏହା ତ୍ୱଚା ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଯଦି ଆପଣ କ୍ଷୀର ଏବଂ ଘିଅକୁ ଏକ ସହିତ ନିୟମିତ ରୂପରେ ସେବନ କରନ୍ତି ତେବେ ଏହାଦ୍ବାରା ତ୍ୱଚା ରେ କୁଂଚନ ଦୂର ହୋଇଯିବ । କେବଳS ଏତିକି ନୁହେଁ ବରଂ ତ୍ୱଚା ରେ ଦାଗ ମଧ୍ୟ ଦୂର ହୋଇଯିବ ଏବଂ ଉଜ୍ଜଳତା ବୃଦ୍ଧି ପାଇବ ।

ଆଣ୍ଠୁ ଗଣ୍ଠି ସମସ୍ୟାକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ :-

ବର୍ତ୍ତମାନ ସମୟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ସବୁବେଳେ ରହିଥାଏ । ଯାହାର ଚିକିତ୍ସା ପାଇଁ ଲୋକେ ଏଠି ସେଠି ବୁଲିଥାନ୍ତି । ପରନ୍ତୁ ସେହି ସମସ୍ୟାକୁ ଠିକ୍ କରିବା ପାଇଁ କ୍ଷୀର ଏବଂ ଘିଅକୁ ବିକଳ୍ପ ବୋଲି କୁହାଯାଇଛି । ଯଦି ଆପଣ ଏହି ଦୁଇଟିର ସେବନ କରନ୍ତି ତେବେ ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଯିବ । ଏହାବ୍ୟତୀତ ଶରୀରର ହାଡ଼ ଏବଂ ମାଂସପେଶୀ ମଧ୍ୟ ମଜବୁତ ହେବ ।

ପାଚନ କ୍ରିୟା ଭଲ ଭାବରେ ହୋଇଥାଏ :-

ଯଦି କୌଣସି ବ୍ୟକ୍ତିକୁ ପାଚନ ସହିତ ସମ୍ବନ୍ଧିତ ସମସ୍ୟା ରହିଛି ତେବେ ତାକୁ କ୍ଷୀରରେ ଗାଈ ଘିଅ ମିଶାଇ ନିଶ୍ଚିତ ଭାବରେ ପିଇବା ଉଚିତ୍ । ଏହାଦ୍ଵାରା ପାଚନ ଶକ୍ତି ମଜବୁତ୍ ହୋଇଥାଏ । ଆପଣଙ୍କୁ କହିରଖୁଛୁ ଯେ କ୍ଷୀର ଏବଂ ଘିଅ ଏକ ସହିତ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧିତ ଏଞ୍ଜାଇମ୍ କ୍ଷରଣ ବଢ଼ିଥାଏ ଯାହାଦ୍ୱାରା ପାଚନ କ୍ଷମତା ମଧ୍ୟ ବଢ଼ିଥାଏ । ଯଦି କାହାକୁ କୋଷ୍ଟକାଠିନ୍ୟ ସମସ୍ୟା ରହିଛି ତେବେ ସେଥିପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ ।

Leave a Reply

Your email address will not be published. Required fields are marked *