ଶୋଇବା ପୂର୍ବରୁ କରନ୍ତୁ ଏହି ମନ୍ତ୍ର ଜପ ! ଆପଣଙ୍କ ସମସ୍ତ ମନସ୍କାମନା ହେବ ପୂର୍ଣ୍ଣ…

ଶୋଇବା ପୂର୍ବରୁ କରନ୍ତୁ ଏହି ମନ୍ତ୍ର ଜପ ! ଆପଣଙ୍କ ସମସ୍ତ ମନସ୍କାମନା ହେବ ପୂର୍ଣ୍ଣ…

ମଣିଷର ଇଛା ଅସୁମାରୀ । ଯେତେବେଳେ ମନୁଷ୍ୟର ଗୋଟିଏ ଆବଶ୍ୟକତା ପୂରଣ ହୁଏ ତେବେ ଅନ୍ୟ ଏକ ଇଛା ତା ମନରେ ଜାଗିଉଠେ । ପୃଥିବୀରେ ଜନସଂଖ୍ୟା ଯେତିକି ତାଠାରୁ ସେମାନଙ୍କ ଇଚ୍ଛା ଓ ଆବଶ୍ୟକତା ଲକ୍ଷେ ଗୁଣରେ ଅଧିକ । ଏପରି ପରିସ୍ଥିତିରେ ମଣିଷ ବିଭିନ୍ନ ପ୍ରକାର ରାସ୍ତା ଖୋଜିଥାଏ ଯାହା ଦ୍ୱାରା ସେ ନିଜର ଇଚ୍ଛା ପୂରଣ କରିପାରିବ । ଏଥିପାଇଁ କିଛି ଲୋକ ଠିକ୍ ଏବଂ ସତ୍ୟର ରାସ୍ତା ବାଛିବା ବେଳେ କିଛି ବ୍ୟକ୍ତି ଭୁଲ୍ କିମ୍ବା ପାପର ପଥ ଗ୍ରହଣ କରି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରନ୍ତି । ଦୁନିଆରେ ଏପରି କୌଣସି ବ୍ୟକ୍ତି ନାହିଁ ଯାହାର କୌଣସି ମନସ୍କାମନା ନାହିଁ । ବର୍ତ୍ତମାନର ମଣିଷ ସବୁବେଳେ ନିଜର ଆବଶ୍ୟକତା ଏବଂ ଇଚ୍ଛାର ପୂର୍ତ୍ତି କରିବାରେ ନିୟୋଜିତ ରହିଛି ।

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସ୍ୱପ୍ନ ରହିଥାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ଚେଷ୍ଟା କରନ୍ତି ନିଜ ସ୍ଵପ୍ନକୁ ଯଥାଶୀଘ୍ର ପୂରଣ କରିବା ପାଇଁ ଯେପରି ସେ ସମସ୍ତ ପ୍ରକାରର ସୁବିଧା ବଞ୍ଚିତ ନହେବେ କିନ୍ତୁ ସଫଳତା ପାଇବା ସମସ୍ତଙ୍କ ଭାଗ୍ୟରେ ନଥାଏ । ତେଣୁ, କିଛି ଲୋକ ସେମାନଙ୍କର ସ୍ୱପ୍ନ ପୂରଣ ନହେବା କାରଣରୁ ବିଫଳତାର ସମ୍ମୁଖୀନ ହେବାକୁ ଅସମର୍ଥ ହୁଅନ୍ତି ଏବଂ ନିଜ ଜୀବନ ଦେବାକୁ ମଧ୍ୟ ଚେଷ୍ଟା କରନ୍ତି । କିନ୍ତୁ ଆପଣ ଯଦି ସତ ପଥରେ ଅଛନ୍ତି ଏବଂ ଆପଣ କଠିନ ପରିଶ୍ରମ କରୁଛନ୍ତି ତେବେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ ।

ଆପଣ ନିଶ୍ଚିତ ଭାବରେ ଏହିପରି ଅନେକ ଘଟଣା ଦେଖିଥିବେ କିମ୍ବା ଶୁଣିଥିବେ ଯେଉଁଠାରେ ବ୍ୟକ୍ତି ନିଜର ଲାଭ ପାଇଁ କିମ୍ବା ନିଜର ଇଚ୍ଛା ପୂରଣ କରିବା ପାଇଁ ଭୁଲ୍ ରାସ୍ତା ବାଛନ୍ତି ଏବଂ ବିଭିନ୍ନ ପ୍ରକାରର କଳାଯାଦୁକୁ ବିଶ୍ୱାସ କରିବା ଆରମ୍ଭ କରନ୍ତି କିନ୍ତୁ ଏହି ପ୍ରତିକାର କେବଳ ସୀମିତ ସମୟ ପାଇଁ କାମ କରେ । ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ନିଜର ଅସୁବିଧା ପାଇଁ ଚିନ୍ତିତ ତେବେ ଏହି ଆର୍ଟିକିଲଟି କେବଳ ଆପଣଙ୍କ ପାଇଁ ଅଟେ । ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏକ ଏପରି ମନ୍ତ୍ର କହିବାକୁ ଯାଉଛୁ ଯାହାକୁ ଜପ କଲେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ଏହି ମନ୍ତ୍ର ଖୁବ୍ ଶକ୍ତିଶାଳୀ ଅଟେ ଏବଂ ଏହି ମନ୍ତ୍ର ଦ୍ୱାରା ଅନେକ ବ୍ୟକ୍ତି ନିଜର ସ୍ୱପ୍ନ ପୂରଣ କରିବାରେ ସମର୍ଥ ହୋଇଛନ୍ତି ।

ଯଦି ଆପଣ ଶାସ୍ତ୍ର ଅଧ୍ୟୟନ କରନ୍ତି ତେବେ ଆପଣ ଏପରି ଅନେକ ମନ୍ତ୍ର ପାଇବେ ଯାହା ମାନବ ଜୀବନରେ ସୁଖ ଭରିଦେଇଥାଏ । ଆପଣ ଏହି ମନ୍ତ୍ର ଜପ କରି ସୁଖ, ସମୃଦ୍ଧି ଏବଂ ଧନ ଅର୍ଜନ କରିପାରିବେ । ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ତ୍ର କହିବାକୁ ଯାଉଛୁ ଯାହାକୁ ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ ଜପ କରିବାକୁ ପଡିବ । ଏହି ମନ୍ତ୍ର ଜପ କରିବା ପରେ ଆପଣ ନିଜ ଜୀବନରେ ପରିବର୍ତ୍ତନ ଅନୁଭବ କରିବା ଆରମ୍ଭ କରିବେ ଏବଂ ଆପଣଙ୍କୁ ନିଜ ସମସ୍ୟାରୁ ମୁକ୍ତି ମିଳିବ । ତେବେ ଆସନ୍ତୁ ଜାଣିବା ଏହା କେଉଁ ମନ୍ତ୍ର ଯାହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ଜପ କଲେ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ ।

ଏହି ମନ୍ତ୍ରଟି ହେଉଛି –

ହନୁମାନ ଅଞ୍ଜନିସୁନୁବାୟୁରପୁତ୍ରୋ ମହାଵଳ଼ଃ । ରାମେସ୍ତଃ ଫାଲଗୁନସଖଃ ପିଙ୍ଗାକ୍ଷୋଅମୀତଵିକ୍ରମଃ ॥

ଉଦଧୀକ୍ରମଣ୍ୟଚୈବ ସୀତାଶୋକବିନାଶନଃ । ଲକ୍ଷ୍ମଣପ୍ରାଣଦାତା ଚ ଦଶାଗ୍ରିୱଶ୍ୟ ଦର୍ପହା ॥

ଏବଂ ଦ୍ୱାଦଶ ନାମାନି କପିନ୍ଦ୍ରଶ୍ୟ ମହାତ୍ମନଃ । ସ୍ୱାପକାଳେ ପ୍ରବୋଧେ ଚ ୟାତ୍ରାକାଳେ ଚ ୟଃ ପାଠେତ ॥

ତସ୍ୟ ସର୍ବଭୟ ନାସ୍ତି ରଣେ ଚ ବିଜୟୀ ଭବେତ । ରାଜଦ୍ୱାରେ ଗହ୍ବରେ ଚ ଭୟ ନାସ୍ତି କାଦାଚନ ॥

ବିଶ୍ୱାସ କରାଯାଏ ଯେ ଏହି ମନ୍ତ୍ର ଜପ କରିବା ଦ୍ୱାରା ମନୁଷ୍ୟର ସମସ୍ତ ପ୍ରକାର ଅସୁବିଧା, ଦୁଃଖ ଓ ଯନ୍ତ୍ରଣା ଦୂର ହୁଏ ଏବଂ ସଫଳତା ପଦାଙ୍କ ଚୁମ୍ବନ କରେ । ଜୀବନ ପାଖରୁ ହାର ମାନିଯାଇ ଥିବା ଲୋକଙ୍କ ପାଇଁ ଏହା ଭଗବାନଙ୍କ ଆଶୀର୍ବାଦ ସଦୃଶ୍ୟ ।

Leave a Reply

Your email address will not be published. Required fields are marked *