ଜଣେ ଝିଅ ପିତାଙ୍କୁ ଦେଲେ ମୁଖାଗ୍ନି, ଆଉ ଜଣେ ଝିଅ ସେହି ଦିନ ଦେଲେ ‘IBPS’ ପରୀକ୍ଷା ! ଜାଣନ୍ତୁ କଣ ଥିଲା ଫଳାଫଳ ?

ଜଣେ ଝିଅ ପିତାଙ୍କୁ ଦେଲେ ମୁଖାଗ୍ନି, ଆଉ ଜଣେ ଝିଅ ସେହି ଦିନ ଦେଲେ ‘IBPS’ ପରୀକ୍ଷା ! ଜାଣନ୍ତୁ କଣ ଥିଲା ଫଳାଫଳ ?

କେହି ସତ କହିଛନ୍ତି ଯେ ତ୍ୟାଗ ସଫଳତା କାହାଣୀର ପ୍ରଥମ ପାହାଚ ଅଟେ । ପରେ କଥା ଇଚ୍ଛାର ହେଉ, ପରିବାରର ହେଉ କିମ୍ବା ଆବଶ୍ୟକତାର ହେଉ ବ୍ୟକ୍ତିକୁ ଯଦି ନିଜ ଜୀବନରେ କୌଣସି ସଫଳତା ହାସଲ କରିବାର ଅଛି ତେବେ ଏହାକୁ ଜୀବନର ସମସ୍ତ କ୍ଷେତ୍ରରେ କୌଣସି ନା କୌଣସି ଜିନିଷର ତ୍ୟାଗ କିମ୍ବା ବୁଝାମଣା କରିବାକୁ ପଡିଥାଏ ।

ପ୍ରଥମ ଚେଷ୍ଟାରୁ ମିଳିଲା ସଫଳତା

ଏହି କାହାଣୀ ଝାଡ଼ଖଣ୍ଡର ବିଷ୍ଣୁପୁର ସଡ଼କର୍ ଶାସ୍ତ୍ରୀ ନଗରରେ ରହୁଥିବା ସାକ୍ଷୀ ଶ୍ରୀବାସ୍ତବଙ୍କ ଅଟେ, ଯାହାଙ୍କ ଚଳନ ନିକଟରେ କାନାଡ଼ା ବ୍ୟାଙ୍କରେ ପିଓ ପଦରେ ହୋଇଥିଲା । ଯଦିଓ ଏହି ପଦ ହାସଲ କରିବା କୌଣସି ବଡ଼ କଥା ନୁହେଁ, କିନ୍ତୁ ଏହି ସମୟରେ ତାଙ୍କ ସହିତ ଯାହା କିଛି ହେଲା ଏବଂ ସେ ନିଜର ଦୁଇଟି ମାର୍ଗ ମଧ୍ୟରୁ ଯେଉଁ ମାର୍ଗ ଚୟନ କଲେ ଏହା ବଡ଼ କଥା ଅଟେ ।

ପ୍ରତୀକାତ୍ମକ ଫୋଟ ପିତାଙ୍କ ଚିତାକୁ ଛାଡ଼ି ଯିବାକୁ ପଡ଼ିଲା

ବାସ୍ତବରେ ଯେଉଁ ଦିନ ଏମାନଙ୍କ IBPSର ପରୀକ୍ଷା ଥିଲା ସେହି ଦିନ ତାଙ୍କ ପିତା ଶୈଳେନ୍ଦ୍ର ଲାଲଙ୍କ ନିଧନ ହୋଇଯାଇଥିଲା । ପିତାଙ୍କ ଜ୍ୱଳନ୍ତ ଚିତାକୁ ଛାଡ଼ି ତାଙ୍କୁ ପରୀକ୍ଷା ଦେବାକୁ ଯିବାକୁ ପଡ଼ିଲା । ସାକ୍ଷୀ ୧୨ ଶ୍ରେଣୀ ପରେ ଘରେ ରହି ପ୍ରତିଯୋଗିତାର ପରୀକ୍ଷାର ପ୍ରସ୍ତୁତି କରିଥିଲେ । ସାକ୍ଷୀଙ୍କ ବଡ଼ ଭଉଣୀ ସ୍ନେହା ଶ୍ରୀବାସ୍ତବଙ୍କ ଚୟନ ୨୦୧୫ରେ ବ୍ୟାଙ୍କ ଅଫ୍ ବରୋଦାର ପିଓ ପଦରେ ହୋଇଥିଲା । ଏମିତିରେ ନିଜ ବଡ଼ ଭଉଣୀଙ୍କ ମାର୍ଗରେ ଚାଲି ସାକ୍ଷୀ ୧୨ଶ୍ରେଣୀ ପରୀକ୍ଷା ପରଠାରୁ ପିଓ ପରୀକ୍ଷାର ପ୍ରସ୍ତୁତି କରୁଥିଲେ ।

ଛୋଟ ଭଉଣୀ ଦେଲେ ମୁଖାଗ୍ନି

ପିତାଙ୍କ ନିଧନ ହେଲା ସେତେବେଳେ ସାକ୍ଷୀଙ୍କ ଛୋଟ ଭଉଣୀ ସମୃଦ୍ଧି ନିଜ ପିତାଙ୍କୁ ମୁଖାଗ୍ନି ଦେଲେ ଓ ସାକ୍ଷୀଙ୍କୁ ସେହି ଦିନ ନିଜ ପରୀକ୍ଷା ପାଇଁ ପିତାଙ୍କ ଜ୍ୱଳନ୍ତ ଚିତାକୁ ଛାଡି ଦେଇ ଚାଲିଯିବାକୁ ପଡିଥିଲା । ସେହି ସମୟରେ ଏହା ବହୁତ କଷ୍ଟକର ଥିଲା ଯେ ପିତାଙ୍କ ଚିତା ବର୍ତ୍ତମାନ ଥଣ୍ଡା ମଧ୍ୟ ହୋଇନଥିଲା ଓ ସାକ୍ଷୀ ନିଜ ପରୀକ୍ଷା ମାର୍ଗରେ ଚାଲିଗଲେ ।

ସାକ୍ଷୀଙ୍କ ସଫଳତାରୁ ଖୁସି ହେଲେ ପରିବାର ଲୋକେ

ସାକ୍ଷୀଙ୍କ ପରୀକ୍ଷା ଫଳ ଯେତେବେଳେ ପ୍ରକାଶ ପାଇଲା ସେତେବେଳେ ତାଙ୍କୁ ଅନୁଭବ ହେଲା ଯେ ତାଙ୍କ ପିତା ତାଙ୍କ ନିଷ୍ପତ୍ତି ପାଇଁ ଗର୍ବିତ ହେବେ । ସାକ୍ଷୀ IBPS ପରୀକ୍ଷା ପୂର୍ବରୁ ପ୍ରଥମ ଚେଷ୍ଟାରେ ନିକଟସ୍ଥ କାନାଡ଼ା ବ୍ୟାଙ୍କରେ ତାଙ୍କର ଚୟନ ହେଲା । ଦୁଃଖିତ ପରିସ୍ଥିତିରେ ବୁଡି ରହିଥିବା ପରିବାର ଲୋକଙ୍କ ପାଇଁ ସାକ୍ଷୀଙ୍କ ସଫଳତା ଏପରି ହେଲା, ଯିଏ ପରିବାରକୁ ଶୋକର ପରିସ୍ଥିତିରେ ମଧ୍ୟ ଖୁସି ଦେଇଦେଲା । ସାକ୍ଷୀ ନିଜ ସଫଳତାର ଶ୍ରେୟ ନିଜ ମାତାପିତାଙ୍କୁ ଦିଅନ୍ତି ।

Leave a Reply

Your email address will not be published. Required fields are marked *