ଜଣେ ବିବାହିତ ପୁରୁଷଙ୍କୁ ପାଗଳ ପରି ପ୍ରେମ କରୁଥିବା ନାରୀକୁ ଆପଣ କେବେ ମଧ୍ୟ ଦେଖିନଥିବେ !

ଜଣେ ବିବାହିତ ପୁରୁଷଙ୍କୁ ପାଗଳ ପରି ପ୍ରେମ କରୁଥିବା ନାରୀକୁ ଆପଣ କେବେ ମଧ୍ୟ ଦେଖିନଥିବେ !

ସୋନି ଟିଭିର ପ୍ରସିଦ୍ଧ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍’ର ପ୍ରତ୍ୟେକ ଏପିସୋଡରେ ବଡ ବଡ ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳେ । ଗତକାଲି ‘ଇଣ୍ଡିଆନ୍ ଆଇଡଲ୍’ ୧୨ରେ ଭେଟେରାନ୍ ଏବଂ ଚିରସବୁଜ୍ ଅଭିନେତ୍ରୀ ରେଖାଙ୍କୁ ଦେଖିବାକୁ ମିଳିଥିଲା । ସେ ଅତିଥି ଭାବରେ ଶୋ’ରେ ପହଞ୍ଚି ଦର୍ଶକଙ୍କର ପୁରା ମନୋରଞ୍ଜନ କରିଥିଲେ ।

ଗତକାଲିର ଏପିସୋଡରେ ପ୍ରଶଂସକମାନେ ରେଖାଙ୍କର ଏକ ନୂଆ ଅନ୍ଦାଜ଼ ଦେଖିବାକୁ ପାଇଲେ । ପ୍ରଥମେ ସେ ନିଜେ ଏକ ଗୀତ ଗାଇଲେ ଏବଂ ତା’ପରେ ସେ ସମସ୍ତ ପ୍ରତିଯୋଗୀମାନଙ୍କ ସହିତ ମଧ୍ୟ ଗୀତ ଗାଇଥିଲେ । ରେଖାଙ୍କ ଏହି ନୂଆ ଅନ୍ଦାଜ଼ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଏପିସୋଡ଼ର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଏବଂ ଦର୍ଶକମାନେ ଏହି ଏପିସୋଡ଼ଟିକୁ ଖୁବ୍ ପସନ୍ଦ କରିଛନ୍ତି ।

ଶୋ’ରେ ଯେତେବେଳେ ରେଖାଙ୍କୁ କିଛି ପ୍ରଶ୍ନ କରାଯାଇଥିଲା ତାଙ୍କ ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରେଖା ଏପରି ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ହୋଷ୍ଟ ଜୟ ଭାନୁଶାଲି ନେହା କକ୍କର୍ ଏବଂ ରେଖାଙ୍କୁ ପଚାରିଥିଲେ, “ଆପଣ କେବେ ଏପରି ନାରୀ ଦେଖିଛନ୍ତି ଯେ ଜଣେ ବିବାହିତ ପୁରୁଷଙ୍କ ପାଇଁ ପାଗଳ ଅଟନ୍ତି ? “ଏହାର ଉତ୍ତରରେ ରେଖା ମଜାଳିଆ ଢଙ୍ଗରେ କହିଥିଲେ ଯେ ଆପଣ ମତେ ଦେଖିଦିଅନ୍ତୁ । ଯେତେବେଳେ ଜୟ ଆଶ୍ଚର୍ଯ୍ୟ ହୋଇ ରେଖାଙ୍କୁ ଚାହିଁଥିଲେ ରେଖା କଥା ବଦଳାଇଦେଇ କହିଥିଲେ ଯେ ମୁଁ କିଛି କହି ନାହିଁ । ଜୟଙ୍କ ସହିତ ସମସ୍ତ ପ୍ରତିଯୋଗୀ ଏବଂ ବିଚାରପତି ମଧ୍ୟ ରେଖାଙ୍କ ଉତ୍ତର ଶୁଣି ତାଙ୍କ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ ।

କଣ ଏହି ଉତ୍ତର ଅମିତାଭ ବଚ୍ଚନଙ୍କ ଆଡକୁ ସୂଚିତ କରୁଥିଲା କି ?

ରେଖା ଏବଂ ଅମିତାଭ ବଚ୍ଚନଙ୍କ ପ୍ରେମସମ୍ପର୍କ ୯୦ଦଶକରେ ଖୁବ୍ ଚର୍ଚ୍ଚିତ ଥିଲା । ବିବାହିତ ହୋଇଥିବା ସତ୍ୱେ ମଧ୍ୟ ଅମିତାଭ ରେଖାଙ୍କୁ ଭଲପାଇ ବସିଥିଲେ ଏବଂ ରେଖା ମଧ୍ୟ ‘ବିଗ୍-ବି’ଙ୍କ ପ୍ରେମରେ ପାଗଳ ଥିଲେ । ବଲିଉଡର ସବୁଠୁ ଚର୍ଚ୍ଚିତ ଆଫେୟାର୍ ମଧ୍ୟରୁ ରେଖା ଏବଂ ଅମିତାଭଙ୍କ ସମ୍ପର୍କ ଅନ୍ୟତମ । ଜୟା ବଚ୍ଚନ ଏବଂ ଅମିତାଭଙ୍କ ବିବାହ ହୋଇସାରିଥିବାରୁ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିଲାନାହିଁ କିନ୍ତୁ ଆଜି ମଧ୍ୟ ରେଖାଙ୍କ ହୃଦୟରେ ଅମିତାଭ ବଚ୍ଚନଙ୍କ ପ୍ରତି ବହୁତ ଭଲପାଇବା ଅଛି, ତାଙ୍କର ଉତ୍ତର ସ୍ପଷ୍ଟ ଭାବରେ ସୂଚିତ କରୁଛି ।

ଆହୁରି ମଧ୍ୟ ଯେତେବେଳେ ପ୍ରତିଯୋଗୀ ସୱାଇ ଭାଟ ଶୋ’ରେ ବିଗ୍-ବି ଗାଇଥିବା ଗୀତ ‘ରଙ୍ଗ ବରଷେ’ ଗାଇଥିଲେ ରେଖା ବହୁତ ଉସ୍ଛାହିତ ଦେଖାଯାଉଥିଲେ ଏବଂ କହିଥିଲେ ଯେ ସେ ଏହି ଗୀତକୁ ତାଙ୍କ ପ୍ଲେଲିଷ୍ଟରେ ଅନ୍ତର୍ଭୁକ୍ତ କରିବେ । କେବଳ ଏତିକି ନୁହେଁ ଶୋ’ର ଅନ୍ୟ ଜଣେ ପ୍ରତିଯୋଗୀ ମହମ୍ମଦ ଦାନିଶ୍ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମୁକଦ୍ଦର କା ସିକନ୍ଦର୍’ର ଏକ ଗୀତ ଗାଇଥିଲେ । ଏଥିରେ ଖୁସି ହୋଇ ରେଖା ତାଙ୍କୁ ଏକ ନୋଟ୍ ବ୍ୟାଗ୍ ଦେଇଥିଲେ ଏବଂ ପରେ ରେଖା ନିଜେ ମଞ୍ଚକୁ ଆସି ଏହି ଗୀତଟିକୁ ଗାଇଥିଲେ ।

Leave a Reply

Your email address will not be published. Required fields are marked *