ସନ୍ତାନ କୁ ହରାଇବା ଦୁଃଖ ମାତା ପିତାଙ୍କୁ ଖୁବ୍ କଷ୍ଟ ଦେଇଥାଏ । ଏହି କଷ୍ଟକୁ ଭାଷାରେ କହିବା ସମ୍ଭବ ନୁହେଁ । ନିଜର ପ୍ରଥମ ସନ୍ତାନ କୁ ହରାଇବା ଏହିପରି କଷ୍ଟରେ ଅଭିନେତା ଶେଖର୍ ସୁମନ୍ ଅନେକ ଦିନ ହେବ ପୀଡ଼ିତ ହେଉଛନ୍ତି । ନିଜର ବଡ଼ ପୁଅକୁ ୨୭ ବର୍ଷ ପୂର୍ବେ ହରାଇ ଥିବା ଶେଖର୍ ସୁମନ୍ ତାଙ୍କର ଜନ୍ମ ଦିନରେ ତାଙ୍କୁ ମନେ ପକାଇଛନ୍ତି । ଦିବଙ୍ଗତ ପୁଅ ଆୟୁଷର ଜନ୍ମଦିନ ପାଳନ କରି ଶେଖର୍ ସୁମନ୍ ଏକ ଭିଡ଼ିଓ ଟ୍ୱିଟରରେ ସେୟାର୍ କରଛନ୍ତି ।
ଶେଖର ସୁମନ୍ ଟ୍ୱିଟରରେ ଯେଉଁ ଦିନ ଭିଡ଼ିଓ ସେୟାର୍ କରିଛନ୍ତି, ସେଥିରେ ସେ ନିଜ ଦିବଙ୍ଗତ ପୁଅ ଆୟୁଷଙ୍କ ଜନ୍ମଦିନ ମନାଉଥିବାର ନଜର ଆସିଛନ୍ତି । ସେଥିରେ ଏକ କେକ୍ ନଜର ଆସିଛି ଯେଉଁଥିରେ ଆୟୁଷ ଲେଖା ଯାଇଛି ଏବଂ ତାଙ୍କ ବଙ୍ଗଳାରେ ତାଙ୍କର ଫୋଟ ରଖିଛନ୍ତି । ପଛରୁ ଗାୟତ୍ରୀ ମନ୍ତ୍ର ଜପର ଶବ୍ଦ ଶୁଣାଯାଇଛି ।
Alka n i lost our angel Aayush who was born on the 3rd of April.We miss him terribly n yearn for him.Remembering him with lots of love.❤❤❤plz keep him in ur prayers 🙏🙏🙏 pic.twitter.com/R1wgy6pZdg
— Shekhar Suman (@shekharsuman7) April 3, 2021
ଭିଡ଼ିଓକୁ ସେୟାର୍ କରି ଶେଖର୍ ସୁମନ୍ କ୍ୟାପଶନ୍ ଦେଇଛନ୍ତି, ‘ଅଳକା ଏବଂ ମୁଁ ନିଜର ଏଞ୍ଜେଲ୍ ଆୟୁଷ କୁ ହରାଇଛୁ ଯାହାର ନାମ ଜନ୍ମ ଅପ୍ରେଲ୍ ୩ରେ ହୋଇଥିଲା । ଆମେ ତାକୁ ଅନେକ ଭଲ ପାଇବା ଏବଂ ସ୍ନେହର ସହିତ ମନେ ପକାଉଛୁ । ନିଜ ପ୍ରାର୍ଥନାରେ ତାକୁ ମନେ ରଖନ୍ତୁ ।’
ଆପଣଙ୍କୁ କହିରଖୁଛୁ ଯେ ଆୟୁଷଙ୍କ ଜନ୍ମ ୧୯୮୩ ଅପ୍ରେଲ ୩ରେ ହୋଇଥିଲା । କିନ୍ତୁ ୧୯୯୦ର ଶେଷରେ ଜଣା ପଡ଼ିଲା ଯେ ଆୟୁଷଙ୍କୁ ହୃଦୟ ଜନିତ ରୋଗ ରହିଛି । ଆୟୁଷ ୪ ବର୍ଷ କାଳ ଏହି ରୋଗ ସହିତ ଲଢ଼ି ଥିଲେ । କିନ୍ତୁ ଜୁନ୍ ୨୨, ୧୯୯୪ରେ ୧୧ ବର୍ଷ ବୟସରେ ଆୟୁଷଙ୍କର ନିଧନ ହୋଇ ଯାଇଥିଲା । ଆୟୁଷଙ୍କୁ ଦୁନିଆ ଛାଡ଼ି ଯିବାର ୨୭ ବର୍ଷ ବିତି ଯାଇଛି କିନ୍ତୁ ପୁଅକୁ ହରାଇବାର ଦୁଃଖ ଆଜି ପର୍ଯ୍ୟନ୍ତ ତାଙ୍କ ହୃଦୟରେ ରହିଛି ।
୨୦୧୪ରେ ଶେଖର୍ ସୁମନ୍ ନିର୍ଦେଶକ ପ୍ରଥମ ଫିଲ୍ମ ବନାଇଥିଲେ ‘ହାର୍ଟଲେସ୍’ । ଯାହାକୁ ସେ ନିଜର ପୁଅ ଆୟୁଷଙ୍କ ସ୍ମରଣରେ ସମର୍ପିତ କରିଥିଲେ । ଏହି ଫିଲ୍ମରେ ଶେଖର୍ ସୁମନ୍ ଏବଂ ତାଙ୍କର ଛୋଟ ପୁଅ ଅଧ୍ୟୟନ ସୁମନ ମୁଖ୍ୟ ଭୂମିକା ତୁଲାଇ ଥିଲେ ।