ମହିଳାମାନେ ଭୁଲରେ ଏହି ଦିନ ଲଗାନ୍ତି ନାହିଁ ତେଲ ! ନଚେତ୍ ସ୍ୱାମୀଙ୍କ ଆୟୁଷ କମିଯିବ…

ମହିଳାମାନେ ଭୁଲରେ ଏହି ଦିନ ଲଗାନ୍ତି ନାହିଁ ତେଲ ! ନଚେତ୍ ସ୍ୱାମୀଙ୍କ ଆୟୁଷ କମିଯିବ…

ମହିଳାମାନେ ଭୁଲରେବି ଲଗାନ୍ତୁ ନାହିଁ ଏହିଦିନ ତେଲ ନହଲେ ସ୍ୱାମୀଙ୍କର ଆୟୁଷ ହାନି ହୋଇପାରେ । ବନ୍ଧୁଗଣ ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟେ ଘରର ବୋହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ,ଶାନ୍ତି ଏବଂ ଅଶାନ୍ତି ସେହି ଘରର ବୋହୁ ଉପରେ ନିର୍ଭର କରିଥାଏ । ବୋହୂଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବୋହୁଟି କେବେକେବେ ସେହି ଘରର ସର୍ବନାଶର କାରଣ ମଧ୍ୟ ହୋଇଥାଏ । ବିବାହ ପୂର୍ବରୁ ଝିଅକୁ ଲକ୍ଷ୍ମୀ ବୋଲି କୁହାଯାଏ ଏବଂ ବିବାହ ପରେ ଜଣେ ନାରୀକୁ ଗୃହଲକ୍ଷ୍ମୀ ବୋଲି ସମ୍ବୋଧନ କରାଯାଏ ।

ଯଦି ଜଣେ ନାରୀ ଆମ ସଂସ୍କୃତିର ସବୁ ନୀତି ନିୟମ ଭଲଭାବରେ ମାନିଥାଏ ତେବେ ସେହିଘର ଧନ ସମ୍ପତିରେ ପୂର୍ଣ୍ଣ ହୋଇଯାଇଥାଏ । ମହିଳାଙ୍କର ନିତିଦିନିଆ ଛୋଟ ଛୋଟ କାର୍ଯ୍ୟରେ ତାଙ୍କ ପରିବାରର ସୁଖ ଶାନ୍ତି ଏବଂ ଧନ ସମ୍ପତିର ଭାବ ଅଭାବ ନିର୍ଭର କରିଥାଏ । ଏପରିକି ଜଣେ ବିବାହିତା ପୁରୁଷଙ୍କର ବଞ୍ଚିବାର ଆୟୁଷ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ଉପରେ ନିର୍ଭର କରିଥାଏ ।ତେବେ ଆଜି ଆମେ ଆପଣଙ୍କୁ ମହିଳା ମାନଙ୍କ ବିଷୟରେ ଏପରି ଏକ କଥା କହିବାକୁ ଯାଉଛୁ ଯାହାକି ଅପଣଙ୍କ ଘରର ସୁଖ ଶାନ୍ତିକୁ ବଜାଏ ରଖିବାରେ ସାହାଯ୍ୟ କରିବ ।

ଆମେ ସମସ୍ତେ ପ୍ରତିଦିନ ଦେହ ଓ ମୁଣ୍ଡରେ ତେଲ ଲଗାଇଥାଉ । କିନ୍ତୁ ଆମ ପୁରାଣ ଶାସ୍ତ୍ର ଅନୁସାରେ ମହିଳାମାନେ ପ୍ରତିଦିନ ତେଲ ଲଗାଇବା ଉଚିତ ନୁହେଁ । କୌଣସି ସପ୍ତାହରେ କେବଳ ତିନିଦିନ ଏବଂ ତିନୋଟି ବାରରେ ତେଲ ଲଗାଇବା ଉଚିତ ହୋଇଥାଏ । ଘରେ ଧନ ସମ୍ପତ୍ତିର ଆଗମନ ହୋଇଥାଏ । କେତେକ ମହିଳା ଗାଧୋଇବା ପୂର୍ବରୁ ତେଲ ଲଗାଇଥାନ୍ତି । ମାତ୍ର ଏହା ଉଚିତ ହୋଇନଥାଏ । ତେବେ ଆସନ୍ତୁ ଜାଣିବା କେବେ ତେଲ ଲଗାଇବା ଉଚିତ ଏବଂ କେବେ ତେଲ ଲଗାଇବା ଅନୁଚିତ ।

ଆସନ୍ତୁ ଜାଣିବା

ନମ୍ବର ୧. ଆମ ପୁରାଣ ଶାସ୍ତ୍ର ଅନୁସାରେ ମଙ୍ଗଳବାର, ଗୁରୁବାର, ଶନିବାର ଓ ଶୁକ୍ରବାର ଦିନ ତେଲ ଲଗାଇବା ଉଚିତ ହୋଇନଥାଏ । ଏହି ଦିନ ମାନଙ୍କରେ ତେଲ ଲଗାଇବା ଦ୍ୱାରା ଘରେ ଅଶାନ୍ତି ଦେଖା ଦେଇଥାଏ ଏବଂ ସ୍ୱାମୀଙ୍କର ଆୟୁଷ ହାନି ମଧ୍ୟ ହୋଇଥାଏ ।

ନମ୍ବର ୨. ଶନିବାର ଦିନ ମହିଳାମାନେ ମୁଣ୍ଡରେ ତେଲ ଲଗାଇବା ଫଳରେ ଘରେ ଶନିଙ୍କର ଆଗମନ ହୋଇଥାଏ ଏବଂ ସବୁବେଳେ କଳି ଝଗଡା ଆଉ ଅଶାନ୍ତି ମଧ୍ୟ ଦେଖାଦେଇଥାଏ ।

ନମ୍ବର ୩. ସେହିପରି ମଙ୍ଗଳବାର ଦିନ ତେଲ ଲଗାଇବା ଦ୍ୱାରା ଧନହାନି ଏବଂ ମାନହାନି ହେବା ସହ ସ୍ୱାମୀଙ୍କର ଆୟୁଷ ହାନି ମଧ୍ୟ ହୋଇଥାଏ । ତେଣୁ ମହିଳାମାନେ ଭୁଲରେ ମଧ୍ୟ ଏହି ବାରରେ ତେଲ ଲଗାନ୍ତୁ ନାହିଁ ।

ନମ୍ବର ୪. ଯଦି ଘରର ମହିଳାମାନେ ଗୁରୁବାର ଦିନ ତେଲ ଲାଗନ୍ତି ତେବେ ମାତା ଲକ୍ଷ୍ମୀ ସେହି ଘର ଛାଡ଼ି ଚାଲିଯାନ୍ତି ଓ ଘରକୁ ଦାରିଦ୍ୟତାର ଆଗମନ ହୋଇଥାଏ ।

ନମ୍ବର ୫. ଶୁକ୍ରବାର ଦିନ ମହିଳାମାନେ ମୁଣ୍ଡରେ ତେଲ ଲଗାଇବା ଦ୍ୱାରା ଘରକୁ ଦୁର୍ଭାଗ୍ୟ ଆସିଥାଏ । ତେଣୁ ଏହିଦିନ କେବେହେଲେ ତେଲ ଲଗାନ୍ତୁ ନାହିଁ । ତେବେ ବନ୍ଧୁଗଣ କେବଳ ମଙ୍ଗଳବାର, ଗୁରୁବାର, ଶନିବାର ଏବଂ ଶୁକ୍ରବାର ଦିନକୁ ଛାଡ଼ି ଅନ୍ୟ ଯେକୌଣସି ଦିନରେ ମୁଣ୍ଡରେ ତେଲ ଲଗାଇ ପାରିବେ ।

Leave a Reply

Your email address will not be published. Required fields are marked *