ନୟନତାରାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ପ୍ରଭୁ ଦେବା ! ଘର, ସ୍ତ୍ରୀ ଏବଂ ଛୁଆମାନଙ୍କୁ ଭୁଲି ରହୁଥିଲେ ଅଭିନେତ୍ରୀଙ୍କ ସହ…

ନୟନତାରାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ପ୍ରଭୁ ଦେବା ! ଘର, ସ୍ତ୍ରୀ ଏବଂ ଛୁଆମାନଙ୍କୁ ଭୁଲି ରହୁଥିଲେ ଅଭିନେତ୍ରୀଙ୍କ ସହ…

ପ୍ରଭୁ ଦେବାଙ୍କୁ ଭାରତର ମାଇକେଲ୍ ଜେକ୍ସନ୍ ବୋଲି କୁହାଯାଏ । ପ୍ରଭୁ ଦେବା ନିଜର ୪୮ତମ ଜନ୍ମଦିନ ପାଳନ କରିଛନ୍ତି । ପ୍ରଭୁ ଦେବାଙ୍କ ଜନ୍ମ ୩ ଏପ୍ରିଲ୍ ୧୯୭୩ କୁ ମେସୁରରେ ହୋଇଥିଲା । ପ୍ରଭୁ ଦେବା ଭାରତର ସବୁଠାରୁ ବଡ଼ ଡ୍ୟାନ୍ସର୍ ମଧ୍ୟରୁ ଜଣେ ଅଟନ୍ତି । ଏହି କଳା ତାଙ୍କୁ ଜନ୍ମରୁ ମିଳିଛି । ତାଙ୍କ ପିତା ମଧ୍ୟ ଏକ ବହୁତ ଭଲ ଡ୍ୟାନ୍ସର୍ ଥିଲେ । ତାଙ୍କ ପିତା ସାଉଥ୍ ଇଣ୍ଡଷ୍ଟ୍ରିରେ ଜଣେ ଡ୍ୟାନ୍ସ ମାଷ୍ଟର୍ ରୂପେ କାମ କରୁଥିଲେ ।

ପ୍ରଭୁ ଦେବାଙ୍କ ପ୍ରତିଭା ଦେଖି ତାଙ୍କ ପିତା ତାଙ୍କୁ ଭାରତନାଟ୍ୟମ୍ ସହିତ ପାଶ୍ଚାତ୍ୟ ନୃତ୍ୟର ଶିକ୍ଷା ମଧ୍ୟ ଦେଇଥିଲେ । ଏହାପରେ ପ୍ରଭୁଦେବା ଦକ୍ଷିଣ ଚଳଚ୍ଚିତ୍ର ଜଗତରେ ପାଦ ରଖିଲେ ଓ ନୃତ୍ୟ ନିର୍ଦ୍ଦେଶକ ଭାବେ ସେ କାମ କରିବା ଆରମ୍ଭ କରିଦେଲେ । ନୃତ୍ୟ ନିର୍ଦ୍ଦେଶକ ଭାବେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ବେତ୍ରୀ । ଏହାପରେ ସେ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ କୋରିଓଗ୍ରାଫର୍ ଭାବେ କାମ କରିଥିଲେ । ପ୍ରଭୁ ଦେବା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଥିଲେ ।

ପ୍ରଭୁ ଦେବା ଦକ୍ଷିଣରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଥିଲେ । ତାଙ୍କ ନାମ ଦକ୍ଷିଣର ବଡ଼ ବଡ଼ ଅଭିନେତ୍ରୀ ନୟନତାରା ସହିତ ଅନେକ ଥର ଜଡ଼ିତ ହୋଇସାରିଛି । ଦୁହିଁଙ୍କ ସମ୍ପର୍କର ଖବର ଚର୍ଚ୍ଚାରେ ଥିଲା । ଏ ଦୁହିଁଙ୍କୁ ଚଳଚ୍ଚିତ୍ର ସେଟରେ ପ୍ରେମ ହୋଇଯାଇଥିଲା । ଯେତେବେଳେ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରି ଦେଇଥିଲେ ସେହି ସମୟରେ ପ୍ରଭୁ ଦେବା ଆଗରୁ ବିବାହିତ ଥିଲେ । ଏତିକିନୁହେଁ ଏଥିସହିତ ପ୍ରଭୁଙ୍କ ତିନୋଟି ପୁଅ ମଧ୍ୟ ଥିଲେ ।

କିଛି ମିଡ଼ିଆ ରିପୋର୍ଟ ଅନୁଯାୟୀ ଏ ଦୁହେଁ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ଦୁହେଁ ଏକାଠି ରହିବାକୁ ଲାଗୁଥିଲେ । କିନ୍ତୁ ପରେ ଦୁହେଁ କୌଣସି କାରଣରୁ ଅଲଗା ହୋଇ ଯାଇଥିଲେ । ଯେତେବେଳେ ପ୍ରଭୁଙ୍କ ସ୍ତ୍ରୀ ଏସବୁ କଥା ଜାଣିଲେ ସେତେବେଳେ ସେ ପାରିବାରିକ କୋର୍ଟରେ ନ୍ୟାୟ ମାଗିବା ପାଇଁ ଗଲେ । ତାଙ୍କ ସ୍ତ୍ରୀ ଲତା କହିଥିଲେ ଯେ ଯଦି ପ୍ରଭୁ ଦେବା ନୟନତାରାଙ୍କୁ ବିବାହ କରିବେ ତେବେ ସେ ଅନଶନ କରିବେ ।

ଏହା ସତ୍ତ୍ୱେ ପ୍ରଭୁଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ନାହିଁ । ସେ ନୟନତାରାଙ୍କ ପାଇଁ ନିଜ ୧୬ ବର୍ଷର ବିବାହକୁ ଭାଙ୍ଗି ୨୦୧୧ ମସିହାରେ ନିଜ ସ୍ତ୍ରୀକୁ ଛାଡପତ୍ର ଦେଇଦେଲେ । ଛାଡପତ୍ର ପରେ ପ୍ରଭୁ ଦେବାଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇ ଯାଇଥିଲା । ତାଙ୍କୁ ସ୍ତ୍ରୀଙ୍କୁ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଦେବାକୁ ପଡ଼ିଥିଲା । ଆପଣଙ୍କୁ ସୁଚାଇଦେଉଛୁ ଯେ ପ୍ରଭୁ ଦେବାଙ୍କ ସହିତ ସମ୍ପର୍କ ଭାଙ୍ଗିବା ପରେ ନୟନତାରା ବିବାହ କରିନଥିଲେ । ପ୍ରଭୁଦେବା ଓ ଲତାଙ୍କ ତିନୋଟି ପୁଅ ଥିଲେ । ଯେଉଁଥିରେ ତାଙ୍କ ବଡ଼ ପୁଅର ୨୦୦୮ ମସିହାରେ କର୍କଟ ରୋଗ ଯୋଗୁଁ ମୃତ୍ୟୁ ହୋଇଥିଲା ।

ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ପ୍ରଭୁଙ୍କ କ୍ୟାରିୟର ଫ୍ଲପ ହୋଇଗଲା

ପ୍ରଭୁ ଦେବା ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି । ବଲିଉଡ଼ରେ ତାଙ୍କ କ୍ୟାରିୟର୍ ଏହି କ୍ଷେତ୍ରରେ ଚମକିଲା ନାହିଁ । ପ୍ରଭୁ ରମେୟା ବସ୍ତାବେୟା, ଏକ୍ସନ୍ ଜେକ୍ସନ୍, ଆର୍ ରାଜକୁମାର୍, ସିଂହ ଇଜ ବଲିଙ୍ଗ ଓ ଦବଙ୍ଗ ୩ ଭଳି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି । ଏହି ସମସ୍ତ ଚଳଚ୍ଚିତ୍ର ବକ୍ସ ଅଫିସରେ ସବୁଠାରୁ ବଡ଼ ଫ୍ଲପ୍ ହୋଇଥିଲା । ରାଉଡ଼ି ରାଠୋର ଓ ୱାନଟେଡଡ୍ କୁ ଛାଡ଼ିଦେଲେ ପ୍ରଭୁ ଦେବା ନିର୍ଦ୍ଦେଶନା ମାମଲାରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ ।

ପ୍ରଭୁ ଦେବାଙ୍କୁ ପଦ୍ମଶ୍ରୀ ଓ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନିତ କରାଯାଇଛି । ପ୍ରଭୁ ଦେବାଙ୍କ ଚଳଚ୍ଚିତ୍ର ନିର୍ଦ୍ଦେଶନା ବିଷୟରେ ଆଲୋଚନା କରିବା ତେବେ ସେ ୨୦୦୫ ମସିହାରେ ନିଜ ଡାଇରୋକ୍ଟେରିଆଲ୍ ଡେବ୍ୟୁ କରିଥିଲେ । ସେ ତାମିଲରେ ଅନେକ ବଡ଼ ବଡ଼ ଚଳଚ୍ଚିତ୍ର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *