କରୋନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶିବରାଜ୍ ନେଲେ ବଡ଼ ନିଷ୍ପତ୍ତି ! ମହାରାଷ୍ଟ୍ର ଏବଂ ଛତିଶଗଡ଼ ସୀମାକୁ କଲେ ସିଲ୍…

କରୋନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶିବରାଜ୍ ନେଲେ ବଡ଼ ନିଷ୍ପତ୍ତି ! ମହାରାଷ୍ଟ୍ର ଏବଂ ଛତିଶଗଡ଼ ସୀମାକୁ କଲେ ସିଲ୍…

କରୋନାର ଆସିଥିବା ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂହ ଚୌହାନ୍ ବଡ଼ ନିଷ୍ପତ୍ତି ନେଇଛନ୍ତି ଏବଂ ନିଜ ରାଜ୍ୟର ସୀମାକୁ ସିଲ୍ କରିବାପାଇଁ ଘୋଷଣା କରିଛନ୍ତି । ପଡୋଶୀ ରାଜ୍ୟରେ କରୋନାର ଖରାପ ହେଉଥିବା ପରିସ୍ଥିତିକୁ ଦେଖି ଏହି ପଦକ୍ଷେପ ମଧ୍ୟପ୍ରଦେଶ ସରକାରଙ୍କ ଦ୍ଵାରା ନିଆଯାଇଛି । ବାସ୍ତବରେ ଏହି ସମୟରେ ମଧ୍ୟପ୍ରଦେଶ ସହ ଲାଗିଥିବା ମହାରାଷ୍ଟ୍ର ଏବଂ ଛତିଶଗଡ଼ ରାଜ୍ୟରେ କରୋନା ଭୟଙ୍କର ଭାବରେ ବ୍ୟାପିଯାଇଛି ଏବଂ ପ୍ରତିଦିନ ଏଠାରୁ ହଜାର ହଜାର କରୋନା ମାମଲା ଆସୁଅଛି । ଏହି ଦୁଇ ରାଜ୍ୟର ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ସୀମାକୁ ସିଲ୍ କରାଯାଇଛି ଏବଂ ଛତିଶଗଡ଼କୁ ଯିବା ଆସିବା ଉପରେ ମଧ୍ୟ ଅନେକ ପ୍ରତିବନ୍ଧକ ଲାଗିପରେ ।

ଶିବରାଜ୍ ସିଂହ ଚୌହାନ୍ ଏ ବିଷୟରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ନିଜକୁ ପ୍ରେରିତ କରିବା ବ୍ୟତୀତ ଅନ୍ୟମାନଙ୍କୁ ଶିକ୍ଷା ପ୍ରଦାନ କରିବା ମଧ୍ୟ ଜରୁରୀ ଅଟେ । ଏହା ସହ ଲୋକମାନଙ୍କ କଠୋର ହେବା ମଧ୍ୟ ଆବଶ୍ୟକ ଅଟେ । ରାଜ୍ୟର ସମସ୍ତ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯଦି ପରିସ୍ଥିତି ନିୟନ୍ତ୍ରଣରୁ ବାହାର ହୋଇଯାଏ, ତେବେ ସେମାନେ ଲକଡାଉନ୍ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି ।

ଶିବରାଜ୍ ସିଂହ ଚୌହାନ୍ କହିଛନ୍ତି ଯେ, ତାଙ୍କ ପଡୋଶୀ ରାଜ୍ୟରେ ପରିସ୍ଥିତି ଅତ୍ୟନ୍ତ ଖରାପ ରହିଛି । ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ପରିସ୍ଥିତି ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ଅଟେ । ସେମାନେ ମହାରାଷ୍ଟ୍ରର ସୀମାକୁ ସିଲ୍ କରିଦେଇଛନ୍ତି, ଛତିଶଗଡ଼କୁ ଯିବା ଆସିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ । ମହାରାଷ୍ଟ୍ର ସହ ଲାଗିଥିବା ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ମାଲବାହକ, ଆବଶ୍ୟକ ସେବା ଏବଂ ଆପାତକାଳୀନ ଯିବା ଆସିବାକୁ ଅନୁମତି ଦିଆଯାଇଛି ।

କରୋନା ପରିସ୍ଥିତିକୁ ନେଇ ଶିବରାଜ୍ ସିଂହ ଚୌହାନ୍ ବୈଠକ କରିଛନ୍ତି ଏବଂ ତା’ପରେ କହିଛନ୍ତି ଯେ, ରାଜ୍ୟରେ ସମସ୍ତ ଲୋକମାନେ ମାସ୍କ ପିନ୍ଧିବା ଅତ୍ୟନ୍ତ ଆବଶ୍ୟକ ଅଟେ । ମାସ୍କ ପିନ୍ଧୁନଥିବା ଲୋକମାନଙ୍କ ଉପରେ ଜୋରିମାନା ଲାଗିବ ଏବଂ କିଛି ସମୟ ପାଇଁ ସେମାନଙ୍କୁ ଖୋଲା ଜେଲରେ ମଧ୍ୟ ରଖା ଯାଇପାରିବ । ଘରୋଇ ହସ୍ପିଟାଲରେ ଖଟ ବୃଦ୍ଧି କରାଯିବା ଉପରେ ମଧ୍ୟ ଜୋର୍ ଦିଆଯାଉଛି । ଆୟୁଷ୍ମାନ୍ କାର୍ଡ଼ଧାରକ ମାନଙ୍କର ଚିକିତ୍ସା ମାଗଣାରେ କରା ଯାଇପାରେ । ଯେଉଁ ଜିଲ୍ଲା ଗୁଡିକରେ ଲକଡାଉନ୍ କରାଯାଇଛି, ସେଠାରେ ଟୀକାକରଣ କାର୍ଯ୍ୟ ଜାରି ରହିବ । ସାର୍ବଜନୀକ ଆୟୋଜନ ଏବଂ ମେଳାର ଅନୁମତି ଦିଆ ଯିବନାହିଁ ।

ସୂଚନାଯୋଗ୍ୟ ଯେ, ଦେଶରେ ଗତକାଲି ୯୦ ହଜାରରୁ ଅଧିକ କରୋନାର ନୂତନ ମାମଲା ସାମ୍ନାକୁ ଆସିଅଛି । ଏଗୁଡ଼ିକ ମଧ୍ୟରୁ ସବୁଠାରୁ ଅଧିକ କରୋନା ମାମଲା ମହାରାଷ୍ଟ୍ରରୁ ଆସିଅଛି । ମହାରାଷ୍ଟ୍ରରେ ଅନେକ ଦିନରୁ ୪୦ ରୁ ୫୦ ହଜାର ପାଖାପାଖି କରୋନା ମାମଲା ଆସୁଅଛି । ଯାହା କି ଚିନ୍ତାର ବିଷୟ ପାଲଟିଛି । ତେବେ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଟୀକାକରଣ ଅଭିଯାନରେ ତୀବ୍ରତା ଅଣାଯାଇଛି । ଯାହା ଫଳରେ କମ୍ ସମୟରେ ଅଧିକରୁ ଅଧିକ ଲୋକଙ୍କୁ କରୋନାର ଟିକା ଦିଆ ଯାଇପାରିବ ।

Leave a Reply

Your email address will not be published. Required fields are marked *