୫ ବର୍ଷର ରିଲେସନଶିପ୍ ପରେ ହୋଇଥିଲା ନିର୍ବନ୍ଧ ! ତଥାପି ତୁଟିଗଲା ବଚ୍ଚନ ପରିବାର ସହ ସମ୍ପର୍କ…

୫ ବର୍ଷର ରିଲେସନଶିପ୍ ପରେ ହୋଇଥିଲା ନିର୍ବନ୍ଧ ! ତଥାପି ତୁଟିଗଲା ବଚ୍ଚନ ପରିବାର ସହ ସମ୍ପର୍କ…

ବଲିଉଡରେ ଏପରି ଅନେକ ପ୍ରେମ କାହାଣୀ ଅଛି ଯାହା ବିବାହ ପୂର୍ବରୁ ସମାପ୍ତ ହୋଇଯାଇଛି । ଏହି ତାଲିକାରେ ଅଭିଷେକ ବଚ୍ଚନ ଏବଂ କରିସ୍ମା କପୁରଙ୍କ ପ୍ରେମ କାହାଣୀ ମଧ୍ୟ ରହିଛି । ଦୁହେଁ ଦୀର୍ଘ ୫ବର୍ଷ ଧରି ରିଲେସନଶିପରେ ଥିଲେ ସେହି ସମୟରେ କେହି ଏହା କଳ୍ପନା ମଧ୍ୟ କରିନଥିବେ ଯେ ୫ବର୍ଷ ପରେ ଦୁହିଙ୍କ ସମ୍ପର୍କ ଶେଷ ହୋଇଯିବ । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଥିଲେ ଏବଂ ଦୁଇ ପରିବାରର ପରସ୍ପର ସହମତି ପରେ ଦୁହିଙ୍କର ନିର୍ବନ୍ଧ ମଧ୍ୟ ହୋଇଥିଲା କିନ୍ତୁ ତାପରେ ଦୁହିଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା ।

ଏହି ଘଟଣାକୁ ଅନେକ ବର୍ଷ ହୋଇଗଲାଣି କିନ୍ତୁ ଆଜି ବି ଅଭିଷେକ ଏବଂ କରିସ୍ମାଙ୍କ ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ କରନ୍ତି । ଅଭିଷେକ ଏବଂ କରିସ୍ମାଙ୍କ ସମ୍ପର୍କ କାହିଁକି ଭାଙ୍ଗିଗଲା ତାହା ଏବେବି କେହି ବୁଝିପାରୁନାହାନ୍ତି । କାହିଁକି ଦୁହିଁଙ୍କର ବ୍ରେକଅପ୍ ହେଲା ତାହା ଏବେ ମଧ୍ୟ ରହସ୍ୟ ହୋଇ ରହିଛି । କିନ୍ତୁ ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏହାର କାରଣ କହିବୁ ।

ଅମିତାଭ ବଚ୍ଚନ ନିଜ ୬୦ତମ ଜନ୍ମଦିବସରେ ଅଭିଷେକ ଏବଂ କରିସ୍ମାଙ୍କ ବିବାହର ଘୋଷଣା କରିଥିଲେ । ବଲିଉଡର ଏହି ଦୁଇଟି ପରିବାର ଖୁବ୍ ଶୀଘ୍ର ଯୋଡ଼ିହେବାକୁ ଯାଉଥିଲେ । ବଲିଉଡରେ ପ୍ରଥମ ଥର ପାଇଁ ଦୁଇଟି ବଡ ପରିବାର ଯୋଡିହେବାକୁ ଯାଉଥିଲେ ।

ପୂର୍ବରୁ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ରାଜ୍ କପୁରଙ୍କ ନାତି ନିଖିଲ୍ ନନ୍ଦାଙ୍କୁ ବିବାହ କରିଛନ୍ତି । ଏହା ଦ୍ୱିତୀୟ ବିବାହ ହୋଇଥାନ୍ତା ଯାହା ଏହି ଦୁଇ ପରିବାର ମଧ୍ୟରେ ହୋଇଥାଏ କିନ୍ତୁ ଭାଗ୍ୟ ଏମାନଙ୍କ ପାଇଁ ଅନ୍ୟ କିଛି ଭାବିଥିଲା । ଶ୍ୱେତାଙ୍କ ବିବାହ ସମୟରେ ଅଭିଷେକ ଏବଂ କରିସ୍ମାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ଏହାପରେ ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ । ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ ।

ଯେତେବେଳେ ସେମାନଙ୍କ ସମ୍ପର୍କ ପରିବାର ସାମ୍ନାକୁ ଆସିଲା ସେତେବେଳେ ପରିବାର ଲୋକଙ୍କର ମଧ୍ୟ ଏଥିରେ କୌଣସି ଅସୁବିଧା ନଥିଲା କିନ୍ତୁ କରିସ୍ମାଙ୍କ ମାତା ବବିତା ଏବଂ ଅଭିଷେକଙ୍କ ମାତା ଜୟା ବଚ୍ଚନ ଏହି ସମ୍ପର୍କକୁ ଅନୁମୋଦନ କରିନଥିଲେ । ଏହା ସତ୍ତ୍ୱେ ମଧ୍ୟ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା । ସେହି ସମୟରେ କରିସ୍ମାଙ୍କର ସମସ୍ତ ଫିଲ୍ମ ହିଟ୍ ହେଉଥିଲା ଏବଂ ସେ ଜଣେ ସଫଳ ଅଭିନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିସାରିଥିଲେ କିନ୍ତୁ ଅଭିଷେକଙ୍କ ଚଳଚ୍ଚିତ୍ର କ୍ରମାଗତ ଭାବେ ଫ୍ଲପ୍ ହୋଇଚାଲିଥିଲା । ଏଭଳି ପରିସ୍ଥିତିରେ ବବିତା କପୁର୍ ନିଜ ଝିଅର ଭବିଷ୍ୟତ କ’ଣ ହେବ ଭାବି ଭୟ କରୁଥିଲେ ।

ବବିତା ରଣଧୀର କପୁରଙ୍କଠାରୁ ଅଲଗା ହେବା ପରେ ଦୁଇ ଝିଅଙ୍କୁ ସେ ନିଜେ ଏକାକୀ ବଢାଇଥିଲେ । ଏହି ସମୟରେ ତାଙ୍କୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡିଥିଲା । ସେ ଜାଣିଥିଲେ ଯେ ଅର୍ଥ ଅଭାବରେ ଜୀବନ ଜିଇଁବା କେତେ କଷ୍ଟକର । ବବିତା ଚାହୁଁଥିଲେ ଯେ ତାଙ୍କ ଦୁଇ ଝିଅଙ୍କୁ କେବେ ମଧ୍ୟ ଏପରି ପରିସ୍ଥିତିର ସାମ୍ନା କରିବାକୁ ନପଡୁ ।

ନିର୍ବନ୍ଧ ପରେ ଜୟା ବଚ୍ଚନ ଦୁହିଁଙ୍କ ସମ୍ପର୍କକୁ ନେଇ ବହୁତ ଖୁସି ଥିଲେ ଏବଂ ସେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଦିନେ ବବିତା କପୁର୍ ଅମିତାଭ ବଚ୍ଚନଙ୍କୁ କରିସ୍ମାଙ୍କ ଭବିଷ୍ୟତ ବିଷୟରେ ପ୍ରଶ୍ନ କରିଥିଲେ ଯାହା ଏହି ସମ୍ପର୍କ ଭାଙ୍ଗିବାର କାରଣ ବୋଲି କୁହାଯାଏ । ସେ ଚାହୁଁଥିଲେ ଯେ ଅମିତାଭ ବଚ୍ଚନ ତାଙ୍କ ସମ୍ପତ୍ତିର ଏକ ଅଂଶ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ନାଁରେ କରିଦିଅନ୍ତୁ କିନ୍ତୁ ବଚ୍ଚନ ପରିବାର ଏଥିରେ ସହମତ ହେଲେନାହିଁ ।

ସେହିଭଳି ଜୟା ବଚ୍ଚନ ଚାହୁଁଥିଲେ ଯେ କରିସ୍ମା କପୁର୍ ବିବାହ ପରେ କାମ ନକରନ୍ତୁ କିନ୍ତୁ ବବିତା କପୁର୍ ଏବଂ କରିସ୍ମା କପୁର୍ ଦୁହେଁ ଏହି ସର୍ତ୍ତରେ ରାଜି ନଥିଲେ । ଏପରି ପରିସ୍ଥିତିରେ ଧୀରେ ଧୀରେ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଗଲା । ଏଥିଯୋଗୁଁ ଦୁହେଁ ଭାଙ୍ଗି ପଡିଥିଲେ । ତେବେ ଆଜି ପର୍ଯ୍ୟନ୍ତ କରିସ୍ମା କପୁର୍ ଏବଂ ଅଭିଷେକ ବଚ୍ଚନଙ୍କ ତରଫରୁ ଏହି ସମ୍ପର୍କ ଭାଙ୍ଗିବାର କୌଣସି କାରଣ ପ୍ରକାଶ କରାଯାଇନାହିଁ ।

ଆଜି ପର୍ଯ୍ୟନ୍ତ ସମ୍ପର୍କ ଭାଙ୍ଗିବାକୁ ନେଇ ଦୁହେଁ କେବେ କୌଣସି ବିବୃତ୍ତି ଦେଇନାହାନ୍ତି । ଏହାକୁ ଭାଗ୍ୟର ଖେଳ କୁହାଯାଇପାରେ ଯେ ବିବାହ ପର୍ଯ୍ୟନ୍ତ ପହଞ୍ଚିବା ପରେ ମଧ୍ୟ ଏହି ଦୁଇଜଣଙ୍କର ରାସ୍ତା ଅଲଗା ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *