‘ସଲମାନ୍ ଖାନ୍’ଙ୍କ ଉପରେ ଲାଗିଲା ଗମ୍ଭୀର ଅଭିଯୋଗ ! ତାଙ୍କ ପୂର୍ବତନ ପ୍ରେମିକା କହିଲେ ମୋ ସହ ପ୍ରତାରଣା କରାଯାଇଥିଲା…

‘ସଲମାନ୍ ଖାନ୍’ଙ୍କ ଉପରେ ଲାଗିଲା ଗମ୍ଭୀର ଅଭିଯୋଗ ! ତାଙ୍କ ପୂର୍ବତନ ପ୍ରେମିକା କହିଲେ ମୋ ସହ ପ୍ରତାରଣା କରାଯାଇଥିଲା…

ଅଭିନେତ୍ରୀ ସୋମି ଅଲି ଅନେକ ଦିନ ଧରି ବଲିଉଡରେ ସକ୍ରିୟ ରହିଥିଲେ । ସେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ସମୟ ମଧ୍ୟରେ ଅଭିନେତ୍ରୀ ସୋମି ଅଲି ଏବଂ ଅଭିନେତା ସଲମାନ୍ ଖାନଙ୍କର ସମ୍ପର୍କ ବିଷୟରେ ଚର୍ଚ୍ଚା ଅନେକ ଦିନ ପର୍ଯ୍ୟନ୍ତ ରହିଥିଲା । ସେମାନଙ୍କର ସମ୍ପର୍କକୁ ସମସ୍ତଙ୍କ ଆଗରେ ସ୍ୱୀକାର ମଧ୍ୟ କରିନେଇଥିଲେ । କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ସମ୍ପର୍କରେ ରହିବା ପରେ ଏମାନେ ଦୁହେଁ ଅଲଗା ହୋଇ ଯାଇଥିଲେ ଏବଂ ଦୁହେଁ ଦୁହିଁଙ୍କର ରାସ୍ତା ଅଲଗା କରିନେଇଥିଲେ ।

ବର୍ତ୍ତମାନ କିଛି ଦିନ ପୂର୍ବରୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସୋମି ଅଲି ସଲମାନ୍ ଖାନଙ୍କ ସହ ନିଜ ବ୍ରେକଅପ୍ କୁ ନେଇ ଅନେକ କଥା ଦୁନିଆଁ ଆଗରେ ରଖିଛନ୍ତି । ଏହି ସାକ୍ଷାତକାର ସମୟରେ ସୋମି କହିଥିଲେ ଯେ, ସଲମାନ୍ ଖାନ୍ ଏବଂ ତାଙ୍କ ବ୍ରେକଅପ୍ ୨୦ ବର୍ଷ ପୂର୍ବରୁ ହୋଇଥିଲା । ଏହି ସମୟ ମଧ୍ୟରେ ସେ ସଲମାନ୍ ଖାନଙ୍କ ଉପରେ ତାଙ୍କ ସହ ପ୍ରତାରଣା କରିଥିବାର ଅଭିଯୋଗ ଲଗାଇଥିଲେ ।

ଏହି ଅଭିନେତ୍ରୀ ଆଗକୁ କହିଥିଲେ ଯେ, ଯେତେବେଳେ ତାଙ୍କୁ ଏହି କଥା ବିଷୟରେ ଜଣା ପଡିଥିଲା, ସେ ସେତେବେଳେ ଏଠାରେ ରହି ପାରିନଥିଲେ ଏବଂ ଭାରତ ଛାଡି ବିଦେଶକୁ ଚାଲି ଯାଇଥିଲେ । ଏହି ସମୟ ମଧ୍ୟରେ ଅଭିନେତ୍ରୀ କହିଥିଲେ ଯେ, ବଲିଉଡକୁ ସେ କେବଳ ‘ସଲମାନ୍ ଖାନ୍’ଙ୍କ ପାଇଁ ଆସିଥିଲେ ଏବଂ ଯେତେବେଳେ ସେମାନେ ଦୁହେଁ ଅଲଗା ହୋଇଗଲେ, ସେତେବେଳେ ତାଙ୍କର ଏଇ ଭାରତରେ ରହିବାର କୌଣସି କାରଣ ନଥିଲା । ଏହାପରେ ସେ ‘ସଲମାନ୍ ଖାନ୍’ଙ୍କ ସହ ମଧ୍ୟ ସମ୍ପର୍କ ଭାଙ୍ଗି ଦେଇଥିଲେ ।

ତାଙ୍କୁ ଏହି ସାକ୍ଷାତକାର ସମୟରେ ଏହା ମଧ୍ୟ ପ୍ରଶ୍ନ କରାଯାଇଥିଲା ଯେ, ତାଙ୍କ ଫେରିବାର କିଛି ଉଦେଶ୍ୟ ରହିଛି ? ଏହାର ଉତ୍ତରରେ ସେ କହିଥିଲେ ଯେ, ସେ ଏହି ଇଣ୍ଡଷ୍ଟ୍ରିରେ ଫିଟ୍ ବସି ନଥାନ୍ତେ ତେଣୁ ଚଳଚ୍ଚିତ୍ରକୁ ଫେରିବାର ତାଙ୍କର କୌଣସି ଉଦେଶ୍ୟ ନାହିଁ । ସୋମି ଅଲି ତାଙ୍କର ଏହି ସାକ୍ଷାତକାରରେ ଆଗକୁ କହିଥିଲେ ଯେ, ଯେତେବେଳେ ସେ ଭାରତକୁ ଆସିଥିଲେ ସେତେବେଳେ ମାତ୍ର ୧୬ ବର୍ଷର ଥିଲେ ଏବଂ ସେ କେବଳ ସଲମାନଙ୍କୁ ବିବାହ କରିବାପାଇଁ ଚଳଚ୍ଚିତ୍ରକୁ ଆସିଥିଲେ ।

ଏହି ସମୟ ମଧ୍ୟରେ ସୋମି ଅଲି ଏବଂ ସଲମାନ୍ ଖାନ୍ ଅନେକ ବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ରହିଥିଲେ ଏବଂ ପରେ ଅଲଗା ହୋଇ ଯାଇଥିଲେ । ଏହାପରେ ସୋମି ପୁଣିଥରେ ନିଜର ପାଠପଢା ପୂରଣ କରିବାପାଇଁ ୟୁଏସ୍ ଚାଲି ଯାଇଥିଲେ । ସୋମି ଏହି ସମୟ ମଧ୍ୟରେ ଏହି କଥାର ମଧ୍ୟ ଖୋଲାସା କରିଥିଲେ କି ଯେଉଁଠାରୁ ସେ ଭାରତକୁ ଆସିଥିଲେ, ସେଠାକାର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଏବଂ ଏଠାକାର ନିର୍ଦ୍ଦେଶକ ତାଙ୍କୁ ଡ଼ରୁଥିଲେ । ସୋମିଙ୍କର କହିବା ଅନୁଯାୟୀ, ସେ କେବେ ମଧ୍ୟ ଅଭ୍ୟାସ କରିବାପାଇଁ ଯାଉନଥିଲେ ।

ସୋମି ଅଲି କହିଥାନ୍ତି ଯେ, ସେ ସଲମାନ ଖାନଙ୍କର ଚଳଚ୍ଚିତ୍ର “ମେନେ ପ୍ୟାର୍ କିୟା” ଦେଖିଥିଲେ ଏବଂ ଧାର୍ଯ୍ୟ କରି ନେଇଥିଲେ କି ଏହି ବ୍ୟକ୍ତିଙ୍କୁ ବିବାହ କରିବେ । ସେ ତାଙ୍କ ମା’ଙ୍କୁ ମଧ୍ୟ କହିଥିଲେ ଯେ, ସେ ଭାରତ ଯାଉଛନ୍ତି । ଭାରତକୁ ଯିବେ ଏବଂ ‘ସଲମାନ୍ ଖାନ୍’ଙ୍କୁ ବିବାହ କରିବେ ବୋଲି ସେ ସମସ୍ତଙ୍କୁ କହୁଥିଲେ । ସୋମି ଅଲିଙ୍କର କହିବା ଅନୁଯାୟୀ ଲୋକମାନେ ତାଙ୍କର ଅତ୍ୟନ୍ତ ମଜା ଉଡାଉଥିଲେ କାରଣ ସେ ଏଭଳି ଜଣେ ସଂଘର୍ଷମୟା ଅଭିନେତ୍ରୀ ଥିଲେ, ଯିଏକି ‘5 star’ ହୋଟେଲରେ ରହୁଥିଲେ ।

ସୂଚନାଯୋଗ୍ୟ ଯେ, ସୋମି ତାଙ୍କ ବଲିଉଡ କ୍ୟାରିଅରରେ କୃଷ୍ଣା ଅବତାର, ୟାର୍ ଗଦାର୍, ତିସରା କୌନ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସୋମି ଅଲିଙ୍କର ଜନ୍ମ ପାକିସ୍ତାନର କରାଚୀରେ ହୋଇଛି । ସୋମି ଅଲି ବର୍ତ୍ତମାନ ସମୟରେ ନିଜର ‘NGO’ କାମରେ ବ୍ୟସ୍ତ ରହୁଛନ୍ତି । ତାଙ୍କ NGO ଶାରୀରିକ ଏବଂ ମାନସିକ ରୂପରେ ପ୍ରତାଡିତ ପିଲାମାନଙ୍କୁ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *