ଏହି ୫ଟି ଗୀତରେ କୋଟି କୋଟି ଲୋକଙ୍କ ହୃଦୟ ଜିତିଥିବା ପଲକ୍ ମୁଛାଲ୍ ! ୪ବର୍ଷ ବୟସରେ କରିଥିଲେ ଏହି ବଡ଼ କାରନାମା…

ଏହି ୫ଟି ଗୀତରେ କୋଟି କୋଟି ଲୋକଙ୍କ ହୃଦୟ ଜିତିଥିବା ପଲକ୍ ମୁଛାଲ୍ ! ୪ବର୍ଷ ବୟସରେ କରିଥିଲେ ଏହି ବଡ଼ କାରନାମା…

ସଙ୍ଗୀତ ଦୁନିଆରେ ଯେଉଁ ଗାୟକମାନେ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଏକ ଅଲଗା ଏବଂ ଏକ ସ୍ୱତନ୍ତ୍ର ପରିଚୟ ବନାଇଛନ୍ତି ସେଥିମଧ୍ୟରୁ ‘ପଲକ୍ ମୁଛାଲ୍’ଙ୍କ ନାମ ମଧ୍ୟ ସାମିଲ୍ ଅଛି । ପଲକ୍ ନିଜର ଦମଦାର୍ ସ୍ୱର ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କର ବେଶ ପ୍ରଶଂସାର ପାତ୍ର ହୋଇଛନ୍ତି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରାୟ ୪ବର୍ଷ ବୟସରେ ସେ କଲ୍ୟାଣଜୀ- ଆନନ୍ଦଜୀ ‘ଲିଟିଲ୍ ଷ୍ଟାର୍’ର ସଦସ୍ୟ ହୋଇ ଯାଇଥିଲେ ।

ପଲକ୍ କଲ୍ୟାଣଜୀ- ଆନନ୍ଦଜୀ ‘ଲିଟିଲ୍ ଷ୍ଟାର୍’ର ସବୁଠାରୁ କୁନି ଗାୟିକା ରୂପରେ ଜଣାଯାଉଥିଲେ । ପିଲାଦିନରୁ ସଙ୍ଗୀତରେ ରୁଚି ରହିଥିବା ପଲକ୍ ମୁଛାଲଙ୍କ ଜନ୍ମ ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦରରେ ୧୯୯୦ ମାର୍ଚ୍ଚ ୩୦ରେ ହୋଇଥିଲା । ୧୦ରୁ ୧୧ବର୍ଷ ବୟସରେ ତାଙ୍କର ପ୍ରଥମ ଆଲବମ୍ ‘ଚାଇଲଡ୍ ଫୋର୍ ଚିଲଡ୍ରେନ୍’ ରିଲିଜ୍ ହୋଇଥିଲା ।

ଏହାପରେ ପରେ ପଲକ୍ ମୁଛାଲ୍ ପଲକେଁ, ଆଓ ତୁମହେ ଚାନ୍ଦ ପର୍ ଲେ ଜାଏ, ବେଟି ହୁଁ ମହାକାଲ୍ କି ଏବଂ ଦିଲ୍ କେ ଲିଏ ସହିତ ଅନେକ ଆଲବମ୍ କରିଛନ୍ତି । ଏସବୁ ସହିତ ‘ସଲମାନ୍ ଖାନ୍’ଙ୍କ ଫିଲ୍ମ ‘ବୀର୍’ରେ ତାଙ୍କୁ ଗାଇବାର ସୁଯୋଗ ମିଳିଥିଲା ଏବଂ ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଏପରି କୁହାଯାଏ ଯେ ସଲମାନ୍ ତାଙ୍କୁ ଦେଖି ନିଜ ଫିଲ୍ମରେ ଗାଇବାକୁ ସୁଯୋଗ ଦେଇଥିଲେ ।

ଫିଲ୍ମ ‘ବୀର୍’ରେ ଗାଇବା ପରେ ପଲକଙ୍କ ଭାଗ୍ୟ ଚମକି ଗଲା । ଏହା ପରଠାରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ସେ ଅନେକ ହିଟ୍ ବଲିଉଡ ଗୀତ ଗାଇଛନ୍ତି । ଆଜି ଆମେ ତାଙ୍କର ୫ଟି ହିଟ୍ ହୋଇଥିବା ସଙ୍ଗୀତ ବିଷୟରେ କହିବୁ, ଯାହାକି ସମସ୍ତଙ୍କ ମୁଁହରେ ଏବେ ସୁଦ୍ଧା ବି ରହିଛି ।

ୟାଦ୍ ହେ…

ଫିଲ୍ମ- ଅୟାରୀ

ସିଦ୍ଧାର୍ଥ ମାଲହୋତ୍ରା ଏବଂ ରକୁଲ୍ ପ୍ରୀତ ସିଂହଙ୍କ ଉପରେ ପରିବେଷିତ ଏହି ସଙ୍ଗୀତ ଫିଲ୍ମ ଅୟାରୀର ଅଟେ । କହିରଖୁଛୁ ଯେ, ଅଙ୍କିତ ତିୱାରୀ ଏବଂ ପଲକ୍ ମୁଛାଲ୍ ଉଭୟ ସାଥିରେ ଏହି ଗୀତକୁ ଗାଇଛନ୍ତି । ତା’ସହିତ କହିରଖୁଛୁ ଯେ ଗୀତକୁ ସଙ୍ଗୀତ ମଧ୍ୟ ଅଙ୍କିତ ତିୱାରୀ ଦେଇଥିଲେ । କିନ୍ତୁ ଏହି ସଙ୍ଗୀତକୁ ଲୋକପ୍ରିୟ ଗୀତିକାର ମନୋଜ୍ ମୁନ୍ତଶିର୍ ଲେଖିଛନ୍ତି ।

ଚାହୁଁ ମେ ୟା ନା…

ଫିଲ୍ମ- ଆଶିକି-2

ଫିଲ୍ମ ଆଶିକି-2 ଖୁବ୍ ହିଟ୍ ହୋଇଥିଲା, ତା’ସହିତ ସେଥିରେ ଥିବା ଗୀତ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା । ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁଥିଲା । ଏଥିମଧ୍ୟରୁ ସବୁଠାରୁ ଲୋକପ୍ରିୟ ଗୀତ ହେଉଛି ‘ଚାହୁଁ ମେ ୟା ନା’ । ଏହି ଗୀତ ରେକର୍ଡ଼ ଭାଙ୍ଗିଥିଲା । କହିରଖୁଛୁ ଯେ ଏହି ଫିଲ୍ମରେ ଶ୍ରଦ୍ଧା କପୂର୍ ଏବଂ ଆଦିତ୍ୟ ରାୟ କପୂର୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏବଂ ‘ଚାହୁଁ ମେ ୟା ନା’ ଗୀତକୁ ପଲକ୍ ମୁଛାଲ ଏବଂ ଅରିଜିତ୍ ସିଂହ ସାଥୀରେ ଗାଇଥିଲେ । ସଙ୍ଗୀତକାର ଥିଲେ ଜିତୁ ଗାଙ୍ଗୁଲି ଏବଂ ଗୀତିକାର ଥିଲେ ଇରଶାଦ୍ କାମିଲ୍ ।

ମେରେ ଆଶିକି (ଫିମେଲ୍ ଭର୍ଜନ୍)…

ଫିଲ୍ମ-ଆଶିକି-2

ଆଶିକି-2 ଫିଲ୍ମର ଆଉ ଏକ ଗୀତ ‘ମେରୀ ଆଶିକି’ ମଧ୍ୟ ହିଟ୍ ହୋଇଥିଲା । ଏହି ଗୀତର ମେଲ୍ ଭର୍ଜନ୍ କୁ ଅରିଜିତ୍ ସିଂହ ଏବଂ ଫିମେଲ୍ ଭର୍ଜନ୍ କୁ ପଲକ୍ ମୁଛାଲ୍ ଗାଇଥିଲେ । ଯେଉଁଠି ଗୀତକୁ ସଙ୍ଗୀତ ଦେଇଥିଲେ ମିଥୁନ୍ ଏବଂ ଏହାକୁ ଲେଖିଥିଲେ ଇରଶାଦ୍ କାମିଲ୍ ।

ତେରୀ ମେରୀ କାହାନୀ …

ଫିଲ୍ମ-ଗବ୍ବର୍ ଇଜ୍ ବ୍ୟାକ୍

ଏହି ଗୀତ ଫିଲ୍ମ ‘ଗବ୍ବର୍ ଇଜ୍ ବ୍ୟାକ୍’ର ଅଟେ । ଏହି ଗୀତକୁ ଅଭିନେତା ଅକ୍ଷୟ କୁମାର ଏବଂ କରୀନା କପୂରଙ୍କ ନେଇ କରାଯାଇଥିଲା । ଚିରନ୍ତନ ଭଟ୍ଟଙ୍କ ଦ୍ଵାରା ସଙ୍ଗୀତବଦ୍ଧ ଏବଂ ମନୋଜ ଯାଦବଙ୍କ ଦ୍ଵାରା ଲିଖିତ ଏହି ଗୀତକୁ ପଲକ୍ ମୁଛାଲ୍ ଏବଂ ଅରିଜିତ୍ ସିଂହ ଗାଇଥିଲେ ।

ହୁଆ ହେ ଆଜ୍ ପେହେଲି ବାର୍…

ଫିଲ୍ମ-ସନମ୍ ରେ

ମନୋଜ୍ ଯାଦବଙ୍କ ଦ୍ୱାରା ଲିଖିତ ଏବଂ ଅମାଲ୍ ମଲ୍ଲିକଙ୍କ ଦ୍ଵାରା ସଙ୍ଗୀତବଦ୍ଧ କରାଯାଇଥିବା ଫିଲ୍ମ ସନମ୍ ରେ ଗୀତ ହୁଆ ହେ ଆଜ ପେହେଲି ବାର୍ କୁ ପଲକ୍ ଅରମାନ୍ ମଲ୍ଲିକଙ୍କ ସହିତ ମିଶି ଗାଇଥିଲେ । ଏହି ଗୀତ ପୁଲକିତ୍ ସମ୍ରାଟ୍ ଏବଂ ଉର୍ବଶୀ ରୌତେଲାଙ୍କ ଚଳଚ୍ଚିତ୍ର ଉପରେ ପର୍ଯ୍ୟବେସିତ ।

Leave a Reply

Your email address will not be published. Required fields are marked *