ପତ୍ରକାରମାନେ ଇରଫାନ୍ ଖାଁଙ୍କ ପୁଅକୁ କହିଲେ ‘ପିଇ କି ଆସିଛନ୍ତି କି’ ! ବାବିଲ୍ ଦେଲେ ବଡ଼ ମଜଳିଆ ଜବାବ୍…

ପତ୍ରକାରମାନେ ଇରଫାନ୍ ଖାଁଙ୍କ ପୁଅକୁ କହିଲେ ‘ପିଇ କି ଆସିଛନ୍ତି କି’ ! ବାବିଲ୍ ଦେଲେ ବଡ଼ ମଜଳିଆ ଜବାବ୍…

ବଲିଉଡ଼ରେ ଫିଲ୍ମ ଫେୟାର୍ ପୁରସ୍କାର ପ୍ରତିବର୍ଷ ଆୟୋଜିତ କରାଯାଏ । ଚଳିତ ବର୍ଷ ମଧ୍ୟ ଏହି ପୁରସ୍କାର ୨୮ ମାର୍ଚ୍ଚ ଦିନ ଆୟୋଜିତ କରାଯାଇଥିଲା । ଏହି ସମୟରେ ଏଥର ୬୬ତମ ଫିଲ୍ମ ଫେୟାର୍ ପୁରସ୍କାର ବିତରଣ ସମାରୋହରେ ସ୍ଵର୍ଗତ ବଲିଉଡ଼ ଅଭିନେତା ଇରଫାନ୍ ଖାଁଙ୍କୁ ମଧ୍ୟ ସମ୍ମାନିତ କରାଗଲା । ଏହି ପୁରସ୍କାର ବିତରଣ ସମାରୋହରେ ଇରଫାନ୍ ଖାଁଙ୍କ ପୁଅ ବାବିଲ୍ ଖାଁ ନିଜ ମାଁ ସୁତାପା ସିକନ୍ଦରଙ୍କ ସହ ଏହି ପୁରସ୍କାର ବିତରଣ ସମାରୋହରେ ପୁରସ୍କାର ଗ୍ରହଣ କରିବା ପାଇଁ ପହଞ୍ଚି ଥିଲେ ।

ଏହି ପୁରସ୍କାର ବିତରଣ ସମାରୋହ ସମୟରେ ଏପରି କିଛି ହେଲା ଯେ ବାବିଲଙ୍କ କ୍ରୋଧ ବହୁତ ବଢ଼ିଗଲା, କିନ୍ତୁ ସେ ନିଜ କ୍ରୋଧକୁ ଶାନ୍ତ କରିନେଲେ । କିନ୍ତୁ ସେ ଏହି ଇଭେଣ୍ଟ ପରେ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଏହି କଥାର ଉଚିତ ଉତ୍ତର ଦେଇଛନ୍ତି । ସ୍ଵର୍ଗତ ଅଭିନେତା ଇରଫାନ୍ ଖାଁଙ୍କ ପୁଅ ବାବିଲ୍ ଖାଁ ନିଜ ଇଂଷ୍ଟା ଷ୍ଟୋରି ଜରିଆରେ ଏହାର ଖୁଲାସା କରିଛନ୍ତି ଯେ ପୁରସ୍କାର ବିତରଣ ସମାରୋହ ସମୟରେ ତାଙ୍କୁ ୭ ଜଣ ପତ୍ରକାର ପଚାରି ଥିଲେ ଯେ କଣ ସେ କୌଣସି ପ୍ରକାର ନିଶା କରି ଆସିଛନ୍ତି ।

ବାବିଲ୍ ଖାଁ ନିଜ ଇଂଷ୍ଟାରୁ ଏହା ଖୁଲାସା କରିଥିଲେ ଯେ ତାଙ୍କ ଆଖିକୁ ଦେଖି ସେହି ପତ୍ରକାର ତାଙ୍କୁ ଏପରି ପ୍ରଶ୍ନ କରିଥିଲେ । ଯେଉଁ ଆଖି ତାଙ୍କୁ ପ୍ରକୃତିରୁ ମିଳିଛି । ବାବିଲ୍ ଖାଁ ଲେଖିଛନ୍ତି ଯେ, ମୁଁ ଆପଣ ସମସ୍ତଙ୍କୁ ଜଣାଇଦେବାକୁ ଚାହୁଁ ଯେ ଗତ ଦିନରେ ମୁଁ ଫିଲ୍ମ ଫେୟାର୍ ପୁରସ୍କାର ବିତରଣ ସମାରୋହରେ ଅଂଶଗ୍ରହଣ କରିଥିଲି । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୭ ଜଣ ପତ୍ରକାର ମୋତେ ପଚାରିଲେ ଯେ ମୁଁ ନିଶା କରିଛି କି । ଏହା ମଧ୍ୟ ମୋ ଆଖିର ଲୁକ୍ ଓ ଆକୃତି ଯୋଗୁଁ ।

ଏହାପରେ ବାବିଲ୍ ସେହି ଲୋକ ମାନଙ୍କୁ କହିଛନ୍ତି ଯେ, ଶାବାସ ବନ୍ଧୁଗଣ, ଆପଣ ମାନେ କଣ ଅଜବ ଶୋଧ କରିଛନ୍ତି । କଣ ଉତ୍ତମ କାର୍ଯ୍ୟ । ମୁଁ ଯେତେବେଳେ ୟୁନିଭର୍ସସିଟି ଛାଡ଼ିଦେଲି ତେବେଠାରୁ ମୁଁ ପୁରାପୁରି ଏପରି ଅଛି । ଆପଣ ଏବଂ ଲୋକମାନେ ମୋତେ ବହୁତ ଭଲ ଅନୁଭବ କରାଇଛନ୍ତି ଯେ ମୋର ସାମାନ୍ୟ ଚେହେରା ନିଶା କଲା ଭଳି ଜଣା ପଡୁଥିଲା । ଏହି କଥା ପାଇଁ ମୁଁ ଆପଣଙ୍କ ଠାରେ କୃତଜ୍ଞ । ମୁଁ ନିଜର ଏହି ଲୁକର ଉପଯୋଗ କରିବି ଓ ବଲିଉଡ଼ରୁ କୋଟି କୋଟି ଟଙ୍କା ରୋଜଗାର କରିବି ।

ବଲିଉଡ଼ ସ୍ଵର୍ଗତ ଅଭିନେତା ଇରଫାନ୍ ଖାଁଙ୍କୁ ଲାଇଫ୍ ଟାଇମ୍ ଅଚିଭମେଣ୍ଟ ପାଇଁ ଫିଲ୍ମ ଫେୟାର୍ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ନେବା ପରେ ଇରଫାନ୍ ଖାଁଙ୍କ ପୁଅ ବାବିଲ୍ ଖାଁ ଫିଲ୍ମ ଫେୟାରକୁ ଏକ ପୋଷ୍ଟ ଜରିଆରେ ଧନ୍ୟବାଦ ଅର୍ପଣ କରିଥିଲେ । ଇରଫାନ୍ ଖାଁଙ୍କ ଏହି ପୁରସ୍କାର ଫିଲ୍ମ ଷ୍ଟାର୍ ଆୟୁଷମାନ୍ ଖୁରାନା ବାବିଲଙ୍କୁ ଭେଟିବାର ଖୁସି ମଧ୍ୟ ଜାହିର୍ କରିଥିଲେ ।

ଆୟୁଷମାନ୍ ବାବିଲଙ୍କୁ ପୁରସ୍କାର ଦେବାର ଅନୁଭବ ବିଷୟରେ କହି ଲେଖିଛନ୍ତି ଯେ, ଅଭିନେତା ଇରଫାନ୍ ଖାଁଙ୍କୁ ଫୋଟକୁ ସେୟାର୍ କରି ଲେଖିଛନ୍ତି ଯେ, ଇରଫାନ୍ ଶାନ୍ତିରେ ଅଛନ୍ତି ଏବଂ ନିଜର ଏହି ବିଜୟ ଉତ୍ସବ ପାଳନ କରୁଛନ୍ତି । ମୋତେ ଇରଫାନଙ୍କ ପୁଅ ବାବିଲଙ୍କ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ଓ ଲାଇଫ୍ ଟାଇମ୍ ଅଚିଭମେଣ୍ଟ ପୁରସ୍କାର ଲାଭ କରିବା ପାଇଁ ସୁଯୋଗ ମିଳିଛି । ମୁଁ ଏହି ଯୁବକକୁ ପ୍ରଥମ ଥର ପାଇଁ ଭେଟିଲି । ଆଶା କରୁଛି ଯେ ବାବିଲ୍ ଭବିଷ୍ୟତରେ ଉତ୍ତମ କାର୍ଯ୍ୟ ସବୁ କରିବେ ।

ଏହାପରେ ଆୟୁଷମାନ୍ କବିତା ଜରିଆରେ ଲେଖିଛନ୍ତି ଯେ, କଳାକାରଙ୍କ କେବେ ଅତୀତ ନଥାଏ, ଏବଂ କେବେ ବର୍ତ୍ତମାନ ନଥାଏ । ଯେବେମଧ୍ୟ କୌଣସି କଳାକାର ଚାଲିଯାଏ ତେବେ ତାଙ୍କର ଏଭଳି ସମ୍ମାନ ହୁଏ ନାହିଁ କାରଣ ସମସ୍ତେ ଫନକାର୍ ଇରଫାନ୍ ହୋଇ ନଥାନ୍ତି ।

Leave a Reply

Your email address will not be published. Required fields are marked *