କେତୁର ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା ହେବ ଏହି ୫ଟି ରାଶିର ଲୋକମାନଙ୍କର ଲାଭ ! ଏହି ଦୁଇଟି ରାଶିର ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରନ୍ତୁ…

କେତୁର ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା ହେବ ଏହି ୫ଟି ରାଶିର ଲୋକମାନଙ୍କର ଲାଭ ! ଏହି ଦୁଇଟି ରାଶିର ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରନ୍ତୁ…

ଜ୍ୟୋତିଷ ଶାସ୍ତ୍ରରେ କେତୁ ଗ୍ରହକୁ ଛାୟା ଗ୍ରହ କୁହାଯାଏ ଏବଂ ଏହାକୁ ଆଧ୍ୟାତ୍ମ, ବୈରାଗ୍ୟ, ମୋକ୍ଷର କାରକ ଭାବରେ ବିବେଚନା କରାଯାଏ । ଜ୍ୟୋତିଷରେ ରାହୁକୁ କୌଣସି ମଧ୍ୟ ରାଶିର ସ୍ୱାମିତ୍ୱ ପ୍ରାପ୍ତ ହୁଏ ନାହିଁ । ତେବେ ଧନୁ ରାଶିରେ ଏହାକୁ ଉଚ୍ଚ ଏବଂ ମିଥୁନ ରାଶିରେ ଏହାକୁ ନୀଚ୍ଚ ଭାବରେ ବିବେଚନା କରାଯାଏ । ଏହି ସମୟରେ କେତୁ ଗ୍ରହ ବିଛା ରାଶିରେ ରହିଛି ଏବଂ ଜୁନ୍ ୨୦୨୧ରେ ନିଜ ନକ୍ଷତ୍ର ପରିବର୍ତ୍ତନ କରିବ । ୨ ଜୁନ୍ ୨୦୨୧ ଦିନ କେତୁ ଜ୍ୟୋଷ୍ଠା ନକ୍ଷତ୍ରରୁ ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିବ । କେତୁର ଏହି ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ରାଶି ମାନଙ୍କ ଉପରେ ପ୍ରଭାବ ପଡିବ । କେଉଁ ରାଶି ଉପରେ ଶୁଭ ଏବଂ ଆଉ କେଉଁ ରାଶି ଉପରେ ଏହାର ଅଶୁଭ ପ୍ରଭାବ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶି ଉପରେ କେତୁ ଗ୍ରହ ପରିବର୍ତ୍ତନର କେଉଁ ପ୍ରଭାବ ଦେଖିବାକୁ ମିଳିପାରେ ।

ମେଷ ରାଶି:-

କେତୁର ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ମେଷ ରାଶିର ଲୋକମାନଙ୍କୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ । ଏହି ରାଶିର ଲୋକମାନଙ୍କୁ ମାନସିକ ଚାପ ଏବଂ ଶାରୀରିକ କଷ୍ଟ ହୋଇପାରେ । ମେଷ ରାଶିର ଲୋକମାନେ ନିଜର ସ୍ୱତନ୍ତ୍ର ଧ୍ୟାନ ରଖନ୍ତୁ ଏବଂ କୌଣସି ମଧ୍ୟ ଏଭଳି କାମ କରନ୍ତୁ ନାହିଁ ଯାହା କି ଆଘାତ ପୂର୍ଣ୍ଣ ଥିବ । ଯାନବାହନ ସାବଧାନତାର ସହ ଚଳାନ୍ତୁ ଏବଂ ସ୍ୱାସ୍ଥ୍ୟ ସହ ଜଡିତ କୌଣସି ମଧ୍ୟ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ।

ବୃଷ ରାଶି:-

କେତୁର ଜ୍ୟୋଷ୍ଠା ନକ୍ଷତ୍ରରେ ପ୍ରବେଶ କରିବା ଦ୍ୱାରା ଏହି ରାଶି ଜାତକର ଜୀବନରେ ଭଲ ପ୍ରଭାବ ଦେଖିବାକୁ ମିଳିବ । ପ୍ରେମ ଜୀବନ ଭଲ ରହିବ ଏବଂ ଉଚ୍ଚ ଶିକ୍ଷାରେ ସଫଳତା ମିଳିବ । ସମାଜରେ ମାନ ସମ୍ମାନ ବଢିବ । ତେବେ ଏହି ରାଶିର ଲୋକମାନଙ୍କର ସ୍ୱାସ୍ଥ୍ୟ ଉପରେ କେତୁର ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ଟିକିଏ ଖରାପ ପ୍ରଭାବ ପଡିପାରେ ଏବଂ ପାଦରେ ଯନ୍ତ୍ରଣାର ଅଭିଯୋଗ ରହିପାରେ ।

ମିଥୁନ ରାଶି:-

ମିଥୁନ ରାଶିର ଜାତକର ଜୀବନରେ କେତୁର ନକ୍ଷତ୍ର ପରିବର୍ତ୍ତନର ମିଳାମିଶା ପ୍ରଭାବ ଦେଖିବାକୁ ମିଳିବ । ଏହି ରାଶିର ଲୋକମାନଙ୍କୁ ଏହି ସମୟ ମଧ୍ୟରେ ଉତ୍ଥାନ ପତନର ସମ୍ମୁଖୀନ କରିବାକୁ ପଡିପାରେ । ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ । ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାକୁ ଭାବିଚିନ୍ତି ନିଅନ୍ତୁ । କୋର୍ଟ କଚେରୀର ନିଷ୍ପତ୍ତି ଆପଣଙ୍କ ‘ହକ୍’ରେ ଆସିପାରେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ ଭଲ ପ୍ରମାଣିତ ହେବ ଏବଂ ପରୀକ୍ଷାରେ ସହଜରେ ଉତ୍ତୀର୍ଣ୍ଣ ହୋଇଯିବେ ।

କର୍କଟ ରାଶି:-

କର୍କଟ ରାଶିର ଲୋକମାନଙ୍କୁ ଟିକିଏ ଯନ୍ତ୍ରଣାର ସମ୍ମୁଖୀନ କରିବାକୁ ପଡିପାରେ । ଏହି ରାଶିର ଲୋକମାନଙ୍କୁ ସନ୍ତାନ ମାନଙ୍କ ପକ୍ଷରୁ ଦୁଃଖ ମିଳିପାରେ । ସଫଳତା ପାଇବାରେ ବିଳମ୍ବ ହୋଇପାରେ । ବିନା ପରିଶ୍ରମ କରି କୌଣସି କାର୍ଯ୍ୟ ମଧ୍ୟ ସଫଳ ହୋଇପାରିବ ନାହିଁ । ଶତ୍ରୁ ମାନଙ୍କ ଠାରୁ ପରାଜୟର ସମ୍ମୁଖୀନ କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ମଧ୍ୟ ହୋଇପାରେ ।

ସିଂହ ରାଶି:-

ସିଂହ ରାଶିର ଜାତକ ବ୍ୟକ୍ତିଙ୍କ ମା’ ମାନଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ଦେଖିବାକୁ ମିଳିପାରେ । ସୁଖରେ ଅଭାବର ସମ୍ମୁଖୀନ ମଧ୍ୟ କରିବାକୁ ପଡିପାରେ । ତେବେ ଆର୍ଥିକ ଲାଭର ଯୋଗ ରହିଛି । ଜୀବନସାଥୀଙ୍କ ସହ ମତଭେଦ ବଢ଼ିପାରେ । କାର୍ଯ୍ୟକ୍ଷେତ୍ର ପକ୍ଷରୁ ଚାପ ସୃଷ୍ଟି ହୋଇପାରେ ।

କନ୍ୟା ରାଶି:-

କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି । ଏହି ସମୟରେ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ଭାବିଥିବା କାମ ସହଜରେ ପୂରଣ ହୋଇଯିବ । ଯେଉଁ କାମରେ ହାତ ମାରିବେ, ସେଥିରୁ ଲାଭ ହେବ । ବିରୋଧୀ ମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ ଏବଂ ପରିଶ୍ରମ କରିବା ଦ୍ୱାରା ଫଳ ନିଶ୍ଚିତ ଭାବରେ ମିଳିବ ।

ତୁଳା ରାଶି:-

ତୁଳା ରାଶିର ଲୋକମାନେ ଏହି ସମୟରେ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ । ଆର୍ଥିକ ଲାଭ ମିଳିବ । ଶୁଭ ସମାଚାର ଶୁଣିବାକୁ ମିଳିପାରେ । ସମ୍ପତ୍ତି ସହ ଜଡିତ ମାମଲାରେ ସଫଳତା ମିଳିବ । ଜୀବନସାଥୀଙ୍କ ଠାରୁ ସୁଖ ମିଳିବ ଏବଂ ସନ୍ତାନ ପକ୍ଷରୁ ଆପଣଙ୍କୁ ଲାଭ ମିଳିବ ।

ବିଛା ରାଶି:-

ଏହି ରାଶିର ଲୋକମାନଙ୍କ ଉପରେ କେତୁର ଜ୍ୟୋଷ୍ଠା ନକ୍ଷତ୍ରରେ ପ୍ରବେଶ କରିବାର ମିଳାମିଶା ପ୍ରଭାବ ଦେଖିବାକୁ ମିଳିବ । କାହା ସହ ବିବାଦ ହୋଇପାରେ । ଏଥିପାଇଁ କହିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଲୋକମାନଙ୍କ ସହ ପ୍ରେମର ସହ କଥାବାର୍ତ୍ତା କରନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଚେଷ୍ଟା ଦ୍ଵାରା ସଫଳତା ମିଳିବାର ଯୋଗ ରହିଛି ।

ଧନୁ ରାଶି:-

ଧନୁ ରାଶିର ଜାତକଙ୍କୁ ଧନ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ବ୍ୟବସାୟରେ ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରିନିଅନ୍ତୁ । ଦାମ୍ପତ୍ୟ ଜୀବନରେ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ । କାମ ଯୋଗୁଁ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । ଅର୍ଥାତ ଆଗାମୀ ସମୟରେ ଯାତ୍ରା କରିବାକୁ ପଡିପାରେ ।

ମକର ରାଶି:-

ମକର ରାଶିର ଜାତକ ପାଇଁ ଭଲ ସମୟ ପ୍ରମାଣିତ ହେବ । ଆୟରେ ବୃଦ୍ଧି ହେବ । ପରିଶ୍ରମ କରିବା ଦ୍ୱାରା ସଫଳତା ନିଶ୍ଚିତ ଭାବରେ ମିଳିବ । ବାଦ ବିବାଦରେ ନ ପଡିବା ଭଲ ହେବ । ପରିବାରର ଲୋକଙ୍କ ପକ୍ଷରୁ ସୁଖ ମିଳିବ ଏବଂ ଧନ ଲାଭ ହେବ ।

କୁମ୍ଭ ରାଶି:-

କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଆଗାମୀ ସମୟ ଆହ୍ୱାନରେ ପରିପୂର୍ଣ୍ଣ ହୋଇ ରହିବ । କାର୍ଯ୍ୟକ୍ଷେତ୍ରରେ ଅନେକ ପ୍ରକାରର ସମସ୍ୟା ଆସିପାରେ ଏବଂ ବିରୋଧୀମାନେ ଆପଣଙ୍କର ଛବି ଖରାପ କରିପାରନ୍ତି । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ହେବ, ପେଟ ଜନିତ ସମସ୍ୟା ହୋଇପାରେ ।

ମୀନ ରାଶି:-

ମୀନ ରାଶିର ଲୋକମାନଙ୍କର ଜୀବନ ଉପରେ କେତୁ ନକ୍ଷତ୍ର ପରିବର୍ତ୍ତନର ମିଶ୍ରିତ ଫଳ ଦେଖିବାକୁ ମିଳିପାରେ । ଖର୍ଚ୍ଚରେ ବୃଦ୍ଧି ହେବ ଏବଂ ପରିବାରର ଲୋକଙ୍କ ସହ ମତଭେଦ ହୋଇପାରେ । ପିତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବ । ସମ୍ଭାଳିକରି ରୁହନ୍ତୁ ଏବଂ ଦୂର ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ ।

କରନ୍ତୁ ଏହି ଉପାୟ:-

* କେତୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ଆପଣ ଶୁକ୍ରବାର ଦିନ କେତୁ ଗ୍ରହକୁ ପୂଜା କରନ୍ତୁ । ଏହାସହ ଶିବଲିଙ୍ଗରେ ଜଳ ମଧ୍ୟ ଅର୍ପଣ କରନ୍ତୁ ଏବଂ ନୀଳ ରଙ୍ଗର ଫୁଲ ଚଢ଼ାନ୍ତୁ । ଏହି ଉପାୟ କରିବା ଦ୍ୱାରା ଏହି ଗ୍ରହ ଆପଣଙ୍କର ଅନୁକୂଳ ହୋଇ ରହିବ ।

* ଶୁକ୍ରବାର ଦିନ କଳା ରଙ୍ଗର ଜିନିଷ ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *