୧୮ ଇଞ୍ଚ ଲମ୍ବା ଏବଂ ୧୮ କିଲୋ ଓଜନର ଏହି ସାଧୁ ହେଉଛନ୍ତି ଦୁନିଆର ସବୁଠୁ ଛୋଟ ସାଧୁ ! ଲୋକମାନେ ଶ୍ରଦ୍ଧାରେ ଡାକନ୍ତି ‘ବାମନ ଭଗବାନ’…

୧୮ ଇଞ୍ଚ ଲମ୍ବା ଏବଂ ୧୮ କିଲୋ ଓଜନର ଏହି ସାଧୁ ହେଉଛନ୍ତି ଦୁନିଆର ସବୁଠୁ ଛୋଟ ସାଧୁ ! ଲୋକମାନେ ଶ୍ରଦ୍ଧାରେ ଡାକନ୍ତି ‘ବାମନ ଭଗବାନ’…

ଏପ୍ରିଲ୍ ୨ ତାରିଖରୁ ହରିଦ୍ୱାରରେ ମହାକୁମ୍ଭ ମେଳା ଆରମ୍ଭ ହେବାକୁ ଯାଉଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ଏହି କୁମ୍ଭମେଳା କେବଳ ଗୋଟିଏ ମାସ ଅର୍ଥାତ ଏପ୍ରିଲ୍ ୩0 ତାରିଖ ଯାଏଁ ଚାଲିବ । ଇତି ମଧ୍ୟରେ କୁମ୍ଭମେଳାରେ ଯୋଗ ଦେବା ପାଇଁ ହଜାର ହଜାର ସାଧୁ ସେଠାରେ ଏବେଠୁ ସେମାନଙ୍କ ଆସ୍ଥାନ ଜମେଇସାରିଲେଣି ।

କୁମ୍ଭମେଳାର ବିଶେଷତ୍ୱ ​​ହେଉଛି ଯେ ଏହି ମେଳାରେ ବିଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ପ୍ରକାରର ସାଧୁଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ମିଳେ । କେତେକ ସାଧୁ ଏତେ ଭିନ୍ନ ଅଟନ୍ତି ଯେ ସେମାନଙ୍କୁ ଦେଖିବା ପାଇଁ ଭକ୍ତମାନଙ୍କ ଧାଡ଼ି ଲାଗିଥାଏ । ଏ ବର୍ଷ କୁମ୍ଭମେଳାରେ ଜଣେ ଏପରି ନାଗା ସନ୍ୟାସୀ ଆସିଛନ୍ତି ଯିଏ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଏହି ନାଗା ସନ୍ୟାସୀଙ୍କ ଉଚ୍ଚତା ମାତ୍ର ୧୮ଇଞ୍ଚ ଏବଂ ଓଜନ ୧୮ କିଲୋଗ୍ରାମ୍ । ଏହି ଅନନ୍ୟ ସାଧୁଙ୍କ ନାମ ସ୍ୱାମୀ ନାରାୟଣ ନନ୍ଦ । ସେ ଜୁନା ଆଖେଡାର ଜଣେ ନାଗା ସନ୍ୟାସୀ । ଜୁନା ଆଖେଡା ଅନୁଯାୟୀ ସ୍ୱାମୀ ନାରାୟଣ ନନ୍ଦ ହେଉଛନ୍ତି ଦୁନିଆର ସବୁଠାରୁ ଗେଡା ସନ୍ୟାସୀ ।

ଏହି ୧୮ ଇଞ୍ଚ ନାଗା ସାଧୁଙ୍କ ନିକଟରେ ସବୁବେଳେ ଭିଡ଼ ଲାଗିରହିଥାଏ । ଲୋକମାନେ ତାଙ୍କ ଝଲକ୍ ପାଇବାକୁ ଏବଂ ତାଙ୍କ ଆଶୀର୍ବାଦ ପାଇବାକୁ ସବୁବେଳେ ଭିଡ଼ ଜମାନ୍ତି । ଅନେକ ଲୋକ ତାଙ୍କ ସହିତ ସେଲଫି ମଧ୍ୟ ନେଇଥାନ୍ତି । ସେ ସବୁବେଳେ ହ୍ୱିଲ୍ ଚେୟାରରେ ବସିଥା’ନ୍ତି । ତାଙ୍କ ସହଯୋଗୀ ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନବା ଆଣିବା କରନ୍ତି ।

ଝାଂସି ନିବାସୀ ନାରାୟଣ ନନ୍ଦ ୧୫ବର୍ଷ ବୟସରେ ଅନାଥ ହୋଇଯାଇଥିଲେ । ୨୦୧୦ କୁମ୍ଭମେଳାରେ ସେ ଜୁନା ଆଖେଡାରେ ଯୋଗ ଦେଲେ । ଜୁନା ଆଖେଡାରେ ଯୋଗଦେବା ପୂର୍ବରୁ ତାଙ୍କ ନାମ ସତ୍ୟନାରାୟଣ ପାଠକ ଥିଲା । ଜୁନା ଆଖେଡା ତାଙ୍କୁ ସ୍ୱାମୀ ନାରାୟଣ ନନ୍ଦ ନାମ ଦେଲା ।

ସେ ମାର୍ଚ୍ଚ ୧୧ରେ ମହାଶିବରାତ୍ରୀ ମହୋତ୍ସବର ରାଜ ସ୍ନାନ ପାଇଁ ବାଲିଆ ୟୁପିରୁ ପହଞ୍ଚିଥିଲେ ଯେଉଁଠି ତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଲା । ସେ ଉଜ୍ଜୟିନୀ, ନାଶିକ, ପ୍ରୟାଗରାଜ ଏବଂ ହରିଦ୍ୱାରରେ ହୋଇଥିବା ୧୨ କୁମ୍ଭମେଳାରେ ଯୋଗ ଦେଇଛନ୍ତି ।

ସେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ନାରାୟଣ ନନ୍ଦ ବାୱନ୍ ଭଗବାନ । ସେ କୁହନ୍ତି ଯେ ମୁଁ ବାଲିଆ ଜିଲ୍ଲାରେ ମୋର ଗୁରୁଙ୍କ ନିକଟରେ ରହେ । ମୋର ଗୁରୁଜୀଙ୍କ ନାମ ଗଙ୍ଗା ନନ୍ଦ ଦାସ ଏବଂ ତାଙ୍କ ଗୁରୁଙ୍କ ନାମ ଆନନ୍ଦ ଗିରି । ମୁଁ ଶିବଙ୍କର ଜଣେ ଭକ୍ତ ଅଟେ ଏବଂ ମୁଁ ସର୍ବଦା ତାଙ୍କ ଭକ୍ତିରେ ଲୀନ ରହିଥାଏ । ସ୍ୱାମୀ ନାରାୟଣ ନନ୍ଦଙ୍କ ଶିଷ୍ୟ ଉମେଶ କୁମାର କହିଛନ୍ତି ଯେ ଗୁରୁଜୀ ନାରାୟଣ ନନ୍ଦ ଗିରି ମହାରାଜ ୨୦୧୦ରେ ମଧ୍ୟ ହରିଦ୍ୱାରରେ ହେଉଥିବା କୁମ୍ଭମେଳାକୁ ଆସିଥିଲେ ଏବଂ ସେତେବେଳେ ମଧ୍ୟ ଉମେଶ କୁମାର ତାଙ୍କ ସହ ଥିଲେ ।

Leave a Reply

Your email address will not be published. Required fields are marked *