‘କରିଶ୍ମା କପୂର୍’ଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅକ୍ଷୟ ଖନ୍ନା ! ଏହି ଦୁଃଖରେ ଆଜି ପର୍ଯ୍ୟନ୍ତ କରି ନାହାଁନ୍ତି ବିବାହ…

‘କରିଶ୍ମା କପୂର୍’ଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅକ୍ଷୟ ଖନ୍ନା ! ଏହି ଦୁଃଖରେ ଆଜି ପର୍ଯ୍ୟନ୍ତ କରି ନାହାଁନ୍ତି ବିବାହ…

ବିନୋଦ ଖାନ୍ନାଙ୍କ ପୁଅ ଅକ୍ଷୟ ଖାନ୍ନା ବଲିଉଡର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ । ସେ ଅନେକ ଫିଲ୍ମରେ ସୁନ୍ଦର ଅଭିନୟ କରିଛନ୍ତି । ତାଙ୍କର ଏପରି ଅଭିନୟ ପାଇଁ ଫ୍ୟାନ୍ ଫଲୋଇଂ ମଧ୍ୟ ଖୁବ୍ ଅଧିକ । ନିକଟରେ ଅକ୍ଷୟ ଖାନ୍ନା ନିଜର ୪୬ ତମ ଜନ୍ମ ଦିନ ପାଳନ କରିଛନ୍ତି । ଅକ୍ଷୟଙ୍କ ଜନ୍ମ ଗ୍ରହଣ, ୧୯୭୫ ମାର୍ଚ୍ଚ ୨୮ରେ ହୋଇଥିଲା । ଅକ୍ଷୟଙ୍କ କ୍ୟାରିଅର୍ ଖୁବ୍ ଉଜ୍ଜ୍ବଳ ରହିଆସିଛି । ଅକ୍ଷୟ ୧୯୯୭ରେ ଆସିଥିବା ଫିଲ୍ମ ‘ହିମାଳୟ ପୁତ୍ର’ରୁ ବଲିଉଡରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।

ଅକ୍ଷୟଙ୍କ ଫିଲ୍ମର ଚର୍ଚ୍ଚା ତ ହୋଇଥାଏ କିନ୍ତୁ ଏହା ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅନେକ ଥର ଚର୍ଚ୍ଚାରେ ରହିଛି । ଏହା ଖୁବ୍ କମ୍ ଲୋକଙ୍କୁ ଜଣା ଅଛି ଯେ ଅଭିନେତ୍ରୀ କରିଶ୍ମା କପୂରଙ୍କ ସହିତ ଅକ୍ଷୟଙ୍କ ବିବାହ ହେବାର ଥିଲା । କିନ୍ତୁ ତାହା କ୍ୟାନସେଲ୍ ହୋଇ ଯାଇଥିଲା । ଏହାପରେ ସେହି ଅଭିନେତା କାହାକୁ ବି ବିବାହ କରି ନାହାଁନ୍ତି । ଅକ୍ଷୟ ଖାନ୍ନା ଆଜି ପର୍ଯ୍ୟନ୍ତ କୁଆଁରା ଅଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ଜୀବନ ସହିତ ଜଡ଼ିତ କିଛି ଘଟଣା ବିଷୟରେ କହିବୁ ।

ଅକ୍ଷୟ ଖାନ୍ନା ‘ହିମାଳୟ ପୁତ୍ର’ ଫିଲ୍ମରୁ ଡେବ୍ୟୁ କରିବା ପରେ ଆଗାମୀ ଫିଲ୍ମ ସେତେବେଳର ବ୍ଲକ୍ ବସ୍ଟର୍ ଫିଲ୍ମ ଥିଲା ‘ବର୍ଡର୍’ । ଏହି ଫିଲ୍ମ ଖୁବ୍ ହିଟ୍ ହୋଇଥିଲା । ଅକ୍ଷୟଙ୍କୁ ଫିଲ୍ମ ‘ତାଲ୍’ ଠାରୁ ପରିଚୟ ମିଳିଥିଲା । ଫିଲ୍ମ ‘ତାଲ୍’ ୧୯୯୯ରେ ରିଲିଜ୍ ହୋଇଥିଲା ଏବଂ ହିଟ୍ ମଧ୍ୟ ହୋଇଥିଲା । ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ଐଶ୍ୱର୍ଯ୍ୟା ରାୟ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ । ଏହାପରେ ଅକ୍ଷୟ ‘ଦିଲ୍ ଚାହତା ହେ’ ଫିଲ୍ମରେ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟର୍ ବେଷ୍ଟ ସପୋର୍ଟଇଂ ଆକ୍ଟରର ଆୱାର୍ଡ ମଧ୍ୟ ଦିଆଯାଇଥିଲା ।

ଏହି ଫିଲ୍ମ ପରେ ଅକ୍ଷୟ ‘ହମରାଜ୍’, ‘ହଙ୍ଗାମା’, ‘ହଲ୍-ଚଲ୍’, ‘ରେସ୍’ ଏବଂ ‘ଦହକ୍’ ଭଳି ଫିଲ୍ମରେ କାମ କରିଥିଲେ । ଏହି ସମୟରେ ଅନେକ ଅଭିନେତ୍ରୀଙ୍କ ସହିତ ଅକ୍ଷୟଙ୍କ ଅଫେୟାର୍ ର ଖବର ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ତାଙ୍କ ବିବାହ ଖବର କରିଶ୍ମା କପୂରଙ୍କ ସହିତ ଚାଲିଥିଲା । ସେହି ସମୟରେ କରିଶ୍ମା କପୂର୍ ମଧ୍ୟ ଟୋପ୍ ଅଭିନେତ୍ରୀ ଥିଲେ । କରିଶ୍ମା କପୂରଙ୍କ ପିତା ରଣଧୀର୍ କପୂର୍ ବିନୋଦ ଖାନ୍ନାଙ୍କ ଘରକୁ ନିଜ ଝିଅ କରିଶ୍ମାଙ୍କ ପାଇଁ ପ୍ରସ୍ତାବ ପଠାଇ ଥିଲେ ।

କିନ୍ତୁ ସେତେବେଳେ କରିଶ୍ମା କପୂରଙ୍କ ମା’ ବବିତା କପୂର୍ ଏଥିରେ ରାଜି ହୋଇ ନଥିଲେ । କାରଣ ସେତେବେଳେ କରିଶ୍ମା ନିଜ କ୍ୟାରିଅରର ଏକ ଶ୍ରେଷ୍ଠ ସ୍ଥାନରେ ଥିଲେ । ତେଣୁ ତାଙ୍କ ମା’ ବବିତା ଆଦୌ ରାଜି ହେଉନଥିଲେ ଯେ କରିଶ୍ମା ବିବାହ କରି ନିଜର କ୍ୟାରିଅର୍ ଖରାପ କରି ଦିଅନ୍ତୁ । ଏହି କାରଣରୁ ସେ ଏହି ବିବାହ ପାଇଁ ମନା କରି ଦେଇଥିଲେ । ଯେତେବେଳେ ପୁଣିଥରେ ଏହି ବିବାହ ସମ୍ବନ୍ଧିତ ଘଟଣା ବିଷୟରେ ଏକ ଇଣ୍ଟରଭିଉରେ ଅକ୍ଷୟଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ଉତ୍ତରରେ କହିଥିଲେ ଯେ’ ମୋତେ ପିଲା ପସନ୍ଦ ନୁହଁନ୍ତି ସେଥିପାଇଁ ମୁଁ ଆଜି ପର୍ଯ୍ୟନ୍ତ ବିବାହ କରିନାହିଁ ଏବଂ ଆଗାମୀ ସମୟରେ କେବେ ବିବାହ କରିବାକୁ ମଧ୍ୟ ଚାହେଁ ନାହିଁ’ ।

ଅକ୍ଷୟ ଆହୁରି ମଧ୍ୟ କହିଥିଲେ ଯେ ମୋତେ ଏକୁଟିଆ ରହିବାକୁ ଭଲ ଲାଗେ । ମୁଁ କେବଳ ଅଳ୍ପ ସମୟ ପାଇଁ କୌଣସି ସମ୍ପର୍କରେ ରହି ପାରିବି ନାହିଁ କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ସମ୍ପର୍କରେ ରହି ପାରିବି ନାହିଁ । ଅକ୍ଷୟ ଖାନ୍ନାଙ୍କ ବାପା ବିନୋଦ ଖାନ୍ନା ୨୦୧୭ରେ କ୍ୟାନ୍ସର୍ କାରଣରୁ ମୃତ୍ୟୁ ବରଣ କରିଥିଲେ । ତା’ପର ଠାରୁ ଅକ୍ଷୟ ଏକୁଟିଆ ହୋଇ ଯାଇଛନ୍ତି । ଅକ୍ଷୟ ଆଜି ନିଜର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି ସତ କିନ୍ତୁ ସେ ଆଜିବି କୁଆଁରା ଅଛନ୍ତି ।

ଅକ୍ଷୟ ଖାନ୍ନାଙ୍କ ନାମ ବଲିଉଡର କିଛି ଭଲ ଅଭିନେତାଙ୍କ ନାମ ମଧ୍ୟରେ ସାମିଲ୍ ଅଛି, ଯିଏକି ଜଣେ ଭଲ ହିରୋ ଏବଂ ଭିଲେନ୍ ଉଭୟ ଭୂମିକାରେ ନିଜର ଛାପ ଛାଡ଼ି ପାରନ୍ତି । ଅଭିନେତା ସାଧୁ ଶେଷଥର ପାଇଁ ଫିଲ୍ମ ‘ସେକ୍ସନ୍ 375’ରେ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *