ଯେତେବେଳେ ଦିବ୍ୟା ଭାରତୀଙ୍କ ଅଧା ଫିଲ୍ମ ‘ଲାଡ଼ଲା’ରେ କାମ କରିବାକୁ ଡରି ଯାଇଥିଲେ ଶ୍ରୀଦେବୀ ! ସେତେବେଳେ ‘ସେଟ୍’ରେ ‘ଗାୟତ୍ରୀ ମନ୍ତ୍ର’ର ଜପ କରିବାକୁ ପଡ଼ିଥିଲା…

ଯେତେବେଳେ ଦିବ୍ୟା ଭାରତୀଙ୍କ ଅଧା ଫିଲ୍ମ ‘ଲାଡ଼ଲା’ରେ କାମ କରିବାକୁ ଡରି ଯାଇଥିଲେ ଶ୍ରୀଦେବୀ ! ସେତେବେଳେ ‘ସେଟ୍’ରେ ‘ଗାୟତ୍ରୀ ମନ୍ତ୍ର’ର ଜପ କରିବାକୁ ପଡ଼ିଥିଲା…

ଅନିଲ୍ କପୂର୍ ଏବଂ ଶ୍ରୀଦେବୀଙ୍କ ଯୋଡ଼ି ବଲିଉଡର ଲୋକପ୍ରିୟ ଯୋଡ଼ି ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ତାଙ୍କ ଫିଲ୍ମ ‘ଲାଡ଼ଲା’ ସେହି ସମୟର ସୁପରହିଟ୍ ଫିଲ୍ମ ଥିଲା । କିନ୍ତୁ ଖୁବ୍ କମ୍ ଲୋକଙ୍କୁ ଏହା ଜଣାଅଛି ଯେ ଫିଲ୍ମ ଶୁଟିଂ ସମୟରେ ଶ୍ରୀଦେବୀଙ୍କ ସହିତ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥିଲା ।

ଏହି ବର୍ଷ ଫିଲ୍ମ ‘ଲାଡ଼ଲା’ ରିଲିଜ୍ ହେବାକୁ ୨୭ ବର୍ଷ ପୁରି ଯାଇଛି । ଏହି ଫିଲ୍ମ ହୁଏତ ସୁପରହିଟ୍ ରହିଥିଲା ମାତ୍ର ଏହାର ଶୁଟିଂ ସମୟରେ ଅନେକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟି ଥିଲା । ଏହି ଫିଲ୍ମ ପାଇଁ ଶ୍ରୀଦେବୀଙ୍କ ପୂର୍ବରୁ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ କାଷ୍ଟ କରାଯାଇଥିଲା । ରିପୋର୍ଟ ମୁତାବିକ ଦିବ୍ୟା ଭାରତୀ ଫିଲ୍ମର ୮୦ ପ୍ରତିଶତ ମଧ୍ୟ ଶେଷ କରି ଦେଇଥିଲେ କିନ୍ତୁ ବୋଧହୁଏ ତାଙ୍କ ଭାଗ୍ୟରେ ଆଉ କିଛି ଥିଲା ।

ଯେତେବେଳେ ଦିବ୍ୟା ଭାରତୀଙ୍କ ନିଧନ ହୋଇଥିଲା ସେହି ସମୟରେ ଫିଲ୍ମର ଶୁଟିଂ ଚାଲୁଥିଲା । ତାଙ୍କର ଆକସ୍ମିକ ମୃତ୍ୟୁ କାରଣରୁ ଫିଲ୍ମ ନିର୍ମାତା ଦ୍ଵନ୍ଦରେ ପଡ଼ି ଯାଇଥିଲେ । କିନ୍ତୁ ଯେହେତୁ ଶ୍ରୀଦେବୀଙ୍କୁ ଦିବ୍ୟା ଭାରତୀଙ୍କ ପ୍ରତିରୂପ ବୋଲି କୁହାଯାଏ ତେଣୁ ତାଙ୍କୁ ସେହି ରୋଲ୍ ପାଇଁ ଅଫର୍ କରାଯାଇଥିଲା । ଯେଉଁଥିରେ ଅଭିନେତ୍ରୀ ଶ୍ରୀଦେବୀ ଏହି ଫିଲ୍ମ ପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥିଲେ । ଏସବୁ ମଧ୍ୟରେ ଶ୍ରୀଦେବୀଙ୍କର ବାରମ୍ବାର ସେହି ସ୍ୱତନ୍ତ୍ର ‘ଡାଇଲୋଗ୍’ରେ ଅଟକି ଯିବା ଯେଉଁଠି ଦିବ୍ୟା ଭାରତୀ ଅଟକି ଯାଉଥିଲେ । ଯେଉଁ କାରଣରୁ ଶୁଟିଂ ସେଟ୍ ଖୁବ୍ ଭୟଭୀତ ହୋଇ ଯାଇଥିଲା ।

ଏମିତିରେ ‘ସେଟ୍’ରେ ଡର ଏବଂ ଭୟର ପରିସ୍ଥିତି ହେବା ଦେଖି ଅଭିନେତା ଶକ୍ତି କପୂର୍ ‘ଗାୟତ୍ରୀ ମନ୍ତ୍ର’ ଜପ କରିବାକୁ ପରାମର୍ଶ ଦେଇଥିଲେ । ‘ଗାୟତ୍ରୀ ମନ୍ତ୍ର’ର ଜପ ଏବଂ ‘ସେଟ୍’ରେ ପୂଜା ପାଠ କରାଗଲା, ଯାହାପରେ ଯାଇ ଶ୍ରୀଦେବୀ ନିଜର ଲାଇନ୍ କହି ପାରିଲେ ଏବଂ ସେହି ‘ଶିନ୍’ର ଶୁଟିଂ ସମ୍ପୂର୍ଣ୍ଣ ହୋଇ ପାରିଲା । ଏହି ‘ଶିନ୍’ କୁ ନା କେବଳ ଦର୍ଶକମାନେ ପସନ୍ଦ କରିଥିଲେ ଏହା ସେହି ସମୟରେ ୧୨ କୋଟି ରୋଜଗାର ମଧ୍ୟ କରିଥିଲା ।

ଫିଲ୍ମରେ ଅନିଲ୍ କପୂର୍, ଶ୍ରୀଦେବୀଙ୍କ ସହିତ ଶକ୍ତି କପୂର୍, ଅନୁପମ ଖେର, ରବିନା ଟଣ୍ଡନ୍, ଫରୀଦା ଜଲାଲଙ୍କ ଭଳି କଳାକାର କାମ କରିଥିଲେ । ଯେଉଁଠି ରାଜ୍ କବଂର ଏହି ଫିଲ୍ମର ନିର୍ଦେଶନା ଦେଇଥିଲେ ।

Leave a Reply

Your email address will not be published. Required fields are marked *