କରୋନା ମହାମାରୀ ସମୟରେ ଚାଲିଥିବା ଲକଡାଉନ୍ ବଡ ବଡ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । କେତେ
ଲୋକଙ୍କ ବ୍ୟବସାୟ ମଧ୍ୟ ବୁଡ଼ି ଯାଇଛି, ଅନେକ ଚାକିରି ହରାଇଛନ୍ତି, ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ କାହାଣୀ କହିବାକୁ ଯାଉଛୁ ଯିଏ କ୍ୟାମେରା ମ୍ୟାନ୍ ଭାବରେ ବଲିଉଡର ଅନେକ ବଡ ବ୍ୟକ୍ତିତ୍ୱଙ୍କ ସହ କାମ କରିଛନ୍ତି ।
ଅମିତାଭ ବଚ୍ଚନ, ରଣବୀର୍ କପୁର୍, ବରୁଣ ଧୱନ୍, ଆଲିଆ ଭଟ୍ଟଙ୍କ ପରି ବଡ ଅଭିନେତାଙ୍କ ସହ କ୍ୟାମେରା ମ୍ୟାନ୍ ଭାବରେ ସୁଚିସ୍ମିତା ରାଉତରୟ କାର୍ଯ୍ୟ କରିଛନ୍ତି । ଲକଡାଉନ୍ ସମୟରେ, ତାଙ୍କର ଆର୍ଥିକ ଅବସ୍ଥା ଏତେ ଖରାପ ହୋଇଗଲା ଯେ ସେ ‘ମୋମୋ’ ବିକ୍ରୟ କରି ଜୀବନଯାପନ କରୁଛନ୍ତି ।
ସୂଚନାଯୋଗ୍ୟ ଯେ ଆଜିକାଲି ସୁଚିସ୍ମିତା ରାଉତରାୟ ଓଡ଼ିଶାରେ ‘ମୋମୋ’ ବିକ୍ରୟ କରୁଛନ୍ତି । ସୁଚିସ୍ମିତା, ଯିଏ ଗୋଟିଏ ସମୟରେ ଅନେକ ବଡ ଚଳଚ୍ଚିତ୍ରରେ କ୍ୟାମେରା ମ୍ୟାନ୍ ରୂପେ ଦକ୍ଷତା ଅର୍ଜନ କରିଥିଲେ । ବର୍ତ୍ତମାନ ‘ମୋମୋ’ ବିକ୍ରୟ କରି ଦୈନିକ ୩୦୦ ରୁ ୪୦୦ ଟଙ୍କା ରୋଜଗାର କରୁଛନ୍ତି ।
ଅନ୍ୟ ମାନଙ୍କ ପରି ସୁଚିସ୍ମିତା କହିଛନ୍ତି ଯେ ଲକଡାଉନ୍ ହେବା ପୂର୍ବରୁ ତାଙ୍କ ଜୀବନ ବି ବହୁତ ଖୁସିରେ ଚାଲିଥିଲା । ଏକ ସଠିକ୍ ରାସ୍ତାରେ, କିନ୍ତୁ ଲକଡାଉନ୍ ସମୟରେ ତାଙ୍କ ଅବସ୍ଥା ସଂପୂର୍ଣ୍ଣ ଖରାପ ହୋଇଯାଇଥିଲା । ସେ କାମ ପାଇବା ବନ୍ଦ ହୋଇଗଲା । ଏବଂ ଦୀର୍ଘ ସମୟ ଧରି ଲକଡାଉନ୍ ଚାଲୁଥିବାରୁ ସେ କାମ ପାଇବେ ବୋଲି ଭାବିପରିଲେ ନାହିଁ । ଏଭଳି ପରିସ୍ଥିତିରେ କରୋନାଭାଇରସ୍ ତାଙ୍କ ଜୀବନରେ ଏପରି ସ୍ପିଡ୍ ବ୍ରେକର ହୋଇଗଲା ଯେ ସେ ‘ମୋମୋ’ ବିକ୍ରୟ କରି ବଞ୍ଚିବାକୁ ବାଧ୍ୟ ହେଲେ ।
ସୁଚିସ୍ମିତା ରାଉତରାୟ ଅଧ୍ୟୟନ ସମାପ୍ତ କରିବା ପରେ ଓଡିଶା ସାଇନ୍ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ୨୦୧୫ ମସିହାରେ ମୁମ୍ବାଇ ଯାଇଥିଲେ ଏବଂ ଧୀରେ ଧୀରେ ସେ ବଲିଉଡରେ କାମ କରିବା ଆରମ୍ଭ କଲେ । ୬ ବର୍ଷ ଧରି ସେ ସହକାରୀ କ୍ୟାମେରା ମ୍ୟାନ୍ ଭାବରେ ଅନେକ ବଡ ବ୍ୟକ୍ତିତ୍ୱଙ୍କ ସହିତ କାର୍ଯ୍ୟ କରିଥିଲେ, କିନ୍ତୁ କରୋନା ଆସିବା ମାତ୍ରେ କାମ ମିଳିବା ବନ୍ଦ ହୋଇଗଲା । ତା’ପରେ ଲାକଡାଉନ୍ ତାଙ୍କ ଅବସ୍ଥା ଖରାପ କରିଦେଲା ।
ଆପଣଙ୍କୁ କହିରଖୁଚୁ ଯେ ଆଜିକାଲି ସୁଚିସ୍ମିତା କଟକରେ ତାଙ୍କ ମା’ ସହିତ ରହୁଛନ୍ତି । ଯେହେତୁ ତାଙ୍କ ପିତାଙ୍କର ଦେହାନ୍ତ ହୋଇଛି, ପରିବାର କୁ ଚଳେଇବା ପାଇଁ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ, ତେଣୁ ସେ କେବଳ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ‘ମୋମୋ’ ବିକ୍ରୟ କରୁଛନ୍ତି ।