ସୋସିଆଲ ମିଡିଆରେ ରିୟା ଚକ୍ରବର୍ତ୍ତୀ ସେୟାର୍ କରିଲେ ନିଜର ଫୋଟ ! କ୍ୟାପସନରେ ଲେଖିଲେ “प्यार ताकत है” । ଜନତା ଦେଲେ ଉତ୍ତର…

ସୋସିଆଲ ମିଡିଆରେ ରିୟା ଚକ୍ରବର୍ତ୍ତୀ ସେୟାର୍ କରିଲେ ନିଜର ଫୋଟ ! କ୍ୟାପସନରେ ଲେଖିଲେ “प्यार ताकत है” । ଜନତା ଦେଲେ ଉତ୍ତର…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗଭୀର ଆଘାତରେ ଥିଲେ । ଏହି ସମୟରେ ସେ ଅନେକ ପ୍ରକାରର ଅଭିଯୋଗର ସମ୍ମୁଖୀନ ହୋଇଥିଲେ । କେବଳ ଏତିକି ନୁହେଁ ତାଙ୍କୁ ଜେଲରେ ମଧ୍ୟ କିଛି ସମୟ ବିତାଇବାକୁ ପଡ଼ିଥିଲା, କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ଧୀରେ ଧୀରେ ନିଜ ସାଧାରଣ ଜୀବନକୁ ଫେରୁଛନ୍ତି ।

ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ସୋସିଆଲ୍ ମିଡିଆରେ ମଧ୍ୟ କିଛି ନା କିଛି ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି । ନିକଟରେ ସେ ତାଙ୍କର ଏକ ଫୋଟ ସେୟାର୍ କରିଛନ୍ତି ଯେଉଁଥିରେ ଫିଲ୍ମ ‘ସାଂଡ଼ କି ଆଙ୍ଖ’ର ନିର୍ମାତା ନିଧି ପରମାର ହିରାନନ୍ଦାନୀ ତାଙ୍କ ସହ ନଜର ଆସିଛନ୍ତି ।

ଫୋଟରେ ଦୁହେଁ ଏକ ବିଛଣାରେ ଶୋଇଛନ୍ତି ଏବଂ ନିଜ ହାତର ଆଙ୍ଗୁଠି ସାହାଯ୍ୟରେ ହୃଦୟର ପ୍ରତୀକ ତିଆରି କରୁଛନ୍ତି । ରିୟା ଏହି ଫୋଟ ସହିତ ଆମେରିକୀୟ ଲେଖକ ରବର୍ଟ ଫୁଲଗୁମଙ୍କ ଉଦ୍ଧେଶ୍ୟରେ ଲେଖିଛନ୍ତି, ‘ପ୍ରେମ ହେଉଛି ଶକ୍ତି’ । ପ୍ରେମ ହେଉଛି ଏକ କପଡା ଯାହା କେବେ ବି ମଳିନ ହୁଏ ନାହିଁ, ତେବେ ଏହାକୁ ଦୁଃଖ ଏବଂ ବିପତ୍ତିର ପାଣିରେ କେତେଥର ଧୁଆଯାଉ ନା କାହିଁକି ।’

ଆପଣଙ୍କୁ କହିରଖୁଛୁ ଯେ, ‘ଚେହେରେ’ ଫିଲ୍ମର ଟ୍ରେଲର୍ ନିକଟରେ ରିଲିଜ୍ ହୋଇଛି । ଏଥିରେ ରିୟା ଚକ୍ରବର୍ତ୍ତୀ ମଧ୍ୟ ନଜର ଆସିଛନ୍ତି, କିନ୍ତୁ ଟ୍ରେଲରରେ ରିୟାଙ୍କ ଝଲକ୍ ଏତେ ଛୋଟ ଯେ ଆଖି ପିଛୁଳାକେ ସେ ଆଖିରୁ ଅଦୃଶ୍ୟ ହୋଇଯାଉଛନ୍ତି । କହିରଖୁଛୁ ଏହି ଚଳଚ୍ଚିତ୍ର ରହସ୍ୟ ଥ୍ରୀଲରର କାହାଣୀ ଉପରେ ଆଧାରିତ ।

ଋମି ଜାଫ୍ରିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଚେହେରେ’ରେ ଅମିତାଭ ବଚ୍ଚନ ଏବଂ ଇମ୍ରାନ୍ ହାଶମୀ, ରିୟା ଚକ୍ରବର୍ତ୍ତୀଙ୍କ ବ୍ୟତୀତ ଅଭିନେତା ଅନ୍ନ କପୁର୍, ଟିଭି ଅଭିନେତ୍ରୀ କ୍ରିଷ୍ଟାଲ୍ ଡି’ସୁଜା, ରଘୁବୀର ଯାଦବ ଏବଂ ଧ୍ରିତମାନ ଚାଟାର୍ଜୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *