ଗରମ ପାଣି ସହିତ ପ୍ରତିଦିନ ଖାଆନ୍ତୁ ଦୁଇଟି ରସୁଣର ଏବଂ ମୁକ୍ତି ପଅନ୍ତୁ ଏହି ଗମ୍ଭୀର ରୋଗ ଠାରୁ !

ଗରମ ପାଣି ସହିତ ପ୍ରତିଦିନ ଖାଆନ୍ତୁ ଦୁଇଟି ରସୁଣର ଏବଂ ମୁକ୍ତି ପଅନ୍ତୁ ଏହି ଗମ୍ଭୀର ରୋଗ ଠାରୁ !

ଘରର ରୋଷେଇରେ ରସୁଣ ସହଜରେ ମିଳିଯାଏ । ରସୁଣର ପ୍ରୟୋଗ ପନିପରିବା ରୂପେ କରାଯାଏ । ରସୁଣର ବ୍ୟବହାର କରିବା ଫଳରେ ପନିପରିବାର ସ୍ୱାଦ ବହୁତ ବଢ଼ିଯାଏ । କେବଳ ସ୍ଵାଦରେ ନୁହେଁ ବରଂ ରସୁଣ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉତ୍ତମ ଅଟେ । ଡାକ୍ତରମାନେ ମଧ୍ୟ ପ୍ରତିଦିନ ରସୁଣ ଖାଇବା ପାଇଁ ପରାମର୍ଶ ଦିଅନ୍ତି । ରସୁଣ ଠାରେ ଏପରି ପୋଷକ ତତ୍ତ୍ୱ ରହିଥାଏ ଯେଉଁଥିରେ ଆମ ଶରୀରକୁ ଗୋଟିଏ ନୁହେଁ ବରଂ ଅନେକଗୁଡ଼ିଏ ଲାଭ ମିଳିଥାଏ । ଏପରି ଅନେକଗୁଡ଼ିଏ ଲୋକ ଥାଆନ୍ତି ଯେଉଁମାନେ କଞ୍ଚା ରସୁଣର ସେବନ କରନ୍ତି ତେବେ କିଛି ଲୋକ ରସୁଣକୁ ଭାଜି ଖାଆନ୍ତି । ଯଦି ରସୁଣର ସେବନ ଖାଲି ପେଟରେ କରାଯାଏ ତେବେ ଏଥିରୁ ଅନେକଗୁଡ଼ିଏ ରୋଗ ଦୂର ହୋଇଥାଏ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଭୋଜନର ସ୍ୱାଦ ବଢ଼ାଇବା ରସୁଣ ସ୍ୱାଦିଷ୍ଟ ହେବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ବର୍ଧକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ପ୍ରତିଦିନ ରସୁଣ ଖାଇବା ଫଳରେ ଆପଣଙ୍କୁ କଣ କଣ ଲାଭ ମିଳିବ, ଏହା ବିଷୟରେ ସୂଚନା ଦେବାକୁ ଯାଉଛୁ ।

ଥଣ୍ଡା କାଶରେ ଅଟେ ଲାଭଦାୟକ

ଯଦି ରସୁଣର ସେବନ ଗରମ ପାଣି ସହିତ କରାଯାଏ ତେବେ ଏଥିରୁ ଥଣ୍ଡା କାଶ ଭଳି ସମସ୍ୟା ଦୂର ହୋଇଥାଏ । ଆପଣଙ୍କୁ ସୁଚାଇଦେଉଛୁ ଯେ ରସୁଣ ଗରମ ହୋଇଥାଏ । ରସୁଣର ସେବନ କରିବା ଫଳରେ ଶ୍ଵାସ ସମ୍ବନ୍ଧୀୟ ରୋଗ ଅସ୍ଥମା, ନିମୋନିଆ, କାଶ ଆଦି ଠିକ୍ ହୋଇଥାଏ ।

ପେଟ ରୋଗରୁ ମିଳେ ମୁକ୍ତି

ଯଦି ଆପଣ ପ୍ରତିଦିନ ନିୟମିତ ଭାବେ ଖାଲି ପେଟରେ କଞ୍ଚା ରସୁଣର କଳି ଗରମ ପାଣି ସହିତ ସେବନ କରନ୍ତି ତେବେ ଏଥିରୁ ଡ଼ାଇରିଆ, କବ୍ଜ ଭଳି ସମସ୍ୟା ଦୂର ହୋଇଥାଏ । ଏତିକିନୁହେଁ ବରଂ ରସୁଣ ଆମ ଶରୀରରେ ଉପସ୍ଥିତ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି ଆପଣ ପ୍ରତିଦିନ ରସୁଣ ସେବନ କରନ୍ତି ତେବେ ଏଥିରୁ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ଉଚ୍ଚ ରକ୍ତଚାପକୁ କରେ ନିୟନ୍ତ୍ରଣ

ଯଦି ଆପଣ ପ୍ରତିଦିନ ରସୁଣର ଦୁଇ କଳି ଖାଲି ପେଟରେ ସେବନ କରନ୍ତି ତେବେ ଏଥିରୁ ଉଚ୍ଚ ରକ୍ତଚାପ ସାମାନ୍ୟ ହୋଇଯାଏ । ରସୁଣର ସେବନ କରିବା ଫଳରେ ଆମ ଶରୀର ଅନେକଗୁଡ଼ିଏ ରୋଗରୁ ମୁକ୍ତ ହୋଇଥାଏ । ରସୁଣ ଖାଇବା ଫଳରେ ରକ୍ତର ସଞ୍ଚାର ଆମ ଶରୀରରେ ବହୁତ ଭଲ ଭାବରେ ହୋଇଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ହୃଦୟ ସମ୍ବନ୍ଧୀୟ ଅସୁବିଧାରେ ଲାଭଦାୟକ

ଯଦି ପ୍ରତିଦିନ କଞ୍ଚା ରସୁଣର ଦୁଇ କଳି ଗରମ ପାଣି ସହିତ ସେବନ କରାଯାଏ କିମ୍ବା ଏହାକୁ ଚୋବାଇ ଖାଇବା ତେବେ ଏଥିରୁ କଲେଷ୍ଟ୍ରଲ୍ ନିୟନ୍ତ୍ରଣ ହୋଇଥାଏ । ରସୁଣରେ ଗାମା-ଗ୍ଲୁମିଲସିଷ୍ଟିନ ନାମକ ଏକ ରସାୟନ ମିଳେ ଯାହା ହୃଦୟର ଧମନୀରେ ଜମା ହୋଇଥିବା ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ । ହୃଦୟର ଶିରା ଗୁଡ଼ିକ ଖୋଲିଯାଏ ଏବଂ ହାର୍ଟ ବ୍ଲକେଜର୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ।

ଚିନ୍ତା ଦୂର ହୋଇଥାଏ

ଆଜିକାର ସମୟରେ ଲୋକମାନେ ମାନସିକ ଚିନ୍ତା ଦେଇ ଗତି କରନ୍ତି । ବ୍ୟସ୍ତ ଜୀବନ ଶୈଳୀ କାରଣରୁ ମନୁଷ୍ୟକୁ କୌଣସି ନା କୌଣସି କଥାକୁ ନେଇ ମାନସିକ ଚିନ୍ତା ରହେ । ଯଦି ଆପଣ ଚିନ୍ତାରୁ ମୁକ୍ତି ପାଇବା ଚାହଁନ୍ତି ତେବେ ଏଥିରେ ରସୁଣ ଆପଣଙ୍କ ସାହାଯ୍ୟ କରିଥାଏ । ଯଦି ଅଧିକ ଚିନ୍ତା ହୁଏ ତେବେ ଏହା ଫଳରେ ପେଟରେ କିଛି ଅମ୍ଳ ସୃଷ୍ଟି ହେବାକୁ ଲାଗେ ଯେଉଁଥିରେ ବ୍ୟକ୍ତିକୁ ଚିନ୍ତା ଭଳି ସମସ୍ୟା ଉତ୍ପନ ହେବାକୁ ଲାଗେ । ଯଦି କଞ୍ଚା ରସୁଣର କିଛି କଳି ସେବନ କରାଯାଏ ତେବେ ଏଥିରୁ ପେଟରେ ଅମ୍ଳ ତିଆରି ହେବା ବନ୍ଦ ହୋଇଯାଏ ଏବଂ ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *