ଗୋବିନ୍ଦାଙ୍କ ଏହି ଗୋଟିଏ କଥା ଅକ୍ଷୟ କୁମାରଙ୍କୁ କରିଦେଲା ସୁପରଷ୍ଟାର୍ ! ପ୍ରଥମ ଚଳଚ୍ଚିତ୍ରରେ ଥିଲା ମାତ୍ର ୭ ସେକେଣ୍ଡର ରୋଲ୍…

ଗୋବିନ୍ଦାଙ୍କ ଏହି ଗୋଟିଏ କଥା ଅକ୍ଷୟ କୁମାରଙ୍କୁ କରିଦେଲା ସୁପରଷ୍ଟାର୍ ! ପ୍ରଥମ ଚଳଚ୍ଚିତ୍ରରେ ଥିଲା ମାତ୍ର ୭ ସେକେଣ୍ଡର ରୋଲ୍…

ହିନ୍ଦୀ ସିନେମା ପାଇଁ ଆଜି ଅକ୍ଷୟ କୁମାର ଏକ ବଡ଼ ନାମ ଅଟନ୍ତି । ବର୍ଷକରେ ତିନିରୁ ଚାରି ଚଳଚ୍ଚିତ୍ର କରୁଥିବା ଅକ୍ଷୟ କୁମାରଙ୍କୁ ବଲିଉଡ଼ରେ କାମ କରି ୩୦ ବର୍ଷରୁ ଅଧିକ ସମୟ ହୋଇ ଯାଇଛି । ଅକ୍ଷୟ କୁମାର ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଭଲ ଭଲ ଚଳଚ୍ଚିତ୍ର ଗୁଡ଼ିକ ଭେଟି ଦେଇଛନ୍ତି । ସେ କମେଡ଼ି, ଏକ୍ସନ୍, ରୋମାନ୍ସ ସମସ୍ତ ଶୈଳୀରେ ନିଜ ଫ୍ୟାନ୍ସ ମାନଙ୍କ ହୃଦୟ ଜିଣିଛନ୍ତି ।

ଅକ୍ଷୟ କୁମାରଙ୍କୁ ବଲିଉଡ଼ରେ ଏକ୍ସନ୍ ମାଷ୍ଟର୍ କୁହାଯାଏ ଏବଂ ସାରାବିଶ୍ୱରେ ସେ ‘ଖିଲାଡ଼ି କୁମାର୍’ ଓ ବଲିଉଡ଼ର ଖିଲାଡ଼ି ନାମରେ ପରିଚିତ । ଅକ୍ଷୟ କୁମାର ୧୯୯୧ରେ ମୁଖ୍ୟ ଅଭିନେତା ରୂପେ ନିଜ ଫିଲ୍ମୀ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ତାଙ୍କ ଚଳଚ୍ଚିତ୍ରର ନାମ ଥିଲା ‘ସୌଗନ୍ଧ’ କିନ୍ତୁ ଖୁବ୍ କମ୍ ଲୋକଙ୍କୁ ଏହା ଜଣାଥିବ ଯେ, ଅକ୍ଷୟ କୁମାର୍ ଏହା ପୂର୍ବରୁ ମଧ୍ୟ ଆଉ ଏକ ଚଳଚ୍ଚିତ୍ରରେ ନଜର ଆସିଥିଲେ, କିନ୍ତୁ ସେହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ଭୂମିକା ମାତ୍ର ୭ ସେକେଣ୍ଡର ଅଟେ । ଆସନ୍ତୁ ଆଜି ଆପଣଙ୍କୁ ସେହି ଚଳଚ୍ଚିତ୍ର ବିଷୟରେ ଜଣାଇବୁ…

ବାସ୍ତବରେ, ୧୯୯୧ରେ ନିଜ ଫିଲ୍ମୀ କ୍ୟାରିୟରର ଶୁଭାରମ୍ଭ କରିଥିବା ଅକ୍ଷୟ କୁମାରଙ୍କୁ ଏହା ପୂର୍ବରୁ ଚଳଚ୍ଚିତ୍ରରେ ଆସିବା ପାଇଁ ରୁଚି ଥିଲା । ୧୯୮୭ରେ ଏକ ଚଳଚ୍ଚିତ୍ର ଆସିଥିଲା, ଯାହାର ନାମ ଥିଲା ‘ଆଜ୍’। ଜଣାଇଦେଉଛୁ ଯେ ଆଜ୍ ନାମକ ଚଳଚ୍ଚିତ୍ରରେ ଅକ୍ଷୟଙ୍କୁ ଏକ ଭୂମିକା ଦିଆଯାଇଥିଲା କିନ୍ତୁ ତାଙ୍କ ସ୍କ୍ରିନ୍ ପ୍ରେଜେନ୍ସ ମାତ୍ର ୭ ସେକେଣ୍ଡ ଥିଲା । ୭ ସେକେଣ୍ଡର ରୋଲ୍ ଅକ୍ଷୟଙ୍କୁ ଅନେକ କିଛି ଶିଖାଇଦେଇଥିଲା ଏବଂ ପରେ ଆଗକୁ ଯାଇ ସେ ଚଳଚ୍ଚିତ୍ର ଜଗତର ହୋଇ ରହିଗଲେ ।

ଏପରି ହୋଇଗଲେ ରାଜୀବ ଭାଟିୟାରୁ ଅକ୍ଷୟ କୁମାର…

ଖୁବ୍ କମ୍ ଲୋକଙ୍କୁ ଏହା ଜଣା ଯେ, ଅକ୍ଷୟ କୁମାରଙ୍କ ବାସ୍ତବ ନାମ ଅକ୍ଷୟ କୁମାର ନୁହେଁ ବରଂ ରାଜୀବ୍ ଭାଟିୟା ଅଟେ । ଚଳଚ୍ଚିତ୍ର ‘ଆଜ୍’ ସମୟରେ ଅକ୍ଷୟ କୁମାରଙ୍କ ସହିତ ଏପରି କିଛି ହୋଇଥିଲା ଯେ, ସେ ନିଜ ନାମ ପରିବର୍ତ୍ତିତ କରି ନେଇଥିଲେ । ବାସ୍ତବରେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା କୁମାର ଗୌରବ ନଜର ଆସିଥିଲେ । ଚଳଚ୍ଚିତ୍ରରେ କୁମାର ଗୌବରଙ୍କ ଭୂମିକାର ନାମ ଅକ୍ଷୟ ଥିଲା । ଅକ୍ଷୟଙ୍କୁ ଏହି ନାମ ପସନ୍ଦ ଆସିଲା ଏବଂ ସେ ଏହି ନାମକୁ ଓ କୁମାର୍ ଗୌରବଙ୍କ ନାମକୁ ମିଶାଇ ନିଜର ନାମ ରାଜୀବ୍ ଭାଟିୟାରୁ ଅକ୍ଷୟ କୁମାର୍ ରଖିଦେଲେ ଏବଂ ଆଜି ସମ୍ପୂର୍ଣ୍ଣ ଜଗତରେ ଅକ୍ଷୟ କୁମାର ନାମରେ ପରିଚିତ ।

ଗୋବିନ୍ଦାଙ୍କ କଥା ଅକ୍ଷୟଙ୍କୁ କରିଦେଲା ଷ୍ଟାର୍…

କିଛି ମିଡ଼ିଆ ରିପୋର୍ଟରେ ଏହା କୁହାଯାଇଛି ଯେ, ଅକ୍ଷୟ କୁମାରଙ୍କୁ ଅଭିନେତା ହେବାର ପ୍ରେରଣା ନିଜ ସମୟର ସୁପରଷ୍ଟାର୍ ଗୋବିନ୍ଦାଙ୍କ ଠାରୁ ମିଳିଥିଲା । ବାସ୍ତବରେ, ଅକ୍ଷୟ କୁମାର୍ ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ପ୍ରସିଦ୍ଧ ଫୋଟଗ୍ରାଫରର ଆସିଟାଣ୍ଟ ରୂପେ କାମ କରୁଥିଲେ । ଏମିତିରେ ଦିନେ ଅକ୍ଷୟ କୁମାର ଗୋବିନ୍ଦାଙ୍କୁ ତାଙ୍କର କିଛି ଫୋଟ ଦେବା ପାଇଁ ପହଞ୍ଚି ଥିଲେ । ଅକ୍ଷୟଙ୍କୁ ଦେଖିବା ମାତ୍ରେ ଗୋବିନ୍ଦା ତାଙ୍କୁ କହିଲେ ଯେ କାହିଁକିନା ଆପଣ ମଧ୍ୟ ଜଣେ ଅଭିନେତା ହୁଅନ୍ତୁ । ସେତେବେଳେ ପ୍ରଥମଥର ପାଇଁ ଅକ୍ଷୟଙ୍କ ମନରେ ଅଭିନେତା ହେବାର ଭାବନା ଆସିଥିଲା । କୁହାଯାଏ ଯେ ଗୋବିନ୍ଦା ଅକ୍ଷୟଙ୍କୁ ଚଳଚ୍ଚିତ୍ରରେ କାମ କରିବା ପାଇଁ ପ୍ରେରଣା ମିଳିଥିଲା ଏବଂ ପରେ ତାଙ୍କୁ ଚଳଚ୍ଚିତ୍ର ଜଗତ ଭଲ ଲାଗିବାକୁ ଲାଗିଲା ।

ଆଜି ଅକ୍ଷୟ କୁମାର୍ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଉଚ୍ଚ ଅଭିନେତା ମଧ୍ୟରେ ଜଣେ ଅଟନ୍ତି । ସେ ସୁପରଷ୍ଟାର୍ ଅଟନ୍ତି ଏବଂ ଦୁନିଆର ସବୁଠାରୁ ଧନୀ ଅଭିନେତା ମାନଙ୍କ ସୂଚୀରେ ଆସେ । ସାରା ବିଶ୍ୱରେ ତାଙ୍କର ଭଲ ଫ୍ୟାନ୍ ଫୋଲୋଇଂ ରହିଛି, କିନ୍ତୁ ଚଳଚ୍ଚିତ୍ର ଜଗତରେ ପାଦ ରଖିବା ପୂର୍ବରୁ ତାଙ୍କୁ ମଧ୍ୟ କଠିନ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଥିଲା । ସେ ଟଙ୍କା ପାଇଁ ଅନେକଗୁଡ଼ିଏ କାର୍ଯ୍ୟ କରିଛନ୍ତି । ସେ ମାର୍ଶାଲ୍ ଆର୍ଟରେ ତାଲିମ୍ ପ୍ରାପ୍ତ ଥିଲେ ଏବଂ ସେ ଏକ ରୋଷେୟା ଭାବେ ମଧ୍ୟ କାମ କରିଥିଲେ । କୁହାଯାଏ ଯେ, ଅକ୍ଷୟ ଗହଣା ବିକିବା କାର୍ଯ୍ୟ ମଧ୍ୟ କରିଥିଲେ ।

ତାଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ଅକ୍ଷୟ କୁମାରଙ୍କ ଗଣନା ବଲିଉଡ଼ର ସବୁଠାରୁ ବ୍ୟସ୍ତ କଳାକାର ମଧ୍ୟରେ ଅଟନ୍ତି । ଅକ୍ଷୟଙ୍କ ପାଖରେ ବର୍ତ୍ତମାନ ବହୁତ ଗୁଡିଏ ଚଳଚ୍ଚିତ୍ର ରହିଛି । ଖୁବଶୀଘ୍ର ଅକ୍ଷୟ ନିଜର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ ଦେଖିବାକୁ ମିଳିବ । ସେପଟେ ସେ ବେଲ୍ ବଟମ୍, ରକ୍ଷା ବନ୍ଧନ, ବଚ୍ଚନ ପାଣ୍ଡେ, ପୃଥୀରାଜ୍ ଓ ଅତରଙ୍ଗୀ କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ସେପଟେ କିଛି ଦିନ ପୂର୍ବରୁ ସେ ଚଳଚ୍ଚିତ୍ର ‘ରାମସେତୁ’ର ଶୁଟିଂ ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *