ବୃଦ୍ଧାଙ୍ଗୁଳିର ନିକଟବର୍ତ୍ତୀ ଆଙ୍ଗୁଳି କୁହେ ବୈବାହିକ ଜୀବନର ରହସ୍ୟ ! ଜାଣନ୍ତୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ କିପରି ରହିବ…

ବୃଦ୍ଧାଙ୍ଗୁଳିର ନିକଟବର୍ତ୍ତୀ ଆଙ୍ଗୁଳି କୁହେ ବୈବାହିକ ଜୀବନର ରହସ୍ୟ ! ଜାଣନ୍ତୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ କିପରି ରହିବ…

ଆପଣ ନିଜର କିମ୍ବା ଆଉ କୌଣସି ବ୍ୟକ୍ତିର ଅଭ୍ୟାସ ତଥା ତାହାର ସ୍ଵଭାବ ବିଷୟରେ ଜାଣିବାକୁ ଚାହଁନ୍ତି, ତେବେ ସେହି ବ୍ୟକ୍ତିର ପାଦର ଆକୃତି ଦେଖି ତାର ସ୍ଵଭାବ ବିଷୟରେ ଜାଣିହୁଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର ବିଭିନ୍ନ ଅଙ୍ଗର ଆକୃତି, ଆକାର ଓ ରଙ୍ଗର ବ୍ୟକ୍ତିତ୍ୱର ରହସ୍ୟ ଜାଣିପାରିବା, ଏବଂ ଏଥିରୁ ଭବିଷ୍ୟତର ସୂଚନା ବିଷୟରେ ଜାଣିହେବ ।

ଯେକୌଣସି ବ୍ୟକ୍ତିର ପାଦର ଆକୃତି ଦେଖି ସହଜରେ କୁହାଯାଇପାରିବା ଯେ ସ୍ତ୍ରୀ କିମ୍ବା ପୁରୁଷର ବ୍ୟବହାର, ଆଚାର-ବିଚାର ଓ କାର୍ଯ୍ୟ କ୍ଷେତ୍ରରେ ସେ କିପରି ଅଟେ । ବିଶେଷ କରି ସ୍ଵାମୀ-ସ୍ତ୍ରୀର ପାଦ ଦେଖି ଏହା ଜାଣିପାରିବ ଯେ ଦୁହିଁଙ୍କ ମଧ୍ୟରୁ କାହାର କଥା ଚାଲିବ ଓ ତାଙ୍କ ସମ୍ପର୍କ କିପରି ରହିବ ।

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ମୂଲ୍ୟବାନ ଅଟେ ଦୁଇଟି ଅପରିଚିତ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଜୀବନ ପରସ୍ପର ସହ ରହିବା ପାଇଁ ସମାଜ ତଥା ଦୁହିଁଙ୍କ ପରିବାର ଦ୍ୱାରା ଏକ ସୂତ୍ରରେ ବାନ୍ଧି ଦିଆଯାଏ । ଜୀବନରେ ସମସ୍ତ ପାରିବାରିକ ସମ୍ପର୍କ ସମୟ ସମୟରେ ଛାଡ଼ି ଚାଲିଯାନ୍ତି ମାଁ, ବାପା, ଭାଇ, ଭଉଣୀ ଏତିକିନୁହେଁ ସନ୍ତାନ ମଧ୍ୟ ଛାଡି ଚାଲିଯାନ୍ତି କିନ୍ତୁ ସ୍ୱାମୀ-ସ୍ତ୍ରୀ ଯେତେବେଳ ଯାଏ ଜୀବିତ ରୁହନ୍ତି ଏକାଠି ରୁହନ୍ତି । ଏହି ଗୃହସ୍ଥ ସମ୍ପର୍କର ଅନ୍ତ ଦୁହିଁଙ୍କ ମଧ୍ୟରୁ କୌଣସି ଜଣଙ୍କ କିମ୍ବା ଉଭୟଙ୍କ ମୃତ୍ୟୁ ପରେ ହୋଇଥାଏ ଏଥିପାଇଁ ତାଙ୍କୁ ‘ଜୀବନ ସାଥି’ ବୋଲି କୁହାଯାଏ । ଜୀବନର ଏହି ଯାତ୍ରାରେ ଅନେକ ସୁଖ ଦୁଃଖ ଆସେ କେତେବେଳେ ଜଣେ ଠିକ୍ ଥିଲେ ଆଉ ଜଣେ ଭୁଲ ହୋଇଥାନ୍ତି । କେବେ କିଏ ନରମ ଥିଲେ ଆଉ ଜଣେ ଥାଆନ୍ତି କଠୋର । ସେମିତିରେ ଏହା ପରିସ୍ଥିତି ଉପରେ ନିର୍ଭର କରେ । କିନ୍ତୁ ଆଜି ଆମେ ଆପଣଙ୍କ ପାଦର ଆକୃତି ଆଧାରରେ ଏହା କହୁଛୁ ଯେ ବୈବାହିକ ଜୀବନ କିପରି ରହିବ ଓ କିଏ ସମ୍ପର୍କରେ ଭାରୀ ରହିବ ।

ବୃଦ୍ଧାଙ୍ଗୁଳି ନିକଟସ୍ଥ ଆଙ୍ଗୁଳି ବଡ଼ ଥିଲେ

ଯେଉଁ ଲୋକଙ୍କ ପାଦର ବୃଦ୍ଧାଙ୍ଗୁଳି ନିକଟସ୍ଥ ଆଙ୍ଗୁଳି ବଡ଼ ହୋଇଥାଏ ଓ ଶେଷ ଆଙ୍ଗୁଳି ଛୋଟ ହୋଇଥାଏ, ସେହି ଲୋକ ଯେକୌଣସି କାର୍ଯ୍ୟକୁ ମଧ୍ୟ ଏକ ଭିନ୍ନ ରୂପେ କରିବାକୁ ପସନ୍ଦ କରନ୍ତି । ଏହା ସହିତ ସେମାନେ ଅନ୍ୟ ଲୋକଙ୍କ ଉପରେ ଅଧିକାର ଜାହିର୍ କରିବାକୁ ଚେଷ୍ଟା କରନ୍ତି । ଏପ୍ରକାର ପାଦ ଥିବା ବ୍ୟକ୍ତିମାନେ ଏହା ଚାହଁନ୍ତି ଯେ ସବୁ ସ୍ଥାନରେ ତାଙ୍କୁ ସମ୍ପୂର୍ଣ୍ଣ ମାନସମ୍ମାନ ମିଳୁ ଓ ସମସ୍ତେ ତାଙ୍କ କଥାକୁ ପାଳନ କରନ୍ତୁ । ଯଦି ଘର ପରିବାର କିମ୍ବା ସମାଜରେ କୌଣସି ବ୍ୟକ୍ତି ଏମାନଙ୍କ ଇଚ୍ଛା ଅନୁସାରେ ଚାଲେ ନାହିଁ ତେବେ ଏମାନଙ୍କୁ କ୍ରୋଧ ଆସିଯାଏ । ଏମିତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯାହାଙ୍କ ପାଦର ବୃଦ୍ଧାଙ୍ଗୁଳି ନିକଟସ୍ଥ ଆଙ୍ଗୁଳି ବଡ଼ ଥିବ ତେବେ ସେ ଅନ୍ୟ ଉପରେ କର୍ତ୍ତୃତ୍ୱ ଜାହିର୍ କରିବ । ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରୁ କାହାର ଏହି ଆଙ୍ଗୁଳି ଛୋଟ ଥାଏ ତେବେ ଭଲ ନହେଲେ ଯଦି ଦୁହିଁଙ୍କ ଠାରେ ଏହା ସମାନ ରହେ ତେବେ ନିଶ୍ଚିତ ରୂପେ ଦୁହିଁଙ୍କ ମଧ୍ୟରେ ଝଗଡା ଓ କୁହାକୁହିଁ ଲାଗି ରହିବ ଏବଂ ବିବାଦ ହେବ ।

Leave a Reply

Your email address will not be published. Required fields are marked *