୪୨ ବର୍ଷର ହେଲେ ଇମ୍ରାନ୍ ହାସମି ! ପୁଅର କର୍କଟ ରୋଗ ଶୁଣି ଭାଙ୍ଗି ପଡ଼ିଥିଲେ ଅଭିନେତା…

୪୨ ବର୍ଷର ହେଲେ ଇମ୍ରାନ୍ ହାସମି ! ପୁଅର କର୍କଟ ରୋଗ ଶୁଣି ଭାଙ୍ଗି ପଡ଼ିଥିଲେ ଅଭିନେତା…

ବଲିଉଡ ଅଭିନେତା ଇମ୍ରାନ୍ ହାସମି ନିଜର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି । ଇମ୍ରାନ୍ ହାସମିଙ୍କର ଜନ୍ମ ୧୯୭୯ ମସିହା ମାର୍ଚ୍ଚ ୨୪ ତାରିଖରେ କନ୍ନୋଜ, ଉତ୍ତରପ୍ରଦେଶରେ ହୋଇଥିଲା । ଏହା କହିବା ସମ୍ପୂର୍ଣ୍ଣ ଠିକ୍ ହେବ ଯେ ବଲିଉଡରେ ଇମ୍ରାନ୍ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଆଜିର ସମୟରେ ତାଙ୍କୁ ବଲିଉଡର ସିରିଏଲ୍ କିସର୍ କୁହାଯାଏ । ଇମ୍ରାନ୍ ନିଜ କ୍ୟାରିଅରର ଆରମ୍ଭ ୨୦୦୩ ମସିହାରେ ‘ଫୁଟପାଥ୍’ ଚଳଚ୍ଚିତ୍ର ମାଧ୍ୟମରେ କରିଥିଲେ ।

ତେବେ ତାଙ୍କୁ ତାଙ୍କର ପ୍ରକୃତ ପରିଚୟ ମଲ୍ଲିକା ଶେରାୱତଙ୍କ ସହ ମର୍ଡର୍ ଚଳଚ୍ଚିତ୍ରରୁ ମିଳିଥିଲା । ଇମ୍ରାନ୍ ବଡ଼ ପରଦାରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ପ୍ରମାଣ କରିଦେଇଛନ୍ତି କି ସେ ସମସ୍ତ ପ୍ରକାର ଚରିତ୍ରରେ ଅଭିନୟ କରିପାରନ୍ତି । ଇମ୍ରାନ୍ ହାସମି ପ୍ରାୟତଃ ତାଙ୍କର ସମସ୍ତ ଚଳଚ୍ଚିତ୍ରରେ ଜବରଦସ୍ତ ଚୁମ୍ବନ ଦୃଶ୍ୟ ଦେଇଛନ୍ତି ।

ଇମ୍ରାନ୍ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ କେବେ ମଧ୍ୟ ଚାହିଁବେ ନାହିଁ କି ଚୁମ୍ବନ ଦୃଶ୍ୟ ସମୟରେ ତାଙ୍କ ପତ୍ନୀ ସେଠାରୁ ଉପସ୍ଥିତ ଥାଆନ୍ତୁ । ବଡ଼ ପରଦାରେ ଏହି ଭଳି ଭାବରେ ବୋଲ୍ଡ ରୋଲ୍ କରୁଥିବା ଅଭିନେତା ବାସ୍ତବରେ ଟିକିଏ ଲାଜକୁଳା ଅଟନ୍ତି । ବାସ୍ତବରେ ଚଳଚ୍ଚିତ୍ର ଜଗତକୁ ଆସିବା ପରେ ପ୍ରାୟତଃ ପ୍ରତ୍ୟେକ ଚଳଚ୍ଚିତ୍ରରେ ସେ ହିରୋଇନ୍ ମାନଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ଦେଇଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ନାମ କାହା ସହ ସମ୍ପର୍କରେ ସାମ୍ନାକୁ ଆସିନାହିଁ ।

ଏଥିସହ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଅଭିନେତା ଅତ୍ୟନ୍ତ ପରିବାରପ୍ରିୟ ଅଟନ୍ତି । ଅଭିନେତାଙ୍କର ପ୍ରେମ ଜୀବନ ପ୍ରାୟତଃ ଚର୍ଚ୍ଚାରେ ରହିଛି । ବଲିଉଡକୁ ଆସିବା ପୂର୍ବରୁ ଇମ୍ରାନ୍ ଯାହାଙ୍କ ପ୍ରେମରେ ପଡି ଯାଇଥିଲେ ସେ ପରେ ତାଙ୍କ ପତ୍ନୀ ହୋଇଥିଲେ । ଚଳଚ୍ଚିତ୍ରରେ ଦେଖାଯିବା ପୂର୍ବରୁ ସେ ଜଣେ ଝିଅଙ୍କ ପ୍ରେମରେ ପଡ଼ିଥିଲେ, ଯାହାଙ୍କ ନାମ ପରବିନ୍ ଅଟେ ।

ସେହି ସମୟରେ ପରବିନ୍ ଏକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ । ଶିକ୍ଷୟିତ୍ରୀଙ୍କୁ ଇମ୍ରାନ୍ ଭଲ ପାଇ ବସିଥିଲେ ଏବଂ ଦୁହେଁ ୨୦୦୬ ମସିହା ଡିସେମ୍ବର ୧୨ ତାରିଖରେ ବିବାହ କରିଥିଲେ । ବିବାହ ପୂର୍ବରୁ ଦୁହେଁ ପରସ୍ପରକୁ ୬ ବର୍ଷ ଡେଟ୍ କରିଥିଲେ ।

ଇମ୍ରାନ୍ ନିଜ ଜୀବନ ବିଷୟରେ ସର୍ବସାଧାରଣ ସ୍ଥାନରେ କେବେ ମଧ୍ୟ ଆଲୋଚନା କରିବାକୁ ଚାହାଁନ୍ତି ନାହିଁ । ଏଥିପାଇଁ ସେ ବହୁତ କମ୍ ନିଜ ପରିବାର କିମ୍ବା ପତ୍ନୀଙ୍କ ସହ ବାହାରେ ଦେଖା ଯାଇଥାନ୍ତି । ଇମ୍ରାନ୍ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ କେବେ ମଧ୍ୟ ନିଜ ପତ୍ନୀଙ୍କୁ ଚଳଚ୍ଚିତ୍ରରେ ନିଜର ଚୁମ୍ବନ ଦୃଶ୍ୟ ବିଷୟରେ କୁହନ୍ତି ନାହିଁ । ସେ କହିଥିଲେ ଯେ, ପରବିନଙ୍କୁ ପୂର୍ବରୁ ଚୁମ୍ବନ୍ ଦୃଶ୍ୟ ଯୋଗୁଁ ଅସୁବିଧା ହେଉଥିଲା କିନ୍ତୁ ପରେ ସେ ବୁଝି ଯାଇଥିଲେ ଯେ ଏହା ତାଙ୍କ କାମର ଅଂଶ ଅଟେ ।

ଇମ୍ରାନ୍ ହାସମି କହିଥିଲେ ଯେ, ସେ ବର୍ତ୍ତମାନ ତାଙ୍କର ପ୍ରତ୍ୟେକ ଅନ୍ତରଙ୍ଗ ଦୃଶ୍ୟ ପରେ ପତ୍ନୀଙ୍କୁ ଲକ୍ଷେ ଟଙ୍କାର ଶପିଂ କରାଇଥାନ୍ତି । ଇମ୍ରାନ୍ କହିଥିଲେ ଯେ, ପ୍ରତ୍ୟେକ ଚୁମ୍ବନ ଦୃଶ୍ୟ ପରେ ପରବିନଙ୍କୁ ଏକ ନୂତନ ହ୍ୟାଣ୍ଡବ୍ୟାର୍ ଉପହାର ଦେଉଥିଲେ । ବର୍ତ୍ତମାନ ଆପଣ ଭାବି ପାରୁଥିବେ ଯେ, ପରବିନଙ୍କ ପାଖରେ କେତୋଟି ହ୍ୟାଣ୍ଡବ୍ୟାଗ୍ ଥିବ ।

୨୦୧୦ ମସିହାରେ ଏହି ଦମ୍ପତିଙ୍କର ଏକ ପୁଅ ହୋଇଥିଲା, ଯାହାର ନାମ ଅୟାନ୍ ଅଟେ । ୨୦୧୪ ମସିହାରେ ଅୟାନଙ୍କର କିଡନୀରେ ଟ୍ୟୁମର୍ ର ସନ୍ଧାନ ହୋଇଥିଲା । ସେହି ସମୟରେ ଅୟାନ୍ କେବଳ ତିନି ବର୍ଷର ଥିଲେ ।

ଇମ୍ରାନ୍ ନିଜ ପୁଅଙ୍କ ରୋଗ ବିଷୟରେ ନିଜ ପୁସ୍ତକ ‘ଦ କିସ୍ ଅଫ୍ ଲାଇଫ୍’ରେ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି । ଇମ୍ରାନ୍ ଲେଖିଛନ୍ତି ଯେ, ଅୟାନଙ୍କର କର୍କଟ ତାଙ୍କ ଜୀବନର ସବୁଠାରୁ ବଡ଼ ସମସ୍ୟା ଥିଲା । ଅୟାନ୍ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ କର୍କଟ ମୁକ୍ତ ହୋଇ ଯାଇଛନ୍ତି, ଯାହାର ସୂଚନା ଅଭିନେତା ନିଜେ ନିଜର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଦେଇଥିଲେ ।

Leave a Reply

Your email address will not be published. Required fields are marked *