ଆପଣାନ୍ତୁ ଏହି ଚମତ୍କାର ଉପାୟ :- ଦରିଦ୍ର ମଧ୍ୟ ହୋଇପାରେ ଧନୀ ! ଦୋଳ ପୂର୍ଣ୍ଣିମା ଓ ହୋଲିରେ ହେବ ଧନର ଲାଭ…

ଆପଣାନ୍ତୁ ଏହି ଚମତ୍କାର ଉପାୟ :- ଦରିଦ୍ର ମଧ୍ୟ ହୋଇପାରେ ଧନୀ ! ଦୋଳ ପୂର୍ଣ୍ଣିମା ଓ ହୋଲିରେ ହେବ ଧନର ଲାଭ…

ଦୋଳ ଯାତ୍ରା ହିନ୍ଦୁ ମାନଙ୍କର ଏକ ବଡ ପର୍ବ । ଦୋଳ ଅବା ବିମାନ ଭଳି ଜିନିଷରେ ରାଧା କୃଷ୍ଣଙ୍କୁ ବସାଇ ପରିକ୍ରମା କରାଯାଉଥିବାରୁ ଏହାର ନାମ ଦୋଳ ଯାତ୍ରା ହୋଇଅଛି । ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ଠାରୁ ଏହା ଆରମ୍ଭ ହୋଇ ପୂର୍ଣ୍ଣିମାର ହୋଲି ପର୍ବରେ ଶେଷ ହୋଇଥାଏ । ଫଗୁ ଦଶମୀ ଦିନ ମନ୍ଦିରରେ ରାଧା କୃଷ୍ଣଙ୍କୁ ଫଗୁ ଲଗାଇ ବେଶ କରାଇ ବିମାନ ସଜାଇ ସହର ପରିକ୍ରମା କରାଯାଇଥାଏ । ଏହି ବିମାନରେ ଆମ୍ବ ପେନ୍ଥା ଆମ୍ବ ବଉଳ ଓ ନାନା ଜାତିର ଫୁଲରେ ଏହାକୁ ସଜା ଯାଇଥାଏ । ଠାକୁରଙ୍କ ବିମାନକୁ ଗୋପାଳ ପିଲାମନେ ଘଣ୍ଟଘଣ୍ଟା କୀର୍ତ୍ତନ ତାଳରେ କାନ୍ଧରେ କାନ୍ଧଇ ଘରକୁ ଘର ବୁଲାଇ ଥାନ୍ତି ।

ଦୋଳ ପୂର୍ଣ୍ଣିମା ପର ଦିନ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ କରାଯାଏ । ଗାଁ ଠାରୁ ସହର ପର୍ଯନ୍ତ ସବୁ ରାଗ ରୁସା ଭୁଲି ହୋଲି ଖେଳର ମଜା ନେଇଥାନ୍ତି । ହୋଲିରେ ଅଭିର ଖେଳ ବସନ୍ତ ପରି କେତେକ ରୋଗ ପାଇଁ ପ୍ରତିଷେଧକ ହୋଇଥାଏ ।ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ଶ୍ରୀକୃଷ୍ଣ ମୈତ୍ର ନାମକ ଏକ ରାକ୍ଷସକୁ ବଧ କରିଥିଲେ । ଲୋକଙ୍କ ମନରେ ଅଭୟ ଓ ଆନନ୍ଦ ଭରିଦଇଥିଲେ ଏବଂ ଏହି ଦିନ ଅଗ୍ନିଦେବ ହୋଲିକ ରାକ୍ଷସର ବଧ କରି ପ୍ରହ୍ଲାଦର ରକ୍ଷା କରିଥିଲେ । ସେହିଦିନ ଠାରୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଏହାକୁ ଦୋଳ ଓ ହୋଲି ପର୍ବ ଭାବେ ପାଳନ କରାଯାଇଥାଏ । ଏଣୁ ଏହି ଦୁଇ ଦିନ ଅତନ୍ତ୍ୟ ପାବନ ଓ ପବିତ୍ର ହୋଇଥାଏ । ଏହି ଦିନ ଯେକୌଣସି କାମ କଲେ ଏହା ସଫଳ ଓ ଫଳଦେଇ ହୋଇଥାଏ ।

ଏହି ବିଧି କରିକି ଆପଣ ଧନଲାଭ କରିପାରିବେ । ଏହିଦିନ ଘରକୁ ଲଷ୍ମୀଙ୍କ ଏକ ଫୋଟ ଆଣନ୍ତୁ ଏବଂ ସନ୍ଧ୍ୟା ସମୟରେ ଲଷ୍ମୀଙ୍କ ଆଗରେ ୯ ଗୋଟି ଦୀପ ଗାଈ ଦୁଧରେ ମାଟି ପାତ୍ରରେ ଜଳାନ୍ତୁ । ଆପଣମାନେ ଚାହିଁଲେ ୯ଗୋଟି ଦୀପ ଜାଳିପାରିବେ ଏହା ବୋହୁତ ଶୁଭ ଦାୟକ । ଏହା ଅସମ୍ଭବ ହେଲେ ଗୋଟେ ଦୀପରେ ୯ଟି ସଳିତ ଦେଇ ଜାଳିଦିଅନ୍ତୁ । ଏହା ଧନଲାଭର ସବୁଠୁ ସରଳ ଉପାୟ ଅଟେ ।

୨ୟ ଉପାୟଟି ହେଲା ସନ୍ଧ୍ୟା ସମୟରେ ନଡ଼ିଆ ଘରକୁ ଆଣନ୍ତୁ । ଧ୍ୟାନ ଦେବେ ନଡ଼ିଆରେ ପାଣି ଥିବା ଦରକାର । ଏବଂ ତାହାର ଜଟା ଭାଙ୍ଗିନଥିବ । ଏହି ନଡ଼ିଆରେ ନାଲିସୁତା ବାନ୍ଧି ସିନ୍ଦୁର ମାରିଦିଅନ୍ତୁ । ଏବଂ ଅରୁଆ ଚାଉଳ ଦ୍ୱାରା ପୂଜା କରିଦିଅନ୍ତୁ । ଏହାପରେ ହନୁମାନ ମନ୍ଦିରରେ ହନୁମାନଙ୍କ ପାଦତଳେ ଚଡେଇ ଦିଅନ୍ତୁ । ଏହା ଦ୍ୱାରା ଧନଲାଭ ହୋଇଥାଏ । ଏହାଦ୍ୱାରା ଆପଣ କରଜରୁ ମୁକ୍ତି ପାଇପାରିବେ ।

୩ୟ ଉପାୟଟି ହେଉଛି ସନ୍ଧ୍ୟା ବେଳେ ଓସ୍ତ ଗଛମୂଳେ ସୋରିଷ ତେଲର ଏକ ଦୀପ ଜଳିଦିଅନ୍ତୁ । ଏହାପରେ ଘରକୁ ଏକ ମୁଖ ହୋଇ ଫେରି ଆସନ୍ତୁ । ଘରେ ପଶିବା ପୂର୍ବରୁ ହାତ ଗୋଡ ଭଲ ଭାବରେ ଧୋଇକି ପ୍ରବେଶ କରନ୍ତୁ । ଏହା ଦ୍ୱାରା ଧନ ଲାଭର ଯୋଗ ହୋଇଥାଏ ।

୪ୟ ଉପାୟ ହେଉଛି ଏହିଦିନ ସକାଳୁ ଓସ୍ତ ଗଛରେ ଜଳ ଅର୍ପଣ କରିକି ସୋରିଷ ତେଲର ଦୀପ ଜଳିଦିଅନ୍ତୁ । ଘରକୁ ଆସି ହଳଦୀ କିମ୍ବା ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ଆଙ୍କି ଦିଅନ୍ତୁ । ଏହା ଉପରେ ଅରୁଆ ଚାଉଳ ଆଉ ହଳଦିଆ ଫୁଲ ଅର୍ପଣ କରନ୍ତୁ ।

୫ମ ଉପାୟ ଘରକୁ ୨ଟି ମାଟି ପତ୍ର ଆଣନ୍ତୁ । ଗୋଟେରେ ଅଧକିଲୋ ବିରି ଆଉ ଅନ୍ୟଟିରେ ଲୁଣ ରଖିଦିଅନ୍ତୁ । ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯାହାକୁ କେହି ଦେଖିପାରିବେ ନାହିଁ । ଏହି ପତ୍ର ୨ଟିକୁ ଭଲ ଭାବରେ ଲୁଚାଇ ଦିଅନ୍ତୁ । ଯେପର୍ଯ୍ୟନ୍ତ ଏହା ସୁରକ୍ଷିତ ଥିବା ଆପଣ ଧନଲାଭ କରିଚାଲିଥିବେ । ପର ବର୍ଷ ଏହାକୁ ଜଳରେ ଅର୍ପଣ କରି ନୂତନ ପାତ୍ରରେ ପୁନଃ ଏହା କରନ୍ତୁ।ଏହି ଦିନ ଚନ୍ଦ୍ରଦେବଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ।ଭୋଗ କରି ଚନ୍ଦ୍ରଦେବଙ୍କୁ ସ୍ୱାସ୍ଥ୍ୟ ଓ ଧନ କଥା କୁହନ୍ତୁ।

Leave a Reply

Your email address will not be published. Required fields are marked *