ନିସନ୍ତାନ ମହିଳା ଏକ ତାନ୍ତ୍ରିକ ଠାରୁ ଶିଖିଲେ କଳା ଯାଦୁ ! ପଡ଼ୋଶୀଙ୍କ ପିଲାକୁ କୋଠରୀକୁ ନେଇଗଲେ ଏବଂ ପରେ କଣ ହେଲା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନିସନ୍ତାନ ମହିଳା ଏକ ତାନ୍ତ୍ରିକ ଠାରୁ ଶିଖିଲେ କଳା ଯାଦୁ ! ପଡ଼ୋଶୀଙ୍କ ପିଲାକୁ କୋଠରୀକୁ ନେଇଗଲେ ଏବଂ ପରେ କଣ ହେଲା ଆପଣ ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଆମଦେଶ ଦିନକୁ ଦିନ ଅଗ୍ରଗତି କରୁଛି । ଆମେ ଏକବିଂଶ ଶତାବ୍ଦୀରେ ପ୍ରବେଶ କରିଛୁ । ଦେଶକୁ ଡିଜିଟାଲ୍ ଇଣ୍ଡିଆ କରିବା ନେଇ ଚର୍ଚ୍ଚା ହେଉଛି କିନ୍ତୁ ତଥାପି କିଛି ଲୋକ ଅନ୍ଧବିଶ୍ୱାସର ଜଳାଶୟରେ ପଡିଛନ୍ତି । ସେମାନେ ତନ୍ତ୍ର-ମନ୍ତ୍ର, କଳା ଯାଦୁ ଏବଂ ମାନବ ବଳିଦାନ ଭଳି କାର୍ଯ୍ୟ କରୁଛନ୍ତି । ଏବେ ଦିଲ୍ଲୀର ରୋହିଣୀରେ ଅବସ୍ଥିତ ରିଥାଲା ଅଞ୍ଚଳରେ ଏହିଭଳି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏଠାରେ ଜଣେ ମହିଳା ସନ୍ତାନ ପାଇବା ପାଇଁ ତାଙ୍କ ପଡ଼ୋଶୀରେ ରହୁଥିବା ପିଲାକୁ ବଳିଦାନ ଦେଇଛନ୍ତି ।

ବାସ୍ତବରେ, ରିଥାଲାର୍ ଏକ ବିଲିଡିଂରେ ରହୁଥିବା ମହିଳାଙ୍କ କୌଣସି ସନ୍ତାନ ନଥିଲେ । ଏଭଳି ପରିସ୍ଥିତିରେ ସେ ଏକ ତାନ୍ତ୍ରିକ ପାଖକୁ ଯାଇଥିଲେ । ସେ ତାଙ୍କୁ ସମାଧାନ ପାଇଁ କହିଥିଲେ ଯେ ଯଦି ତୁମେ ଗୋଟିଏ ପିଲାକୁ ବଳିଦାନ ଦିଅ, ତେବେ ତୁମର ସନ୍ତାନ ହେବ । ଏହାପରେ ମହିଳା ଜଣକ ଦୀର୍ଘ ସମୟ ଧରି ଗୋଟେ ଶିଶୁକୁ ବଳି ଦେବାର ସୁଯୋଗ ଖୋଜୁଥିଲେ । ଶନିବାର ସକାଳେ ସେ ଏହି ସୁଯୋଗ ପାଇଥିଲେ । ସେ ନିଜ ବିଲିଡିଂରେ ରହୁଥିବା ଏକ ପୋଡ଼ଶୀଙ୍କ ସାଢେ ତିନି ବର୍ଷର ଶିଶୁକୁ ବଳି ଦେଇଥିଲେ ।

ଅନ୍ୟପକ୍ଷରେ ଯେତେବେଳେ ପିଲାଟି ନିଖୋଜ ହୋଇଯାଇଥିଲା ସେତେବେଳେ ପରିବାର ସଦସ୍ୟ ବ୍ୟସ୍ତ ହୋଇ ଖୋଜିଥିଲେ କିନ୍ତୁ ପାଇଲେ ନାହିଁ । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ୍ ଶିଶୁଟିକୁ ଖୋଜିବା ଆରମ୍ଭ କରିଥିଲା । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଆଖି ଘର ପଛରେ ଥିବା ଡୋର୍ ଉପରେ ପଡିଗଲା । ଏହା ଖୋଲିବା ପରେ ପିଲାଟିର ମୃତଦେହ ମିଳିଥିଲା । ପୋଷ୍ଟମର୍ଟମ୍ ପାଇଁ ପୋଲିସ୍ ଶିଶୁର ମୃତଦେହକୁ ରୋହିଣୀର ଆମ୍ବେଦକର୍ ଡାକ୍ତରଖାନାକୁ ପଠାଇଥିଲା ।

ଅନୁସନ୍ଧାନ ବେଳେ ବିଲିଡିଂରେ ରହୁଥିବା ଅନେକ ଲୋକଙ୍କୁ ପୋଲିସ୍ ପଚରାଉଚରା କରିଥିଲା । ତା’ପରେ ସେମାନେ ହତ୍ୟା କରିଥିବା ମହିଳାଙ୍କ ନିକଟରେ ପହଞ୍ଚିପାରିଥିଲେ । ଅଭିଯୁକ୍ତ ମହିଳା ଜଣାଇଛନ୍ତି ଯେ ବିବାହ ପରଠାରୁ ସେ ସନ୍ତାନ ପାଇନାହାଁନ୍ତି । ତେଣୁ ସେ ସାହାଯ୍ୟ ପାଇଁ ଏକ ତାନ୍ତ୍ରିକ ପାଖକୁ ଗଲେ ଏବଂ ତା ଠାରୁ କଳାଯାଦୁ ଶିଖିଲେ ଏବଂ ତାନ୍ତ୍ରିକର କହିବା ଅନୁସାରେ ପିଲାଟିକୁ ସେ ବଳିଦାନ ଦେଇଥିଲେ ।

ମହିଳାଙ୍କ ବିବୃତ୍ତି ଶୁଣିବା ପରେ ପୋଲିସ୍ ତାଙ୍କୁ ଗିରଫ୍ କରିଥିଲା । ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ବହୁତ ଉତେଜନା ହୋଇଥିଲା । ମହିଳା ଜଣଙ୍କୁ ଶିଶୁକୁ ବଳିଦାନ ଦେବା ପାଇଁ ପରାମର୍ଶ ଦେଇଥିବା ତାନ୍ତ୍ରିକକୁ ମଧ୍ୟ ପୋଲିସ୍ ଖୋଜୁଛି । ଅଭିଯୁକ୍ତ ତାନ୍ତ୍ରିକ ମଧ୍ୟ ଖୁବ୍ ଶୀଘ୍ର ଧରା ପଡିଯିବ ବୋଲି ଆଶା କରାଯାଉଛି ।

ଅନ୍ଧବିଶ୍ୱାସ ହେତୁ ଗୋଟେ ନିରୀହ ପିଲା ପ୍ରାଣ ହରାଇଲା ଏହା ଅତ୍ୟନ୍ତ ଦୁଃଖଦାୟକ । ଆମେ ମଧ୍ୟ ଆପଣଙ୍କୁ ଅନୁରୋଧ କରୁଛୁ ଯେ ଏହିପରି ଅନ୍ଧବିଶ୍ୱାସ ଏବଂ ଭଣ୍ଡ ତାନ୍ତ୍ରିକ କବଳରେ ପଡନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *