ମହାରାଷ୍ଟ୍ରରେ ପରିସ୍ଥିତି ସଙ୍କଟପୂର୍ଣ୍ଣ ! କରୋନା ସୃଷ୍ଟି କଲା ପୁଣିଥରେ ଆତଙ୍କ, ୨୪ ଘଣ୍ଟା ମଧ୍ୟରେ ୩୫ ହଜାରରୁ ଅଧିକ ମାମଲା…

ମହାରାଷ୍ଟ୍ରରେ ପରିସ୍ଥିତି ସଙ୍କଟପୂର୍ଣ୍ଣ ! କରୋନା ସୃଷ୍ଟି କଲା ପୁଣିଥରେ ଆତଙ୍କ, ୨୪ ଘଣ୍ଟା ମଧ୍ୟରେ ୩୫ ହଜାରରୁ ଅଧିକ ମାମଲା…

ଦେଶରେ କରୋନା ଭୂତାଣୁ ସଂକ୍ରମଣର ବଢୁଥିବା ମାମଲା ପୁଣିଥରେ କେନ୍ଦ୍ର ସରକାରଙ୍କର ଚିନ୍ତା ବଢ଼ାଇଦେଇଛି ଏବଂ ପ୍ରତିଦିନ କରୋନା ମାମଲା ବୃଦ୍ଧି ହୋଇଚାଲିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଆକଳନ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣର ୩୫,୮୭୧ଟି ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ ୧୭୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନାର ନୂତନ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୭୪ ହଜାର ୬୦୫ ହୋଇଯାଇଛି । ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୧୦ ଲକ୍ଷ ୬୩ ହଜାର ୨୫ ଜଣ ଲୋକ ସୁସ୍ଥ ହୋଇ ସାରିଛନ୍ତି ଏବଂ ବର୍ତ୍ତମାନ ସମୟରେ ୨ ଲକ୍ଷ ୫୨ ହଜାର ୩୬୪ଟି ସକ୍ରିୟ ମାମଲା ରହିଛି । ଯେତେବେଳେ କି ଦେଶରେ ମୃତକ ମାନଙ୍କର ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୫୯ ହଜାର ୨୧୬ ହୋଇଯାଇଛି ।

ଆଇସିଏମଆର ପକ୍ଷରୁ ଜାରି କରାଯାଇଥିବା ଆକଳନ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ୬୩ ହଜାର ୩୭୯ଟି କରୋନା ଯାଞ୍ଚ କରାଯାଇଛି । ଏହି ସମୟରେ ସବୁଠାରୁ ଖରାପ ଅବସ୍ଥା ମହାରାଷ୍ଟ୍ରର ରହିଛି । ଯେଉଁଠାରେ ବୁଧବାର ଦିନ କରୋନା ଭୁତାଣୁ ସଂକ୍ରମଣର ୨୩,୧୭୯ଟି ନୂତନ ମାମଲା ସାମ୍ନାକୁ ଆସିଛି । ଯାହା ୨୦୨୧ ମସିହାରେ ଗୋଟିଏ ଦିନରେ ରେକର୍ଡ କରାଯାଇଥିବା ସବୁଠାରୁ ଅଧିକ ମାମଲା ଅଟେ । ୨୪ ଘଣ୍ଟା ମଧ୍ୟରେ ଏହି ରାଜ୍ୟରେ ୮୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଯାହା ସହ ଏଠାରେ ମୃତକଙ୍କ ସଂଖ୍ୟା ୫୩,୦୮୦ ହୋଇଯାଇଛି । ଏହି ରାଜ୍ୟରେ ସଂକ୍ରମଣର ମୋଟ ମାମଲା ସଂଖ୍ୟା ବୃଦ୍ଧି ପାଇ ୨୩,୭୦,୫୦୭ ହୋଇଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ, ମାର୍ଚ୍ଚ ୧୧ ତାରିଖ ପରଠୁ ଭାରତରେ ପ୍ରତିଦିନ ୨୦ ହଜାରରୁ ଅଧିକ ମାମଲା ରେକର୍ଡ ଆସୁଛି । ଏଥିସହିତ ମହାରାଷ୍ଟ୍ରର ଦୁଇଟି ସହର ନାଗପୁର ଏବଂ ପୁଣେରେ କରୋନା ସବୁଠାରୁ ଅଧିକ ବ୍ୟାପିଛି । ନାଗପୁରରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭୦ ନୂତନ ମାମଲା ଆସିଛି ଏବଂ ୧୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ନାଗପୁରରେ ବ୍ୟାପିଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଏଠାରେ ଲକଡାଉନ୍ କରାଯାଇଛି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଲୋକମାନେ ମାନୁ ନାହାଁନ୍ତି । ଏଠାରେ ମାର୍ଚ୍ଚ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ କରାଯାଇଛି । ପ୍ରଶାସନ ନିଷ୍ପତ୍ତି ନେଇଛି ଯେ ଦ୍ବିପ୍ରହର ୧ଟା ପରେ ପନିପାରିବା, ରାଶନ୍, ପ୍ରତିଦିନର ଆବଶ୍ୟକ ଉପକରଣ, ମାଂସ ସହ ସମସ୍ତ ଦୋକାନ ବନ୍ଦ ରହିବ । ଏଥିସହ ଯଦି ମୁମ୍ବାଇ ବିଷୟରେ କହିବା, ତେବେ ଏଠାରେ ୨୪ ଘଣ୍ଟା ମଧ୍ୟରେ ୨୩୭୭ଟି ନୂତନ ମାମଲା ଆସିଛି ଏବଂ ସମୟ ମଧ୍ୟରେ ୮ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ଏହି କାରଣରୁ କରୋନା ବ୍ୟାପୁଛି:-

ମହାରାଷ୍ଟ୍ରରେ କରୋନା ବ୍ୟାପିବାର ସବୁଠାରୁ ବଡ଼ କାରଣ ଲୋକମାନଙ୍କର ଦାୟିତ୍ୱହୀନତା ଅଟେ । ଲୋକମାନଙ୍କର ଦାୟିତ୍ଵହୀନତା ଯୋଗୁଁ ଏହି ରାଜ୍ୟରେ କରୋନାର ମାମଲା ସବୁଠାରୁ ଅଧିକ ରହିଛି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କର କହିବା ଅନୁଯାୟୀ, ଏହି ରାଜ୍ୟରେ କରୋନା ଟିକାର କମ୍ ପ୍ରୟୋଗ ହେଉଅଛି । ଯେଉଁ କାରଣରୁ ମଧ୍ୟ ଏଠାରେ ପରିସ୍ଥିତି ଖରାପ ହେଉଅଛି । ବୁଧବାର ଦିନ ପ୍ରକାଶ ଜାଭେଦକର ଟ୍ୱିଟ୍ କରି ଲେଖିଛନ୍ତି ଯେ, ମହାରାଷ୍ଟ୍ର ଏପର୍ଯ୍ୟନ୍ତ କେବଳ ୨୩ ଲକ୍ଷ ଟିକା ବ୍ୟବହାର କରିଛି, ଯେତେବେଳେ କି କେନ୍ଦ୍ର ଦ୍ୱାରା ମୋଟ ୫୪ ଲକ୍ଷ ଟିକା ପଠାଯାଇଛି । ୫୬ ପ୍ରତିଶତ ଟିକାର ବ୍ୟବହାର ହୋଇନାହିଁ । ବର୍ତ୍ତମାନ ଶିବସେନାର ସାଂସଦ ଆହୁରି ଟିକା ମାଗୁଅଛି ।

ମହାରାଷ୍ଟ୍ର ବ୍ୟତୀତ ପଞ୍ଜାବରେ ମଧ୍ୟ କରୋନା ଅନିୟନ୍ତ୍ରିତ ହେଉଅଛି । ଏହି ରାଜ୍ୟରେ ମାର୍ଚ୍ଚ ମାସ ଠାରୁ ପ୍ରତିଦିନ ପ୍ରାୟତଃ ୧ ହଜାର ନୂତନ ମାମଲା ସାମ୍ନାକୁ ଆସୁଅଛି । କିନ୍ତୁ ବୁଧବାର ଦିନ ଏହି ସଂଖ୍ୟା ୨ ହଜାର ପାଖାପାଖି ପହଞ୍ଚିଯାଇଛି । ପଞ୍ଜାବରେ ୧୫ ଫେବୃଆରୀ ଠାରୁ ୧୫ ମାର୍ଚ୍ଚ ମଧ୍ୟରେ ୩୯୨ ଜଣ ପ୍ରାଣ ହରାଇ ସାରିଛନ୍ତି ।

ବିଶେଷଜ୍ଞ ମାନଙ୍କ ଅନୁଯାୟୀ, ଜାନୁଆରୀ ଏବଂ ଫେବୃଆରୀ ମାସରେ ମାମଲାରେ ଅତ୍ୟନ୍ତ ହ୍ରାସ ଘଟିଥିଲା । ଯେଉଁଥିପାଇଁ ଲୋକମାନେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବା ବନ୍ଦ କରିଦେଇଥିଲେ । ଏହି କାରଣରୁ ବର୍ତ୍ତମାନ ପୁଣିଥରେ କରୋନା ବ୍ୟାପୁଅଛି ।

Leave a Reply

Your email address will not be published. Required fields are marked *