ଯଦି ଆପଣ ଧନୀ ହେବାକୁ ଚାହାଁନ୍ତି ! ତେବେ ଆପଣାନ୍ତୁ ଜୟା କିଶୋରୀଙ୍କ ଏହି ଜ୍ଞାନବାଣୀ…

ଯଦି ଆପଣ ଧନୀ ହେବାକୁ ଚାହାଁନ୍ତି ! ତେବେ ଆପଣାନ୍ତୁ ଜୟା କିଶୋରୀଙ୍କ ଏହି ଜ୍ଞାନବାଣୀ…

ଜୟା କିଶୋରୀ ଭାରତର ଜଣେ ପ୍ରସିଦ୍ଧ କଥାକାର ମଧ୍ୟରୁ ଜଣେ ଅଟନ୍ତି । ସେ ନିଜ କଥା, ଭଜନ ଓ ଏହିସହିତ ପ୍ରେରଣା ଦାୟକ ଅଭିଭାଷଣ ପାଇଁ ଜଣାଶୁଣା । ଜୟା କିଶୋରୀ ସୋସିଆଲ୍ ମିଡ଼ିଆ ଜରିଆରେ ମଧ୍ୟ ଲୋକଙ୍କୁ ପ୍ରେରଣାଦାୟକ କଥାରୁ ଭିଡ଼ିଓ ମାଧ୍ୟମରେ ସେୟାର୍ କରନ୍ତି । ଜୟା କିଶୋରୀ କହିଛନ୍ତି ଯେ ବ୍ୟକ୍ତି ଠାରେ କେଉଁ ସବୁ ଗୁଣ ଥିଲେ ଧନ ଆପେ ଆପେ ଆସିବାକୁ ଲାଗେ ଚାଲନ୍ତୁ ଆମେ ଆପଣଙ୍କୁ ଜୟା କିଶୋରୀଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

ଆପଣଙ୍କୁ ସୁଚାଇଦେଉଛୁ ଯେ କଥା ସମୟରେ ଜୟା କିଶୋରୀ କୁହନ୍ତି ଯେ ବିଦ୍ୟା ତାହା ଭଲ ଯାହା ଆପଣଙ୍କୁ ବିନମ୍ର କରିବ । ବାସ୍ତବରେ ଜ୍ଞାନ, ବିଦ୍ୟା କିମ୍ବା ଯଦି କୌଣସି କଳା ଶିକ୍ଷା କରିବାରୁ ଆପଣଙ୍କ ଭିତରେ ଅହାଙ୍କର ଆସିଯାଏ ତେବେ ସେହି କଳା, ଜ୍ଞାନ କିମ୍ବା ବିଦ୍ୟା କାହାର କାମରେ ଆସେ ନାହିଁ । ଯଦିଓ ସେ ଜୀବନରେ ଆପଣଙ୍କୁ ଆଗକୁ ବଢ଼ାଇବ କିନ୍ତୁ ଜଣେ ବ୍ୟକ୍ତିଙ୍କ ଅନୁଯାୟୀ ଆପଣ କେବେମଧ୍ୟ ଏକ ଭଲ ପାତ୍ର ହୋଇପାରିବେ ନାହିଁ । ଭଲ ପାତ୍ର ହୋଇନପାରିଲେ ଦୀର୍ଘ ସଫଳତା ହାସଲ ହେବନାହିଁ । ଯଦିଓ କିଛି ସମୟର ସଫଳତା ମିଳିପାରେ । କିନ୍ତୁ ଜୀବନ ଯାକର ସଫଳତା ଆପଣଙ୍କ କେବେ ମିଳିବ ନାହିଁ ।

ସେହି ବିଦ୍ୟା ଉତ୍ତମ ହୋଇଥାଏ ଯାହା ଆପଣଙ୍କୁ ବିନମ୍ର କରେ । ବିନମ୍ର ହେଲେ ଆପଣ ଭଲ ପାତ୍ର ହୋଇପାରିବେ । ଏଥିରୁ ଆପଣ ଏକ ଭଲ ବ୍ୟକ୍ତି ହୋଇପାରିବେ ଏବଂ ସବୁ ଜିନିଷ ଚିନ୍ତା କରି କରିପାରିବେ । ଅନ୍ୟ ବ୍ୟକ୍ତିର କଥା ମଧ୍ୟ ଶୁଣିବେ ଓ ଆପଣଙ୍କ ମନରେ ଦୟା ଭାବ ଜାଗ୍ରତ ହେବ । ଆପଣ ଏକ ଭଲ ପାତ୍ର ହେଲେ ଧନ ଆପେ ଆପେ ଆପଣଙ୍କ ନିକଟକୁ ଆସେ । ଯଦି ଧନ ସମ୍ପତ୍ତି ପଛରେ ଭାଗିବ ତେବେ ଭୁଲ୍ ପାତ୍ର ହୋଇଯିବେ ଓ ଯଦି ଭଲ ପାତ୍ର ହେବେ ତେବେ ଧନ ଆପଣଙ୍କ ପଛରେ ଆସିବ । କିନ୍ତୁ ଏଥିରେ ଟିକିଏ ସମୟ ଲାଗିପାରେ ।

ସେପଟେ ଜୟା କିଶୋରୀ ଆଗକୁ କୁହନ୍ତି ଯେ ଶର୍ଟ-କଟ୍ ଆପଣାନ୍ତି ତେବେ ଉନ୍ନତି ମଧ୍ୟ କିଛି ସମୟ ପାଇଁ ଆସିପାରେ । ଲମ୍ବା ରାସ୍ତାରେ ଚାଲିବ ତେବେ, ସଠିକ୍ ମାର୍ଗରେ ଚାଲିବ ଏବଂ ଭଲ କାର୍ଯ୍ୟ କରିବ ସେତେବେଳେ ଉନ୍ନତି ଆପଣଙ୍କ ପାଖକୁ ନିଶ୍ଚୟ ଆସିବ । ଧନର ଦୁରୂପଯୋଗ କରିବା ଉଚିତ ନୁହେଁ ବରଂ ତାକୁ ଭଲ କାର୍ଯ୍ୟରେ ଲଗାଇବା ଉଚିତ । ଧର୍ମ କାର୍ଯ୍ୟ ଗୁଡ଼ିକ କରିବା ଉଚିତ ଏବଂ ସେବା କରିବା ଉଚିତ । ଧର୍ମର କାର୍ଯ୍ୟରେ ଆଗରେ ରହିବ ତେବେ ଜୟ ଜୟକାର ନିଶ୍ଚିତ ଭାବରେ ହେବ । ଏହା ଏକ ଧୈର୍ଯ୍ୟର ରାସ୍ତା ଅଟେ ଏଥିରେ ସମୟ ଦେବାକୁ ପଡ଼ିବ । କିନ୍ତୁ ଯେତେବେଳେ ମଧ୍ୟ ଫଳ ପ୍ରାପ୍ତ ହେବ ତାହା ସ୍ଥାୟୀ ହେବ । ଏବଂ ଆପଣଙ୍କ ଜୀବନକୁ ଆହୁରି ଭଲ କରିବ । ଜୀବନରେ ଆଗକୁ ବଢ଼ିବା ପାଇଁ ଆମକୁ ନିଜ ସ୍ଵଭାବ ସରଳ ରଖିବାକୁ ପଡ଼ିବ । ପରିଶ୍ରମ କରିବା ମାର୍ଗରେ ଚାଲିବାକୁ ପଡ଼ିବ । ପରିଶ୍ରମ ମାର୍ଗରେ ଚାଲି ଯେକୌଣସି ସଫଳତା ହାସଲ କରିପାରିବେ । ଏଥିପାଇଁ ଆମକୁ କର୍ମ କରିବା ଉଚିତ ଏବଂ ଫଳର ଆଦୌ ଚିନ୍ତା କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *