ସୁନ୍ଦରୀ ଦେଖାଯିବା ନିଶାରେ ପ୍ରିୟଙ୍କା ହେଲେ ଅପଦସ୍ଥ ! ଲୋକେ କହିଲେ- ନିକୃଷ୍ଟ ଧରଣର ଡ୍ରେସ୍…

ସୁନ୍ଦରୀ ଦେଖାଯିବା ନିଶାରେ ପ୍ରିୟଙ୍କା ହେଲେ ଅପଦସ୍ଥ ! ଲୋକେ କହିଲେ- ନିକୃଷ୍ଟ ଧରଣର ଡ୍ରେସ୍…

ବଲିଉଡ଼ରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ଦୁନିଆରେ ନାମ ଅର୍ଜନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ା ପ୍ରତିଦିନ ନିଜ ଗ୍ଲେମର୍ସ ଶୈଳୀରୁ ଫ୍ୟାନ୍ସମାନଙ୍କୁ ନିଜ ଦିୱାନା କରିଦିଅନ୍ତି, କିନ୍ତୁ ଅନେକ ଥର ସେ ନିଜ ପୋଷାକ ପାଇଁ ଫ୍ୟାନ୍ସମାନଙ୍କ ଲକ୍ଷ୍ୟରେ ଆସିଯାନ୍ତି । ପୁଣିଥରେ ସେ ନିଜ ପୋଷାକ ଯୋଗୁଁ ଲକ୍ଷ୍ୟରେ ଆସି ଯାଇଛନ୍ତି । ପୁଣିଥରେ ସୋସିଆଲ୍ ମିଡ଼ିଆରେ ଏପରି କିଛି ହୋଇଛି । ନିକଟରେ ପ୍ରିୟଙ୍କା ଚୋପଡ଼ା ଏପରି ପୋଷାକରେ ନଜର ଆସିଲେ ଯେ ତାଙ୍କୁ ଦେଖି ଫ୍ୟାନ୍ସମାନେ ଖୁବ୍ ଟ୍ରୋଲ୍ କରୁଛନ୍ତି ।

ସୋସିଆଲ୍ ମିଡ଼ିଆରେ ଅଧିକାଂଶ ସମୟରେ ପ୍ରିୟଙ୍କା ଚୋପଡ଼ା କୌଣସି ନା କୌଣସି କାରଣରୁ ନିଜ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଜିଣିନିଅନ୍ତି । ସେ ବେଳେବେଳେ ଫୋଟ ସେୟାର୍ କରନ୍ତି ତ ଆଉ କେବେ ନିଜ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରନ୍ତି । ବେଳେବେଳେ ସେ କିଛି ଥଟ୍ଟା ମଜା ଓ ରୋଚକ ପୋଷ୍ଟ ମଧ୍ୟ ସେୟାର କରନ୍ତି । କିନ୍ତୁ ଏଥର ପ୍ରିୟଙ୍କା ଲୋକଙ୍କ ଲକ୍ଷ୍ୟରେ ଆସି ଯାଇଛନ୍ତି ।

ନିକଟରେ ପ୍ରିୟଙ୍କା ଏପରି ଏକ ପୋଷାକରେ ନଜର ଆସିଛନ୍ତି, ଯାହାକି ଫ୍ୟାନ୍ସକୁ ଆଦୌ ପସନ୍ଦ ଆସୁନାହିଁ । ଲୋକମାନେ ଭାରି ସଂଖ୍ୟାରେ ତାଙ୍କ ନୂତନ ପୋଷାକ ଯୋଗୁଁ ତାଙ୍କ ଉପରେ ଲକ୍ଷ୍ୟ ସାଧନ କରୁଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରିୟଙ୍କା ନା କେବଳ ଷ୍ଟାଇଲିସ୍ ଓ ଫେସନବଲ୍ ଅଟନ୍ତି ବରଂ ତାଙ୍କ ଡ୍ରେସିଂ ଷ୍ଟାଇଲ୍ ମଧ୍ୟ ଖୁବ୍ ଏଡ଼ଭେନଚରସ ହୋଇଥାଏ, କିନ୍ତୁ ବେଳେବେଳେ ଏହା ଓଲଟା ପଡ଼ିଯାଏ ।

ନିକଟରେ ସୋସିଆଲ୍ ମିଡ଼ିଆରେ ପ୍ରିୟଙ୍କାଙ୍କ ଏକ ନୂତନ ଫୋଟ ଭାଇରଲ୍ ହୋଇଛି, ଯେଉଁଥିରେ ତାଙ୍କ ସହିତ ଆଉ କିଛି ଲୋକ ନଜର ଆସୁଛନ୍ତି । ଫୋଟ କୌଣସି ପାର୍ଟି ଭଳି ଦେଖାଯାଉଛି । ଯଦିଓ ଆପଣଙ୍କୁ ସୁଚାଇଦେଉଛୁ ଯେ ଏହା ଏକ ଚେରୀଟି ଇଭେଣ୍ଟର୍ ଫୋଟ ଅଟେ । ସାରା ବିଶ୍ୱରେ ନିଜ ଅଭିନୟ, ସୁନ୍ଦରତା ଓ ଡ୍ରେସିଂ ଷ୍ଟାଇଲରୁ ଏକ ବିଶେଷ ପରିଚୟ ହାସଲ କରିଥିବା ପ୍ରିୟଙ୍କା ବେଳେବେଳେ ଫ୍ୟାଶନ୍ ମାମଲାରେ ଭୁଲ୍ କରି ବସନ୍ତି । ଏଥର ମଧ୍ୟ ତାଙ୍କ ସହିତ ଏହା ହୋଇଛି ।

ପ୍ରିୟଙ୍କାଙ୍କ ନୂଆ ଫୋଟଗୁଡ଼ିକ ସାମନାକୁ ଆସିବା ପରେ ତାଙ୍କ ତୁଳନା କରାଯାଉଛି । ଏଥିସହିତ ଲୋକେ ତାଙ୍କୁ ଟ୍ରୋଲ୍ କରି ଅଜବ-ଅଜବ କମେଣ୍ଟ କରୁଛନ୍ତି ।

ପ୍ରିୟଙ୍କାଙ୍କ ଫୋଟରେ କମେଣ୍ଟ କରିବାର ସୁଯୋଗ ଟ୍ରୋଲର୍ସମାନେ ହାତଛଡ଼ା କରୁ ନାହାଁନ୍ତି । କେହି କହୁଛନ୍ତି ଯେ ସେ ଲୁଙ୍ଗୀ ପିନ୍ଧିଛନ୍ତି, ତ ଆଉ କେହି ତାଙ୍କ ପୋଷାକକୁ ଦେଖି ଥଟ୍ଟା କରୁଛନ୍ତି । ସେପଟେ ଆଉ କେହି କହୁଛନ୍ତି ଯେ, “ପଳାଇ ଯାଅ ଭୁତୁଣୀ ଆସିଗଲା” । ଜଣେ ୟୁଜର୍ ଲେଖିଛନ୍ତି ‘ଏହା କଣ ଅଟେ’ ? ସେପଟେ ଜଣେ ଅଭିନେତ୍ରୀଙ୍କୁ ଫ୍ୟାଶନ୍ ଡିଜାଷ୍ଟର୍ ବୋଲି କହିଛନ୍ତି । ଜଣାଇଦେଉଛୁ ଯେ, ଏହି ଡ୍ରେସକୁ ପିନ୍ଧି ପ୍ରିୟଙ୍କା ଚୋପଡ଼ା ସୋଫିଆ ବେରଗାରାଙ୍କ ସହ ବେବର୍ଲି ହିଲସରେ ଆୟୋଜିତ ଡେଭିଡ୍ ୱେବ ଏକ୍ସ ଷ୍ଟପଙ୍କ ଚେରୀଟି ଇଭେଣ୍ଟରେ ପହଞ୍ଚି ଥିଲେ ।

Leave a Reply

Your email address will not be published. Required fields are marked *