ଘରେ କରିନିଅନ୍ତୁ କେବଳ ଏହି ୪ଟି ପରିବର୍ତ୍ତନ ! ଖୋଲିଯିବ ଆପଣଙ୍କ ଭାଗ୍ୟ ଏବଂ ବରଷିବ ମାଁ’ ଲକ୍ଷ୍ମୀଙ୍କ କୃପା…

ଘରେ କରିନିଅନ୍ତୁ କେବଳ ଏହି ୪ଟି ପରିବର୍ତ୍ତନ ! ଖୋଲିଯିବ ଆପଣଙ୍କ ଭାଗ୍ୟ ଏବଂ ବରଷିବ ମାଁ’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନର ପରିସ୍ଥିତି ସର୍ବଦା ଏକ ସମାନ ନଥାଏ । କେବେ ଜୀବନରେ ଖୁସି ଆସେ ତ ଆଉ କେବେ ଅସୁବିଧା ଉତ୍ପନ ହୁଏ । ଆପଣଙ୍କୁ ସୁଚାଇଦେଉଛୁ ଯେ ଜୀବନରେ ଯେଉଁ ସବୁ ଅସୁବିଧା ଉତ୍ପନ ହୋଇଥାଏ, ତାହାର ସମ୍ବନ୍ଧ ଆମ ଆଖପାଖର ବାତାବରଣ ସୃଷ୍ଟି ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଦୁଇ ପ୍ରକାର ଉର୍ଜା ରହିଥାଏ । ସକାରାତ୍ମକ ଉର୍ଜା ଓ ନକରାତ୍ମକ ଉର୍ଜା । ଉଭୟ ଉର୍ଜା ଘର ଓ ଆଖପାଖର ବାତାବରଣ ଏବଂ ପ୍ରତ୍ୟେକ ବସ୍ତୁରୁ ଉତ୍ପନ୍ନ ହୋଇଥାଏ, ଯାହା ମନୁଷ୍ୟ ଜୀବନକୁ ପ୍ରଭାବିତ ହୋଇଥାଏ ।

ଯଦି ଆମଘର ଆଖପାଖର ନକରାତ୍ମକ ଉର୍ଜାର ସଞ୍ଚାର ହେଲେ ଏହା କାରଣରୁ ଜୀବନରେ ଅନେକଗୁଡ଼ିଏ ଅସୁବିଧା ଉତ୍ପନ୍ନ ହୋଇଥାଏ । କୌଣସି ନା କୌଣସି କଥାକୁ ନେଇ ଚିନ୍ତା ଓ ସମସ୍ୟା ଆସେ କିନ୍ତୁ ଯଦି ସକାରାତ୍ମକ ଉର୍ଜାର ପ୍ରଭାବ ହୁଏ ତେବେ ଏହା ଫଳରେ ମନୁଷ୍ୟ ନିଜ ଜୀବନରେ ଲଗାତାର ପ୍ରଗତି ହାସଲ କରେ । ଏତିକିନୁହେଁ ବରଂ ଘରକୁ ସୁଖ ସମୃଦ୍ଧି ଆସେ ।

ବାସ୍ତୁଶାସ୍ତ୍ର ଅନୁସାରେ ନକରାତ୍ମକ ଉର୍ଜାକୁ ଦୂର କରି ସକରାତ୍ମକ ଉର୍ଜାକୁ ବୃଦ୍ଧି କରିବା ସନ୍ଦର୍ଭରେ ଏକ ମହତ୍ତ୍ୱପୂର୍ଣ୍ଣ କଥା କୁହାଯାଇଛି । ଯଦି ଆପଣଙ୍କ ଜୀବନର ସମସ୍ୟା ଗୁଡ଼ିକ ଶେଷ ହେଉ ନାହିଁ ତେବେ ଏପରି ପରିସ୍ଥିତିରେ ଆପଣ ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଗୃହରେ କିଛି ପରିବର୍ତ୍ତନ କରନ୍ତୁ, ଏଥିରୁ ସମସ୍ୟାରୁ ମୁକ୍ତି ମିଳିବ । ତେବେ ଚାଲନ୍ତୁ ଜାଣିବା ଘରେ କେଉଁ ପରିବର୍ତ୍ତନ କରି ଆମେ ନିଜ ଜୀବନର ସମସ୍ୟାରୁ ମୁକ୍ତି ପାଇ ପାରିବା ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କରନ୍ତୁ ଏହି ୪ଟି ପରିବର୍ତ୍ତନ

୧. ସର୍ବପ୍ରଥମେ ଆପଣଙ୍କୁ ଆପଣଙ୍କ ଘର ମନ୍ଦିରର ଦିଗ ପରିବର୍ତ୍ତନ କରିବାକୁ ପଡ଼ିବ । ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମନ୍ଦିର ସଠିକ୍ ଦିଗରେ ରହିବା ଉଚିତ । ଯଦି ଗୃହର ମନ୍ଦିର ଐଶାନ୍ୟ କୋଣରେ ରହିଛି ତେବେ ଏହା ଉପଯୁକ୍ତ ସ୍ଥାନ ଅଟେ । ଆପଣ ଐଶାନ୍ୟ କୋଣରେ ମନ୍ଦିର ସର୍ବଦା ଟିକିଏ ଉଚ୍ଚରେ ନିର୍ମାଣ କରାଇବେ, ଯେଉଁଥିରୁ ଯେତେବେଳେ ମଧ୍ୟ ଆପଣ ଭଗବାନଙ୍କୁ ପୂଜାର୍ଚ୍ଚନା କରିବେ ସେତେବେଳେ ଭଗବାନ ଓ ଆପଣଙ୍କ ହୃଦୟର ସ୍ଥାନ ଉଚ୍ଚରେ ରହିବ । ଆପଣ ଏହି କଥାଟିକୁ ଧ୍ୟାନରେ ରଖନ୍ତୁ ଯେ ଐଶାନ୍ୟ କୋଣରେ କେବେହେଲେ ଭାରି ବସ୍ତୁ ରଖନ୍ତୁ କିମ୍ବା ନିର୍ମାଣ କରନ୍ତୁ ନାହିଁ ।

୨. ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷକୁ ସର୍ବଦା ଘରର ବ୍ରହ୍ମ ସ୍ଥାନ ଅଗଣାରେ ଲଗାଇବା ଉଚିତ । ଯଦି ଏପରି ସ୍ଥାନ ନାହିଁ ତେବେ ଆପଣ ଗୃହର ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ବୃକ୍ଷ ରୋପଣ କରିପାରିବେ । ଏହି ଦିଗକୁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । ଏ ଦିଗରେ ତୁଳସୀ ବୃକ୍ଷ ରୋପଣ କରିବା ଫଳରେ ଗୃହରେ ଧନ ବର୍ଷା ହୋଇଥାଏ ଏବଂ ମାଁ’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଘର ପରିବାରର ଲୋକଙ୍କ ଉପରେ ରହିଥାଏ । ଆପଣ ଏହି କଥାଟିକୁ ଧ୍ୟାନ ରଖିବେ ଯେ ଯେଉଁ ସ୍ଥାନରେ ଆପଣ ତୁଳସୀ ବୃକ୍ଷ ରୋପଣ କରିଛନ୍ତି ସେଠାକାର ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖନ୍ତୁ ।

୩. ବାସ୍ତୁଶାସ୍ତ୍ର ଅନୁସାରେ ଗୃହରେ ଘଣ୍ଟା ଲଗାଇବାର ସଠିକ୍ ଦିଗ ବିଷୟରେ ମଧ୍ୟ କୁହାଯାଇଛି । ଆପଣଙ୍କୁ ସୁଚାଇଦେଉଛୁ ଯେ ଘଣ୍ଟାକୁ ପ୍ରଗତିର ପ୍ରତୀକ ବୋଲି ଧରାଯାଏ । ଯଦି ଆପଣ ନିଜ ଘର ଭିତରେ ଘଣ୍ଟା ଭୁଲ୍ ଦିଗରେ ଲଗାନ୍ତି ତେବେ ଏହା ଫଳରେ ପ୍ରଗତି ମାର୍ଗରେ ବାଧା ଉତ୍ପନ୍ନ ହେବାକୁ ଲାଗେ, ଏଥିପାଇଁ ଘଣ୍ଟାର ଲଗାଇବା ଦିଗର ଧ୍ୟାନ ରଖିବା ବହୁତ ଜରୁରୀ ଅଟେ । ବାସ୍ତୁଶାସ୍ତ୍ର ଅନୁସାରେ ପୂର୍ବ କିମ୍ବା ଉତ୍ତର ଦିଗରେ ଘଣ୍ଟା ଲଗାଇବା ପାଇଁ ଉପଯୁକ୍ତ ଅଟେ । ଏହାବ୍ୟତୀତ ଯଦି ଘର ଭିତରେ କୌଣସି ଖରାପ୍ କିମ୍ବା ଭଙ୍ଗାରୁଜା ଘଣ୍ଟା ଅଛି ତେବେ ତାକୁ ବାହାର କରି ଦିଅନ୍ତୁ ।

୪. ବାସ୍ତୁଶାସ୍ତ୍ର ଅନୁସାରେ, ଯଦି ଘର ଭିତରେ ନକରାତ୍ମକ ଉର୍ଜାର ସଞ୍ଚାର ହୁଏ ତେବେ ଏହା ଫଳରେ ଘର ପରିବାର ଲୋକଙ୍କ ମଧ୍ୟରେ କୌଣସି ନା କୌଣସି କଥାକୁ ନେଇ କୁହାକୁହିଁ ଲାଗି ରହେ । ଏତିକିନୁହେଁ ବରଂ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ଏବଂ ଧନ ହାନି ଘଟିଥାଏ । ଘରର ନକରାତ୍ମକ ଉର୍ଜାକୁ ଦୂର କରିବା ପାଇଁ ଘର ପୋଛିବା ସମୟରେ ପାଣିରେ ସମୁଦ୍ରି ଲୁଣ ପକାଇ ଦିଅନ୍ତୁ । ଏଥିରୁ ଘରର ନକରାତ୍ମକ ଉର୍ଜା ଶେଷ ହୋଇଯାଏ ।

Leave a Reply

Your email address will not be published. Required fields are marked *