OK ବୋଲି ସମସ୍ତେ କୁହନ୍ତି କିନ୍ତୁ କଣ ଏହାର ପୁରନାମ ବା ଫୁଲଫାର୍ମର ଇତିହାସ ବିଷୟରେ କେହି ଜାଣନ୍ତି ? ପଢ଼ନ୍ତୁ ‘OK’ର ୧୮୨ ବର୍ଷର ଇତିହାସ…

OK ବୋଲି ସମସ୍ତେ କୁହନ୍ତି କିନ୍ତୁ କଣ ଏହାର ପୁରନାମ ବା ଫୁଲଫାର୍ମର ଇତିହାସ ବିଷୟରେ କେହି ଜାଣନ୍ତି ? ପଢ଼ନ୍ତୁ ‘OK’ର ୧୮୨ ବର୍ଷର ଇତିହାସ…

ଯେବେ ମଧ୍ୟ କେହି ଆମକୁ କୌଣସି କାମ କୁହନ୍ତି; ସେତେବେଳେ ଆମେ ଅଧିକାଂଶ ସମୟରେ ବ୍ୟକ୍ତି ଜଣକ ପଚାରିଥିବା ପ୍ରଶ୍ନର ପ୍ରତିଉତ୍ତର ବଦଳରେ ମୁଣ୍ଡ ଟାଙ୍ଗୁରୀ ଥାଉ ନଚେତ ‘OK’ ବୋଲି କହିଥାଉ । ‘OK’ର ବ୍ୟବହାର ଆମେ ନିଜ ବ୍ୟକ୍ତିଗତ ଜୀବନରେ ପ୍ରତିଦିନ ଅନେକ ଥରକରିଥାଉ, କିନ୍ତୁ ଆମେ କେବେ ଏହା ଚିନ୍ତା କରୁ ନାହିଁ ଯେ ‘OK’ ଶବ୍ଦର ଆରମ୍ଭ କେବେଠାରୁ ହୋଇଛି ? ଏହାକୁ ସର୍ବପ୍ରଥମେ କିଏ ଓ କେବେ ବ୍ୟବହାର କରିଥିଲେ ? କିଏ ଏହାର ଶୁଭାରମ୍ଭ କରିଥିଲେ ? ‘OK’ର କାହାଣୀ କେବେ ଆରମ୍ଭ ହୋଇଥିଲା ? ଏମିତିରେ ଆଜି ଆମେ ଆପଣଙ୍କୁ ‘OK’ର ଇତିହାସ ବିଷୟରେ କହିବାକୁ ଯାଉଛୁ ଯେ ଏହାକୁ ସର୍ବପ୍ରଥମେ କଥାବାର୍ତ୍ତାରେ କିଏ ବ୍ୟବହାର କରିଥିଲେ ଏବଂ ଏହାର ଉଦ୍ଭାବନ କେବେ ହେଲା…

OK ଶବ୍ଦର ଜନ୍ମ ୧୮୨ ବର୍ଷ ପୂର୍ବେ ହୋଇଥିଲା । ଏହି ଶବ୍ଦର ଆରମ୍ଭ ଆମେରିକୀୟ ପତ୍ରକାର ଚାର୍ଲସ୍ ଗୋଡୋର୍ନ ଗ୍ରୀନଙ୍କ ଅଫିସରେ ହୋଇଥିଲା । ‘OK’ ଶବ୍ଦ ବାସ୍ତବରେ ଅର୍ଥ ହେଉଛି ‘ଓଲ୍ଲା କାଲ୍ଲା’ । ଏହା ଏକ ଗ୍ରୀକ ଶବ୍ଦ ଅଟେ, ଯାହାର ବ୍ୟବହାର ଅଲ୍ କରେକ୍ଟ ପାଇଁ କରାଯାଏ ।

ବାସ୍ତବରେ ୧୮୩୯ରେ ଲେଖକ ଜାଣିଶୁଣି ଶବ୍ଦକୁ ବଦଳି ଦେଉଥିଲେ ଓ ପ୍ଲେଫର୍ମ ବଦଳରେ ଏବ୍ରୀଭିଏସନର ବ୍ୟବହାର କରୁଥିଲେ । ଏମିତିରେ ‘OK’ ଶବ୍ଦର ବ୍ୟବହାର ସର୍ବପ୍ରଥମେ ଅଲ୍ କରେକ୍ଟର ଏବ୍ରୀଭିଏସନ୍ ଭାବେ କରାଯାଇଥିଲା । ଏହା ବ୍ୟାକରଣର ଏକ ବ୍ୟାଙ୍ଗାତ୍ମକ ଲେଖ ଅଟେ ଏବଂ ବୋଷ୍ଟନ ମର୍ନିଂ ପୋଷ୍ଟରେ ୧୮୩୯ରେ ପ୍ରଥମଥର ପାଇଁ ଏହାକୁ ପ୍ରକାଶ କରାଯାଇଥିଲା ।

ଏହାପରେ ଓ ଡବ୍ଲ୍ୟୁ ଭଳି ଶବ୍ଦ ମଧ୍ୟ ବ୍ୟବହାର କରାଗଲା । ଜଣାଇଦେଉଛୁ ଯେ ଓଡବ୍ଲ୍ୟୁର ଅର୍ଥ “ଅଲ୍ ରାଇଟ୍” ଅଟେ । ଏହି ଶବ୍ଦ ପରେ ‘OK’ର ବ୍ୟବହାର ନିର୍ବାଚନ ସ୍ଲୋଗାନ ଭାବରେ ମଧ୍ୟ କରାଯିବାକୁ ଲାଗିଲା ।

୧୮୪୦ରେ ଆମେରିକୀୟ ରାଷ୍ଟ୍ରପତି ମାଟ୍ରିନ୍ ଭେନ୍ ବୁରେନଙ୍କ ନିର୍ବାଚନ କେମ୍ପେନ ସମୟରେ ଯେତେବେଳେ ‘OK’ ଶବ୍ଦର ବ୍ୟବହାର କରାଗଲା ଏବଂ ଏହାପରେ ଏହି ଶବ୍ଦ ସମ୍ପୂର୍ଣ୍ଣ ବିଶ୍ୱରେ ପ୍ରଚଳିତ ହୋଇଗଲା । କିଣ୍ଡରହୁକରେ ଜନ୍ମ ଗ୍ରହଣ କରିଥିବା ଭେନ୍ ବୁରେନଙ୍କ ନିକ ନେମ୍ ବା ଉପନାମ ଥିଲା ଓଲଡ଼ କିଣ୍ଡରହୁକ ଏବଂ ତାଙ୍କ ସମର୍ଥକମାନେ ନିର୍ବାଚନ ପ୍ରଚାର ସମୟରେ ରେଲି ମାନଙ୍କରେ ତାଙ୍କ ନାମର ଶର୍ଟ ଫର୍ମ ‘OK’ ବ୍ୟବହାର କରିଥିଲେ ।

ଏହି ସମୟରେ କେମ୍ପେନରେ ଲିଖିତ ‘OK’ ସମ୍ପୂର୍ଣ୍ଣ ଦେଶରେ ‘OK’ କ୍ଳବକୁ ଜନ୍ମ ଦେଇଥିଲା । ଶେଷରେ ‘OK’ ଏକ ଆଉ ଏକ ଅର୍ଥର ଶବ୍ଦ ହୋଇଗଲା ଏବଂ ଏହା ଅଲ୍ କରେକ୍ଟ ଭାବେ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଗଲା ।

ଏମିତିରେ ‘OK’ ଶବ୍ଦର ପ୍ରଚଳନକୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ରହିଛି ଏବଂ ଲୋକେ ଏହାର ଭିନ୍ନ ଭିନ୍ନ ଅର୍ଥ ବାହାର କରନ୍ତି, କିନ୍ତୁ ଏହା ସତ କଥା ଯେ ଆଜିକାର ସମୟରେ ଲୋକେ ସାଧାରଣ କଥାବାର୍ତ୍ତାରେ ମଧ୍ୟ ଏହି ଶବ୍ଦର ପ୍ରୟୋଗ କରନ୍ତି ।

Leave a Reply

Your email address will not be published. Required fields are marked *