ଥାନାରେ ପହଞ୍ଚି ଯୁବକ କରିଲେ ପ୍ରାର୍ଥନା- ଆଜ୍ଞା ମୋର ବିବାହ କରାଇ ଦିଅନ୍ତୁ ! ମୁଁ ବହୁତ ଚିନ୍ତିତ ଅଛି…

ଥାନାରେ ପହଞ୍ଚି ଯୁବକ କରିଲେ ପ୍ରାର୍ଥନା- ଆଜ୍ଞା ମୋର ବିବାହ କରାଇ ଦିଅନ୍ତୁ ! ମୁଁ ବହୁତ ଚିନ୍ତିତ ଅଛି…

ଉତ୍ତରପ୍ରଦେଶର ଶାମଲିରୁ ଗୋଟିଏ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ତିନି ଫୁଟର ଯୁବକ ଶାମଲି କୋତୱାଲିରେ ନିଜ ବିବାହ କରାଇଦେବାର ନିବେଦନ ପାଇଁ ପହଞ୍ଚିଥିଲା । ଏହା ପୂର୍ବରୁ ଏହି ଯୁବକ ଏସଡିଏମଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିବାହ କରାଇଦେବା ପାଇଁ ନିବେଦନ କରିସାରିଛି ।

ବାସ୍ତବରେ ଏହି ଯୁବକଙ୍କ ନାମ ଅଜିମ୍ ମଂସୁରି ଅଟେ । ଯିଏକି ଶାମଲିର କୌରାନା ଅଞ୍ଚଳର ବାସିନ୍ଦା ଅଟନ୍ତି । ଉଚ୍ଚତା କମ୍ ହେବା କାରଣରୁ ତାଙ୍କ ବିବାହ ହୋଇ ପାରୁନାହିଁ । ଅଜିମ୍ ମଂସୁରିଙ୍କ କହିବା ଅନୁଯାୟୀ ଅନେକଥର ବିବାହ ପ୍ରସ୍ତାବ ଆସିଛି କିନ୍ତୁ ଉଚ୍ଚତା କମ୍ ହେବା କାରଣରୁ ବିବାହ ହୋଇପାରିନାହିଁ ।

ଅଜିମ୍ ମଂସୁରି ତାଙ୍କ ଛଅ ଜଣ ଭାଇ ଏବଂ ଭଉଣୀ ମାନଙ୍କ ମଧ୍ୟରେ ତିନି ନମ୍ବର ଅଟନ୍ତି । ଅଜିମ୍ ମଂସୁରି ନିଜ ପାଇଁ ଜୀବନସାଥୀର ଅନୁସନ୍ଧାନ ପାଇଁ କୋତୱାଲିରେ ପ୍ରାର୍ଥନା ପତ୍ର ପଠାଇ ସାହାଯ୍ୟ ମାଗିଛନ୍ତି ।

ଜୀବନଯାପନରେ ସମସ୍ୟାର ସମ୍ମୁଖୀନ କରୁଛି:-

ଅଜିମ୍ ମଂସୁରିଙ୍କର କହିବା ଅନୁଯାୟୀ, ତାଙ୍କୁ ଜୀବନଯାପନ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି । କମ୍ ଉଚ୍ଚତା ଯୋଗୁଁ ତାଙ୍କ ବିବାହର ସ୍ୱପ୍ନ ଭାଙ୍ଗି ଯାଉଥିବାର ଦେଖାଯାଉଛି ବୋଲି ଅଜିମ୍ କହିଛନ୍ତି ।

ଅଜିମ୍ ମଂସୁରି କୌରାନା କୋତୱାଲି ଅଞ୍ଚଳର ଜୁଡବା କୁଆଁରା ବାସିନ୍ଦା ଅଟନ୍ତି । ଅଜିମ୍ ଅତ୍ୟନ୍ତ ଗରିବ ଅଟନ୍ତି କିନ୍ତୁ ପରିବାରର ପେଟ ପୋଷି ପାରିବେ ବୋଲି କହିଛନ୍ତି । ଝିଅ ଯେପରି ହେଉ ଚଳିବ କିନ୍ତୁ ପାଠ ପଢିଥିବେ ବୋଲି ଅଜିମ୍ କହିଛନ୍ତି ।

ପତ୍ନୀଙ୍କ ବିନା ରାତିରେ ନିଦ ଆସୁନାହିଁ:-

ଅଜିମଙ୍କ କହିବା ଅନୁଯାୟୀ, ସେ କୋତୱାଲିକୁ ଆସିଥିଲେ । ପୋଲିସମାନେ ତାଙ୍କ ପାଇଁ ଝିଅ ଦେଖିବେ ଏବଂ ଯେଉଁ ଝିଅ ମିଳିଗଲା ତାଙ୍କ ସହ ବିବାହ କରାଇଦେବେ ବୋଲି ମଧ୍ୟ କହିଥିଲେ । ରମଜାନ୍ ପୂର୍ବରୁ ତାଙ୍କ ବିବାହ ହୋଇଯାଉ ବୋଲି ଅଜିମଙ୍କ ଇଚ୍ଛା ରହିଛି । ଅଜିମଙ୍କ କହିବା ଅନୁଯାୟୀ, ସେ ଅତ୍ୟନ୍ତ ଚିନ୍ତିତ ଅଛନ୍ତି । ପତ୍ନୀଙ୍କ ବିନା ତାଙ୍କୁ ରାତିରେ ନିଦ ହେଉନାହିଁ । ଅନେକଥର ପ୍ରାର୍ଥନା ପତ୍ର ଦେଇସାରିଛନ୍ତି, କିନ୍ତୁ ତାଙ୍କର କେହି ଶୁଣାଣି କରୁନାହାଁନ୍ତି ।

Leave a Reply

Your email address will not be published. Required fields are marked *