ଜାହ୍ନବୀ କପୂର୍ କହିଲେ ନିଜ ବିବାହର ଯୋଜନା ଓ ନିଜ ଭାବି ସ୍ୱାମୀଙ୍କ ଡ୍ରେସ୍ କୋଡ୍ !

ଜାହ୍ନବୀ କପୂର୍ କହିଲେ ନିଜ ବିବାହର ଯୋଜନା ଓ ନିଜ ଭାବି ସ୍ୱାମୀଙ୍କ ଡ୍ରେସ୍ କୋଡ୍ !

ବଲିଉଡ଼ରେ ନୂତନ ଅଭିନେତ୍ରୀମାନେ ଧୀରେ ଧୀରେ ନିଜ ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି । ତାଙ୍କ ଫ୍ୟାନ୍ ଫୋଲୋଇଂ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ଼ରେ ସ୍ଥାପିତ ଅଭିନେତା ନିଜ ଷ୍ଟାର୍ କିଡ୍ସକୁ ବଲିଉଡ଼ରେ ଡେବ୍ୟୁ କରାଇ ଦିଅନ୍ତି । ନୂତନ ଅଭିନେତ୍ରୀ ଜାହ୍ନବୀ କପୂର ବଲିଉଡ଼ ୨୦୧୮ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ ।ସେ ବଲିଉଡ଼ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି ଯାହାଙ୍କ ନିଧନ ହୋଇ ସାରିଛି । ଶ୍ରୀଦେବୀ ଓ ଚଳଚ୍ଚିତ୍ର ପ୍ରଯୋଜକ ବୋନୀ କପୂରଙ୍କ ଝିଅ ଅଟନ୍ତି । ଜାହ୍ନବୀ କପୂର୍ ସ୍ମାର୍ଟ ଓ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି । ସେ ନିକ ଡେବ୍ୟୁ ଚଳଚ୍ଚିତ୍ରରେ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ କୁହାଯାଏ ଯେ ସେ ଆଗାମୀ ଦିନରେ ଏକ ବହୁତ ବଡ଼ ଅଭିନେତ୍ରୀ ହୋଇପାରନ୍ତି । ତାଙ୍କ ଅଭିନୟ ସମସ୍ତଙ୍କୁ ଦିୱାନା କରି ରଖିଛି । ଜାହ୍ନବୀ କପୂରଙ୍କ ଜନ୍ମ ୬ ମାର୍ଚ୍ଚ ୧୯୯୭କୁ ହୋଇଥିଲା ।

ଜାହ୍ନବୀ କପୂରଙ୍କୁ ଅଭିନୟ ଗୁଣ ନିଜ ପିତାମାତାଙ୍କୁ ଠାରୁ ମିଳିଛି । ଜାହ୍ନବୀ କପୂର୍ ମିଡ଼ିଆରେ ସର୍ବଦା ଛାଇ ରୁହନ୍ତି କେବେ ନିଜ ପୋଷକ ଯୋଗୁଁ ତ ଆଉ କେବେ ନିଜ ସ୍ମାର୍ଟ ଲୁକ୍ ଯୋଗୁଁ ବର୍ତ୍ତମାନ ଅଭିନେତ୍ରୀ ନିଜ ଆଗାମୀ ଚଳଚ୍ଚିତ୍ର “ରୁହି” କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦେଶରେ ଦୀର୍ଘ ସମୟ ପରେ ସିନେମା ‘ହଲ୍’କୁ ସମ୍ପୂର୍ଣ୍ଣ ଭାବେ ଖୋଲି ଦିଆଯାଇଛି । କୁହାଯାଉଛି ଯେ ଲକଡାଉନ୍ ପରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ମୁକ୍ତିଲାଭ କରିବ । ଚଳଚ୍ଚିତ୍ର “ରୁହି”ର ପ୍ରମୋଶନ୍ ଚାଲୁଅଛି । ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା ତେବେ ଏଥିରେ ଅଭିନେତ୍ରୀ ଜାହ୍ନବୀ କପୂରଙ୍କ ସହିତ ଅଭିନେତା ରାଜକୁମାର ରାଓ ଓ ବରୁଣ ଧବନ୍ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଚଳଚ୍ଚିତ୍ର ମୁକ୍ତିଲାଭ ହେବା ପୂର୍ବରୁ ଜାହ୍ନବୀ କପୂର୍ ଖବରରେ ଛାଇ ରହିଥିଲେ କାରଣ ତାଙ୍କର ବ୍ରାଇଡ୍ସ ଟୁ ଡେ ମ୍ୟାଗେଜିନରେ କଭର୍ ରଖାଯାଇଥିଲା । ନିକଟରେ ଦିଆଯାଇଥିବା ଇଣ୍ଟରଭିୟୁରେ ଅନେକଗୁଡିଏ ଖୁଲାସା କରିଛନ୍ତି । ଯେଉଁଥିରେ ସେ ନିଜ ବାହାଘରକୁ ନେଇ କିଛି କଥା କହିଛନ୍ତି । ଅଭିନେତ୍ରୀ ଜାହ୍ନବୀ କପୂର୍ କହିଛନ୍ତି ଯେ ତାଙ୍କୁ ବିଗ୍ ଫ୍ୟାଟମ୍ ବିବାହ କରିବା ପସନ୍ଦ ନାହିଁ । ସେ ସାଧାରଣ ଭାବେ ବିବାହ କରିବା ପାଇଁ ଚାହଁନ୍ତି । ସେ ଇଣ୍ଟରଭିୟୁରେ କହିଛନ୍ତି ଯେ”ମୋ ମସ୍ତିଷ୍କରେ ଆରମ୍ଭରୁ ଏକ ସ୍ପଷ୍ଟ ଫୋଟ ରହିଛି ମୁଁ ତିରୁପତିରେ ବିବାହ କରିବି ।

ଏବଂ ବିବାହରେ କେବଳ ପରିବାରର ଲୋକମାନେ ସାମିଲ୍ ହେବେ । ମୋତେ ଜଣା ଯେ ସୁନେଲି, କାଞ୍ଜିବରମ ଶାଢ଼ୀ ପିନ୍ଧିବି ଓ ମୋ କେଶରେ ସୁନ୍ଦର ସୁନ୍ଦର ମଲ୍ଲୀ ଫୁଲ ଲଗାଇବି । ମୋ ସ୍ୱାମୀ ଲୁଙ୍ଗି ପରିଧାନ କରିବେ ଓ ଆମେ କଦଳୀ ପତ୍ରରେ ଭୋଜନ କରିବୁ” ଜାହ୍ନବୀ କପୂରଙ୍କୁ ଯେତେବେଳେ ପଚାରଗଲା ଏତେ ସାଧାରଣ ଭାବେ କାହିଁକି ବିବାହ କରିବେ ଏହାର କୌଣସି ବିଶେଷ କାରଣ ଅଛି କି ସେତେବେଳେ ସେ ହସି ହସି ଉତ୍ତର ଦେଲେ “ମୁଁ ଅନେକ ଥର ତିରୁପତି ଯାଇଛି ଏବଂ ଚାହେଁ ଯେ ନିଜ ଭଲପାଇବା ସହିତ ସେଠାରେ ବିବାହ ବନ୍ଧନରେ ବାନ୍ଧି ହେବି । ମୋତେ ଅନେକ ଜାକଜମକ ପସନ୍ଦ ନୁହେଁ ।

ଗ୍ରେଣ୍ଡ ବିବାହ ମାନଙ୍କରେ ବହୁତ ମଜା ଲାଗେ କିନ୍ତୁ ଏତେ ବଡ଼ ଉତ୍ସବରେ ଯେତେବେଳେ ସମସ୍ତଙ୍କ ଧ୍ୟାନ ଆପଣଙ୍କ ଆଡକୁ ଥିବ ସେତେବେଳେ ଆପଣଙ୍କୁ ଭୟ ଲାଗିବ” ଅଭିନେତ୍ରୀଙ୍କ ସାକ୍ଷାତକାର ସମୟରେ ଏହା ସ୍ପଷ୍ଟ ଦେଖାଯାଉଥିଲା ଯେ ସେ ସରଳ ଭାବେ ବିବାହ କରିବାକୁ ଚାହଁନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ଜାହ୍ନବୀ କପୂର୍ ବଲିଉଡ଼ରେ ୨୦୧୮ରେ ଚଳଚ୍ଚିତ୍ର “ଧଡ଼କ୍”ରୁ ଡେବ୍ୟୁ କରିଥିଲେ । ତାପରେ ସେ ୱେବ୍ ସିରିଜ ଘୋଷ୍ଟ ଓ ଗୁଞ୍ଜନ୍ ସକ୍ସେନା କାରଗିଲ୍ ୱାର୍ ଉପରେ ଆଧାରିତ ସିରିଜ୍ କରିଥିଲେ । ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳିଥିଲା । ତାଙ୍କର ଫ୍ୟାନ୍ ଫୋଲୋଇଂ ଲଗାତାର ବୃଦ୍ଧି ପାଉଛି ।

Leave a Reply

Your email address will not be published. Required fields are marked *