ପୋଲିସ ଚାକିରୀ ଛାଡି ହୋଇଗଲେ ଲଞ୍ଜରୀ ମଡେଲ୍ ! ବର୍ତ୍ତମାନ ମାସକୁ ରୋଜଗାର କରୁଛନ୍ତି ଦେଢ଼ ଲକ୍ଷ ଟଙ୍କା, ବିତାଉଛନ୍ତି ଏଭଳି ଜୀବନ…

ପୋଲିସ ଚାକିରୀ ଛାଡି ହୋଇଗଲେ ଲଞ୍ଜରୀ ମଡେଲ୍ ! ବର୍ତ୍ତମାନ ମାସକୁ ରୋଜଗାର କରୁଛନ୍ତି ଦେଢ଼ ଲକ୍ଷ ଟଙ୍କା, ବିତାଉଛନ୍ତି ଏଭଳି ଜୀବନ…

ଦୁନିଆଁରେ ଏଭଳି ଅନେକ ଚାକିରୀ ରହିଥାଏ, ଯେଉଁଠାରେ ମହିଳା ମାନଙ୍କ ତୁଳନାରେ ପୁରୁଷ ମାନଙ୍କର ଅଧିକ ପ୍ରାଧାନ୍ୟ ରହିଥାଏ । ଅନେକ ମହିଳା କାମରେ ଏଭଳି ସମସ୍ୟାର ସମ୍ମୁଖିନ କରିଥାନ୍ତି । ବର୍ତ୍ତମାନ ବ୍ରିଟେନର ଏସେକ୍ସରେ ବାସ କରୁଥିବା ୨୭ ବର୍ଷୀୟା ଚାର୍ଲୋଟି ରୋଜଙ୍କର କଥାକୁ ନିଅନ୍ତୁ । ଚାର୍ଲୋଟି ରୋଜ୍ କିଛି ସମୟ ପୂର୍ବ ପର୍ଯ୍ୟନ୍ତ ପୋଲସ୍ ଚାକିରୀ କରୁଥିଲେ କିନ୍ତୁ ସେ ବର୍ତ୍ତମାନ ଏହି ଚାକିରୀ ଛାଡି ଦେଇଛନ୍ତି । ତାଙ୍କର କହିବା ଅନୁଯାୟୀ ପୋଲିସ୍ କ୍ଷେତ୍ରରେ ପ୍ରାୟତଃ ପୁରୁଷ ମାନଙ୍କର ରାଜ୍ ଚାଲିଥାଏ । ସେମାନଙ୍କୁ ନିଜ ମନ ଇଚ୍ଛାରେ କୌଣସି କାମ କରାଯିବାକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦିଆ ଯାଉନଥିଲା । ଏହି କାରଣରୁ ଚାର୍ଲୋଟି ରୋଜ୍ ପୋଲିସ୍ ଚାକିରୀ ଛାଡିଦେଲେ ।

ବର୍ତ୍ତମାନ ଆକର୍ଷଣୀୟ କଥା ଏହା ଯେ, ରୋଜ୍ ପୋଲିସ୍ ଚାକିରୀ ଛାଡି ଲଞ୍ଜରୀ ମଡେଲ୍ ହୋଇଯାଇଛନ୍ତି । ଏହି ନୂତନ ଚାକିରୀରୁ ସେ ମାସକୁ ଦେଢ଼ କୋଟି ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିନିଅନ୍ତି । ରୋଜ୍ ଜଣେ ଅନଲାଇନ୍ ମଡେଲ୍ ହୋଇ ଭଲ ଟଙ୍କା ରୋଜଗାର କରୁଛନ୍ତି । କିଛିଦିନ ପୂର୍ବରୁ ସେ ଲମ୍ବୋରଗିନି କିଣିଛନ୍ତି । ସେ ତାଙ୍କ ବିଳାସପୂର୍ଣ୍ଣ ଜୀବନର ଫୋଟ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି ।

ରୋଜ୍ ଅନଲାଇନ୍ ଅନଲିଫେନ୍ସ ପେଜରେ ଯୋଗ ଦେଇ ଭଲ ଟଙ୍କା ରୋଜଗାର କରୁଛନ୍ତି । ସେ ୨୦୧୮ ମସିହାରେ ଏହି ପେଜରେ ଯୋଗ ଦେଇଥିଲେ । ଏହାପରେ ସେ ଏଠାରେ ନିଜ ଫୋଟ ସେୟାର୍ କରିବାକୁ ଲାଗିଥିଲେ । ଖୁବଶୀଘ୍ର ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିଥିଲା ଏବଂ ତାଙ୍କ ସଂଖ୍ୟା ଲକ୍ଷେରୁ ଅଧିକରେ ଯାଇ ପହଞ୍ଚିଥିଲା ।

ପୋଲିସ୍ ଚାକିରୀ କରୁଥିବା ସମୟରେ ରୋଜ୍ ଅନଲିଫେନ୍ସ ପେଜରେ ଯୋଗ ଦେଇଥିଲେ । ଯେତେବେଳେ ତାଙ୍କର ଏଠାରେ ପ୍ରଶଂସକଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା, ସେତେବେଳେ ସେ ପୋଲିସ୍ ଚାକିରୀ ଛାଡି ଦେଇଥିଲେ ।

ବର୍ତ୍ତମାନ ରୋଜ୍ ଲଞ୍ଜରୀ ପିନ୍ଧି ଏହି ପେଜରେ ନିଜ ଫୋଟ ସେୟାର୍ କରିଥାନ୍ତି । ସେ ଏହି ପେଜରେ ଗୋଟିଏ ଦିନରେ ପ୍ରାୟତଃ ୧୪ ରୁ ୧୬ ଘଣ୍ଟାର ସମୟ ଅତିବାହିତ କରିଥାନ୍ତି । ଏହା ମାଧ୍ୟମରେ ସେ ମାସକୁ ପ୍ରାୟତଃ ଦେଢ଼ କୋଟି ରୋଜଗାର କରିନିଅନ୍ତି ।

ଏହି ଟଙ୍କାର ବ୍ୟବହାର ସେ ସମ୍ପତ୍ତି ବିନିଯୋଗ ଏବଂ ଅନ୍ୟ ପ୍ରକାରର ବ୍ୟବସାୟରେ କରିଥାନ୍ତି ।

ରୋଜ୍ ଏକଦା ଜଣେ ଡାକ୍ତର ହେବାକୁ ଚାହୁଁଥିଲେ । ତେବେ ନିଜର ଭଲ ଉଚ୍ଚତା ଯୋଗୁଁ ତାଙ୍କୁ ପୋଲିସରେ ଚାକିରୀ ମିଳି ଯାଇଥିଲା । ଏହି ଚାକିରୀ କରୁଥିବା ସମୟରେ ସେ ଅନୁଭବ କରିଥିଲେ ଯେ, ଏହି କ୍ଷେତ୍ରରେ ତାଙ୍କୁ ମହିଳା ହେବା ଯୋଗୁଁ ଚାପ ପକାଯାଉଛି । ଏଥିପାଇଁ ସେ ଅନଲିଫେନ୍ସ ପେଜରେ ଯୋଗ ଦେଇ ଟଙ୍କା ରୋଜଗାର କରିବା ଆରମ୍ଭ କରିଦେଇଥିଲେ । ଏହି ୱେବସାଇଟରେ ଲୋକମାନେ ରୋଜଙ୍କ ସହ କଥା ହେବା ବଦଳରେ ତାଙ୍କୁ ଟଙ୍କା ଦେଇଥାନ୍ତି ।

ନିକଟରେ ରୋଜ୍ ପ୍ରସିଦ୍ଧ ହେବା ପରେ ନିଜ ପ୍ରଶଂସକ ମାନଙ୍କୁ ସୋସିଆଲ୍ ମିଡ଼ିଆରେ ଧନ୍ୟବାଦ ଜଣାଇଛନ୍ତି ।

ଏହି ସମୟ ମଧ୍ୟରେ ସେ ପୋଲିସ୍ କ୍ଷେତ୍ରରେ ମହିଳା ମାନଙ୍କ ସହ ହେଉଥିବା ଭେଦଭାବ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ତାଙ୍କର ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ବହୁ ମାତ୍ରାରେ ଭାଇରାଲ୍ ହେଉଅଛି ।

Leave a Reply

Your email address will not be published. Required fields are marked *