ସଂଘର୍ଷର କାହାଣୀ :- ମା’ ସିଲେଇ କରି ପୁଅ ମାନଙ୍କ ଫି’ ଦେଉଥିଲେ ! ଦୁହେଁ ‘IIT’ ପରେ ‘IAS’ ଅଧିକାରୀ ପୋଷ୍ଟ ହାସଲ କରିଥିଲେ…

ସଂଘର୍ଷର କାହାଣୀ :- ମା’ ସିଲେଇ କରି ପୁଅ ମାନଙ୍କ ଫି’ ଦେଉଥିଲେ ! ଦୁହେଁ ‘IIT’ ପରେ ‘IAS’ ଅଧିକାରୀ ପୋଷ୍ଟ ହାସଲ କରିଥିଲେ…

ସ୍ୱପ୍ନ ଥିଲା କିନ୍ତୁ ସ୍ୱପ୍ନ ପୂରଣ କରିବା ସମ୍ଭାବନାର ଅଭାବ ଥିଲା । ପରିବାରରେ ଆର୍ଥିକ ସମସ୍ୟା ଥିଲା ଏବଂ ପୁଅମାନଙ୍କ ଆଖିରେ କିଛି କରିବାର ସ୍ୱପ୍ନ । ଏପରି ପରିସ୍ଥିତିରେ, ପୁଅମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମା’ ସିଲେଇ, ଏମ୍ବ୍ରୋଡୋରୀ, ଦିନରାତି କରି ପୁଅ ମାନଙ୍କ ପଢ଼ା ଖର୍ଚ୍ଚର ବ୍ୟବସ୍ଥା କରିଥିଲେ । ଦୁଇପୁଅ ମଧ୍ୟ ନିଜ ମା’ଙ୍କ କଠିନ ପରିଶ୍ରମର ମାନ ରଖିଲେ ଏବଂ ଦୁହେଁ ଏକତ୍ର IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ।

ଏହି କାହାଣୀରେ ପୁଅମାନଙ୍କ ସଂଘର୍ଷ ଠାରୁ ଅଧିକ ମା’ଙ୍କ ସଂଘର୍ଷ । ପିଲାମାନଙ୍କୁ ସାମର୍ଥ୍ୟ କରିବା ପାଇଁ ତାଙ୍କ ହାତକୁ କେବେ ବି ବନ୍ଦ ହେବାକୁ ଦେଇ ନାହାନ୍ତି । ପିଲାମାନଙ୍କର ଦେୟ ଦେବା ପାଇଁ ମା’ ଦିନରାତି ପୋଷାକ ସିଲେଇ କରିଥିଲେ ଏବଂ ଶେଷରେ ଉଭୟ ପୁଅ ଦେଶର ସର୍ବୋଚ୍ଚ କଠିନ ପରୀକ୍ଷା ସିଭିଲ୍ ସର୍ଭିସରେ ପାସ୍ କରି IAS ଅଧିକାରୀ ପଦବୀ ପାଇଥିଲେ । କେବଳ ପରିବାରରେ ନୁହେଁ ରାଜ୍ୟରେ ମଧ୍ୟ ଉଭୟ ପୁଅଙ୍କ ଏହି ସଫଳତାରେ ଖୁସିର ବାତାବରଣ ।

ପୂରା ଘଟଣାଟି ରାଜସ୍ଥାନର ଝୁଞ୍ଜୁନୁ ନିବାସୀ ସୁଭାଷ କୁମାୱାଟଙ୍କ ପରିବାର ସହ ଜଡିତ । ସୁଭାଷ କୁମାୱାଟ୍ ବୃତ୍ତି ଅନୁଯାୟୀ ଜଣେ ଟେଲର୍ ଏବଂ ସେ ଏକ ଛୋଟ ଦୋକାନରେ ବସି ଲୋକଙ୍କ ପୋଷାକ ସିଲେଇ କରନ୍ତି । ଏଥିରେ ତାଙ୍କ ପରିବାରର ଘର ଚାଲିଥାଏ । ତାଙ୍କ ପତ୍ନୀ ମଧ୍ୟ ସିଲେଇ କାମ କରନ୍ତି । ସୁଭାଷ ଟେଲର୍ ହୋଇଥିବାବେଳେ ତାଙ୍କ ପତ୍ନୀ ରାଜେଶ୍ୱରୀ ଦେବୀ ପୋଷାକର ତୂରୀ କାମ କରନ୍ତି ।

ତାଙ୍କ ଦୁଇ ପୁଅ ପଙ୍କଜ ଏବଂ ଅମିତ ଆରମ୍ଭରୁ ଶିକ୍ଷା କ୍ଷେତ୍ରରେ ଦ୍ରୁତ ଥିଲେ ଏବଂ ଜୀବନରେ କିଛି କରିବାର ସ୍ୱପ୍ନ ଦେଖିଥିଲେ । ଏଭଳି ପରିସ୍ଥିତିରେ ଉଭୟ ପଙ୍କଜ ଏବଂ ଅମିତ ପ୍ରଥମେ IIT ଦିଲ୍ଲୀରେ ମେକାନିକାଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଥିଲେ । ପଙ୍କଜ ନୋଏଡା ଭିତ୍ତିକ କମ୍ପାନୀରେ ଚାକିରି ପାଇଲେ । ଏହାପରେ ଦୁଇ ଭାଇ ଏକତ୍ର ସିଭିଲ୍ ସର୍ଭିସର ସ୍ୱପ୍ନ ଦେଖିଲେ ଏବଂ ସେମାନଙ୍କର ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା ଆରମ୍ଭ କଲେ । ଏହି ସମୟରେ ତାଙ୍କ ପରିବାର କୁ ଆର୍ଥିକ ଅବନତିର ସାମ୍ନା କରିବାକୁ ପଡିଥିଲା । ଏହା ସତ୍ତ୍ୱେ ମଧ୍ୟ ତାଙ୍କ ମା’ ଦିନରାତି ସିଲେଇ ଓ ତୂରୀ କାମ କରୁଥିଲେ ।

ନିଜର କଷ୍ଟ ଉପାର୍ଜିତ ଅର୍ଥରେ ଦୁଇ ପୁଅଙ୍କ ଫି’ ଦେଉଥିଲେ । ଉଭୟ ଭାଇଙ୍କ ପାଇଁ ଶିକ୍ଷାର ଯାତ୍ରା ଆଦୌ ସହଜ ନଥିଲା, ସେମାନଙ୍କ ପିତାମାତା ମଧ୍ୟ ଏହି ଯାତ୍ରାରେ କଠିନ ପରିଶ୍ରମ କରିଥିଲେ ଏବଂ ସେମାନଙ୍କୁ ସମର୍ଥନ କରିଥିଲେ । ବାସ୍ତବରେ ସିଭିଲ୍ ସର୍ଭିସ୍ ତାଙ୍କ ପିତାମାତାଙ୍କର ସ୍ୱପ୍ନ ଥିଲା । ପଙ୍କଜ ଏବଂ ଅମିତ କହିଛନ୍ତି ଯେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପ୍ରକୃତରେ ଆମର ପିତାମାତା ଦେଖିବାକୁ ଚାହୁଁଥିଲେ । ଆମେ ଆମର ନୁହେଁ, ଆମ ପିତାମାତାଙ୍କ ସ୍ୱପ୍ନକୁ ପୂରଣ କରିଛୁ ।

ପଙ୍କଜ ଏବଂ ଅମିତ କହିଛନ୍ତି ଯେ” ଆମ ପିତାମାତା ଆମକୁ ଶିକ୍ଷା ଦେବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆମର ବହି, ଫି’ ଏବଂ ଅନ୍ୟାନ୍ୟ ଜିନିଷର ବ୍ୟବସ୍ଥା କରିବା ପାଇଁ ସେ ଦିନରାତି ଜାଗ୍ରତ ରହି କଠିନ ପରିଶ୍ରମ କରିଛନ୍ତି । ଆୟ ବଢାଇବା ପାଇଁ ବାପା ଅଧିକ ସମୟ କାମ କରୁଥିଲେ” ।

ସୂଚନାଯୋଗ୍ୟ ଯେ ପଙ୍କଜ ଏବଂ ଅମିତ ୨୦୧୮ରେ ଏକାଠି UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏପ୍ରିଲ ୫ରେ ଯେତେବେଳେ ଉଭୟଙ୍କ ଫଳାଫଳ ଆସିଲା, UPSC ସିଭିଲ୍ ସର୍ଭିସରେ ଦୁଇ ପୁଅଙ୍କ ନାମ ଏକାଠି ଦେଖି ପରିବାର ଲୋକଙ୍କ ଆଖିରେ ଲୁହ ଆସିଗଲା । ଯେଉଁଠାରେ ପଙ୍କଜ ପରୀକ୍ଷାରେ ୪୮୩ ରାଙ୍କ ପାଇଥିବା ବେଳେ ଅମିତ ୬୦୦ ରାଙ୍କ ହାସଲ କରିଥିଲେ ।

ଉଭୟ ଭାଇ ସେମାନଙ୍କ ପିତାମାତାଙ୍କୁ ସେମାନଙ୍କ ସଫଳତାର ଶ୍ରେୟ ଦେଇଛନ୍ତି ଏବଂ କହିଛନ୍ତି ଯେ “ପରିବାରର ଆର୍ଥିକ ଅବନତି ସତ୍ତ୍ୱେ ଯଦି ଆମେ ଆମର ସ୍ୱପ୍ନର ସିଡ଼ି ଚଢି ପାରିଛୁ କେବଳ ପିତାମାତାଙ୍କ ପାଇଁ । ସେ ଆମକୁ କଠିନ ପରିଶ୍ରମ କରିବାକୁ ଶିଖାଇଛନ୍ତି । ଯାହାଫଳରେ କି ଆମେ ଆମର ସ୍ୱପ୍ନକୁ ସ୍ଵାକାର କରିପାରିଛୁ” ।

Leave a Reply

Your email address will not be published. Required fields are marked *