ଦୁଃଖଦ ଖବର : ଦେଶରେ କରୋନାର ଆଗାମୀ ଲହରୀର ସମ୍ଭାବନା ! ଏହି ୫ଟି ରାଜ୍ୟରେ ଅବସ୍ଥା ବହୁତ ଚିନ୍ତାଜନକ…

ଦୁଃଖଦ ଖବର : ଦେଶରେ କରୋନାର ଆଗାମୀ ଲହରୀର ସମ୍ଭାବନା ! ଏହି ୫ଟି ରାଜ୍ୟରେ ଅବସ୍ଥା ବହୁତ ଚିନ୍ତାଜନକ…

ଭାରତରେ ପୁଣିଥରେ କରୋନା ଭାଇରସ୍ ମାମଲାରେ ତୀବ୍ରତା ଦେଖାଦେଇଛି ଏବଂ ଅନେକଗୁଡ଼ିଏ ରାଜ୍ୟରେ କରୋନା ଭାଇରସରେ ସଂକ୍ରମିତ ହେବାର ସଂଖ୍ୟା ପୁରାପୁରି ବଢିଯାଇଛି । ଯାହା ଫଳରେ କେନ୍ଦ୍ରୀୟ ସରକାରଙ୍କ ଚିନ୍ତା ବୃଦ୍ଧି ହୋଇଯାଇଛି । ବାସ୍ତବରେ ଜାନୁଆରୀ ମାସ ପରଠାରୁ କରୋନା ଭାଇରସ୍ ମାମଲା ହ୍ରାସ ପାଉଥିଲା । କିନ୍ତୁ ବର୍ତ୍ତମାନ ପୁଣିଥରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବାକୁ ଲାଗିଛି । ଶନିବାର ଦିନ ଜାରି ସଂଖ୍ୟା ଅନୁସାରେ ଦେଶରେ କରୋନା ଭାଇରସ୍ ସଂକ୍ରମଣର ୧୮,୩୨୭ ନୂତନ ମାମଲା ସାମନାକୁ ଆସିଛି । ଏଥିସହିତ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧.୧୧ କୋଟିରୁ ଅଧିକ ଲୋକ ଏହି ଭାଇରସ୍ ହାବୁଡ଼ରେ ପଡ଼ିଛନ୍ତି ।

ସରକାରୀ ଗଣନା ଅନୁଯାୟୀ ଶନିବାର ଦିନ ୩୬ ଦିନ ପରେ ସଂକ୍ରମଣର ଏହି ସର୍ବାଧିକ ମାମଲା ରୁଜୁ ହୋଇଛି । ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଓ ତାମିଲନାଡୁରେ ଏହି ସଂକ୍ରମଣ ଖୁବ୍ ବେଗରେ ପ୍ରସାରିତ ହେଉଛି ଏବଂ ଏହି ରାଜ୍ୟ ଗୁଡ଼ିକରେ ପ୍ରତିଦିନ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଦିନ ସାମନାକୁ ଆସିଥିବା ମୋଟ କରୋନା ମାମଲାରେ ୮୨ ପ୍ରତିଶତ ମାମଲା ଏହି ରାଜ୍ୟ ଗୁଡ଼ିକରୁ ଅଟେ । ଏହାବ୍ୟତୀତ ୮ଟି ରାଜ୍ୟ ପାଇଁ ୬୩ ଏପରି ଜିଲ୍ଲା ରହିଛି, ଯେଉଁଠି କରୋନା ଭାଇରସ୍ ସଂକ୍ରମଣ ମାମଲା ପୁଣିଥରେ ଆସିବାକୁ ଲାଗିଛି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ କରୋନାର ମାମଲା ଖୁବ୍ ବେଗରେ ବୃଦ୍ଧି ପାଇବାରେ ଲାଗିଛି ।

ଦେଶରେ ପୁଣିଥରେ ବୃଦ୍ଧି ପାଉଥିବା କରୋନା ଭାଇରସ୍ ମାମଲାକୁ ଲକ୍ଷ୍ୟ କରି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ଶନିବାର ଦିନ ବୈଠକ ଅନୁଷ୍ଠିତ କରିଥିଲେ । ଏହି ବୈଠକ ସମୟରେ ଏହି ଜିଲ୍ଲା ମାନଙ୍କରେ କରୋନା ସଂକ୍ରମଣ ସ୍ଥିତିକୁ ନେଇ କଥାବାର୍ତ୍ତା କରାଯାଇଛି ଏବଂ ରାଜ୍ୟ ସରକାରଙ୍କୁ ଧ୍ୟାନରେ ଏହି ସଂବେଦନଶୀଳ ଜିଲ୍ଲା ଆଡ଼କୁ ଆକର୍ଷିତ କରାଯାଇଛି । ଏହି ସମସ୍ତ ଜିଲ୍ଲାରେ ଜିଲ୍ଲା ପ୍ରଶାସନଙ୍କ ତରଫରୁ କରୋନା ଯାଞ୍ଚକୁ ନେଇ ଖୁବ୍ କମ୍ କାମ ହୋଇଛି । ମନ୍ତ୍ରାଳୟ ଗତ କିଛି ସମୟରୁ ଏହି ରାଜ୍ୟ ଗୁଡ଼ିକୁ ପତ୍ର ଲେଖି ଜିଲ୍ଲାରେ ସତର୍କତା ବଜାୟ ରଖିବା ପାଇଁ କହୁଛନ୍ତି । ଏମିତିରେ ଏହି ଅବହେଳା ହେବା କୌଣସି ଆଶ୍ଚର୍ଯ୍ୟ ଜଣମ ବିଷୟ ନୁହେଁ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ନୀତି ଆୟୋଗର ସଦସ୍ୟ ଡାକ୍ତର ବିକେ ପଲ୍ ଶନିବାର ଦିନ ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଓଡ଼ିଶା, ଗୋଆ, ଚଣ୍ଡୀଗଡ଼, ହରିୟାଣା ଓ ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ସଚିବ ଓ ରାଜ୍ୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକଙ୍କ ସହ ବୈଠକ ଥିଲା । ଏହି ସମୟରେ ଜଣାପଡିଥିଲା ଯେ ୮ଟି ରାଜ୍ୟର ୬୩ଟି ଜିଲ୍ଲାରେ କରୋନା ଭାଇରସ୍ ସଂକ୍ରମଣକୁ ନେଇ ସ୍ଥିତି ବହୁତ ଖରାପ ଅଛି । ଡାକ୍ତର ବିକେ ପଲ୍ ସୂଚନା ଦେଇଛନ୍ତି ଯେ ଏହି ଜିଲ୍ଲା ଗୁଡ଼ିକର ଅବସ୍ଥାକୁ ନେଇ ସମୀକ୍ଷା କରାଯାଉଛି । ସେପଟେ ସ୍ଥିତି ଚିନ୍ତା ଜନକ ଅଟେ କିନ୍ତୁ ଏହାକୁ ନିୟନ୍ତ୍ରିତ କରିବା ପାଇଁ ଉଚିତ ସମୟ ରହିଛି । ଏଠାକାର ରାଜ୍ୟ ସରକାରଙ୍କୁ ଅଧିକ ପରୀକ୍ଷଣ କରିବା ପାଇଁ କୁହାଯାଇଛି ।

ଦିଲ୍ଲୀରେ ବଢୁଛି କରୋନା ମାମଲା

ଦିଲ୍ଲୀରେ ପୁଣିଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନରୁ ଦିଲ୍ଲୀରେ କରୋନା ମାମଲା ୩୦୦ରୁ ଉର୍ଦ୍ଧ୍ବ ହୋଇଯାଇଛି । ଯାହାକି ପୂର୍ବରୁ ୧୦୦ ପାଖାପାଖି ଥିଲା । ଅର୍ଥାତ ଯଦି ସମୟ ଥାଉ ଥାଉ ଧ୍ୟାନ ଦିଆଯିବ ନାହିଁ ତେବେ ଦିଲ୍ଲୀରେ ପୁଣିଥରେ ସ୍ଥିତି ଖରାପ ହୋଇପାରେ ଏବଂ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇପାରେ । ଆପଣଙ୍କୁ ସୁଚାଇଦେଉଛୁ ଯେ ନଭେମ୍ବର ମାସରେ ଦିଲ୍ଲୀରେ କରୋନାର ପ୍ରତିଦିନ ୭ ହଜାରରୁ ଅଧିକ ମାମଲା ଦେଖାଦେଉଛି । ବହୁତ ଅସୁବିଧା ପରେ ରାଜଧାନୀରେ ଏହାକୁ ନିୟନ୍ତ୍ରିତ କରାଯାଇଥିଲା । କିନ୍ତୁ ପୁଣିଥରେ ସ୍ଥିତି ଖରାପ ହେଉଥିବାର ଦେଖାଯାଉଛି ।

କରୋନା ପ୍ରତିଷେଧକ ଟୀକା ଦେବାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟ ଅନୁସାରେ ୬୦ରୁ ଅଧିକ ଆୟୁର ଲୋକଙ୍କୁ କିମ୍ବା ୪୫ରୁ ଅଧିକ ଆୟୁର ଲୋକଙ୍କୁ କରୋନା ପ୍ରତିଷେଧକ ଟୀକା ଦିଆଯାଉଛି, ଯାହାକି କେଉଁ ରୋଗରେ ଆକ୍ରାନ୍ତ ଅଛନ୍ତି । ଆଶା କରାଯାଉଛି ଯେ ପ୍ରତିଷେଧକ ଟୀକା ଦେବାରୁ କରୋନାର ବେଗ ହ୍ରାସ ପାଇଥିଲା ।

Leave a Reply

Your email address will not be published. Required fields are marked *