କିଛି ମାସ ମଧ୍ୟରେ ଏତେ ବଦଳି ଯାଇଛନ୍ତି ଅଜୟ ଏବଂ କାଜଲଙ୍କ ଝିଅ ନ୍ୟାସା !

କିଛି ମାସ ମଧ୍ୟରେ ଏତେ ବଦଳି ଯାଇଛନ୍ତି ଅଜୟ ଏବଂ କାଜଲଙ୍କ ଝିଅ ନ୍ୟାସା !

ବଲିଉଡରେ ସବୁଠାରୁ ଭଲ ଯୋଡି ରୂପରେ ଜଣାଯାଉଥିବା ଅଜୟ ଦେବଗନ୍ ଏବଂ ଅଭିନେତ୍ରୀ କାଜୋଲଙ୍କ ଝିଅ ନେୟସା ଦେବଗଣଙ୍କ ବହୁତ କିଛି ଫୋଟ ଏହି ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଫ୍ୟାନ୍ସମାନେ ମଧ୍ୟ ତାଙ୍କର ଲୂକ୍ ଆଉ ଷ୍ଟାଇଲକୁ ବହୁତ ପସନ୍ଦ କରୁଛନ୍ତି । ନେୟସାଙ୍କୁ ବୋହୁତଥର ତାଙ୍କ ପୋଷାକ ପାଇଁ ଟ୍ରୋଲ୍ କରାଯାଏ । କିନ୍ତୁ ସେ ଏଥିରେ ବିଚଳିତ ହୁଅନ୍ତି ନାହିଁ । ନିଜର ଅନେକ ସୁନ୍ଦର ଫିଲ୍ମ ତଥା ଆକ୍ଟିଂଗ୍ ପାଇଁ ଚାରିଆଡେ ଲୋକପ୍ରିୟତା ହାସଲ କରିଥିଲେ କାଜୋଲ୍ ଏବଂ ଅଜୟ । ତାଙ୍କୁ ଆଜିକା ଦୁନିଆରେ କିଏ ବା ନଜାଣେ । ଆମେ ତାଙ୍କ ଝିଅ ନେୟସାଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଡେରି ନ କରି ଆସନ୍ତୁ ବିଷୟ କଣ ଅଛି ଜାଣିବା ।

ନେୟସାଙ୍କ ଜନ୍ମ ୨୦ ଅପ୍ରେଲ୍ ୨୦୦୩ରେ ମୁମ୍ବାଇର ମହାରାଷ୍ଟ୍ରରେ ହୋଇଥିଲା । ବର୍ତ୍ତମାନ ନେୟସା ବଲିଉଡ ଠାରୁ ଦୂରରେ ରହୁଛନ୍ତି । ଏବଂ ନିଜ ପାଠ ପଢା ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି । ଆପଣଙ୍କୁ ଜଣାଇବୁ ଯେ ଅଜୟ ଏବଂ କାଜୋଲଙ୍କ ଲାଡଲି ଝିଅ ନେୟସା ଏବେ ସିଙ୍ଗାପୁରରେ ପାଠ ପଢୁଛନ୍ତି । କିନ୍ତୁ ଏବେ କୋରନା ଭାଇରସ୍ କାରଣରୁ ଭାରତ ଆସିଯାଇଛନ୍ତି ।ଏହି ସମୟ ଭିତରେ ଅଜୟ ଆଉ କାଜୋଲ୍ ନେୟସାଙ୍କ ଜନ୍ମଦିନରେ ଏକ ଫୋଟ ନେଇଥିଲେ ଏବଂ ତାଙ୍କର ଭଲ ହେବାର କାମନା ମଧ୍ୟ କରିଥିଲେ ।

ନେୟସା ସବୁବେଳେ ନିଜର ଲୂକ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ନେୟସା ପ୍ରାୟତଃ ୱେଷ୍ଟର୍ନ ପୋଷାକରେ ରୁହନ୍ତି । କିନ୍ତୁ ଏବେ କିଛି ଦିନ ପୂର୍ବରୁ ନେୟସଙ୍କ ପ୍ରମ୍ପରିକ ପୋଷାକର ଫୋଟ ସବୁ ସାମ୍ନାକୁ ଆସିଥିଲା । ଯାହାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ନେୟସା ପାରମ୍ପରିକ ପୋଷାକରେ ସେତିକି ସୁନ୍ଦର ଲାଗୁଥିଲେ ଯେତେକିସେ ୱେଷ୍ଟର୍ନ ପୋଷାକରେ ନଜର ଆସନ୍ତି ।ନେୟସାଙ୍କୁ ସବୁବେଳେ ତାଙ୍କ ପୋଷାକକୁ ନେଇ ଟ୍ରୋଲ୍ କରାଯାଇଥାଏ । ବାରମ୍ବାର ଟ୍ରୋଲ୍ କରାଯିବା କାରଣରୁ କାଜୋଲ୍ ମଧ୍ୟ ଟ୍ରୋଲ୍ କରିବା କ୍ଷେତ୍ରରେ ନିଜର ରାଗ ପ୍ରଦର୍ଶନ କରିଥିଲେ । ଅଜୟ ମଧ୍ୟ ଏହି ସବୁ ପାଇଁ କହିଥିଲେ ଆପଣମାନେ କାଜୋଲ୍ ଏବଂ ମତେ ଟ୍ରୋଲ୍ କରିପାରିବେ କିନ୍ତୁ ଆମ ପିଲାଙ୍କୁ ନୁହେଁ ।

ଆମ କାରଣରୁ ଆମ ପିଲାମାନେ ସବୁବେଳେ ଏହିସବୁରୁ ଦୂରରେ ରୁହନ୍ତି।ଆପଣଙ୍କୁ ଅଜୟ ଏବଂ କାଜଲଙ୍କ ଝିଅ କିପରି ଲାଗିଲେ?

Leave a Reply

Your email address will not be published. Required fields are marked *