“ଫାଷ୍ଟାଗ୍”ରେ ଉପଲବ୍ଧ ହେବାକୁ ଯାଉଛି ଏହି ସମସ୍ତ ସୁବିଧା ! ପେଟ୍ରୋଲ୍-ଡିଜେଲ୍ ଭରିବା ଠାରୁ ଆରମ୍ଭ କରି ପାର୍କିଂରେ ମଧ୍ୟ ବ୍ୟବହାର ହେବ…

“ଫାଷ୍ଟାଗ୍”ରେ ଉପଲବ୍ଧ ହେବାକୁ ଯାଉଛି ଏହି ସମସ୍ତ ସୁବିଧା ! ପେଟ୍ରୋଲ୍-ଡିଜେଲ୍ ଭରିବା ଠାରୁ ଆରମ୍ଭ କରି ପାର୍କିଂରେ ମଧ୍ୟ ବ୍ୟବହାର ହେବ…

ଫାଷ୍ଟାଗ ଟୋଲ୍ ପ୍ଲାଜାରେ ଡିଜିଟାଲ୍ ପେମେଣ୍ଟ ସହିତ ଅନେକ ସେବାର ମଧ୍ୟ ବ୍ୟବହାର କରାଯାଇପାରିବ । ଏହା ମାଧ୍ୟମରେ ଆପଣ ପେଟ୍ରୋଲ୍-ଡିଜେଲ୍-ସିଏନଜି ମଧ୍ୟ ଭରଣ କରିପାରିବେ ।

ନୂଆଦିଲ୍ଲୀ: ଟୋଲ୍ ପ୍ଲାଜାରେ ଟୋଲ୍ ଟ୍ୟାକ୍ସ ପାଇଁ ଫାଷ୍ଟାଗ୍ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ କେନ୍ଦ୍ର ସରକାର ଫାଷ୍ଟାଗରେ ନୂତନ ବୈଶିଷ୍ଟ୍ୟ ଗୁଡିକୁ ଯୋଡିବାକୁ ଯାଉଛନ୍ତି । ଏହା ଜରିଆରେ ଆପଣ ପେଟ୍ରୋଲ୍-ଡିଜେଲ୍-ସିଏନଜି ମଧ୍ୟ ଭରଣ କରିପାରିବେ । ଏହା ସହିତ ପାର୍କିଂରେ ମଧ୍ୟ ଫାଷ୍ଟାଗ୍ ବ୍ୟବହାର କରାଯାଇପାରିବ ।

କେନ୍ଦ୍ର ସରକାର ବର୍ତ୍ତମାନ “ଫାଷ୍ଟାଗ୍”ର ବ୍ୟବହାରକୁ ବହୁମୁଖୀ ସେବାରେ ନିବେଶ କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ବୈଷୟିକ ସମାଧାନ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯିବ । ହିନ୍ଦୁସ୍ତାନ୍ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଗତବର୍ଷ କରୋନା ଅବଧିରେ ଟୋଲ୍ ଟ୍ୟାକ୍ସ ସମୟରେ ଦୁଇ ଗଜ ଦୂରତା ବଜାୟ ରଖିବା ଏବଂ ଯୋଗାଯୋଗହୀନ ଦେୟ ଉପରେ ‘ଫାଷ୍ଟାଗ୍’ ପ୍ରଭାବଶାଳୀ ହୋଇଛି । ଫେବୃୟାରୀ ମାସ ୧୫ ତାରିଖରୁ ସମସ୍ତ ଟୋଲ୍ ପ୍ଲାଜାର୍ ଗାଡ଼ି ମାନଙ୍କରେ ଫାଷ୍ଟାଗ୍ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି ।

ହାଇଦ୍ରାବାଦ୍, ବାଙ୍ଗାଲୋର୍ ବିମାନ ବନ୍ଦରରରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଥିଲା

ଫାଷ୍ଟାଗକୁ ପାର୍କିଂ ପେମେଣ୍ଟ ଭାବରେ ବ୍ୟବହାର କରିବା ପାଇଁ ହାଇଦ୍ରାବାଦ୍, ବାଙ୍ଗାଲୋର୍ ବିମାନ ବନ୍ଦରରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହାର ସଫଳତା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଦିଲ୍ଲୀ ବିମାନ ବନ୍ଦର ଏବଂ ସ୍ଥାନରେ ଫାଷ୍ଟାଗରୁ ପାର୍କିଂ ପଇସା ଦେବାର ସେବା ଆରମ୍ଭ କରାଯିବ । ସୂଚନାନୁସାରେ, ଏହିପରି ଭାବରେ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ଦେଶର ଅନ୍ୟାନ୍ୟ ସହରକୁ ବିସ୍ତାର କରାଯିବ ।

“ଫାଷ୍ଟାଗ୍”ରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (RFID) ପ୍ରଯୁକ୍ତି ବିଦ୍ୟାର ସହାୟତା ନେବେ ସରକାର

ସୂତ୍ର ଅନୁସାରେ ଏହା ପ୍ରକାଶିତ ହୋଇଛି କି ଭବିଷ୍ୟତରେ ଫାଷ୍ଟାଗରୁ ଗାଡି ମାନଙ୍କରେ ପେଟ୍ରୋଲ୍, ଡିଜେଲ୍ ଏବଂ ସିଏନଜି ଭରିବାର ସୁବିଧା ମଧ୍ୟ ଆରମ୍ଭ କରାଯିବ । ଏଥିରେ ମଧ୍ୟ ସରକାରଙ୍କ “ଫାଷ୍ଟାଗ୍”ରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (RFID) ପ୍ରଯୁକ୍ତି ବିଦ୍ୟାର ସହାୟତା ନିଆଯିବ । ଏହା ମାଧ୍ୟମରେ ବର୍ତ୍ତମାନ ଟୋଲ୍ ପ୍ଲାଜାରେ ଦେୟ ପ୍ରଦାନ କରାଯାଇଛି ।

ଟୋଲ ପ୍ଲାଜାରେ ଗାଡ଼ି ମାନଙ୍କ ଅପେକ୍ଷା ସମୟ

ଖବରକାଗଜ ଅନୁଯାୟୀ, ଏହି ଅଧିକାରୀ ଏହା ମଧ୍ୟ କହିଛନ୍ତି କି ସମଗ୍ର ଦେଶରେ ୭୭୦ ଗୋଟି ଟୋଲ୍ ପ୍ଲାଜା ରହିଛି ଏବଂ ୮୦ ପ୍ରତିଶତ ଟୋଲରେ ଗାଡି ନରହି ଫାଷ୍ଟାଗ୍ ସାହାଯ୍ୟରେ ଟିକସ ଦେଇ ବିଦାୟ ନେଉଛନ୍ତି । ଏହାର ଅର୍ଥ ହେଉଛି କି ଟୋଲ୍ ପ୍ଲାଜାରେ ଗାଡି ମାନଙ୍କର ଅପେକ୍ଷା ସମୟ ଶୂନ ଅଟେ । ସେ ଏହା ମଧ୍ୟ କହିଛନ୍ତି କି ଅବଶିଷ୍ଟ ଟୋଲ୍ ପ୍ଲାଜା ମାନଙ୍କରେ ୧୫୦ ସେକେଣ୍ଡ ମଧ୍ୟରେ ଗାଡି ଟ୍ୟାକ୍ସ ଦେଉଛନ୍ତି । ଏହା ବ୍ୟତୀତ ଯେଉଁ ରାଜପଥ ମାନଙ୍କରେ ଅଧିକ ଟ୍ରାଫିକ୍ ଥାଏ ସେହି ଠାରେ ଫାଷ୍ଟାଗ୍ ପଂକ୍ତି ବୃଦ୍ଧି କରାଯିବ । ଯଦ୍ୱାରା ସେଠାରେ ମଧ୍ୟ ଟୋଲ୍ ଦେବାକୁ ଏକ ମିନିଟରୁ ଅଧିକ ସମୟ ଲାଗିବ ନାହିଁ ।

Leave a Reply

Your email address will not be published. Required fields are marked *