ଭାଙ୍ଗିଗଲା ହିମାଂଶୀ ଖୁରାନା-ଆସିମ୍ ରିୟାଜଙ୍କ ସମ୍ପର୍କ, ସୋସିଆଲ୍ ମିଡ଼ିଆରେ ଦୁହେଁ କଲେ ଘୋଷଣା !

ଭାଙ୍ଗିଗଲା ହିମାଂଶୀ ଖୁରାନା-ଆସିମ୍ ରିୟାଜଙ୍କ ସମ୍ପର୍କ, ସୋସିଆଲ୍ ମିଡ଼ିଆରେ ଦୁହେଁ କଲେ ଘୋଷଣା !

“ବିଗ୍ ବସ୍”ର ପୂର୍ବ ପ୍ରତଯୋଗୀ ହିମାଂଶୀ ଖୁରାନା ଓ ଆସିମ୍ ରିୟାଜ୍ ଅଧିକାଂଶ ସମୟରେ ନିଜ ସମ୍ପର୍କକୁ ନେଇ ଖବରରେ ଛାଇ ରହିଛି । ଦୁହିଁଙ୍କ ପ୍ରେମର ଚର୍ଚ୍ଚା ଅଧିକାଂଶ ସମୟରେ ହୋଇଥାଏ । ସୋସିଆଲ୍ ମିଡ଼ିଆରେ ଅଧିକାଂଶ ସମୟରେ ଦୁହିଁଙ୍କ ଫୋଟ ଭାଇରଲ୍ ହୁଏ, ଯଦିଓ ଏଥର ଦୁହିଁଙ୍କ ପ୍ରେମ ନୁହେଁ ବରଂ ସମ୍ପର୍କରେ ଫାଟ ସୃଷ୍ଟି ହେବା ଚର୍ଚ୍ଚା ହେଉଛି ।

ବାସ୍ତବରେ, ନିକଟ ସୋସିଆଲ୍ ମିଡ଼ିଆରେ କିଛି ଏପରି ଦେଖିବାକୁ ମିଳିଛି ଯାହାର କି ଫ୍ୟାନ୍ସ ମାନଙ୍କୁ ଆଦୋୖ ବିଶ୍ୱାସ ନଥିଲା । ବାସ୍ତବରେ, ଦୁହିଁଙ୍କ ବ୍ରେକଅପ୍ ହୋଇଗଲା ଓ ସୋସିଆଲ୍ ମିଡ଼ିଆରେ ଏହା ବିଷୟରେ ସ୍ପଷ୍ଟ ଜାଣି ହୁଏ । କାରଣ ଉଭୟ ସୋସିଆଲ୍ ମିଡ଼ିଆରେ ପରସ୍ପରକୁ ଅନଫୋଲୋ କରି ଦେଇଛନ୍ତି । ଏତିକିନୁହେଁ ଦୁହିଁଙ୍କ ପରସ୍ପର ସହ ଥିବା ଫୋଟ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରୁ ହଟାଇ ଦେଇଛନ୍ତି । ଏମିତିରେ ସୋସିଆଲ୍ ମିଡ଼ିଆରେ ଏହା ସ୍ପଷ୍ଟ ସଂକେତ ଦିଏ ଯେ ଦୁହିଁଙ୍କ ସମ୍ପର୍କର ଅନ୍ତ ହୋଇଯାଇଛି । କିନ୍ତୁ ଏହା ପଛର କୌଣସି କାରଣ ଦେଖାଯାଇ ନାହିଁ । ଦୁହିଁଙ୍କ ଫ୍ୟାନ୍ସ ଏଥିରୁ ଦୁଃଖିତ ଅଛନ୍ତି ।

କଣ ଭାଙ୍ଗିବା ଅବସ୍ଥାରେ ଅଛି ହିମାଂଶୀ ଓ ଆସିମଙ୍କ ସମ୍ପର୍କ, ସିଙ୍ଗର କଲେ ଇଶାରା ?

ସୋସିଆଲ୍ ମିଡ଼ିଆ ମାଧ୍ୟମରେ ଦୁହେଁ ସ୍ପଷ୍ଟ ସଂକେତ ଦେଇଛନ୍ତି ଯେ ସେ ପରସ୍ପର ଠାରୁ ଅଲଗା ହୋଇଗଲେଣି । ଆସିମ୍ ଓ ହିମାଂଶି ଗୀତ ପୋଷ୍ଟରକୁ ଛାଡ଼ି ଏକାଠି ଥିବା ସମସ୍ତ ଫୋଟଗୁଡିକୁ ଇଂଷ୍ଟାଗ୍ରାମ୍ ପୋଷ୍ଟରୁ ହଟାଇ ଦେଇଛନ୍ତି । ଦୁହିଁଙ୍କ ଫ୍ୟାନ୍ସ ଏହା ଦେଖି ଚକିତ ହୋଇ ଯାଇଛନ୍ତି ।

କିଛି ଦିନ ଆଗରୁ ହିମାଂଶୀ ନିଜ ଇଂଷ୍ଟାଗ୍ରାମ୍ ଷ୍ଟୋରିରେ ହାଇ ସ୍ପେଡ଼ ହୀରା ମୁଦିର ଫୋଟ ଦେଇଥିଲେ । ଏଥିରୁ ଏହା ଅନୁମାନ କରାଯାଉଛି ଯେ ହିମାଂଶୀ ଓ ଆସିମ୍ ପରସ୍ପରକୁ ଏକ ନୂତନ ନାମ ଦେବାକୁ ଯାଉଛନ୍ତି ଏବଂ ଖୁବଶୀଘ୍ର ଏହି ଦମ୍ପତ୍ତି ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି । କିନ୍ତୁ ଏପରି ଖବର ଉପରେ ବର୍ତ୍ତମାନ ପୂର୍ଣ୍ଣ ବିରାମ ଲାଗିଯାଇଛି ।

ଆପଣଙ୍କୁ ସୁଚାଇଦେଉଛୁ ଯେ ହିମାଂଶୀ ଖୁରାନା “ବିଗ୍ ବସ୍”ର ପୂର୍ବ ପ୍ରତିଯୋଗୀ ହେବା ସଙ୍ଗେ ସଙ୍ଗେ ପଞ୍ଜାବୀ ଚଳଚ୍ଚିତ୍ରର ଏକ ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଅଟନ୍ତି । ତାଙ୍କ ସୁନ୍ଦରତାର ଲକ୍ଷ ଲକ୍ଷ ଦିୱାନା ଅଛନ୍ତି । ଆସିମ ଓ ହିମାଂଶୀ ଦୁହେଁ “ବିଗ୍ ବସ୍” ୧୩ରେ ଅଂଶଗ୍ରହଣ କରିଥିଲେ । ଦୁହିଁଙ୍କ ପ୍ରେମର ଚର୍ଚ୍ଚା “ବିଗ୍ ବସ୍” ସମୟରେ ହେବାକୁ ଲାଗିଥିଲା । ସେପଟେ ଯେତେବେଳେ ଦୁହେଁ ଘରୁ ବାହାରକୁ ଆସିଲେ ସେତେବେଳେ ତାଙ୍କ ପ୍ରେମ ଆହୁରି ଅଧିକ ବଢ଼ିବାକୁ ଲାଗିଲା ।

ଆସିମ୍ ରିଆଜ୍ ଓ ହିମାଂଶୀଙ୍କୁ ଅଧିକାଂଶ ସମୟରେ ଏକାଠି ଦେଖାଯାଏ । “ବିଗ୍ ବସ୍” ଘରେ ମଧ୍ୟ ଦୁହିଁଙ୍କୁ ଅନେକ ଥର ପରସ୍ପର ପ୍ରତି ନିଜ ଭଲପାଇବା ଜାହିର୍ କରୁଥିବାର ଦେଖାଯାଇଛି । ଦୁହେଁ ଏକ ବର୍ଷରୁ ଅଧିକ ସମୟ ଧରି ସମ୍ପର୍କରେ ଥିଲେ । କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ଦୁହିଁଙ୍କ ଯୋଡ଼ିକୁ ଫ୍ୟାନ୍ସମାନେ ‘କଲ୍ଲା ସୋହନା ନହି’ ଏବଂ ‘ଖୟାଲ୍ ରଖ୍ୟା କର’ ଭଳି ମ୍ୟୁଜିକ ଭିଡ଼ିଓରେ ଖୁବ୍ ପସନ୍ଦ କରାଯାଇଥିଲା ।

Leave a Reply

Your email address will not be published. Required fields are marked *