କୋଟିକୋଟି ଟଙ୍କାର ମାଲିକାଣି ଅଟନ୍ତି ନୋରା ଫତେହୀ ! ଏହିପରି ବିଳାସମୟ ଜୀଵନ ଅତିବାହିତ କରନ୍ତି…

କୋଟିକୋଟି ଟଙ୍କାର ମାଲିକାଣି ଅଟନ୍ତି ନୋରା ଫତେହୀ ! ଏହିପରି ବିଳାସମୟ ଜୀଵନ ଅତିବାହିତ କରନ୍ତି…

୨୯ ବର୍ଷୀୟ କାନାଡିୟାନ୍ ନୃତ୍ୟଶିଳ୍ପୀ ତଥା ପ୍ରସିଦ୍ଧ କୋରିଓଗ୍ରାଫର୍ ନୋରା ଫତେହୀ ଖୁବ୍ କମ୍ ସମୟ ମଧ୍ୟରେ ଦେଶ ତଥା ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ନାମ ସୃଷ୍ଟି କରିପାରିଛନ୍ତି । କିଛି ବର୍ଷ ପୂର୍ବେ ନୋରା ବଲିଉଡରେ ପଦାର୍ପଣ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କୁ ଅନୁସରଣ କରୁଥିବା ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କୌଣସି ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ । ନିଜର କ୍ଷୁଦ୍ର ବଲିଉଡ୍ କ୍ୟାରିୟର୍ ମଧ୍ୟରେ ନୋରା ବହୁତ କିଛି ହାସଲ କରିପାରିଛନ୍ତି ।

ବର୍ତ୍ତମାନ ସମୟରେ ନୋରା ଫତେହୀଙ୍କୁ ଯୁବ ହୃଦୟର ସ୍ପନ୍ଦନ କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତ୍ତମାନ ସମୟରେ ତାଙ୍କର ଆକର୍ଷଣୀୟ ଚାହାଣୀରେ ପ୍ରଶଂସକମାନେ ବହୁତ ପାଗଳ ଅଟନ୍ତି । ୧୯୯୨ ମସିହା ଫେବୃଆରୀ ମାସ ୬ ତାରିଖରେ କାନାଡାର କ୍ୟୁବେକ୍ ସହରରେ ଜନ୍ମ ଗ୍ରହଣ କରିଥିବା ନୋରା କିଛି ବର୍ଷ ପୂର୍ବେ ନିଜ କ୍ୟାରିୟର୍ କରିବା ନିମନ୍ତେ ଭାରତକୁ ଆସି ଯାଇଥିଲେ । ଭାରତ ତାଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଥିଲା ଯେ ଭାରତ ଏବଂ ବଲିଉଡ ନୋରା ଫତେହୀଙ୍କ ଜୀବନ ତିଆରି କରି ଦେଇଥିଲେ ଏବଂ ସେ ଏଠାକାର ଅଧିବାସୀ ହୋଇ ରହିଗଲେ ।

ନୋରା ଫତେହୀ ନିଜର ସର୍ବୋତ୍ତମ ନୃତ୍ୟ ହେତୁ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ଏବଂ ପ୍ରଶଂସକଙ୍କ ସଂଖ୍ୟା କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ । ସେ ବର୍ତ୍ତମାନ ସୁଦ୍ଧା ଅନେକ ଚମତ୍କାର ଗୀତରେ କାମ କରିସାରିଛନ୍ତି ଏବଂ ଆଜି ସେ କୋଟି କୋଟି ଟଙ୍କାର ମାଲିକାଣି ଅଟନ୍ତି, କିନ୍ତୁ ଆପଣ ଏହି କଥା ଜାଣିଛନ୍ତି କି ଯେତେବେଳେ ସେ ଭାରତକୁ ଆସିଥିଲେ ସେତେବେଳେ ତାଙ୍କ ପାଖରେ ମାତ୍ର ପାଞ୍ଚ ହଜାର ଟଙ୍କା ଥିଲା । ପାଞ୍ଚ ହଜାର ଟଙ୍କା ନେଇ ଭାରତକୁ ଆସିଥିବା ନୋରା ଆଜି ଭାରତର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଉପରେ ରାଜ୍ କରୁଛନ୍ତି । ତାଙ୍କୁ ବଲିଉଡରେ କ୍ୟାରିୟର୍ କରିବାକୁ ଅନେକ ସଂଘର୍ଷ ମଧ୍ୟ ଦେଇ କରିବାକୁ ପଡିଛି ।

ଆଜି ନୋରା ଫତେହୀଙ୍କୁ ସମସ୍ତେ ଜାଣନ୍ତି । ସୋସିଆଲ୍ ମିଡିଆରେ ନୋରାଙ୍କର ବହୁତ ପ୍ରଶଂସକ ମଧ୍ୟ ଅଛନ୍ତି । ଆଜି ଆମେ ଆପଣଙ୍କୁ ବଲିଉଡ ଏବଂ ଦକ୍ଷିଣ ଚଳଚ୍ଚିତ୍ରରେ ଅଭିନୟ, ଆଇଟମ୍ ନୃତ୍ୟ କରୁଥିବା ନୋରାଙ୍କ ଜୀବନଶୈଳୀ ବିଷୟରେ କହିବାକୁ ଯାଉଛୁ । ସେ ବର୍ତ୍ତମାନ ସମୟରେ ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି । ତେବେ ଆସନ୍ତୁ ତାଙ୍କ ଜୀବନଶୈଳୀ ବିଷୟରେ ଜାଣିବା…

ନୋରା ଜଣେ ଭଲ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ଏବଂ ମଡେଲ୍ ଅଟନ୍ତି । କିନ୍ତୁ ସେ ନିଜର ଉତ୍କୃଷ୍ଟ ନୃତ୍ୟ ହେତୁ ସମସ୍ତଙ୍କ ପସନ୍ଦର ପାତ୍ର ହେବା ସହିତ ବହୁତ ପ୍ରସିଦ୍ଧ ମଧ୍ୟ ହୋଇ ପାରିଛନ୍ତି । ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସହିତ ବଳିଉଡ଼ର ଅନେକ ଚଳଚ୍ଚିତ୍ରରେ ତାଙ୍କ ଜବରଦସ୍ତ ନୃତ୍ୟକୁ ମଧ୍ୟ ପ୍ରଶଂସା କରାଯାଇଛି । ଏହା ସହିତ ସେ ଅନେକ ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ଏବଂ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି ।

ସେ ୨୦୧୪ ମସିହାରେ ଚଳଚ୍ଚିତ୍ରରେ ନୃତ୍ୟଶିଳ୍ପୀ ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କ ଚଳଚ୍ଚିତ୍ର “ରୋର୍-ଟାଇଗର୍ ଅଫ୍ ସୁନ୍ଦରବାନ୍” ଆସିଥିଲା । ଏହା ଏକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଅନେକ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା ମଧ୍ୟ କରାଯାଇଥିଲା । ଆଗକୁ ଯାଇ ସେ ହିନ୍ଦୀ ସିନେମାରେ ମଧ୍ୟ ପ୍ରବେଶ କରିଥିଲେ । ବାହୁବଲୀ, କିକ୍-୨, ଷ୍ଟ୍ରିଟ୍ ଡାନ୍ସର୍ ଏବଂ ସତ୍ୟମେବ ଜୟତେ ଭଳି ଚଳଚ୍ଚିତ୍ରରେ ତାଙ୍କ ଜଲୱା ଦେଖିବାକୁ ମିଳିଛି । ସତ୍ୟମେବ ଜୟତେ ଚଳଚ୍ଚିତ୍ରର ଏକ ଗୀତ “ଦିଲବର୍-ଦିଲବର୍” ସହିତ ସେ ଅନେକ ଖ୍ୟାତି ଅର୍ଜନ କରିଥିଲେ । ବିଗତ ଦିନରେ ତାଙ୍କ “ହାଏ ଗର୍ମୀ” ଗୀତ ପ୍ରଶଂସକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ଯଦି ନୋରାଙ୍କ ରୋଜଗାର ଉପରେ ନଜର ପକାଯାଏ ତେବେ ସେ ବର୍ତ୍ତମାନ ସମୟରେ କୋଟି କୋଟି ଟଙ୍କାର ମାଲିକାଣି ଅଟନ୍ତି । ପ୍ରାପ୍ତ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସେ ଗୋଟିଏ ଗୀତ ପାଇଁ ଏକରୁ ଦୁଇ କୋଟି ଟଙ୍କା ଚାର୍ଜ କରନ୍ତି । ସେ ଲଗାତାର ଭାବେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଲୋକମାନଙ୍କ ସହିତ କାମ କରୁଛନ୍ତି । ଚଳଚ୍ଚିତ୍ରରେ ଆଇଟମ୍ ଡ୍ୟାନ୍ସ ସହିତ ଅନେକ ବିଜ୍ଞାପନରୁ ସେ ମଧ୍ୟ ରୋଜଗାର କରନ୍ତି । କହିରଖୁଛୁ କି ଶିଶୁ କଳାକାର ଭାବରେ ନୋରା ମଧ୍ୟ ବିଜ୍ଞାପନର ଏକ ଅଂଶ ହୋଇପାରିଛନ୍ତି ।

ନୋରାଙ୍କର ଅନେକ ଦାମୀ କାର୍ ମଧ୍ୟ ଅଛି । ଏହି କାର୍ ଗୁଡିକ ମଧ୍ୟରେ ୩୫.୯୯ ଲକ୍ଷ ବିଶିଷ୍ଟ ମର୍ସିଡିଜ୍ ବେଞ୍ଜ୍ CLA-୨୦୦, ୯.୫୯ ଲକ୍ଷ ବିଶିଷ୍ଟ ଭୋଲ୍ସୱଗେନ୍ ପୋଲୋ ଏବଂ ୧୨ ଲକ୍ଷ ଟଙ୍କା ମୂଲ୍ୟର ହୋଣ୍ଡା ସିଟି କାର୍ ମଧ୍ୟ ରହିଛି ।

ବାର୍ଷିକ ଆୟ ବିଷୟରେ କହିବାକୁ ଗଲେ ତାଙ୍କର ଆୟ ମୂଲ୍ୟ ପ୍ରାୟ ୩୮ କୋଟି ଟଙ୍କା ବୋଲି କୁହାଯାଉଛି । କାନାଡାରେ ନୋରାଙ୍କର ଏକ ନିଜସ୍ୱ ଘର ଥିବାବେଳେ ସେ ବର୍ତ୍ତମାନ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରୁହନ୍ତି । ଏହାର ମୂଲ୍ୟ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ । ଏହା ମଧ୍ୟ ଜ୍ଞାତ ନାହିଁ କି ସେ ଭଡ଼ାରେ ରୁହନ୍ତି କିମ୍ବା ସେହି ଘରର ମାଲିକ ସେ ଅଟନ୍ତି ।

ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ

ନୋରା ସୋସିଆଲ୍ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଅଟନ୍ତି ଏବଂ ସେ ଇନଷ୍ଟାଗ୍ରାମରେ ବହୁ ପ୍ରସିଦ୍ଧ କଳାକାର ମାନଙ୍କ ତାଲିକା ମଧ୍ୟରେ ରହିଛନ୍ତି । ଇନଷ୍ଟାଗ୍ରାମରେ ପାଖାପାଖି ୨କୋଟି ୩୦ ଲକ୍ଷରୁ ଅଧିକ ଲୋକ ତାଙ୍କୁ ଅନୁସରଣ କରନ୍ତି । ସେ ନିଜର ସୁନ୍ଦର ଫୋଟ ଏବଂ ନୃତ୍ୟ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାନ୍ତି ।

Leave a Reply

Your email address will not be published. Required fields are marked *