ନିଜ ସ୍ତ୍ରୀ ସୁଜେନ୍ କୁ ଛାଡ଼ପତ୍ର ଦେବା ପରେ ମଧ୍ୟ ଦ୍ୱିତୀୟ ବିବାହ କରିବା ପାଇଁ ଚାହଁନ୍ତି ନାହିଁ ରିତିକ୍ ! କରିଲେ ଏହି ଦୁର୍ବଳତାର ଖୁଲାସା…

ନିଜ ସ୍ତ୍ରୀ ସୁଜେନ୍ କୁ ଛାଡ଼ପତ୍ର ଦେବା ପରେ ମଧ୍ୟ ଦ୍ୱିତୀୟ ବିବାହ କରିବା ପାଇଁ ଚାହଁନ୍ତି ନାହିଁ ରିତିକ୍ ! କରିଲେ ଏହି ଦୁର୍ବଳତାର ଖୁଲାସା…

ବଲିଉଡ଼ରେ ସେଲିବ୍ରିଟିଙ୍କ ଜୀବନ ଯେତେ ସହଜ ନଜର ଆସେ, ସେତିକି ସହଜ ହୋଇନଥାଏ । ଏମାନଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସମ୍ମୁଖରୁ ଦେଖିଲେ ବହୁତ ଭଲ ଦେଖାଯାଏ । କିନ୍ତୁ ଆନ୍ତରିକ ଭାବେ ଏମାନଙ୍କ ସମ୍ପର୍କ ମଧ୍ୟ ଗୁଡ଼ିର ଦଉଡି ଭଳି ଗୁଡ଼େଇ ହୋଇ ରହେ । ଏହାକୁ ଠିକ୍ କରିବାକୁ ଗଲେ ଏହା ଭାଙ୍ଗି ଯାଏ । ପରିଣାମ ଏହା ହୋଇଥାଏ ଅନେକଗୁଡିଏ ଭଲ ଭଲ ସଂପର୍କ ଅଲଗା ହୋଇଯାନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ସମ୍ପର୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

ବଲିଉଡ଼ରେ ଏପରି ଖୁବ୍ କମ୍ ସମ୍ପର୍କ ରହିଛି ଯାହା ବର୍ଷ ବର୍ଷ ଧରି ପରସ୍ପର ସହିତ ରହି ଆସିଛନ୍ତି । ଏହି ଦମ୍ପତିରେ ରିତିକ୍ ରୋଶନ୍ ଓ ତାଙ୍କ ସ୍ତ୍ରୀ ସୁଜେନଙ୍କ ନାମ ମଧ୍ୟ ଆସେ । ଆଜି ଏହି ଦୁଇଟି କଳାକାର ଛାଡ଼ପତ୍ର ନେଇ ସାରିଛନ୍ତି ସତ, କିନ୍ତୁ ଆଜି ମଧ୍ୟ ଏ ଦୁହେଁଙ୍କ ବୁଝାମଣା ବହୁତ ଭଲ ଅଟେ । ରିତିକ୍ ଓ ସୁଜେନ୍ ଉଭୟ ପ୍ରେମ ବିବାହ କରିଥିଲେ । ପରେ ଦୁହେଁ ସହମତିରୁ ଅଲଗା ହୋଇଗଲେ ଏବଂ ଛାଡ଼ପତ୍ର ଦେଇଦେଲେ । ଏ ଦୁହିଁଙ୍କ ଦୁଇଟି ଶିଶୁ ଅଛନ୍ତି ରେହାନ୍ ଓ ରିଦାନ୍ ।

ଦୁହିଁଙ୍କ ନାମକୁ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ସହ ମଧ୍ୟ ଯୋଡ଼ା ଯାଇଛି

ରିତିକ୍ ରୋଶନ୍ ଓ ସୁଜେନ୍ ଖାଁ କିଛି ସମୟ ପର୍ଯ୍ୟନ୍ତ ସାଥିରେ ଥିଲେ । ଦୁହେଁ ୨୦୧୪ରେ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି କଲେ । ଏହି ଦୁଇଜଣ କଳାକାରଙ୍କ ଏହି ଛାଡ଼ପତ୍ର ପଛରେ ଅନେକଗୁଡ଼ିଏ ଖବର ମଧ୍ୟ ବଜାରରେ ଉଠିବାକୁ ଲାଗୁଥିଲା । ଏହି ସମୟରେ ରିତିକଙ୍କ ନାମକୁ ବିବାଦ କୁଇନ୍ କଙ୍ଗନା ଓ ସୁଜେନଙ୍କ ନାମ ଅର୍ଜୁନ ରାମପାଲଙ୍କ ସହ ଜଡ଼ିତ କରାଗଲା । ଯଦିଓ ଏ ଦୁହେଁ ଏହି ଗୁଜବକୁ ଖଣ୍ଡନ କରିଥିଲେ ।

ରିତିକ୍ ପୁଣିଥରେ ବିବାହ କରିବାକୁ କରିଥିଲେ ମନା

ନିଜ ଛାଡ଼ପତ୍ର ପରେ ରିତିକ୍ ଏକ ଇଣ୍ଟରଭିୟୁ ସମୟରେ କହିଥିଲେ ଯେ ସେ ସୁଜେନଙ୍କ ଠାରୁ ଅଲଗା ହେବା ପରେ ଦ୍ୱିତୀୟ ବିବାହ ବିଷୟରେ ଚିନ୍ତା କରିନଥିଲେ । ରିତିକ୍ ଇଣ୍ଟରଭିୟୁରେ କହିଥିଲେ ଯେ, ‘ଆଜି ମୁଁ ପୁଣିଥରେ ବିବାହ କରିବା ବିଷୟରେ ଚିନ୍ତା କରିପାରିବି ନାହିଁ । ମୁଁ ଆଜି ନିଜକୁ ସନ୍ତୁଷ୍ଟ ଓ ଶାନ୍ତ ଅନୁଭବ କରୁଛି ।’

ଛାଡ଼ପତ୍ର ପରେ ମଧ୍ୟ ଦୁହିଁଙ୍କ ଭଲ ବୁଝାମଣା ଦେଖିବାକୁ ମିଳେ

ଛାଡ଼ପତ୍ର ନେବା ପରେ ରିତିକ୍ ଓ ସୁଜେନ୍ ପରସ୍ପରକୁ ଦେଖା କରନ୍ତି । ଆଜି ମଧ୍ୟ ଏହି ଦମ୍ପତ୍ତି ନିଜ ସନ୍ତାନ ମାନଙ୍କ ସହ ପାରିବାରିକ ଟ୍ରିପରେ ଯାଉଥିବାର ନଜର ଆସନ୍ତି । ଏତିକିନୁହେଁ ଯେତେବେଳେ ଅଭିନେତ୍ରୀ କଙ୍ଗନା ରିତିକଙ୍କ ସହ ସମ୍ପର୍କରେ ଥିବା ଦାବି କରି ତାଙ୍କ ସହିତ ଛଳନା କରିଥିବା ଅଭିଯୋଗ କରିଥିଲେ ତେବେ ମଧ୍ୟ ସୁଜେନ୍ ନିଜ ପୂର୍ବ ସ୍ୱାମୀ ରିତିକ୍ ସହିତ ଥିଲେ । ଯେତେବେଳେ ଦୁନିଆରେ କରୋନା ଭାଇରସ୍ ଭଳି ମହାମାରୀ କାରଣରୁ ଲକଡାଉନ୍ ହେଲା ସେହି ସମୟରେ ସୁଜେନ୍ ନିଜ ଶିଶୁ ମାନଙ୍କ ସହ ରିତିକଙ୍କ ଘରେ ଥିଲେ । ବର୍ତ୍ତମାନ କଙ୍ଗନା ଓ ରିତିକ୍ ଇମେଲ୍ ମାମଲା ଯୋଗୁଁ ଖବରରେ ଛାଇ ରହିଛନ୍ତି ।

Leave a Reply

Your email address will not be published. Required fields are marked *