ଆଜିକାର ସମୟରେ ବଲିଉଡ଼ର ସବୁଠାରୁ ପ୍ରସିଦ୍ଧ ଓ ସଫଳ ଗାୟିକା ନେହା କକ୍କଡ଼ ଲଗାତାର ଖବରରେ ଛାଇ ରହିଛନ୍ତି । ନିଜ ଗୀତ ସଙ୍ଗେ ସଙ୍ଗେ ଅଧିକାଂଶ ସମୟରେ ନେହା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି ଏବଂ ସେ ସୋସିଆଲ୍ ମିଡ଼ିଆରେ ମଧ୍ୟ ଖୁବ୍ ସକ୍ରିୟ ରହିବା ସହ ବହୁତ ହିଟ୍ ଅଟନ୍ତି ।
ବର୍ତ୍ତମାନ ବିଶାଳ ଡଡ଼ଲାନୀ ଓ ହୀମେଶ୍ ରେଶମିଆଙ୍କ ସହ ମିଶି ନେହା କକ୍କଡ଼ ଇଣ୍ଡିଆନ ଆଇଡ଼ଲ୍ ୧୨ କୁ ଜଜ୍ କରୁଛନ୍ତି । ଶୋ’ରେ ପ୍ରତିଦିନ ନେହା ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରନ୍ତି । ବର୍ତ୍ତମାନ ପୁଣିଥରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ନିଜ ବିଚାର ବ୍ୟକ୍ତ କରିଛନ୍ତି । ଏହି ସମୟରେ ସେ ଖୁବ୍ ଭାବୁକ ହୋଇଯାଇଥିଲେ ।
ବାସ୍ତବରେ, ସୋନି ଟିଭିର ଅଧିକାରୀକ ଟ୍ୱିଟର ଆକାଉଣ୍ଟରୁ ଇଣ୍ଡିଆନ୍ ଆଇଡ଼ଲର ଆଗାମୀ ଏପିସୋଡ଼ର ଏକ ପ୍ରୋମୋ ସେୟାର୍ କରିଛନ୍ତି । ଏହି ଆଗାମୀ ଏପିସୋଡ଼କୁ ‘ମାଁ ସ୍ପେଶାଲ୍’ ବୋଲି ନାମ ଦିଆଯାଇଛି । ପ୍ରସିଦ୍ଧ ଗୀତକାର ମନୋଜ ମୁନ୍ତଶିର ଏହି ସମୟରେ ଶୋ’ରେ ଅତିଥି ଭାବେ ପହଞ୍ଚି ଥିଲେ । ଏହି ଭିଡ଼ିଓରେ ଦେଖାଯାଇପାରିବ ଯେ, ଶୋ’ର ପ୍ରତିଯୋଗୀ ଅନୁଷ୍କା, ‘ଲୁକା ଛୁପି’ ଗୀତରେ ପ୍ରସ୍ତୁତି ଦେଉଛନ୍ତି, ଏବଂ ସେ ନିଜ ଦମଦାର ପ୍ରଦର୍ଶନରୁ ସମସ୍ତଙ୍କୁ ଭାବ ବିଭୋର କରିଦିଅନ୍ତି । ସମସ୍ତେ ଅନୁଷ୍କାଙ୍କ ପ୍ରଦର୍ଶନରୁ ଭାବୁକ ହୋଇଯାନ୍ତି, ସେପଟେ ନେହା ମଧ୍ୟ ନିଜ ଲୁହ ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ ।
ସୂଚନାଥାଉକି ଅନୁଷ୍କାଙ୍କୁ ଏଞ୍ଜାଇଟିର ସମସ୍ୟା ରହେ, ଏବଂ ଶୋ’ରେ ଏବେ ପର୍ଯ୍ୟନ୍ତ ରହିବା ପ୍ରଶଂସନୀୟ ଅଟେ । ଅନୁଷ୍କାଙ୍କ ମଧୁର ବାଣୀ ଶୁଣି ନେହା ଭାବୁକ ହୋଇଯାନ୍ତି ଓ ସେ ନିଜ ଶାରୀରିକ ସମସ୍ୟା ଗୁଡ଼ିକ ବିଷୟରେ କଥା ହୁଅନ୍ତି । ନେହା ଏକ ବଡ଼ ଖୁଲାସା କରି କୁହନ୍ତି ଯେ, ଅନୁଷ୍କା ଭଳି ତାଙ୍କୁ ମଧ୍ୟ ଏଞ୍ଜାଇଟି ସମସ୍ୟା ହୁଏ । ତାଙ୍କ ଥାଇରଏଡ଼ରେ ପୀଡିତ ହେବା ମଧ୍ୟ ତାଙ୍କୁ ଚିନ୍ତାରେ ପକାଇଦିଏ ।
ଅନୁଷ୍କାଙ୍କ ଉତ୍ତର ପ୍ରଦର୍ଶନ ପରେ ନେହା କୁହନ୍ତି ଯେ, ‘ଯଦିଓ ମୋ ପାଖରେ ସବୁକିଛି ଅଛି, ଏକ ଭଲ ପରିବାର, କ୍ୟାରିୟର୍, କିନ୍ତୁ ମୋ ଶାରୀରିକ ସମସ୍ୟା ଗୁଡ଼ିକ ମୋତେ ବହୁତ ଚିନ୍ତିତ କରେ ଏବଂ ଯାହା ଫଳରେ ମୁଁ ଚିନ୍ତାରେ ଘେରି ରହେ ।’ ଏହାବ୍ୟତୀତ ସେ ଅନୁଷ୍କାଙ୍କୁ କହିଲେ ଯେ, ‘ସେ ମଞ୍ଚରେ ତାଙ୍କ ନିୟନ୍ତ୍ରଣ ଦେଖି ତାଙ୍କ ଉପରେ ଗର୍ବ ଅନୁଭବ କରୁଛନ୍ତି ଏବଂ ଏହା ମଧ୍ୟ ସେତେବେଳେ ଯେତେବେଳେ କି ସେ ମଞ୍ଚ ସମ୍ମୁଖରେ ଛିଡ଼ା ହୋଇଥିବା ତାଙ୍କ ମାତାପିତାଙ୍କ ଆଖିରେ ତାଙ୍କ ପ୍ରଦର୍ଶନ ଦେଖି ଲୁହ ଭରି ଆସିଛି ।’
ସେପଟେ ନେହାଙ୍କ ବିଷୟରେ ଆଲୋଚନା କରିବା ତେବେ ଅନୁଷ୍କା ତାଙ୍କୁ କୁହନ୍ତି ଯେ, ‘ନେହା ମ୍ୟାଡ଼ମ୍ ସର୍ବଦା ଖୁବ୍ ସାହାଯ୍ୟ କରନ୍ତି । ଯେତେବେଳେ ମୁଁ ତାଙ୍କୁ କହିଲି ଯେ ମୋତେ ଏଞ୍ଜାଇଟି ସମସ୍ୟା ରହିଛି ସେତେବେଳେ ସେ ମୋ ଉତ୍ସାହ ବଢ଼ାଇଲେ । ଏହା ବିଷୟରେ ସେ ଯେତେବେଳେ ମୋତେ ପ୍ରଶଂସା କଲେ ତେବେ ସେତେବେଳେ ନେହା ମେମଙ୍କ ଭଳି ବଡ଼ ଗାୟିକାଙ୍କ ମୁଖରୁ ନିଜ ପ୍ରଶଂସା ଶୁଣି ମୁଁ ବହୁତ ଖୁସି ହେଲି । ତାଙ୍କ ମୁଖରୁ ମୋ ପ୍ରଶଂସା ଶୁଣିବା ମୋ ପାଇଁ ଏକ ସ୍ୱପ୍ନ ସତ ହେଲା ଭଳି ଅଟେ । ଏବେ ଠାରୁ ମୁଁ ନିଜ ୨୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିବି ଏବଂ ଏହା ଧ୍ୟାନ ରଖିବି ଯେ ମୁଁ ତାଙ୍କୁ କେବେହେଲେ ନିରାଶ ନକରେ ।’
#IdolAnushka and her heart warming performance brought tears to everyone's eyes! Don't forget to tune in to #IndianIdol2020 #MaaSpecial this Saturday at 8 PM only on Sony TV. @iAmNehaKakkar @VishalDadlani #HimeshReshammiya #AdityaNarayan @FremantleIndia @manojmuntashir pic.twitter.com/7IxMqphDw0
— sonytv (@SonyTV) February 18, 2021
ଆପଣଙ୍କୁ ସୁଚାଇଦେଉଛୁ ଯେ, ନେହା କକ୍କଡ଼ ଆଜି ଯେଉଁ ସ୍ଥାନରେ ଅଛନ୍ତି ସେଠାକୁ ପହଞ୍ଚିବା ପାଇଁ ତାଙ୍କୁ ବହୁତ କଠିନ ପରିଶ୍ରମ ଓ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଥିଲା । ସେ ପ୍ରଥମେ ଜାଗରଣ ମାନଙ୍କରେ ଗୀତ ପରିବେଷଣ କରୁଥିଲେ । ସେପଟେ ନେହା ଏକ ସମୟରେ ଇଣ୍ଡିଆନ୍ ଆଇଡ଼ଲର ପ୍ରତିଯୋଗୀ ଥିଲେ, ଯଦିଓ ତାଙ୍କୁ ଶୋ’ ମଝିରୁ ବାହାର କରି ଦିଆଯାଇଥିଲା । ଆଶ୍ଚର୍ଯ୍ୟ ଓ ଗର୍ବର ବିଷୟ ଏହିକିଯେ ଯେଉଁ ଶୋ’ରୁ ତାଙ୍କୁ ବାହାର କରି ଦିଆଯାଇଥିଲା, ଆଜି ସେ ସେହି ଶୋ’ରେ ଜଜ୍ ଆସନରେ ବସିଛନ୍ତି ।