ବଲିଉଡ ଅଭିନେତ୍ରୀ ଏବଂ ସୈଫ ଅଲ୍ଲୀ ଖାନଙ୍କ କନ୍ୟା ସାରା ଅଲ୍ଲୀ ଖାନ୍ ଏବଂ କାର୍ତିକ ଆରୟାନ୍ ନିଜର ଆଗାମୀ ଚଳଚ୍ଚିତ୍ର “ଲଭ୍ ଆଜ୍ କଲ୍”ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରଟି ଆଜିର ଯୁବ ପିଢ଼ିଙ୍କି ପ୍ରେମ ସମ୍ବନ୍ଧରେ ଦର୍ଶାଇବା ।
ଏହି ଫିଲ୍ମଟି ସୈଫ୍ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଲଭ୍ ଆଜ୍ କଲ୍’ର ଦ୍ୱିତୀୟ ଭାଗ ଅଟେ ଏବଂ ଏହି ଫିଲ୍ମଟିକୁ ଇମତିହାଜ୍ ଅଲ୍ଲୀ ନିର୍ଦେଶନା ଦେଇଥିଲେ । ସେହି ସମୟରେ ସାରା ଅଲ୍ଲୀ ଖାନ୍ ବହୁତ ଛୋଟ ଥିଲେ । ନିକଟରେ ଦେଇଥିବା ଏକ ଇଣ୍ଟରଭିୟୁରେ ସାରା ନିଜ ପିତାଙ୍କ ରହସ୍ୟର ପଦାର୍ପଣ କରିଥିଲେ ।
ସାରା କହିଥିଲେ ଯେତେବେଳେ ସୈଫ୍ ଅଲ୍ଲୀ ଖାନ୍ ‘ଲଭ୍ ଆଜ୍ କଲ୍’ ପ୍ରଥମ ଭାଗର ସୁଟିଙ୍ଗ ଲଣ୍ଡନରେ କରୁଥିଲେ ସେହି ସମୟରେ ସାରା ନିଜ ଭାଇ ଇବ୍ରାହିମଙ୍କ ସହ ଲଣ୍ଡନ ଅବକାଶ କଟାଇବା ପାଇଁ ଯାଇଥିଲେ ଏବଂ ସେହି ସମୟରେ ସୈଫଙ୍କ ସହ ଭେଟିବା ପାଇଁ ସୁଟିଙ୍ଗ ସ୍ଥଳକୁ ଯାଇଥିଲେ । ସାରା କହିଥିଲେ ସେହି ସମୟରେ ମୁଁ ବହୁତ ଛୋଟ ଥିଲି ଏବଂ ମୋର ଜ୍ଞାନ ଥିଲେ ମୁଁ ଇମତିହାଜ୍ ସାରଙ୍କ ଠାରୁ କିଛି ଶିଖିଥାନ୍ତି ସେହି ସମୟରେ ମୋର ପ୍ରାୟ ସମୟ ଦୀପିକାଙ୍କ ଲିପଷ୍ଟିକ୍ ସହ ଖେଳିବାରେ ବିତାଉଥିଲି ।
ସେହି ସମୟରେ ସୁଟିଙ୍ଗ ସେଟରେ ଦୀପିକାଙ୍କ ଲିପଷ୍ଟିକ୍ ସହ ଖେଳିବା, ମେକଅପ୍ କରିବା ମୋର ପ୍ରିୟ ଅତିବାହିତ ସମୟ ଥିଲା ।ସାରା କେଦାରନାଥରୁ ନିଜର ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିଲେ ଏବଂ ସେହି ଫିଲ୍ମପରେ ସାରା ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପାଲଟି ଯାଇଥିଲେ । ସାରା ଏବଂ କାର୍ତିକଙ୍କ “ଲଭ୍ ଆଜ୍ କଲ୍” ଗତକାଲି ରିଲିଜ୍ ହୋଇଛି ବର୍ତ୍ତମାନ ଦେଖିବା ପାଇଁ ବାକି ରହିଛି ସୈଫ୍ ଏବଂ ଦୀପିକାଙ୍କ “ଲଭ୍ ଆଜ୍ କଲ୍” ପ୍ରାଥମ ସଂସ୍କରଣ ଭଳି “ଲଭ୍ ଆଜ୍ କଲ୍”ର ଦ୍ୱିତୀୟ ସଂସ୍କରଣ ହିଟ୍ ହେଉଛି ନା ନାହିଁ ।