ରେଳ ବିଭାଗର ବଡ଼ ଉପହାର :- ବର୍ତ୍ତମାନ ସାଧାରଣ ବଗିରେ ମଧ୍ୟ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ! ସୁଗମ ହେବ ଯାତ୍ରା…

ରେଳ ବିଭାଗର ବଡ଼ ଉପହାର :- ବର୍ତ୍ତମାନ ସାଧାରଣ ବଗିରେ ମଧ୍ୟ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ! ସୁଗମ ହେବ ଯାତ୍ରା…

ଭାରତୀୟ ରେଳ ବିଭାଗ ସାଧାରଣ ଲୋକମାନଙ୍କ ରେଳ ଯାତ୍ରାକୁ ସୁଗମ କରିବା ନିମନ୍ତେ ଯୋଜନାମାନ ପ୍ରସ୍ତୁତ କରୁଛି । ସାଧାରଣ ଲୋକ ମାନଙ୍କ ପାଇଁ ରେଳ ଯାତ୍ରାର ଅନୁଭବ ବଦଳିଯିବ । ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି କି ଚଳିତ ବର୍ଷ ଶେଷ ସୁଦ୍ଧା ରେଳ ବିଭାଗ ଶୀତତାପ ନିୟନ୍ତ୍ରିତ ଦ୍ୱିତୀୟ ଶ୍ରେଣୀ ବଗି ଲଞ୍ଚ କରିବ । ଇକୋନୋମି ତ୍ରିସ୍ତରୀୟ ବଗିକୁ ଆଣିବା ପରେ ବର୍ତ୍ତମାନ ରେଳ ବିଭାଗ ସଂରକ୍ଷିତ ଦ୍ୱିତୀୟ ଶ୍ରେଣୀ ବଗିକୁ ଶୀତତାପ ନିୟନ୍ତ୍ରିତରେ ପ୍ରବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛି । ଏହା ବ୍ୟତୀତ ରେଳ ବିଭାଗ ଅନେକ କିଛି ପରିବର୍ତ୍ତନ କରିବାକୁ ଯାଉଛି, ଯାହା ଦ୍ୱାରା ସାଧାରଣ ଲୋକଙ୍କ ରେଳ ଯାତ୍ରାର ଅଭିଜ୍ଞତା ବହୁତ ସୁଗମ ହେବାକୁ ଯାଉଛି ।

ରେଳ ବଗି କାରଖାନାରେ ବଗି ପ୍ରସ୍ତୁତ ହେବ

ଏହି ନୂତନ ଶୀତତାପ ନିୟନ୍ତ୍ରିତ ସାଧାରଣ ଦ୍ୱିତୀୟ ଶ୍ରେଣୀ ବଗି କପୂରଥଲା ରେଳ ବଗି କାରଖାନାରେ ପ୍ରସ୍ତୁତ କରାଯିବ । ରେଳ ବଗି କାରଖାନାର ଜେନେରାଲ୍ ମ୍ୟାନେଜର୍ ରବିନ୍ଦର୍ ଗୁପ୍ତା କହିଛନ୍ତି କି ଏହି ପ୍ରକଳ୍ପ ଭାରତର ସାଧାରଣ ଲୋକମାନଙ୍କ ପାଇଁ ରେଳ ଯାତ୍ରାର ଚେହେରା ବଦଳାଇ ଦେବ । ଶୀତତାପ ନିୟନ୍ତ୍ରିତ ସାଧାରଣ ଦ୍ୱିତୀୟ ଶ୍ରେଣୀ ଯାତ୍ରା ପୂର୍ବ ଅପେକ୍ଷା ବହୁତ ଆରାମଦାୟକ ହେବ । ଶୀତତାପ ନିୟନ୍ତ୍ରିତ ଜେନେରାଲ୍ ଦ୍ୱିତୀୟ ଶ୍ରେଣୀ ବଗି ଗୁଡିକର ନକ୍ସା ଚୂଡାନ୍ତ ହୋଇସାରିଛି ଏବଂ ରେଳ ବଗି କାରଖାନା ପକ୍ଷରୁ ଆଶା ସଞ୍ଚାର କରାଯାଉଛି କି ଏହି ଚଳିତ ବର୍ଷ ଶେଷ ସୁଦ୍ଧା ବଗି ଗୁଡିକ ଟ୍ରାକ୍ ଉପରକୁ ଆସିଯିବ ।

୧୩୦ କିଲୋମିଟର ବେଗରେ ଚାଲିବାକୁ ସକ୍ଷମ

ବର୍ତ୍ତମାନ ସମୟରେ ସାଧାରଣ ଦ୍ୱିତୀୟ ଶ୍ରେଣୀ ବଗିରେ ପ୍ରାୟତଃ ୧୦୦ ଜଣ ଯାତ୍ରୀ ବସିପାରିବେ, ଯାହାକୁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୨.୨୪ କୋଟି ଟଙ୍କା ଖର୍ଚ୍ଚ ହେବ। ନୂତନ ସାଧାରଣ ଦ୍ୱିତୀୟ ଶ୍ରେଣୀ ବଗିରେ ଏହାଠାରୁ ମଧ୍ୟ ଅଧିକ ଯାତ୍ରୀ ବସି ପାରିବେ । ଏଥିରେ ଯାତ୍ରୀମାନଙ୍କ ପାଇଁ ଅନେକ ଗୁଡିଏ ଉନ୍ନତମାନର ସୁବିଧା ମଧ୍ୟ ଉପଲବ୍ଧ ହେବ । ଏହି ବଗି ଗୁଡିକ ଦୂର-ଦୂରାନ୍ତ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ମାନଙ୍କରେ ବ୍ୟବହୃତ ହେବ, ଯାହା ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଗତି କରିବ । ଅଣ ଶୀତତାପ ନିୟନ୍ତ୍ରିତ ବଗି ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗଠାରୁ ଦ୍ରୁତ ଗତିରେ ଚାଲିପାରିବ ନାହିଁ ।

୨୦୨୨ ସୁଦ୍ଧା ୨୪୮ ଇକୋନୋମୀ ଶୀତତାପ ନିୟନ୍ତ୍ରିତ ବଗି ତିଆରି ହେବ

ଭାରତୀୟ ରେଳର ବେଗକୁ ଘଣ୍ଟା ପ୍ରତି ୧୩୦ କିଲୋମିଟରକୁ ବୃଦ୍ଧି କରିବାକୁ ଭାରତୀୟ ରେଳବାଇ ବିଭାଗ ଆବଶ୍ୟକୀୟ ପରିବର୍ତ୍ତନ କରୁଛି । ଏହା ଅଧୀନରେ ଶୟନ ଏବଂ ସାଧାରଣ ବଗିରେ ଶୀତତାପ ନିୟନ୍ତ୍ରଣର ବ୍ୟବସ୍ଥା କରାଯିବ । ନିକଟ ଅତୀତରେ ରେଳ ବଗି କାରଖାନା ଇକୋନୋମୀ ଶୀତତାପ ନିୟନ୍ତ୍ରିତ ତ୍ରିସ୍ତରୀୟ ବଗି ଲଞ୍ଚ କରିଛି, ଯାହାକୁ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନରେ ଶୟନ ଶ୍ରେଣୀ ଦ୍ୱାରା ପରିବର୍ତ୍ତନ କରାଯାଇଛି । ଇକୋନୋମୀ ଶୀତତାପ ନିୟନ୍ତ୍ରିତ ବଗି ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଯାତ୍ରା କରିପାରିବ । ଭାରତୀୟ ରେଳ ବିଭାଗ ୨୦୨୨ ମସିହା ଶେଷ ସୁଦ୍ଧା ୨୪୮ ଗୋଟି ଇକୋନୋମୀ ଶୀତତାପ ନିୟନ୍ତ୍ରିତ ବଗି ନିର୍ମାଣ କରିବ ।

ଦୀନ ଦୟାଲୁ ବଗିରୁ ରେଳ ବିଭାଗ କିଛି ସ୍ୱତନ୍ତ୍ର ସୁବିଧା ଯୋଗାଇଥିଲା

ଶେଷଥର ପାଇଁ ଭାରତୀୟ ରେଳ ବିଭାଗ ସାଧାରଣ ଦ୍ୱିତୀୟ ଶ୍ରେଣୀ ଶୀତତାପ ନିୟନ୍ତ୍ରିତ ବଗି ଗୁଡିକର ପାହ୍ୟା ବୃଦ୍ଧି କରିବା ସହିତ ସଂରକ୍ଷିତ ଶ୍ରେଣୀ ଯାତ୍ରୀଙ୍କ ପାଇଁ ଦୀନ ଦୟାଳୁ ବଗି ପ୍ରଦାନ କରିଥିଲା । ଏହି ବଗି ଗୁଡିକ ୨୦୧୬ ମସିହାରେ ଅଣାଯାଇଥିଲା । ଦୀନ ଦୟାଳୁ ବଗିରେ ଯାତ୍ରୀମାନଙ୍କ ନିମନ୍ତେ ଲଗେଜ୍ ର୍ୟାକ୍, ପ୍ୟାଡ୍ ସିଟ୍, କୋଚ୍ ହୁକ୍, ଆକ୍ୱା ଗାର୍ଡ ଷ୍ଟାଇଲ୍ ୱାଟର୍ ଫିଲ୍ଟରିଂ ସିଷ୍ଟମ୍, ବାୟୋ ଟଏଲେଟ୍, ଅଧିକ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଶୌଚାଳୟ ବ୍ୟସ୍ତ ସୂଚକ, ଜଳ ସ୍ତର ସୂଚକ ଭଳି ସୁବିଧା ଗୁଡ଼ିକ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *