ଗୋଟିଏରୁ ଅଧିକ Saving Account ଥିଲେ ଜାଣିନିଅନ୍ତୁ ଏହି କଥା ! ନଚେତ୍ କ୍ଷତିରେ ପଡ଼ିପାରନ୍ତି…

ଗୋଟିଏରୁ ଅଧିକ Saving Account ଥିଲେ ଜାଣିନିଅନ୍ତୁ ଏହି କଥା ! ନଚେତ୍ କ୍ଷତିରେ ପଡ଼ିପାରନ୍ତି…

ପ୍ରାୟତଃ ଅଧିକାଂଶ ଲୋକ ଗୋଟିଏରୁ ଅଧିକ ସେଭିଂ ଆକାଉଣ୍ଟ ଖୋଲିଥାନ୍ତି । ଅଧିକ ସେଭିଂ ଆକାଉଣ୍ଟ ଖୋଲିବା ସହ ଅନେକ ପ୍ରକାରର କ୍ଷତି ଜଡିତ ହୋଇଥାଏ । ଏଥିପାଇଁ ଆର୍ଥିକ ନିର୍ଦ୍ଦେଶକମାନେ ଗୋଟିଏରୁ ଅଧିକ ସେଭିଂ ଆକାଉଣ୍ଟ ନ ଖୋଲିବା ପାଇଁ ପରାମର୍ଶ ଦେଇଥାନ୍ତି । ଆର୍ଥିକ ନିର୍ଦ୍ଦେଶକ ମାନଙ୍କ ଅନୁଯାୟୀ, ବେକାରରେ ପଡିଥିବା କିମ୍ବା ଯେଉଁ ସେଭିଂ ଆକାଉଣ୍ଟ ଗୁଡିକର ଆପଣ ବ୍ୟବହାର କରୁନଥିବେ, ସେଗୁଡିକୁ ବନ୍ଦ କରିବା ଠିକ୍ ହୋଇଥାଏ । ବେକାର ପଡିଥିବା ସେଭିଂ ଆକାଉଣ୍ଟ ରଖିବା ଅତ୍ୟନ୍ତ କ୍ଷତି ହୋଇଥାଏ । ଏଥିପାଇଁ ଆପଣଙ୍କ ସେଭିଂ ଆକାଉଣ୍ଟର ସଂଖ୍ୟା ଅଧିକ ନ ହେବା ପାଇଁ ଚେଷ୍ଟା କରନ୍ତୁ । ଏଥିସହ ବେକାର ପଡିଥିବା ସେଭିଂ ଆକାଉଣ୍ଟ ଦ୍ୱାରା କଣ କ୍ଷତି ହୋଇପାରେ, ତାହା ବିଷୟରେ ସୂଚନା ଜାଣନ୍ତୁ ।

ନ୍ୟୁନତମ ବାଲାନ୍ସ ରହିବା ଉଚିତ:-

ଅନେକ ପ୍ରକାରର ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପରେ ସେଥିରେ ନ୍ୟୁନତମ ମାସିକ ହାରାହାରି ବାଲାନ୍ସ ରଖିବାକୁ ପଡ଼ିଥାଏ । ନ୍ୟୁନତମ ମାସିକ ହାରାହାରି ବାଲାନ୍ସ ନ ହେବା ଦ୍ୱାରା ବ୍ୟାଙ୍କ ନିଜ ପୋଲିସୀ ଅନୁଯାୟୀ ଆପଣଙ୍କ ଖାତାରୁ ଟଙ୍କା କାଟି ନେଇଥାଏ । ସମସ୍ତ ବ୍ୟାଙ୍କର ନିୟମିତ ସେଭିଂ ଆକାଉଣ୍ଟରେ ଏହି ନିୟମ ଲାଗୁ ହୋଇଥାଏ । ଏଥିପାଇଁ ବେକାର ପଡିଥିବା ଆକାଉଣ୍ଟରେ ଯଦି ଆପଣଙ୍କର କିଛି ଟଙ୍କା ରହିଥାଏ, ତେବେ ବ୍ୟାଙ୍କ ସେଥିରୁ ଚାର୍ଜ କାଟି ନେଇଥାଏ । ଏଭଳି ପରିସ୍ଥିତିରେ ଆପଣଙ୍କ ନିକଟରେ ଦୁଇଟି ଅପ୍ସନ୍ ରହିଥାଏ । ପ୍ରଥମେ ଆପଣ ମାସିକ ହାରାହାରି ବାଲାନ୍ସ ବଜାୟ ରଖନ୍ତୁ କିମ୍ବା ନିଜ ସେଭିଂର କିଛି ଅଂଶ ବ୍ୟାଙ୍କରେ ଜମା କରନ୍ତୁ ।

ଦେବାକୁ ପଡ଼ିଥାଏ ଫି:-

ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପରେ ଆପଣଙ୍କୁ ଡେବିଡ଼ କାର୍ଡ଼ ଏବଂ ଅନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ । ଏହି ସୁବିଧା ଗୁଡିକ ପାଇଁ ଆପଣଙ୍କୁ ଫି’ ଭରିବାକୁ ପଡ଼ିଥାଏ ଏବଂ ଫି’ ଟଙ୍କା ସିଧାସଳଖ ଭାବରେ ଆପଣଙ୍କ ଆକାଉଣ୍ଟରୁ କଟି ଯାଇଥାଏ । ବାସ୍ତବରେ ଆକାଉଣ୍ଟ ଖୋଲିବା ପାଇଁ କିଛି ଚାର୍ଜ ନଥାଏ । କିନ୍ତୁ ଅନେକ ବ୍ୟାଙ୍କ ନିଜ ଡେବିଡ଼ କାର୍ଡ ପାଇଁ କିଛି ଫି’ ନେଇଥାଏ । ଏହି ଫି’ ବାର୍ଷିକ ୧୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଡେବିଡ଼ କାର୍ଡର ଫି’ ବ୍ୟତୀତ ଆଉ କିଛି ବ୍ୟାଙ୍କ ମେସେଜ୍ ପଠାଇବାର ଚାର୍ଜ ମଧ୍ୟ ଆଦାୟ କରିଥାଏ । ଏହି ଚାର୍ଜ ପ୍ରତି ତିନି ମାସରେ ୩୦ ଟଙ୍କା ହୋଇପାରେ । ଅର୍ଥାତ ଏହି ଫି’ର ମୂଲ୍ୟ ଆପଣଙ୍କର ସେହି ବେକାର ପଡିଥିବା ଆକାଉଣ୍ଟରୁ ମିଳୁଥିବା ସୁଧରୁ ମଧ୍ୟ ଅଧିକ ହୋଇଥାଏ ।

ଜୋରିମାନାର ମଧ୍ୟ ରହିଛି ବିପଦ:-

ଯଦି କୌଣସି ଗ୍ରାହକଙ୍କର ସେଭିଂ ଆକାଉଣ୍ଟରେ ନ୍ୟୁନତମ ବାଲାନ୍ସ ନ ରହିଥାଏ, ତେବେ ତାଙ୍କୁ ଜୋରିମାନା ମଧ୍ୟ ଦେବାକୁ ପଡ଼ିଥାଏ । ବ୍ୟାଙ୍କର ନିୟମ ଅନୁଯାୟୀ, ଜୋରିମାନାରୁ ରକ୍ଷା ପାଇବାପାଇଁ ସମସ୍ତ ଆକାଉଣ୍ଟରେ ନ୍ୟୁନତମ ବାଲାନ୍ସ ରଖିବାକୁ ପଡ଼ିଥାଏ । ଯାହାକି ଗ୍ରାମୀଣ, ଅର୍ଧ ସହର, ସହରରେ ଭିନ୍ନ ଭିନ୍ନ ଅଟେ । ଏଥିସହିତ ଯଦି ଆପଣ ବ୍ୟାଙ୍କ ବାଲାନ୍ସ ରଖୁନାହାଁନ୍ତି, ତେବେ ଆପଣଙ୍କ ଉପରେ ଜୋରିମାନା ବଢି ଯାଇଥାଏ ଏବଂ ପରେ ଏହା ଏକ ବଡ଼ ଆକାରର ଟଙ୍କାରେ ପରିଣତ ହୋଇ ଯାଇଥାଏ ।

ଆଇଟିଆର ଫାଇଲ୍ କରିବାରେ ହେବ ସମସ୍ୟା:-

ଯେତେବେଳେ ମଧ୍ୟ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବାକୁ ହୋଇଥାଏ, ତେବେ କରଦାତାଙ୍କୁ ରିଟର୍ଣ୍ଣ ଫାଇଲିଂରେ ପ୍ରତ୍ୟେକ ଆକାଉଣ୍ଟର ସୁଧ ଦେବାକୁ ପଡ଼ିଥାଏ । ଅଧିକ ବ୍ୟାଙ୍କ ଆକାଉଣ୍ଟ ହେବା କାରଣରୁ କାଗଜପତ୍ର କାରବାରରେ ସମସ୍ୟା ହୋଇଥାଏ । ଏଥିସହିତ ଯଦି କୌଣସି ଆକାଉଣ୍ଟର ଆପଣ ସୂଚନା ଦେବାକୁ ଭୁଲିଯାଆନ୍ତି, ତେବେ ଆୟକର ବିଭାଗ ପକ୍ଷରୁ ନୋଟିସ୍ ପଠା ଯାଇପାରେ । ଏଥିପାଇଁ ଆପଣ ବେକାର ଆକାଉଣ୍ଟକୁ ବନ୍ଦ କରିଦିଅନ୍ତୁ ।

ହୋଇଯାଏ ଆକାଉଣ୍ଟ ବନ୍ଦ:-

ଯଦି କୌଣସି ବ୍ୟାଙ୍କ ଆକାଉଣ୍ଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଡେଣନେଣ ହୋଇନଥାଏ, ତେବେ ଏଭଳି ପରିସ୍ଥିତିରେ ବ୍ୟାଙ୍କ ଆପଣଙ୍କ ଆକାଉଣ୍ଟକୁ ନିଷ୍କ୍ରିୟ ଆକାଉଣ୍ଟ ମାନି ନେଇଥାଏ । କୌଣସି ନିଷ୍କ୍ରିୟ ଆକାଉଣ୍ଟରେ ଆଗାମୀ ୧୨ ମାସ ପର୍ଯ୍ୟନ୍ତ କୌଣସି ଡେଣନେଣ ହୋଇନଥାଏ, ତେବେ ବ୍ୟାଙ୍କ ତାକୁ ନିଷ୍କ୍ରିୟ ଆକାଉଣ୍ଟ ଶ୍ରେଣୀରେ ଶ୍ରେଣୀଭୁକ୍ତ କରିଦେଇଥାଏ । ନିଷ୍କ୍ରିୟ ଆକାଉଣ୍ଟରେ ଡେଣନେଣ କରିବାପାଇଁ ବ୍ୟାଙ୍କ ମନା କରିନଥାଏ କିନ୍ତୁ କୌଣସି ନିଷ୍କ୍ରିୟ ଆକାଉଣ୍ଟରୁ ଆପଣ ନେଟ୍ ବ୍ୟାଙ୍କିଙ୍ଗ, ଏଟିଏମ୍ ଡେଣନେଣ କିମ୍ବା ଫୋନ୍ ବ୍ୟାଙ୍କିଙ୍ଗ କରିପାରିବେ ନାହିଁ । ଏପର୍ଯ୍ୟନ୍ତ ମଧ୍ୟ ବ୍ୟାଙ୍କ ଡେବିଟ କାର୍ଡ, ଚେକ୍ ବୁକ୍ ଏବଂ ଠିକଣା ପରିବର୍ତ୍ତନ କରିବାପାଇଁ ମଧ୍ୟ ମନା କରିଦେଇଥାଏ ।

Leave a Reply

Your email address will not be published. Required fields are marked *