ବଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଅନୁ କପୂରଙ୍କ ଜନ୍ମ ୨୦ ଫେବୃୟାରୀ ୧୯୫୬ କୁ ଭୋପାଳ ମଧ୍ୟପ୍ରଦେଶରେ ହୋଇଥିଲା । ସେ ନିଜ ଉତ୍ତମ ଅଭିନୟ ଯୋଗୁଁ ଇଣ୍ଡଷ୍ଟ୍ରିରେ ଭଲ ନାମ ଅର୍ଜନ କରିଛନ୍ତି କିନ୍ତୁ ଚଳଚ୍ଚିତ୍ର ଜଗତରେ ଏହି ସ୍ଥାନ ପାଇବା ପାଇଁ ସେ ନିଜ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ଅନେକ କଠିନ ପରିଶ୍ରମ କରି ସେ ଏଠାକୁ ପହଞ୍ଚିଛନ୍ତି । ଅନୁ କପୂର ଏକ ଉତ୍ତମ ଅଭିନେତା ଅଟନ୍ତି ଏବଂ ସେ ଅନେକଗୁଡ଼ିଏ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି । ତାଙ୍କ ଫିଲ୍ମୀ କ୍ୟାରିୟର୍ ବହୁତ ଭଲ ଥିଲା କିନ୍ତୁ ଏପରି ଏକ ସମୟ ମଧ୍ୟ ଥିଲା ଯେତେବେଳେ ତାଙ୍କୁ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଚା’ ବିକ୍ରି କରିବାକୁ ପଡୁଥିଲା । ତେବେ ଚାଲନ୍ତୁ ଜାଣିବା ଅନୁ କପୂରଙ୍କ କ୍ୟାରିୟର୍ ଓ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କଥାଗୁଡିକ ବିଷୟରେ…
ଅନୁ କପୂରଙ୍କ ପିତାଙ୍କ ନାମ ମଦନ ଲାଲ୍ ଥିଲା । ସେ ଏକ ଥିଏଟର୍ କମ୍ପାନୀ ଚଳାଉଥିଲେ । ସେପଟେ ଅନୁ କପୂରଙ୍କ ମାତା ଏକ ଶିକ୍ଷୟିତ୍ରୀ ଥିଲେ । ତାଙ୍କ ପରିବାର ବହୁତ କଠିନ ସମୟ ଦେଇ ଗତିକରିଛି । ଅନୁ କପୂରଙ୍କ ଘରର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ସେ ନିଜ ଶିକ୍ଷା ସମାପ୍ତ କରିପାରିନଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ତାଙ୍କ ମାଁ’ ମାତ୍ର ୪୦ ଟଙ୍କା ଦରମାରେ ଏକ ବିଦ୍ୟାଳୟରେ ପଢ଼ାଉଥିଲେ । ଘରର ଆର୍ଥିକ ସ୍ଥିତି ବହୁତ ଖରାପ ଥିବା କାରଣରୁ ଅନୁ କପୂର ପରିବାରର ସହଯୋଗ କରିବା ପାଇଁ ନିଷ୍ପତ୍ତି ନେଲେ ଏବଂ ସେ କାମ କରିବା ପାଇଁ ବାହାରକୁ ବାହାରି ପଡିଲେ । ସେ ଟଙ୍କା ଅର୍ଜନ କରିବା ପାଇଁ କେବେ ଚା କେବେ ଚୁରଣ ନୋଟ୍ ମଧ୍ୟ ବିକ୍ରି କରୁଥିଲେ ।
ଅନୁ କପୂର ଏକ ପ୍ରତିଭାବାନ ଅଭିନେତା ଅଟନ୍ତି କିନ୍ତୁ ସେ ଅଭିନେତା ହେବାକୁ ଚାହୁଁନଥିଲେ ବରଂ ଏମାନଙ୍କ ସ୍ଵପ୍ନ ଥିଲା ଯେ ସେ ଆଇଏଏସ୍ ଅଫିସର ହେଲେ କିନ୍ତୁ ଆର୍ଥିକ ଅଭାବ ଯୋଗୁଁ ତାଙ୍କ ଶିକ୍ଷା ସମାପ୍ତ ହୋଇପାରିନଥିଲା ଯାହା ଫଳରେ ତାଙ୍କ ଆଇଏଏସ୍ ଅଫିସର ହେବା ସ୍ଵପ୍ନ ଅଧାରେ ରହି ଯାଇଥିଲା । ଅନୁ କପୂରଙ୍କ ଭାଗ୍ୟରେ ବୋଧହୁଏ ଆଉ କିଛି ମଞ୍ଜୁର ଥିଲା । ଆପଣଙ୍କୁ ସୁଚାଇଦେଉଛୁ ଯେ ଅନୁ କପୂର ବଲିଉଡ଼ ଇଣ୍ଡଷ୍ଟ୍ରିରେ ୧୯୮୩ରେ ଆସିଥିବା ଚଳଚ୍ଚିତ୍ର “ମଣ୍ଡି”ରେ ଡେବ୍ୟୁ କରିଥିଲେ କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ଚଳଚ୍ଚିତ୍ର “ଉତ୍ସବ”ରୁ ମିଳିଥିଲା ।
ଅନୁ କପୂର୍ ବଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ରଖିବା ପୂର୍ବରୁ ନେସନଲ୍ ସ୍କୁଲ ଅଫ୍ ଡ୍ରାମାରୁ ଅଭିନୟ ଶିକ୍ଷା ପ୍ରାପ୍ତ କରିଥିଲେ । ଯେତେବେଳେ ସେ ୨୩ ବର୍ଷର ଥିଲେ ସେତେବେଳେ ସେ ଏକ ୭୦ ବର୍ଷର ବୃଦ୍ଧ ବ୍ୟକ୍ତିଙ୍କ ଅଭିନୟ କରିଥିଲେ । ଖବର ଅନୁଯାୟୀ ଏପରି କୁହାଯାଉଛି ଯେ ତାଙ୍କର ଏହି ଚରିତ୍ରକୁ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ୍ ବେନେଗଲ୍ ବହୁତ ପସନ୍ଦ କଲେ ଏହାପରେ ତାଙ୍କ ଚଳଚ୍ଚିତ୍ର “ମଣ୍ଡି”ରେ କାମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଚଳଚ୍ଚିତ୍ର ମଧ୍ୟରେ ଅନୁ କପୂରଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ ।
ଅଭିନେତା ଅନୁ କପୂର ହିନ୍ଦୀ ଚଳଚ୍ଚିତ୍ର ଜଗତର ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଜଣେ ଭଲ ବଲିଉଡ଼ ଅଭିନେତା ହେବା ସଙ୍ଗେ ସଙ୍ଗେ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ଅଟନ୍ତି । ଅନୁ କପୂର ଟିଭିରେ ଅନେକଗୁଡ଼ିଏ ଶୋ’ ହୋଷ୍ଟ କରିଛନ୍ତି । ଟେଲିଭିଜନ ଶୋ “ଅନ୍ତାକ୍ଷରୀ” ତାଙ୍କ ସ୍ମରଣୀୟ ଶୋ’ ମଧ୍ୟରେ ଅନ୍ୟତମ । ଅନୁ କପୂରଙ୍କୁ ହିନ୍ଦୁ ଶାସ୍ତ୍ରର ମଧ୍ୟ ଗଭୀର ଜ୍ଞାନ ରହିଛି । ଅନୁ କପୂର ନିଜ କ୍ୟାରିୟରରେ ଏକ ଭଲ ନାମ ଅର୍ଜନ କରିଛନ୍ତି । ଯଦି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ତେବେ ସେ ନିଜ ବୈବାହିକ ଜୀବନକୁ ନେଇ ଖବରରେ ଛାଇ ରହିଥିଲେ ।
ଆପଣଙ୍କୁ ଜଣାଇଦେଉଛୁ ଯେ ଅନୁ କପୂର ୧୯୯୨ରେ ଅନୁପମା କପୂରଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କର ଏହି ବିବାହ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରିନଥିଲା ଏବଂ ଆଗାମୀ ବର୍ଷ ଏ ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା । ଏହାପରେ ଅନୁ କପୂର ୧୯୯୫ରେ ଅରୁଣୀତା ମୁଖାର୍ଜୀଙ୍କୁ ବିବାହ କଲେ । ଏପରି କୁହାଯାଏ ଯେ ଅନୁ କପୂର ଲୁଚି ଛପି ନିଜ ପ୍ରଥମ ପତ୍ନୀ ଅନୁପମା କପୂରଙ୍କୁ ହୋଟେଲରେ ଦେଖା କରୁଥିଲେ । ଯେତେବେଳେ ଏହା ବିଷୟରେ ଅରୁଣୀତା ଜାଣିଗଲେ ସେତେବେଳେ ସେ ଅନୁ କପୂରଙ୍କୁ ଛାଡ଼ପତ୍ର ଦେଇଦେଲେ । ଏହାପରେ ୨୦୦୮ରେ ଅନୁ କପୂର ନିଜର ପ୍ରଥମ ସ୍ତ୍ରୀ ଅନୁପମା କପୂରଙ୍କୁ ଆଉଥରେ ବିବାହ କରିଥିଲେ ।