ନିର୍ଦ୍ଧାରିତ ହୋଇଯାଇଥିଲା ଏହି ମଡେଲ୍ ସହ ସଲାମାନଙ୍କ ବିବାହ । ସଲମାନଙ୍କ ମାଆ ମଧ୍ୟ ରାଜି ଥିଲେ…. କିନ୍ତୁ

ନିର୍ଦ୍ଧାରିତ ହୋଇଯାଇଥିଲା ଏହି ମଡେଲ୍ ସହ ସଲାମାନଙ୍କ ବିବାହ । ସଲମାନଙ୍କ ମାଆ ମଧ୍ୟ ରାଜି ଥିଲେ…. କିନ୍ତୁ

ମୁମ୍ବାଇ: ସଲମାନ୍ ଖାନଙ୍କ ବିବାହ କେବେ ହେବ ? ଏହା ହେଉଛି ଏହିପରି ଏକ ପ୍ରଶ୍ନ ଯାହାର ଉତ୍ତର ଦେବା କୌଣସି ବ୍ୟକ୍ତିଙ୍କ ପକ୍ଷେ ସମ୍ଭବପର ନୁହେଁ । ସଲମାନ୍ ଖାନ୍ କେବେ ବିବାହ କରିବେ ? ଏହି ପ୍ରଶ୍ନର ଉତ୍ତର କେବଳ ଜଣେ ଦେଇ ପାରିବେ ଏବଂ ସେ ହେଉଛନ୍ତି ନିଜେ ସଲମାନ୍ ଖାନ୍ । ଯଦିଓ ତାଙ୍କୁ ବଲିଉଡର ସବୁଠାରୁ ଯୋଗ୍ୟ ବ୍ୟାଚେଲର୍ ଭାବରେ ବିବେଚନା କରାଯାଇଥାଏ, କିନ୍ତୁ ପ୍ରତ୍ୟେକେ କେବଳ ଗୋଟିଏ କଥା ଜାଣିବାକୁ ବିଚଳିତ କି ସେ କେବେ ବିବାହ କରିବେ । ସଲମାନ୍ ଖାନ୍ ବଲିଉଡର ଜଣେ ଏହିପରି କଳାକାର ଅଟନ୍ତି ଯାହାଙ୍କ ପ୍ରେମ ସମ୍ପର୍କ ସବୁବେଳେ ଶିରୋନାମାରେ ରହି ଆସିଛି । ତେବେ ଆସନ୍ତୁ ଆଜି ଆମେ ସର୍ବପ୍ରଥମେ ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିବା ।

ବିଶ୍ୱସୁନ୍ଦରୀ ହେବାପରେ ଐଶ୍ୱର୍ଯ୍ୟା ଏବଂ ସଲମାନଙ୍କ ପ୍ରେମ ସମ୍ପର୍କ ସହିତ ଗୁଜବ ସୃଷ୍ଟି ହେବାକୁ ଲାଗିଲା । ଐଶ୍ୱର୍ଯ୍ୟାଙ୍କ ନାମ ପ୍ରଥମେ ସଲମାନଙ୍କ ସହ ଯୋଡି ହୋଇଥିଲା । କୁହାଯାଉଥିଲା କି ବଲିଉଡ଼ ଚଳଚ୍ଚିତ୍ର ଜଗତର ସଲମାନ୍ ଏବଂ ଐଶ୍ୱର୍ଯ୍ୟା ପରସ୍ପରଙ୍କ ପ୍ରେମରେ ପାଗଳ ଥିଲେ । ଦୁହିଁଙ୍କ ପ୍ରେମ କାହାଣୀ “ହମ୍ ଦିଲ୍ ଦେ ଚୁକେ” ସେଟରୁ ଆରମ୍ଭ ହୋଇଥିଲା । ଅନେକ ସମୟରେ ଦୁହିଁଙ୍କ ମଧ୍ୟରେ ବହୁତ ନିକଟତର ଥିବା ଦେଖାଯାଇଥିଲା, କିନ୍ତୁ ବଲିଉଡର ଅନ୍ୟ ପ୍ରେମ କାହାଣୀ ସଦୃଶ ଏହି ପ୍ରେମ କାହାଣୀ ମଧ୍ୟ ବହୁତ ଖରାପ ଭାବରେ ଶେଷ ହୋଇଥିଲା । ସଲମାନଙ୍କ ସହିତ ବିଚ୍ଛେଦ ହେବାପରେ ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ଏବଂ ସଲମାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି । ତଥାପି ଏହାପରେ ଅନେକ ଥର ସଲମାନଙ୍କ ସମ୍ପର୍କର ଖବର ବାହାରକୁ ଆସିଛି କିନ୍ତୁ ବିବାହରେ ପହଞ୍ଚି ପାରି ନାହିଁ । ବର୍ଷବର୍ଷ ଧରି ଏକ ଖବର ସାମ୍ନାକୁ ଆସୁଛି କି ସେ ଶୀଘ୍ର ତାଙ୍କ ବାନ୍ଧବୀ ୟୁଲିଆଙ୍କୁ ବିବାହ କରିବେ ।

ସଲମାନ ଖାନଙ୍କ ବିବାହ କେବେ ହେବ

କିନ୍ତୁ, ସଲମାନ୍ ଖାନଙ୍କ ବିବାହ କେବେ ହେବ ? ଏହି ପ୍ରଶ୍ନ ଆଜି ମଧ୍ୟ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଯଦିଓ ସଲମାନଙ୍କ ନାମ ଅନେକ ବଲିଉଡ ଅଭିନେତ୍ରୀଙ୍କ ସହିତ ଜଡିତ ହୋଇଛି ତଥାପି ଦୀର୍ଘ ବର୍ଷ ଧରି ରୋମାନିଆ ଅଧିବାସିନୀ ତଥା ଏଙ୍କରର ଏବଂ ମଡେଲ୍ ୟୁଲିଆ ୱନ୍ତୁରଙ୍କ ସହିତ ତାଙ୍କର ସମ୍ପର୍କ ସବୁଠାରୁ ସାମ୍ନାରେ ରହିଆସିଛି । ଯଦିଓ ସଲମାନ୍ ଏବଂ ୟୁଲିଆ ସେମାନଙ୍କ ସମ୍ପର୍କ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱୀକାର କରିନାହାଁନ୍ତି, କିନ୍ତୁ ସମସ୍ତେ ଜାଣନ୍ତି କି ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରି ଆସୁଛନ୍ତି । କିନ୍ତୁ, ନିକଟ ଅତୀତରେ ଏହିପରି କିଛି ଦେଖିବାକୁ ମିଳିଥିଲା ​​ଯାହା ପରେ କୁହା ଯାଇପାରିବ କି ବହୁତ ଶୀଘ୍ର ସଲମାନଙ୍କ ଘରେ ବିବାହ ତୁରୀ ବାଜିବ ।

ସଲମାନଙ୍କ ମାଁ ସଲମା ସଲମାନଙ୍କ ବିବାହ ପାଇଁ ହଁ କରିଦେଇଛନ୍ତି:-

ଖବର ମୁତାବିକ, ସଲମାନଙ୍କ ମାଁ’ ସଲମା ମଧ୍ୟ ୟୁଲିଆ ଏବଂ ସଲମାନଙ୍କ ବିବାହକୁ ହଁ କହିଛନ୍ତି । କେତେକ ଗଣମାଧ୍ୟମ ରିପୋର୍ଟ ପକ୍ଷରୁ ଦାବି କରାଯାଉଛି କି ଏହି ମହାଶିବରାତ୍ରୀ ଅବସରରେ ସଲମାନ୍ ଖାନଙ୍କ ଫାର୍ମହାଉସ୍ ନିକଟରେ ଥିବା ଏକ ମନ୍ଦିରରେ ପୂଜା ରଖା ଯାଇଥିଲା ଯେଉଁଥିରେ ୟୁଲିଆ ଏବଂ ସଲମାନଙ୍କ ମାଁ’ ଏକାଠି ପୂଜା କରିବାକୁ ଯାଉଥିବାର ଦେଖାଯାଇଥିଲା । ଏହା ପୂର୍ବରୁ ମଧ୍ୟ ସଲମାନଙ୍କ ମାଁ’ଙ୍କୁ ଅନେକ ଥର ୟୁଲିଆଙ୍କ ସହିତ ଦେଖିବାକୁ ମିଳିଥିଲା । କୌଣସି ମଧ୍ୟ ଭୋଜି କିମ୍ବା ପୂଜା ହେଉ, ୟୁଲିଆ ପ୍ରତ୍ୟେକ ସମୟରେ ସଲମାନଙ୍କ ଘରେ ଉପସ୍ଥିତ ରହିଥାନ୍ତି । ଏହିପରିକି ତାଙ୍କୁ ଅନେକ ଥର ସଲମାନଙ୍କ ସହିତ ବାହାରକୁ ଯିବା-ଆସିବାର ମଧ୍ୟ ଦେଖାଯାଇଛି । ସେ ସଲମାନ୍ ଖାନଙ୍କ ପ୍ରତ୍ୟେକ ପାରିବାରିକ କାର୍ଯ୍ୟକ୍ରମରେ ନଜର ଆସିଥାନ୍ତି ।

ଏହିପରି କୁହାଯାଏ କି ସଲମାନ୍ ଖାନଙ୍କ ପରିବାର ୟୁଲିଆଙ୍କୁ ତାଙ୍କ ପରିବାରର ଜଣେ ସଦସ୍ୟ ଭାବରେ ବିବେଚନା କରନ୍ତି । ଏହି କାରଣ ହେତୁ ଦୁହିଁଙ୍କ ବିବାହ ଖବର ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି । ତେଣୁ କୁହାଯାଉଅଛି କି ସଲମାନ୍ ଖାନ୍ ଏବଂ ୟୁଲିଆ ୱନ୍ତୁର ବହୁତ ଶୀଘ୍ର ବିବାହ କରିପାରନ୍ତି । ଆପଣଙ୍କୁ କହିରଖୁଛୁ କି ୟୁଲିଆ ୱନ୍ତୁରଙ୍କ ରୋମାନିଆରେ ଯଥେଷ୍ଟ ପରିଚୟ ରହିଛି । ୟୁଲିଆ ଜଣେ ପ୍ରସିଦ୍ଧ ମଡେଲ୍ ଏବଂ ଟିଭି ଏଙ୍କରର ଅଟନ୍ତି । ସୁଟିଂ ସମୟରେ ସଲମାନ୍ ଖାନଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ସେହି ଦିନ ଠାରୁ ଦୁହେଁ ପରସ୍ପରକୁ ଡେଟ୍ କରି ଆସୁଛନ୍ତି । ଏହି ସବୁ ଦେଖି ଆମେ କହିପାରିବା କି ସଲମାନ୍ ଖାନଙ୍କ ବିବାହ କେବେ ହେବ ? ଏହି ପ୍ରଶ୍ନର ଉତ୍ତର ଆମ୍ଭକୁ ବହୁତ ଶୀଘ୍ର ମିଳିଯିବ ।

Leave a Reply

Your email address will not be published. Required fields are marked *