Boyfriend ପାଇଁ ଐଶ୍ଚର୍ଯ୍ୟା ଓ ମନୀଷା ପରସ୍ପର ମଧ୍ୟରେ ଝଗଡ଼ା କରିଥିଲେ…
ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ମନୀଷା କୋଇରାଲା ଉଭୟ ୯୦ ଦଶକର ସବୁଠାରୁ ହିଟ୍ ଅଭିନେତ୍ରୀ ମଧ୍ୟରେ ଅଟନ୍ତି । ଐଶ୍ଚର୍ଯ୍ୟା ରାୟଙ୍କ ନାମ ସଲମାନ ଖାଁ ଓ ବିବେକ୍ ଓଏରଏ ଆଗରୁ ରାଜୀବ ମୂଲଚନ୍ଦାନୀ ସହ ଜଡ଼ିତ ହୋଇସାରିଛି, କିନ୍ତୁ ଏହି କଥାକୁ ଦୁହେଁ କେବେମଧ୍ୟ ଖୋଲାଖୋଲି ଭାବେ ସ୍ୱୀକାର କଲେ ନାହିଁ । କୁହାଯାଉଛି ଯେ, ରାଜୀବ ଐଶ୍ଚର୍ଯ୍ୟାଙ୍କ ପ୍ରଥମ ପ୍ରେମିକ ଥିଲେ ।
ବିଶେଷ କଥାଟି ଏହିକିଯେ ରାଜୀବଙ୍କ ଯୋଗୁଁ ଐଶ୍ଚର୍ଯ୍ୟାଙ୍କ ଆଉ ଏକ ଅଭିନେତ୍ରୀଙ୍କ ସହିତ ମଧ୍ୟ ଝଗଡା ହୋଇଥିଲା । ଆମେ ଆଲୋଚନା କରୁଛୁ ମନୀଷା କୋଇ ରାଲାଙ୍କ ବିଷୟରେ, ଯିଏ ୯୦ ଦଶକରେ ଖୁବ୍ ପ୍ରସିଦ୍ଧ ଥିଲେ । କୁହାଯାଏ ଯେ ରାଜୀବଙ୍କ ଅଫେୟାର୍ ସେହି ସମୟରେ ମନୀଷାଙ୍କ ସହିତ ମଧ୍ୟ ହୋଇଥିଲା । ଏହି କାରଣରୁ ମନୀଷା ଓ ଐଶ୍ଚର୍ଯ୍ୟାଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା । ଯଦିଓ, ନିଜେ ଐଶ୍ଚର୍ଯ୍ୟା ଏକ ଇଣ୍ଟରଭିୟୁ ସମୟରେ ଆଉ ଏକ କାହାଣୀ ଶୁଣାଇଥିଲେ । ଐଶ୍ଚର୍ଯ୍ୟାଙ୍କ ଅନୁସାରେ ମନୀଷା, ବାଧ୍ୟତାମୂଳକ ତାଙ୍କ ନାମ ରାଜୀବଙ୍କ ସହ ଯୋଡ଼ି ଥିଲେ ।
ମନୀଷା ପାଇଁ ଐଶ୍ଚର୍ଯ୍ୟାଙ୍କ ସହିତ କରିଥିଲେ ଛଳନା
ଡ଼ିସେମ୍ବର ୧୯୯୯ ମସିହାରେ ଐଶ୍ଚର୍ଯ୍ୟା ଏକ ମ୍ୟାଗେଜିନକୁ ଦେଇଥିବା ଇଣ୍ଟରଭିୟୁରେ କହିଥିଲେ ଯେ, ୧୯୯୪ ମସିହା ଆରମ୍ଭରେ ଏକ ମୁଖ୍ୟ ପତ୍ରିକା ପ୍ରକାଶ କରିଥିଲେ ଯେ ରାଜୀବ ମନୀଷାଙ୍କ ପାଇଁ ମୋ ସହ ବିଶ୍ୱାସଘାତ କଲେ । ମୁଁ ରାଜୀବଙ୍କୁ ଫୋନ୍ କଲି ଏବଂ ପଚାରିଲି ଏହା କଣ ଖବର ଅଟେ ? ସେ କେବଳ ମୋର ବହୁତ ଭଲ ସାଙ୍ଗ ଥିଲା ଆଉ କିଛି ନୁହେଁ । ମୁଁ ତାଙ୍କୁ କହିଲି ଯେ ମୁଁ ତାଙ୍କ (ରାଜୀବ୍ ଓ ମନୀଷା) ପ୍ରେମ କାହାଣୀ ମଝିରେ ଆସିବା ପାଇଁ ଚାହେଁ ନାହିଁ । ଦୁଇ ମାସ ପରେ ଜଣାପଡ଼ିଲା ଯେ ଦୁହେଁ ଏକାଠି ନାହାଁନ୍ତି । ମନୀଷା ଆଉ ଅନ୍ୟଜଣଙ୍କ ସହ ଡେଟ୍ କରିବାକୁ ଲାଗିଥିଲେ । ସେ ପ୍ରତି ଦୁଇ ମାସରେ ଏକ ନୂତନ ଯୁବକଙ୍କ ସହିତ ନଜର ଆସୁଥିଲେ ।
ଫୋନରେ ରାଜୀବ୍ କହିଥିଲେ ସତ କଥା
ଐଶ୍ଚର୍ଯ୍ୟା ଇଣ୍ଟରଭିୟୁରେ ଆଗକୁ କହିଥିଲେ ଯେ, “ସମୟ ବିତିଲା ଓ ୧୯୯୫ରେ ବିଶ୍ଵ ସୁନ୍ଦରୀ ସମ୍ମାନ ଲାଭ କରିବା ପରେ ମୁଁ ଭାରତକୁ ଫେରିଲି । ମୁଁ ତାମିଳରେ ମନୀଷାଙ୍କ ‘ବମ୍ବେ’ ଚଳଚ୍ଚିତ୍ର ଦେଖିଲି ଓ ଏହା ମୋତେ ବହୁତ ପସନ୍ଦ ଆସିଲା । ୧ ଏପ୍ରିଲକୁ ମୁଁ ବମ୍ବେ ପହଞ୍ଚିଲି ଓ ସଂଯୋଗବଶତଃ ମୋ ନିକଟକୁ ରାଜୀବଙ୍କ ଫୋନ୍ ଆସିଲା । ମୁଁ ତାଙ୍କୁ କହିଲି ଯେ ‘ବମ୍ବେ’ ରେ ମନୀଷା କଣ କାମ କରିଛନ୍ତି ଏବଂ ମୁଁ ତାଙ୍କୁ ଅଭିନନ୍ଦନ ସ୍ୱରୂପ ଏକ ପୁସ୍ତକ ପଠାଇବାକୁ ଚାହେଁ । ମୋ କଥା ଶୁଣି ସେ ହସି ଦେଲେ ଏବଂ କହିଲେ ଯେ ଖବରକାଗଜ ପଢ଼ିନାହଁ କି ? ରାଜୀବ୍ କହିଲେ ଯେ ମନୀଷା ଦାବି କରିଥିଲେ ଯେ ତାଙ୍କୁ ରାଜୀବଙ୍କ କିଛି ହ୍ୟାଣ୍ଡ ରିଟନ୍ ଚିଠି ମିଳିଥିଲା, ଯାହା ସେ ମୋତେ ଲେଖିଥିଲେ । ମୋ ପାଇଁ ଏହି କଥାଟି ଆଶ୍ଚର୍ଯ୍ୟଜନକ ଥିଲା । ଅର୍ଥାତ ଏହି କଥାରେ ଯଦି ଟିକିଏ ସତ୍ୟତା ଥାନ୍ତା ତେବେ ଜୁଲାଇ ୧୯୯୪ରେ ଏହା ସାମନାକୁ ଆସିଲା ନାହିଁ କାହିଁକି । ଯଦି ରାଜୀବଙ୍କ ସହିତ ତାଙ୍କ ବ୍ରେକଅପର କାରଣ ଏହି ଚିଠି ଥିଲା ତେବେ ୯ ମାସ ପର୍ଯ୍ୟନ୍ତ ସେ କାହିଁକି ଚୁପ୍ ରହିଲେ ?”
ଐଶ୍ଚର୍ଯ୍ୟା ଇଣ୍ଟରଭିୟୁରେ କହିଥିଲେ ଯେ ଆରମ୍ଭରେ ଏହି ଘଟଣା ତାଙ୍କୁ ଖୁବ୍ ବିଚଳିତ କରିଥିଲା । ଐଶ୍ଚର୍ଯ୍ୟା କହିଛନ୍ତି ଯେ, “ମୁଁ ପାଗଳଙ୍କ ଭଳି କାନ୍ଦୁଥିଲି । ଯାହା କିଛି ଘଟୁଥିଲା ସେଥିରୁ ମୁଁ ବହୁତ ଦୁଃଖିତ ଥିଲି । ଅନେକ କିଛି କହିବା ପରେ ସେ କହୁଥିଲେ ଯେ ତାଙ୍କ କଥାକୁ ଭୁଲ୍ ଭାବେ ଦର୍ଶାଯାଇଛି ।”