୨୨ ଫେବୃୟାରୀ ଠାରୁ ମଙ୍ଗଳ କରିବ ରାଶି ପରିବର୍ତ୍ତନ ! ଏହି ରାଶିର ଲୋକଙ୍କ ଆସିବ ଭଲ ଦିନ…

୨୨ ଫେବୃୟାରୀ ଠାରୁ ମଙ୍ଗଳ କରିବ ରାଶି ପରିବର୍ତ୍ତନ ! ଏହି ରାଶିର ଲୋକଙ୍କ ଆସିବ ଭଲ ଦିନ…

ମଙ୍ଗଳ ଗ୍ରହ ୨୨ ଫେବୃୟାରୀ ସକାଳ ୪ଟା ୩୩ ମିନିଟରେ ନିଜ ରାଶି ମେଷର ଯାତ୍ରା ସମାପ୍ତ କରି ବୃଷଭ ରାଶିରେ ଦୃଷ୍ଟିଗୋଚର ହେବେ । ମଙ୍ଗଳ, ଏହି ରାଶିରେ ୧୪ ଏପ୍ରିଲ ମଧ୍ୟରାତ୍ର ୧ଟା ୧୦ ମିନିଟ୍ ପର୍ଯ୍ୟନ୍ତ ରହିବେ । ଜଣାଇଦେଉଛୁ ଯେ ମଙ୍ଗଳ ଗ୍ରହ, ସାହସ ଓ ପରିଶ୍ରମର କାରକ ଗ୍ରହ ଅଟନ୍ତି । ଏମିତିରେ ଯଦି କୁଣ୍ଡଳୀରେ ମଙ୍ଗଳର ଶୁଭ ପ୍ରଭାବ ପରିଲକ୍ଷିତ ହୁଏ ତେବେ ସଫଳତା ସଙ୍ଗେ ସଙ୍ଗେ ମାନସମ୍ମାନ ମଧ୍ୟ ମିଳିବ । ମଙ୍ଗଳ ରାଶିର ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ । ଆସନ୍ତୁ ଜାଣିବା, ଏଥର ମଙ୍ଗଳ ଗ୍ରହର ବୃଷଭ ରାଶିରେ ପରିବର୍ତ୍ତନରୁ ସମସ୍ତ ରାଶି ଉପରେ କେଉଁ ପ୍ରଭାବ ଦେଖାଦେବ…

ମେଷ ରାଶି

ମେଷ ରାଶିରୁ ଧନଭାବରୁ ମଙ୍ଗଳ ଗୋଚର ହେଉଛନ୍ତି, ଏଥିରୁ ଆପଣଙ୍କ ଆର୍ଥିକ ପକ୍ଷ ଦୃଢ଼ ରହିବ । କିନ୍ତୁ ପାରିବାରିକ କଳହ ଓ ମାନସିକ ଅଶାନ୍ତି ବୃଦ୍ଧି ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ଲୋକଙ୍କ ଉନ୍ନତି ସାଧନ ହେବ । ନିଜ ଜିଦ୍ ଓ କ୍ରୋଧ ଉପରେ କାବୁ ରଖିବେ ତେବେ ସଫଳତା ହାସଲ ହେବ । ଯେଉଁ ଛାତ୍ର ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି, ତାଙ୍କ ପାଇଁ ଏହି ଗୋଚର ଶୁଭଫଳ ଦାୟୀ ହେବ । ଜମି ଧନ ସମ୍ପତ୍ତି ସହ ଜଡ଼ିତ ପୁରୁଣା ମାମଲା ଗୁଡ଼ିକ ସମାଧାନ ହେବ ।

ବୃଷଭ ରାଶି

ମଙ୍ଗଳ ଆପଣଙ୍କ ରାଶିରେ ଦୃଶ୍ୟମାନ ହେବେ, ଏମିତିରେ ଆପଣଙ୍କୁ କାର୍ଯ୍ୟ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଅବନତିର ସମ୍ମୁଖୀନ ହେବାକୁ ପଡ଼ିବ । ସେପଟେ ସ୍ୱାସ୍ଥ୍ୟ ଓ ମାନସମ୍ମାନ ପାଇଁ ଏହି ଗୋଚର ଭଲ ରହିବ । ନିଜ କାର୍ଯ୍ୟ ସ୍ଥଳୀରେ ବରିଷ୍ଠ ଅଧିକାରୀଙ୍କ ସହ ଭୁଲ ବୁଝାମଣା ହେବାକୁ ଦିଅନ୍ତୁ ନାହିଁ, କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୋର୍ଟ କଚେରୀ ମାମଲାକୁ ବାହାରୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।

ମିଥୁନ ରାଶି

ଗୋଚର କାଳ ସମୟରେ ଆପଣଙ୍କୁ ଅଧିକ ଯିବା ଆସିବା ଓ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିବ । ମିତ୍ର ଓ ସମ୍ପର୍କୀୟଙ୍କ ଠାରୁ କିଛି ଅପ୍ରିୟ ସମାଚାର ଶୁଣିବାକୁ ମିଳିବ । ଅଯଥା ଖର୍ଚ୍ଚରୁ ବଞ୍ଚିତ ରୁହନ୍ତୁ ଏବଂ କାହାକୁ ଋଣ ଦିଅନ୍ତୁ ନାହିଁ, ନହେଲେ ଧନ ଫେରି ପାଇବା ସମ୍ଭାବନା ଖୁବ୍ କମ୍ ରହିଛି ।

କର୍କଟ ରାଶି

ମଙ୍ଗଳ ଗ୍ରହ ଆପଣଙ୍କ ରାଶିରୁ ଲାଭ ସମ୍ବନ୍ଧରେ ମଧ୍ୟ ଦୃଷ୍ଟି ଗୋଚର ହେବ । ଏମିତିରେ ଆଗାମୀ ଦିନରେ ଆପଣଙ୍କ ବାଧା ଦୂର ହେବ । ଏହି ସମୟରେ ଆପଣ କଠିନରୁ କଠିନ ପରିସ୍ଥିତିର ସମ୍ମୁଖୀନ ଖୁବ୍ବ୍ ସହଜରେ କରିପାରିବେ । ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବ । ପରିବାରର ସଦସ୍ୟଙ୍କ ସହିତ ମତଭେଦ ହେବାକୁ ଦିଅନ୍ତୁ ନାହିଁ । ଯେଉଁ ଛାତ୍ର ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ତାଙ୍କ ପାଇଁ ଏହି ସମୟ ଶୁଭ ରହିବ ।

ସିଂହ ରାଶି

ଏହି ରାଶିର ଯେଉଁ ଜାତକ ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି, ତାଙ୍କ ପାଇଁ ମଙ୍ଗଳର ଏହି ଗୋଚର ଖୁବ୍ ଭଲ ରହିବ । ଯଦି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ପାଇଁ ଚାହଁନ୍ତି ତେବେ ଜମିଜମା ସହ ସମ୍ବନ୍ଧୀୟ ମାମଲାର ସମାଧାନ ପାଇଁ ଏହି ସମୟ ଅନୁକୂଳ ଅଟେ । ଶତ୍ରୁ ପରାଜିତ ହେବେ ଓ କୋର୍ଟ କଚେରୀ ମାମଲାର ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ ।

କନ୍ୟା ରାଶି

ମଙ୍ଗଳ ଆପଣଙ୍କ ରାଶିରୁ ଭାଗ୍ୟ ଭାବରେ ଗୋଚର ହେବାକୁ ଯାଉଛି । ଏମିତିରେ ଆପଣଙ୍କ ଜୀବନରେ ଅନେକ ପ୍ରକାର ଉନ୍ନତି ଅବନତି ପରିଲକ୍ଷିତ ହେବ । ବିଦ୍ୟାର୍ଥୀ ମାନଙ୍କ ବିଷୟରେ ଆଲୋଚନା କରିବା ତେବେ ଶିକ୍ଷା ଦୃଷ୍ଟିରୁ ଏହି ସମୟ ଆପଣଙ୍କ ପାଇଁ ସକାରାତ୍ମକ ରହିବ । ଧର୍ମ କର୍ମ କାର୍ଯ୍ୟରେ ରୁଚି ବଢିବ । ଯଦି ବିଦେଶୀ କମ୍ପାନୀରେ ନିଯୁକ୍ତି ଚାହଁନ୍ତି କିମ୍ବା ବିଦେଶୀ ନାଗରିକତା ପାଇବାକୁ ଚାହଁନ୍ତି ତେବେ ଆପଣଙ୍କ ଏହି ଚେଷ୍ଟା ସଫଳ ହେବ । ଆପଣଙ୍କ ଦ୍ୱାରା ନିଆଯାଇଥିବା ନିର୍ଣ୍ଣୟ ପ୍ରଶଂସନୀୟ ହେବ ।

ତୁଳା ରାଶି

ଏହି ରାଶିରେ ଅଷ୍ଟମ ଭାବରେ ମଙ୍ଗଳ ଗୋଚର କରିବେ, ଏହା ପ୍ରଭାବରୁ ଆପଣଙ୍କ ଜୀବନରେ ଅନେକ ଉନ୍ନତି ଅବନତି ପରିଲକ୍ଷିତ ହେବ । ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ । କୋଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ଏବଂ ଯଦି ଯାତ୍ରା କରୁଛନ୍ତି ତେବେ ଖୁବ୍ ସାବଧାନତା ଅବଲମ୍ବନ କରନ୍ତୁ । ଅଯଥା ବିବାଦରୁ ଦୂରେଇ ରୁହନ୍ତୁ ଏବଂ କୋର୍ଟ ମାମଲା ଗୁଡ଼ିକ ବାହାରେ ସମାଧାନ କରି ନିଅନ୍ତୁ ।

ବିଛା ରାଶି

ଆପଣଙ୍କ ରାଶିରେ ସପ୍ତମ ଭାବରେ ମଙ୍ଗଳ ଗୋଚର ହେଉଛି । ଏଥିରୁ ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ତିକ୍ତତା ଆସିପାରେ । ଶାଶୁ ଘରର ସମ୍ପର୍କ ଖରାପ ହେବାକୁ ଦିଅନ୍ତୁ ନାହିଁ । ଯେଉଁମାନେ ଅବିବାହିତ ଅଛନ୍ତି ଏବଂ ବିବାହ ବିଷୟରେ ଚିନ୍ତା କରୁଛନ୍ତି, ତାଙ୍କୁ ଏବେ ମଧ୍ୟ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ । ବ୍ୟବସାୟ ବର୍ଗ ପାଇଁ ସମୟ ଅନୁକୂଳ ରହିବ, କିନ୍ତୁ ଦେବାନେବା ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ ନହେଲେ ହାନି ଘଟିପାରେ ।

ଧନୁ ରାଶି

ରାଶିରେ ଷଷ୍ଠ ଭାବରେ ମଙ୍ଗଳ ଗୋଚର କରିବାକୁ ଯାଉଛି, ଏଥିରୁ ଆପଣଙ୍କ ଶତ୍ରୁ ମାନଙ୍କ ନାଶ ହେବ । ପୈତୃକ ଜମି ସହ ଜଡ଼ିତ ମାମଲା ସମାଧାନ ହେବ । ନିଜ କାର୍ଯ୍ୟସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହିତ ଭଲ ସଂପର୍କ ରଖନ୍ତୁ । ଏହି ଅବଧିରେ ଯଦି ଆପଣ ନିବେଶ କରିବା ବିଷୟରେ ଚିନ୍ତା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ମକର ରାଶି

ଆପଣଙ୍କ ରାଶିରୁ ପଞ୍ଚମ ଭାବରେ ମଙ୍ଗଳ ଗୋଚର ହେବାକୁ ଯାଉଛନ୍ତି, ଏଥିରୁ ପ୍ରତଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭଫଳ ମିଳିବ । ପ୍ରେମୀଯୁଗଳ ମାନେ ନିଜ ସାଥିଙ୍କ ଠାରୁ ଆଶାନୁରୂପକ ଖୁସି ପାଇବେ ନାହିଁ । ନବ ବିବାହିତ ଦମ୍ପତ୍ତିଙ୍କ ସନ୍ତାନ ପ୍ରାପ୍ତି ଯୋଗ ରହିଛି । ବ୍ୟବସାୟୀ ମାନଙ୍କ ପାଇଁ ଏହି ସମୟ ଅନୁକୂଳ ଅଟେ, ଯଦି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଚାହଁନ୍ତି ତେବେ ଏଥିରେ ମଧ୍ୟ ସଫଳତା ହାସଲ ହେବ ।

କୁମ୍ଭ ରାଶି

ମଙ୍ଗଳ ଗୋଚର ଆପଣଙ୍କ ପାରିବାରିକ କଳହ ଓ ମାନସିକ ଅଶାନ୍ତିର କାରଣ ହୋଇପାରେ । ବନ୍ଧୁ ତଥା ସମ୍ପର୍କୀୟଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ଜମିବାଡ଼ି ସହ ଜଡ଼ିତ ମାମଲା ସମାଧାନ ହେବ ନାହିଁ । ନିଜ ଜିଦ୍ ଓ କ୍ରୋଧ ଉପରେ କାବୁ ରଖନ୍ତୁ । ଗୃହ ଓ ବାହାନ କିଣିବା ପାଇଁ ଚାହୁଁଛନ୍ତି ତେବେ ଏହି ସମୟ ଅନୁକୂଳ ଅଟେ ।

ମୀନ ରାଶି

ମୀନ ରାଶିରୁ ପରାକ୍ରମ ଭାବରେ ମଙ୍ଗଳ ଗୋଚର ହେବାକୁ ଯାଉଛନ୍ତି, ଯାହା ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ । ନିଜ ଅଦମ୍ୟ ସାହସ ଓ କଠିନ ପରିଶ୍ରମରୁ ଆପଣ କଠିନ ପରିସ୍ଥିତିକୁ ମଧ୍ୟ ଖୁବ୍ ସହଜରେ ସମ୍ମୁଖୀନ କରିପାରିବେ । ଏହି ସମୟରେ କାହାକୁ ଋଣ ଦିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *