ଚାଣକ୍ୟ ନୀତି:- ଏହି ତିନୋଟି କାର୍ଯ୍ୟକୁ କେବେ ବି ଛୋଟ ଭାବନ୍ତୁ ନାହିଁ ! ନଚେତ୍ ଜୀବନ ବର୍ବାଦ ହେବାକୁ ବେଶୀ ସମୟ ଲାଗିବ ନାହିଁ…

ଚାଣକ୍ୟ ନୀତି:- ଏହି ତିନୋଟି କାର୍ଯ୍ୟକୁ କେବେ ବି ଛୋଟ ଭାବନ୍ତୁ ନାହିଁ ! ନଚେତ୍ ଜୀବନ ବର୍ବାଦ ହେବାକୁ ବେଶୀ ସମୟ ଲାଗିବ ନାହିଁ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ମହାନ ଶିକ୍ଷାବିଦ୍, ଅର୍ଥଶାସ୍ତ୍ରୀ ଓ ନୀତି ଶାସ୍ତ୍ରୀ ବୋଲି କୁହାଯାଏ । କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଏତେଗୁଡିଏ ନାମରୁ କାହିଁକି ଜଣାଶୁଣା । ତାଙ୍କୁ ଏତେଗୁଡିଏ ସଂଜ୍ଞା ଦିଆଯାଇଛି କାହିଁକି । ଜଣାଇଦେଉଛୁ ଯେ, ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟକୁ ବଞ୍ଚିବା ମାର୍ଗ ଦେଖାଇଥିଲେ, ଜୀବନ ବଞ୍ଚିବା କଳା ଶିଖାଇଥିଲେ । ଆଜି ମଧ୍ୟ ଲୋକେ ତାଙ୍କ ଦ୍ୱାରା ବର୍ଣ୍ଣିତ ମାର୍ଗରେ ଚାଲିବାକୁ ପସନ୍ଦ କରନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ ଏପରି ଅନେକଗୁଡ଼ିଏ କଥା କହିଛନ୍ତି ଯାହା ମାନବ ଜୀବନରେ ସମୟ ସମୟରେ କାମ ଆସେ । ଏପରି ଆଚାର୍ଯ୍ୟ ଚାଣକ୍ୟ ବର୍ଣ୍ଣନା କରିଛନ୍ତି ଯେ, ମନୁଷ୍ୟ କେଉଁ ତିନୋଟି ଜିନିଷକୁ ଭୁଲରେ ମଧ୍ୟ ଛୋଟ ବୋଲି ଚିନ୍ତା କରିବା ଉଚିତ ନୁହେଁ । ନହେଲେ ଏହି ଭୁଲର ବହୁତ ଭାରି ପରିଣାମ ଭୋଗିବାକୁ ପଡିପାରେ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ସମୟ ବଢ଼ିବା ସଙ୍ଗେ ସଙ୍ଗେ ଏହି ତିନୋଟି ଜିନିଷ ମନୁଷ୍ୟକୁ ଦୁବିଧାରେ ପକାଇପାରେ । ତେବେ ଆସନ୍ତୁ ଜାଣିବା କଣ ଅଟେ ଏହି ତିନୋଟି ଜିନିଷ…

ରୋଗ…

କୁହାଯାଏ ଯେ, ମନୁଷ୍ୟ ପାଇଁ ସବୁଠାରୁ ବଡ଼ ସୁଖ ନିରୋଗ ଶରୀର ଅଟେ । ଯାହା ନିକଟରେ ଏକ ସୁସ୍ଥ ଓ ନିରୋଗ ଶରୀର ରହିଛି ସେ ବହୁତ ସୁଖରେ ରହେ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ରୋଗକୁ କେବେହେଲେ ଛୋଟ ମନେ କରିବା ଉଚିତ୍ ନୁହେଁ । ଛୋଟରୁ ଛୋଟ ରୋଗ ହେଲେ ମଧ୍ୟ ତୁରନ୍ତ ଔଷଧ ସେବନ କରି ତାହାକୁ ଭଲ କରିବା ପାଇଁ ଚେଷ୍ଟା କରିବା ଉଚିତ୍ । ତାହାକୁ କେବେହେଲେ ଅବହେଳା କରିବା ଉଚିତ୍ ନୁହେଁ । ଅଧିକାଂଶ ସମୟରେ ଆମେ ଦେଖିବାକୁ ପାଉ ଯେ, ଲୋକେ କୌଣସି ସାମାନ୍ୟ ରୋଗ ହେଲେ ଠିକ୍ ଭାବେ ଉପଚାର କରନ୍ତି ନାହିଁ ଏବଂ ସେମାନେ ଔଷଧ ସେବନ କରି ଭଲ ହେବାକୁ ଚେଷ୍ଟା କରନ୍ତି, କିନ୍ତୁ ଭବିଷ୍ୟତରେ କୌଣସି ସାମାନ୍ୟ ରୋଗ ବହୁତ ଭୟଙ୍କର ପରିଣାମ ଦେଖାଇଥାଏ । ଏବଂ ଏହା ଆମପାଇଁ ବହୁତ କ୍ଷତିକାରକ ଅଟେ । ଅନ୍ତଃ ରୋଗକୁ କେବେମଧ୍ୟ ଛୋଟ ଭାବନ୍ତୁ ନାହିଁ ।

ଋଣ…

ଋଣ ନେବା ଓ ଦେବା ଉଭୟ ଅସୁବିଧାର କାରଣ ଅଟେ । ଋଣ ନେଉଥିବା ବ୍ୟକ୍ତି ଋଣ ନେବାକୁ ଅସମର୍ଥ ହୋଇଗଲେ ସମସ୍ୟା, ସେପଟେ ଋଣ ଦେଉଥିବା ବ୍ୟକ୍ତି ନିକଟରେ ଟଙ୍କା ଉଚିତ୍ ସମୟରେ ନଆସିଲେ ତାକୁ ମଧ୍ୟ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ, ରୋଗ ଭଳି ଋଣକୁ ମଧ୍ୟ ଛୋଟ ବୋଲି ଭାବିବା ଉଚିତ ନୁହେଁ । ସମୟ ସହିତ ଋଣ ବଢିବାକୁ ଲାଗେ ଓ ଅନେକ ଥର ଏହା ଉପରେ ଲଗାଇଥିବା ସୁଧ ମଧ୍ୟ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଋଣ ନେଉଥିବା ବ୍ୟକ୍ତିଙ୍କୁ ଏହାର ବିଶେଷ ଧ୍ୟାନ ରଖିବା ଉଚିତ ଯେ ଋଣକୁ ଧାର୍ଯ୍ୟ ସମୟ ସୀମାରେ ଫେରେଇ ଦେବା ଉଚିତ୍ ।

ଶତ୍ରୁ…

ଆଚାର୍ଯ୍ୟ ଚାଣକ୍ୟ ଋଣ ଓ ରୋଗ ଭଳି ଶତ୍ରୁଙ୍କୁ ମଧ୍ୟ ଛୋଟ ବୋଲି ନଭାବିବା ପାଇଁ କହିଛନ୍ତି । ଶତ୍ରୁକୁ ଛୋଟ ନଭାବିବା ସହିତ କେବେମଧ୍ୟ ତାକୁ ଦୁର୍ବଳ ବୋଲି ଚିନ୍ତା କରିବା ଉଚିତ୍ ନୁହେଁ । ଚାଣକ୍ୟ କୁହନ୍ତି ଯେ, ଯେଉଁ ଲୋକମାନେ ନିଜ ଶତ୍ରୁକୁ ଛୋଟ ବୋଲି ଭାବିବା ଭୁଲ କରନ୍ତି, ତାଙ୍କୁ କେବେମଧ୍ୟ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଅନ୍ତଃ ଏହାର ବିଶେଷ ଧ୍ୟାନ ରଖନ୍ତୁ ଯେ, ନିଜ ଶତ୍ରୁକୁ କେବେମଧ୍ୟ ଛୋଟ କିମ୍ବା ଦୁର୍ବଳ ବୋଲି ଚିନ୍ତା କରନ୍ତୁ ନାହିଁ ଏବଂ ସର୍ବଦା ସତର୍କ ରୁହନ୍ତୁ । ନହେଲେ କେବେମଧ୍ୟ ସେ ଉଚିତ୍ ସମୟ ଦେଖି ଆପଣଙ୍କୁ ଦୁବିଧାରେ ପକାଇପାରେ ।

Leave a Reply

Your email address will not be published. Required fields are marked *