ହିମେଶ୍ ରେଶମିଆଙ୍କ ସ୍ତ୍ରୀ ଖୋଲାଖୋଲି ଭାବେ କଲେ ପ୍ରେମ ଜାହିର ! ମିଳିଲା ଏହି ସୁନ୍ଦର ଉତ୍ତର…

ହିମେଶ୍ ରେଶମିଆଙ୍କ ସ୍ତ୍ରୀ ଖୋଲାଖୋଲି ଭାବେ କଲେ ପ୍ରେମ ଜାହିର ! ମିଳିଲା ଏହି ସୁନ୍ଦର ଉତ୍ତର…

ଟିଭି ଜଗତର ସବୁଠାରୁ ପ୍ରସିଦ୍ଧ ଗୀତ ରିଏଲିଟି ଶୋ’ ଇଣ୍ଡିଆନ୍ ଆଇଡ଼ଲ୍ ସିଜନ୍ ୨ର ଶୁଭାରମ୍ଭ ହୋଇସାରିଛି । ଏମିତିରେ ସିଜନ ୨ର ଲେଟେଷ୍ଟ ଏପିସୋଡ୍ ବହୁତ ମଜଳିଆ ଅଟେ । ଜଣାଇଦେଉଛୁ ଯେ ଏପିସୋଡ୍ ସ୍ପେଶାଲ୍ ବେଲେନଟାଇନ୍-ଡେ ଉପରେ ଆଧାରିତ ଥିଲା । ଏହି ଏପିସୋଡ୍ ସହ ଜଡ଼ିତ ହୋଷ୍ଟ, ଜଜ୍ ସମସ୍ତେ ନିଜ ପାର୍ଟନର ସହିତ ଶୋ’ରେ ନଜର ଆସିବେ । ଶୋ’ରେ ଜଜ୍ ଭୂମିକାରେ ନଜର ଆସୁଥିବା ହିମେଶ୍ ରେଶମିଆ ନିଜ ସ୍ତ୍ରୀ ସୋନିଆ ଓ ନେହା କକ୍କଡ୍ ନିଜ ସ୍ୱାମୀ ରୋହନପ୍ରୀତ, ଆଉ ସେପଟେ ହର୍ଷ ଓ ଭାରତୀ ଏବଂ ଆଦିତ୍ୟ ତାଙ୍କ ସ୍ତ୍ରୀ ଶ୍ୱେତା ଅଗ୍ରବାଲଙ୍କ ସହ ବହୁତ ମଜା କରୁଥିବାର ନଜର ଆସିଲେ ।

ଏହି ଏପିସୋଡ଼ରେ ସମସ୍ତ ଦମ୍ପତ୍ତି ନିଜ ନିଜର ଭାବନା ଜାହିର୍ କଲେ । ସମସ୍ତେ ଖୁବ୍ ଭିନ୍ନ ଓ ରୋମାଣ୍ଟିକ୍ ଭାବେ ନିଜ ନିଜ ସ୍ତ୍ରୀ କୁ ପ୍ରପୋଜ୍ କଲେ । ଏଥିମଧ୍ୟରୁ ସର୍ବପ୍ରଥମେ ହିମେଶ୍ ରେଶମିଆ ନିଜ ସ୍ତ୍ରୀଙ୍କୁ ପ୍ରପୋଜ୍ କଲେ, ଯାହାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରଲ୍ ହେଉଛି ଓ ଲୋକେ ହିମେଶ୍ ରେଶମିଆଙ୍କ ସ୍ତ୍ରୀଙ୍କ ଏହି ଶୈଳୀକୁ ଖୁବ୍ ପସନ୍ଦ କରୁଛନ୍ତି ।

ହିମେଶ୍ ରେଶମିଆଙ୍କ ସ୍ତ୍ରୀ ସୋନିଆ ଖୁବ୍ ସୁନ୍ଦରୀ ଅଟନ୍ତି । ସୋନିଆ ଯେତେବେଳେ ହିମେଶଙ୍କୁ ପ୍ରପୋଜ୍ କଲେ ସେତେବେଳେ ସେ ଖୁବ୍ ରୋମାଣ୍ଟିକ୍ ଶୈଳୀରେ ନଜର ଆସିଲେ । ସୋନିଆ କପୂର୍ ହିମେଶକୁ କୁହନ୍ତି- ମୋତେ ଲାଗେ ମୁଁ ବହୁତ ଭଲ ଅଟେ, କାରଣ ମୁଁ ତୁମକୁ ହୃଦୟ ଗଭୀରତାରୁ ଭଲପାଏ । ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ । ମୋତେ ଲାଗେ ଯେ ମୋ ଠାରୁ ଭଲ ସ୍ତ୍ରୀ ଆଉ କିଏ ନଥିବେ ।

ଏହାପରେ ଆଦିତ୍ୟ ରଏ କପୂର୍ ସୋନିଆଙ୍କୁ କୁହନ୍ତି ହୀମେଶ୍ ମଧ୍ୟ ଆପଣଙ୍କୁ ସେତିକି ଭଲ ପାଆନ୍ତି, ଯେତିକି ଆପଣ ତାଙ୍କୁ ଭଲ ପାଆନ୍ତି । ଏହାପରେ ସେ ହିମେଶଙ୍କ ଏକ ଥମଜାଳିଆ ଭିଡ଼ିଓ ଦେଖାନ୍ତି ।

ଏହି ଭିଡ଼ିଓରେ ହୀମେଶ ନେହା ସହ କଥାବାର୍ତ୍ତା କରନ୍ତି ଓ କୁହନ୍ତି ଯେ ତାଙ୍କ ସ୍ତ୍ରୀ ସୋନିଆ ତାଙ୍କୁ ଜାନୁ କହି ଡାକନ୍ତି । ସେ ସର୍ବଦା ଠିକ୍ ଓ ମୁଁ ଭୁଲ ହୋଇଥାଏ । ଭିଡ଼ିଓ ଦେଖିବା ପରେ ସୋନିଆଙ୍କ ପ୍ରତିକ୍ରିୟା ବଦଳି ଯାଏ ଏବଂ ସେ ତାଙ୍କ ପ୍ରଶ୍ନ ଉତ୍ତର କରିବା ଆରମ୍ଭ କରିଦିଅନ୍ତି । ହୀମେଶ୍- ସୋନିଆଙ୍କ ଏହି ଭିଡ଼ିଓ ଖୁବ୍ ଭାଇରଲ୍ ହେଉଛି ଏବଂ ଲୋକେ ନିଜ ନିଜ ଶୈଳୀରେ ପ୍ରତିକ୍ରିୟା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *